ଓଡ଼ିଶାରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ମା’ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ବୋହୂ, ୮ ମାସ ତଳେ…

ଅନୁଗୋଳ,୧୮ା୧୨(ଜ୍ୟୋତିରଞ୍ଜନ ସାହୁ): ମାତ୍ର ୮ ମାସ ତଳେ ଘରକୁ ଆସିଥିବା ବୋହୂ ନେଇଛନ୍ତି ଶାଶୁଙ୍କ ଜୀବନ। ପାରିବାରିକ କଳହରୁ ମା’ ସହ ମିଶି ଶାଶୁ କୁନି ନାୟକଙ୍କୁ ପଥରରେ ଛେଚି ବୁଧବାର ରାତିରେ ହତ୍ୟା କରିଛନ୍ତି। ମୃତ କୁନିଙ୍କ ପୁଅ କାହ୍ନୁ ନାୟକ ଗୁରୁବାର ଏ ନେଇ ଅନୁଗୋଳ ସଦର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଘର ଭିତରୁ ରକ୍ତାକ୍ତ ମୃତଦେହ ଜବତ କରିବା ସହ ଅଭିଯୁକ୍ତା ମା’ ଜୟନ୍ତୀ ସାହୁ ଓ ତାଙ୍କ ଝିଅ ତଥା ମୃତାଙ୍କ ବୋହୂ ସରିତା ସାହୁଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ସଦର ଥାନା ଖଲାରୀ ଗଡ଼ପଦା ସାହି ଜାମୁବନ୍ଧ ଛକ ନିକଟରେ ଘଟିଥିବା ଏହି ହତ୍ୟାକାଣ୍ଡ ସହରରେ ଚାଞ୍ଚଲ୍ୟ ଖେଳାଇଦେଇଛି।

ଅଭିଯୋଗ ଅନୁସାରେ, ଢେଙ୍କାନାଳ ଜିଲା ରାସୋଳ ଥାନା କଲୋନୀ ସାହିର କାହ୍ନୁ ମା’ କୁନିଙ୍କ ସହ କିଛି ବର୍ଷ ହେବ ଅନୁଗୋଳ ଖଲାରୀ ଗଡ଼ପଦା ସାହିସ୍ଥିତ ଏକ ଭଡ଼ା ଘରେ ରହୁଥିଲେ। କାହ୍ନୁ ଏକ ଦୋକାନରେ କାମ କରୁଥିବା ବେଳେ ପ୍ରାୟ ୮ ମାସ ତଳେ ସରିତାଙ୍କୁ ବିବାହ କରିଥିଲେ। ତେବେ ବିଭିନ୍ନ ଛୋଟମୋଟ ଘଟଣାକୁ ନେଇ ଶାଶୁ କୁନି ଓ ବୋହୂ ସରିତାଙ୍କ ମଧ୍ୟରେ ମନୋମାଳିନ୍ୟ ହେଉଥିଲା। ବୁଧବାର ସରିତାଙ୍କ ମା’ ଜୟନ୍ତୀ ଝିଅ ଘରକୁ ଆସିଥିଲେ। ସନ୍ଧ୍ୟାରେ କାହ୍ନୁ ଦୋକାନକୁ ଯାଇ ରାତି ପ୍ରାୟ ୧୦ଟାରେ ଫେରିଥିଲେ। ଶାଶୁ କେଉଁଠି ବୋଲି କାହ୍ନୁ ପଚାରିବାରୁ ସେ ଘରକୁ ପଳାଇଥିବା ସରିତା କହିଥିଲେ।

ଏହାପରେ କାହ୍ନୁ ମା’ଙ୍କୁ ଖାଇବା ପାଇଁ ଡାକିବାକୁ ଯିବାବେଳେ ସ୍ତ୍ରୀ ସରିତା ମନା କରିଥିଲେ। ମା’ଙ୍କ ଦେହ ଅସୁସ୍ଥ ଅଛି ଓ ସେ ଖାଇସାରି ଶୋଇଥିବା କହିଥିଲେ। କିଛି ସମୟ ପରେ ମା’ଙ୍କ ଅସୁସ୍ଥତା ସମ୍ପର୍କରେ ପଚାରି ବୁଝିବା ପାଇଁ କାହ୍ନୁ ପାଖ ରୁମ୍‌କୁ ଯାଇ ମା’ଙ୍କୁ ଡାକିଥିଲେ। କିନ୍ତୁ କୌଣସି ପ୍ରତିକ୍ରିୟା ନ ମିଳିବାରୁ ଘୋଡ଼ାଯାଇଥିବା ଚାଦର ହଟାଇବା ପରେ ମା’ଙ୍କ ମୁଣ୍ଡରେ ଗୁରୁତର ଆଘାତ ଓ ରକ୍ତସ୍ରାବ ହୋଇଥିବା ଦେଖିଥିଲେ। ମା’ଙ୍କ ମୃତ୍ୟୁ ହୋଇଥିବା ଜାଣି ତୁରନ୍ତ ସଦର ଥାନାକୁ ଖବର ଦେଇଥିଲେ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା। ସ୍ତ୍ରୀ ସରିତା ଓ ଶାଶୁ ଜୟନ୍ତୀ ମିଶି ତାଙ୍କ ମା’ଙ୍କୁ ହତ୍ୟା କରିଛନ୍ତି ବୋଲି କାହ୍ନୁ ଥାନାରେ ଅଭିଯୋଗ କରିବା ପରେ ସକାଳେ ସାଇଣ୍ଟିଫିକ ଟିମ୍‌ ସହ ସନ୍ଧାନୀ କୁକୁର ଆଣି ପୋଲିସ ଘଟଣାସ୍ଥଳରେ ତଦନ୍ତ କରିଥିଲା। ରକ୍ତ ନମୁନା, ଫିଙ୍ଗରପ୍ରିଣ୍ଟ, ପାଦଚିହ୍ନ ଓ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ କରିଥିଲା। ଘଟଣାସ୍ଥଳରୁ ରକ୍ତଲାଗିଥିବା ଚାଦର, ଘରୋଇ ସାମଗ୍ରୀ ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଜବତ କରିଥିଲା। ମୃତଦେହ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ବେଳେ ସରିତା ଓ ଜୟନ୍ତୀଙ୍କୁ ପୋଲିସ ଅଟକ ରଖିଛି। କୁନିଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିବା ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘର କାମ ସାରି ବାହାରେ ଥିବାବେଳେ ଯୁବକଙ୍କୁଦୁଇ ରାଉଣ୍ଡ ଗୁଳି

ସୋରଡ଼ା, ୧୩।୯ (ରଜନୀ ମହାପାତ୍ର): ଗଞ୍ଜାମ ଜିଲାର ବଡ଼ଗଡ଼ ଥାନା ଅଧୀନ ଯୋଡ଼ାବନ୍ଧ ଛକ ନିକଟରେ ଗୁଳିକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ…

୨୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଜାହାଜ ନିଖୋଜ; ସର୍ଚ୍ଚ ଅପରେଶନ ଆରମ୍ଭ

ଜାକର୍ତ୍ତା,୧୩।୯: ଜାଭା ସାଗରରେ ରବିବାର ୨୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଜାହାଜ ନିଖୋଜ ହୋଇଯାଇଛି। ଅଧିକାରୀଙ୍କ କହିବାନୁସାରେ, ବୋର୍ଣ୍ଣିଓ ଦ୍ୱୀପର ପୂର୍ବ ଜାଭାରୁ ଦକ୍ଷିଣ…

ନୂଆଁଖାଇରେ ସମ୍ବଲପୁରୀ ଲୁଗାର କ୍ରେଜ୍‌, ବଢ଼ୁଛି ବେପାର: ବଜାରରେ ଜମୁଛି ଭିଡ଼

ଅମରପାଲି, ୧୩/୯ (ପୀତାମ୍ବର ସାହୁ): ନୂଆଁଖାଇ ପର୍ବକୁ ଆଉ କିଛି ଦିନ ବାକି ଥିବାବେଳେ ପଶ୍ଚିମ ଓଡ଼ିଶାର ବଜାରରେ ଦେଖାଦେଇଛି ଉତ୍ସବର ରଙ୍ଗ। ନୂଆଁଖାଇରେ ନୂଆ ପୋଷାକ…

ବିରଳ ପ୍ରଜାତିର ସବୁଜ ଶାମୁକା, ଏଥିରୁ ପ୍ରସ୍ତୁତ ହୁଏ ବିଭିନ୍ନ ରୋଗର ମହୌଷଧି

ମହାକାଳପଡ଼ା,୧୩ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ନୀଳ ଜଳରାଶିର ସାମୁଦ୍ରିକ ବିରଳ ସବୁଜ ଶାମୁକା ଅନ୍ୟତମ। ଗହୀରମଥା ଅଞ୍ଚଳର…

ଚାଲିଗଲେ ହରି ନନା, ହାଣ୍ଡିରେ ରହିଗଲା ସ୍ୱାଦ: ଆଉ ମିଳିବନି…

ବଡ଼ଗାଁ, ୧୩।୯ (ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଓ ଆଖପାଖ ଅଞ୍ଚଳରେ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତି ପାଇଁ ବେଶ୍‌ ପରିଚିତ ରୋଷେୟା ହରିହର ବିଶି (୬୨)ଙ୍କ…

ପୁରୁଷୋତ୍ତମପୁରର ୩ ରେସଲର୍‌, ରାଜ୍ୟସ୍ତରରେ ଦେଖାଇବେ ଦମ୍‌: ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାକୁ…

ପୁରୁଷୋତ୍ତମପୁର, ୧୩/୯ (ସବିତା ମିଶ୍ର): ଗଞ୍ଜାମ ଜିଲାସ୍ତରୀୟ ରେସଲିଂ କ୍ରୀଡ଼ା ପ୍ରତିଯୋଗିତାରେ ବାଳକ ଓ ବାଳିକା ବିଭାଗରେ ଉତ୍ତମ ଦକ୍ଷତା ପ୍ରଦର୍ଶନ କରି ଚାମ୍ପିୟନ ଆଖ୍ୟା ଅର୍ଜନ…

ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ଯନ୍ତ୍ରଣା, ବାରଣ୍ଡା-ଚଟାଣରେ ଚାଲିଛି ସେବା: ନାହିଁ ନାହିଁରେ ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର

ଦାରିଙ୍ଗବାଡ଼ି, ୧୩।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀମାନେ ଯନ୍ତ୍ରଣା ଭୋଗୁଥିବା ଅଭିଯୋଗ ହୋଇଛି। ଯେଉଁଠି ସ୍ୱାସ୍ଥ୍ୟ ସମସ୍ୟା ନେଇ ରୋଗୀମାନେ ଉତ୍ତମ…

ସମ୍ବଲପୁରରେ ଏନ୍ କାଉଣ୍ଟର: କୁଖ୍ୟାତ ଅପରାଧୀ ଇରଫାନ ଆହତ, ଦୁଇ ସହଯୋଗୀ …

ସମ୍ବଲପୁର, ୧୩।୯ (ପ୍ରମୋଦ ବହିଦାର): ସମ୍ବଲପୁର ସଦର ଥାନା ଅଞ୍ଚଳରେ ପୋଲିସ ଓ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ସୁନାପାଲି ଅଞ୍ଚଳର କୁଖ୍ୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?