Posted inଖେଳ

ଦୀପାଙ୍କ ଡବଲ୍‌ରେ ଓଡ଼ିଶା ବିଜୟୀ

ସୁନ୍ଦରଗଡ,୧୪ା୧୧, (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଷ୍ଟାଡିୟମଠାରେ ୨୮ତମ ବରିଷ୍ଠ ମହିଳା ଜାତୀୟ ଫୁଟ୍‌ବଲ ଚାମ୍ପିୟନଶିପ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଜିଲା କ୍ରୀଡା ସଂସଦ ଓ ଫୁଟ୍‌ବଲ ଆସୋସିଏଶନ ଅଫ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଏହା ଅନୁଷ୍ଠିତ ହୋଇ ଟୁର୍ନାମେଣ୍ଟର ପ୍ରଥମ ଦିନରେ ଓଡ଼ିଶା ଓ ଗୋଆ ବିଜୟୀ ହୋଇଛନ୍ତି। ପ୍ରଥମ ମ୍ୟାଚ ଗୋଆ ଓ ଅରୁଣାଚଳ ପ୍ରଦେଶ ମଧ୍ୟରେ ହୋଇଥିଲା। ଏଥିରେ ଗୋଆ ୩-୧ଗୋଲରେ ଅରୁଣାଚଳ ପ୍ରଦେଶକୁ ପରାସ୍ତ କରିଥିଲା। ଅରୁଣାଚଳ ପ୍ରଦେଶର ୟୁମଲାମ ଲାଲି ୧୨ମିନିଟରେ ଏକ ମାତ୍ର ଗୋଲ ଦେଇଥିଲେ। ଏହାର ୭ ମିନିଟ ପରେ ଗୋଆ ପକ୍ଷରୁ କରିସ୍ମା ପୁରୁଷୋତ୍ତମ ସୋରଭୋଇକର ଗୋଲ ସ୍କୋର କରି ମ୍ୟାଚ୍‌କୁ ସମାନ୍ତରାଳ ସ୍ଥିତିକୁ ଆଣିଥିଲେ। ତେବେ ପର୍ଲ ଫର୍ଣ୍ଣାଣ୍ଡେସ ୪୪ମିନିଟ ଓ ୭୮ମିନିଟରେ ୨ ଗୋଲ ଦେଇ ଗୋଆକୁ ବିଜୟୀ କରିଥିଲେ। ସେହିପରି ଅପରାହ୍ନରେ ଓଡ଼ିଶା ଓ ମେଘାଳୟ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌କୁ ଘରୋଇ ଦଳ ୩-୧ରେ ଜିତି ନେଇଥିଲା। ଓଡ଼ିଶା ତରଫରୁ ଦୀପା ନାୟକ (୩୨ଓ ୫୩ମିନିଟ) ଡବଲ୍‌ ଗୋଲ ଦେଇଥିବା ବେଳେ ମାଳତୀ ମୁଣ୍ଡା ୩୫ମିନିଟରେ ଗୋଟିଏ ଗୋଲ କରିଥିଲେ। ମେଘାଳୟ ପକ୍ଷରୁ ସୁନାଲିଣ୍ଡା ଲରେନ୍‌ ୫୧ ତମ ମିନିଟରେ ଏକମାତ୍ର ଗୋଲ ଦେଇଥିଲେ। ଉଭୟ ଦଳ ତରଫରୁ ଖେଳାଳିମାନେ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରିଥିଲେ। ଖେଳକୁ ସର୍ବଭାରତୀୟ ଫୁଟ୍‌ବଲ ମହସଂଘ(ଏଆଇଏଫ୍‌ଏଫ୍‌) ମ୍ୟାଚ କମିଶନର, ରେଫରିମାନେ ପରିଚାଳନା କରିଥିଲେ। ଇ ଗ୍ରୁପ୍‌ରେ ସାମିଲ ଥିବା ଓଡ଼ିଶା, ଗୋଆ, ଗୁଜରାଟ, ମେଘାଳୟ ଓ ଅରୁଣାଚଳ ପ୍ରଦେଶର ମୋଟ ୫ଟି ଦଳ ସାମିଲ ହୋଇଛନ୍ତି। ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ ଓଡ଼ିଶା ଓ ଅରୁଣାଚଳ ପ୍ରଦେଶ ଏବଂ ଅପରାହ୍ନ ୨.୩୦ରେ ଗୁଜରାଟ ଓ ମେଘାଳୟ ମଧ୍ୟରେ ମ୍ୟାଚ ହେବ। କ୍ରୀଡା ସଂସଦର ସାଧାରଣ ସମ୍ପାଦକ ପ୍ରଭାତ କୁମାର ଭୋଳ, କୋଷାଧ୍ୟକ୍ଷ ଦୁର୍ଗାମାଧବ ନାଏକ, ଉପସଭାପତି ମେରୀଜନ ବାଗେ, ପୌଷଚନ୍ଦ୍ର ପଟେଲ, ଜୟ ଦେବ ପାତ୍ର, ରାଜେନ୍ଦ୍ର ପାଣ୍ଡେ, ନିତ୍ୟ କୁମାର ବଳ, ଅଜୟ ବହିଦାର, ରୋମାଞ୍ଚ ଭୈଷାଲ, ପ୍ରଶାନ୍ତ ପଟେଲ, ଆଶିଷ ଦେ, ଶ୍ୟାମ ନନ୍ଦନ, ସହାୟପ୍ରସାଦ ନାଏକ, ସୁଶୀଲ ପଟେଲ, ବୀରମିତ୍ର କାଲୋ, ଶିଶିର ପଟେଲ ପ୍ରମୁଖଙ୍କ ତତ୍ତ୍ୱାବଧାନରେ ଏହି ଚାମ୍ପିୟନଶିପ ଆୟୋଜିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରକ୍‌ ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଟି-୨୦ ବିଶ୍ୱକପ୍‌ରୁ ଅଷ୍ଟ୍ରେଲିଆ ଆଉଟ୍: ବର୍ଷା ସାଜିଲା ବାଧକ, ସୁପର-୮ରେ ଜିମ୍ବାୱେ

ନୂଆଦିଲ୍ଲୀ,୧୭।୨: ଟି-୨୦ ବିଶ୍ୱକପ୍‌ରେ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପାଲେକେଲେରେ ଜିମ୍ବାୱେ ଏବଂ ଆୟରଲାଣ୍ଡ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri