ପାକିସ୍ତାନ ଯୁବକଙ୍କ ପ୍ରେମରେ ଓଡ଼ିଶାର ଏହି ମହିଳା, ଭେଟିବା ପାଇଁ ପହଞ୍ଚିଲେ ସୀମାରେ; ଆଉ ତା’ ପରେ…

ଇସଲାମାବାଦ,୮।୪: ସୋସିଆଲ ମିଡିଆ ଜରିଆରେ ଭାରତର ଜଣେ ମହିଳା ପାକିସ୍ତାନର ଯୁବକଙ୍କ ପ୍ରେମରେ ପଡ଼ିଛନ୍ତି। ଏଥିପାଇଁ ଘର ଛାଡ଼ି ପଞ୍ଜାବର ଡେରା ବାବା ନାନକସ୍ଥିତ କରତାପୁର ସୀମାରେ ପହଞ୍ଚିଛନ୍ତି। ଏହି ମହିଳା ଜଣକ ବିବାହିତ ହୋଇଥିବା ବେଳେ ତାଙ୍କର ୫ ବର୍ଷର ଏକ କନ୍ୟା ସନ୍ତାନ ଅଛି। ବିଏସ୍‌ଏଫ୍‌ ଯବାନମାନେ ଏହି ମହିଳାଙ୍କୁ ସନ୍ଦିଗ୍ଧ ଭାବରେ ବୁଲୁଥିବା ଦେଖିଥିଲେ। ମହିଳା କନଷ୍ଟେବଳଙ୍କ ସହାୟତାରେ ବାବା ନାନକ ପୋଲିସ ଜିମା ଦେଇଛନ୍ତି। ଏହି ଘଟଣାରେ ଡିଏସ୍‌ପି କମଲପ୍ରୀତ୍‌ ସିଂହ ଏବଂ ଏସ୍‌ଏଚ୍‌ଓ ଅନିଲ ପାଓ୍ବା କହିଛନ୍ତି, ମହିଳା ଜଣକ ଓଡ଼ିଶାର। ତାଙ୍କର ବୟସ ୨୫। ସେ ୬ ବର୍ଷ ପୂର୍ବରୁ ବିବାହ କରିସାରିଛନ୍ତି। ଗତ ଦୁଇ ମାସ ହେଲା ବାପଘରେ ରହୁଥିଲେ।

ପୋଲିସ କହିଛି, ଏହି ମହିଳା ୨ ବର୍ଷ ତଳେ ନିଜ ମୋବାଇଲରେ‘ଆଜାଦ’ ନାମରେ ଏକ ଆପ୍‌ ଡାଉନଲୋଡ୍‌ କରି ମହମ୍ମଦ ନାମକ ଜଣେ ଯୁବକଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ। ପରେ ଦୁହିଁଙ୍କ ମଧ୍ୟରେ ଫୋନ୍‌ ନମ୍ବର ନେଣଦେଣ ହୋଇଥିଲା। ଏହା ପରେ ପ୍ରତିଦିନ ଫୋନ୍‌ରେ କଥାବାର୍ତ୍ତା କରୁଥିଲେ ଦୁଇଜଣ। ସମ୍ପର୍କ ବଢ଼ିବା ପରେ ଯୁବକ ଜଣକ କରତାପୁର ସାହେବ କରିଡର ରାସ୍ତାରେ ପାକିସ୍ତାନ ଆସିବା ପାଇଁ ଏହି ମହିଳାଙ୍କୁ କହିଥିଲେ। ଏଥିରେ ରାଜି ହୋଇଥିଲେ ସଂପୃକ୍ତା ମହିଳା।

ମହିଳା ଜଣକ ଓଡ଼ିଶାରୁ ବିମାନରେ ଆସି ଅମୃତସରରେ ପହଞ୍ଚିଥିଲେ। ୫ ଏପ୍ରିଲରେ ଗୁରୁଦ୍ୱାରର ଶ୍ରୀହରିମନ୍ଦିରରେ ରହିଥିଲେ। ୬ ଏପ୍ରିଲରେ ବସ୍‌ରେ ଡେରାବାବା ନାନକରେ ପହଞ୍ଚିଥିଲେ। ତେବେ କରୋନା ଯୋଗୁ କରତାପୁର ସୀମା ବନ୍ଦ ଥିଲା। ତେଣୁ ବିନା ପାସ୍‌ପୋର୍ଟରେ ପାକିସ୍ତାନ ଯିବା ସମ୍ଭବ ନୁହେଁ। ଫଳରେ ବିଏସ୍‌ଏଫ୍‌ ଯବାନଙ୍କ ହାତରେ ଧରା ପଡ଼ିଥିଲେ ମହିଳା ଜଣକ।  ପରେ ମହିଳା ଜଣଙ୍କୁ ପୋଲିସ ଜିମା ଦେବା ସହ ପରିବାର ଲୋକଙ୍କୁ ଡାକି ସାଥୀରେ ଆଣିଥିବା ୬ ଭରି ଓଜନର ସୁନା ଅଳଙ୍କାର ହସ୍ତାନ୍ତର କରାଯାଇଛି। ପୋଲିସର ଏହି କାର୍ଯ୍ୟକୁ ସାଧାରଣରେ ବେଶ୍‌ ପ୍ରଶଂସା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri