ନୂଆ ବନ୍ଦର ଆଇନକୁ ବିରୋଧ କରିବ ଓଡ଼ିଶା

ଭୁବନେଶ୍ୱର,୬ା୯(ବ୍ୟୁରୋ): କେନ୍ଦ୍ର ସରକାର ଦୀର୍ଘବର୍ଷ ପରେ ପୁରାତନ ବନ୍ଦର ଆଇନକୁ ପରିବର୍ତ୍ତନ କରି ନୂତନ ଆଇନ-୨୦୨୦ ପ୍ରସ୍ତୁତ କରିବାକୁ ଯାଉଛନ୍ତି। ଏ ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକଠାରୁ ମତାମତ ଲୋଡ଼ାଯାଇଛି। ତେବେ ଏହି ନୂତନ ବନ୍ଦର ଆଇନରେ ରାଜ୍ୟଗୁଡ଼ିକର ଅଧିକାରକୁ ହଡପ କରିବାକୁ କେନ୍ଦ୍ର ସରକାର ଚକ୍ରାନ୍ତ କରିଛନ୍ତି। ଏହି ନୂତନ ଆଇନକୁ ଓଡ଼ିଶା ସମେତ ବିଭନ୍ନ ରାଜ୍ୟ ସରକାର କଡ଼ା ବିରୋଧ କରିଛନ୍ତି। ପୁରୁଣା ବନ୍ଦର ଆଇନ-୧୯୦୮ରେ ବୃହତ୍‌ ବନ୍ଦରଗୁଡ଼ିକ କେନ୍ଦ୍ର ସରକାରଙ୍କ ହାତରେ ରହିଥିବା ବେଳେ ରାଜ୍ୟଗୁଡ଼ିକୁ ଅଣବୃହତ୍‌ ଏବଂ କ୍ଷୁଦ୍ର ବନ୍ଦରଗୁଡ଼ିକର ସମସ୍ତ କ୍ଷମତା ଦିଆଯାଇଥିଲା। କ୍ଷୁଦ୍ର ଓ ଅଣବୃହତ୍‌ ବନ୍ଦର ଚିହ୍ନଟ କରିବା ସହ ସେଗୁଡ଼ିକର ପରିଚାଳନା, ବିକାଶ ଏପରି କି ମାଲିକାନା ମଧ୍ୟ ରାଜ୍ୟଗୁଡ଼ିକ ହାତରେ ରହିଛି। ତେବେ ନୂଆ ବନ୍ଦର ଆଇନ କାର୍ଯ୍ୟକାରୀ ହେଲେ ରାଜ୍ୟ ହାତରୁ ସେ ସମସ୍ତ କ୍ଷମତା କେନ୍ଦ୍ର ସରକାରଙ୍କ ନିକଟକୁ ଚାଲିଯିବ। ଏପରି କି କ୍ଷୁଦ୍ର ବନ୍ଦରଗୁଡ଼ିକ କର୍ପୋରେଟ୍‌ ସଂସ୍ଥା ନିୟନ୍ତ୍ରଣକୁ ଚାଲିଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ନୂତନ ବନ୍ଦର ଆଇନରେ ଅଣବୃହତ୍‌ ଓ କ୍ଷୁଦ୍ର ବନ୍ଦର ସମସ୍ତ କ୍ଷମତା ମାରିଟାଇମ ରେଗୁଲେଟୋରି ଅଥରିଟିଙ୍କ ନିକଟକୁ ଚାଲିଯିବ। ଅଥରିଟିଙ୍କ ବିନାନୁମତିରେ ରାଜ୍ୟ ସରକାର କୌଣସି ବନ୍ଦର ପାଇଁ ଚୁକ୍ତି କରି ପାରିବେ ନାହିଁ। ବନ୍ଦରର ପରିସୀମା, ପଞ୍ଜୀକରଣ, ସମ୍ପ୍ରସାରଣ, ବିକାଶମୂଳକ କାର୍ଯ୍ୟ ଇତ୍ୟାଦି କ୍ଷମତା ଅଥରିଟିଙ୍କ ନିକଟରେ ରହିବ। ରାଜ୍ୟ ସରକାର ନୂତନ ବନ୍ଦର ପାଇଁ ଜମି, ଜଳ, ବିଦ୍ୟୁତ୍‌, ଭିତ୍ତିଭୂମି ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବେ। କିନ୍ତୁ ବନ୍ଦର ଉପରେ ରାଜ୍ୟ ସରକାରଙ୍କର କୌଣସି କର୍ତ୍ତୃତ୍ୱ ରହିବ ନାହିଁ। ଏହାଦ୍ୱାରା ରାଜ୍ୟ ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି। ଓଡ଼ିଶା ସରକାର ଏହି ନୂତନ ଆଇନକୁ ବିରୋଧ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ପାରାଦୀପ ବନ୍ଦରକୁ ବାଦ୍‌ ଦେଲେ ରାଜ୍ୟରେ ୧୩ଟି ନୂତନ ବନ୍ଦର ଚିହ୍ନଟ କରାଯାଇଛି। ସେହି ବନ୍ଦରଗୁଡ଼ିକ ହେଲା ବାଲେଶ୍ୱର ଜିଲାର ବିଚିତ୍ରପୁର, ସୁବର୍ଣ୍ଣରେଖା ମୁହାଣ, ବାହବଳପୁର, ଚାନ୍ଦିପୁର, ଇଞ୍ଚୁଡି, ଭଦ୍ରକ ଜିଲାର ଚୂଡାମଣି, ଧାମରା, ଜଗତ୍‌ସିଂହପୁର ଜିଲାର ଜଟାଧାର ମୁହାଣ, ପୁରୀ ଜିଲାର ଅସ୍ତରଙ୍ଗ ଓ ବାଲି ହରିଚଣ୍ଡୀ, ଗଞ୍ଜାମ ଜିଲାର ଗୋପାଳପୁର, ବାହୁଦା ମୁହାଣ ଏବଂ କେନ୍ଦ୍ରାପଡ଼ା ଜିଲାର ମହାକାଳପଡା ବ୍ଲକରେ ମହାନଦୀ ମୁହାଣରେ ନଦୀଭିତ୍ତିକ ବନ୍ଦର। ପୁରୁଣା ଓ ପ୍ରସ୍ତାବିତ ନୂଆ ବନ୍ଦରଗୁଡ଼ିକର ବିକାଶ କରିବାକୁ ରାଜ୍ୟ ସରକାର ୨୦୦୪ରେ ବନ୍ଦର ନୀତି କାର୍ଯ୍ୟକାରୀ କରିଛନ୍ତି। ଜଳପଥ ପରିବହନଠାରୁ ଆରମ୍ଭ କରି ଶିଳ୍ପ, ନୂତନ ବନ୍ଦର ଚିହ୍ନଟ, ବନ୍ଦରଭିତ୍ତିକ ଭିତ୍ତିଭୂମି ବିକାଶ ପାଇଁ ଏଥିରେ ବ୍ୟବସ୍ଥା ରହିଛି। ଏହାଦ୍ୱାରା ରାଜ୍ୟର ରପ୍ତାନି, ଆମଦାନୀ, ଜାତୀୟ ଏବଂ ଅନ୍ତର୍ଜାତୀୟ ବାଣିଜ୍ୟ କାରବାର ବୃଦ୍ଧି ପାଇବ। ପରିବହନ ବ୍ୟବସ୍ଥାର ବିକାଶ କରିବା ପାଇଁ ବନ୍ଦରଗୁଡ଼ିକ ସହିତ ନଦୀକୁ ସଂଯୋଗ କରିବା ଲକ୍ଷ୍ୟରେ ବନ୍ଦର ନୀତି ସହାୟକ ହୋଇ ପାରିବ। କେନ୍ଦ୍ର ସରକାରଙ୍କ ନୂତନ ବନ୍ଦର ଆଇନ ରାଜ୍ୟ ସରକାରଙ୍କ ପ୍ରଚଳିତ ବନ୍ଦରନୀତିକୁ ଏକ ପ୍ରକାର ଅଚଳ କରିଦେବ। ଖୁବ୍‌ଶୀଘ୍ର ରାଜ୍ୟ ସରକାର ଏ ନେଇ କେନ୍ଦ୍ରକୁ ଅବଗତ କରାଇବେ ବୋଲି ବାଣିଜ୍ୟ ଓ ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri