ଟିକାକରଣକୁ ଜନ-ଅଭିଯାନ ରୂପ ଦେବ ଓଡ଼ିଶା

ଭୁବନେଶ୍ୱର, ୧।୧୨(ବ୍ୟୁରୋ): କୋଭିଡ୍‌ ଟିକାକୁ ନେଇ ଦିନକୁ ଦିନ ଆଶା ଦୃଢ଼ୀଭୂତ ହେବାରେ ଲାଗିଛି। ଏପରିସ୍ଥଳେ ରାଜ୍ୟରେ ଟିକାକରଣ ପାଇଁ ଜୋର୍‌ଦାର ପ୍ରସ୍ତୁତି ଚାଲିଛି। ତେବେ ଏହି ଟିକାକରଣକୁ ଏକ ଜନ-ଅଭିଯାନ ରୂପ ଦେବା ପାଇଁ ଓଡ଼ିଶା ପ୍ରସ୍ତୁତ ଥିବା ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି। ସୋମବାର ଅନୁଷ୍ଠିତ ବୈଠକରେ ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ଓଡ଼ିଶା ଟିକାକରଣର ଅଗ୍ରାଧିକାର ତାଲିକା ଓ ବହୁସ୍ତରୀୟ ସମନ୍ବିତ କାର୍ଯ୍ୟପନ୍ଥା ସହ ପୂର୍ଣ୍ଣ ପ୍ରସ୍ତୁତ ଅଛି। ଜନସାଧାରଣଙ୍କୁ ଠିକ୍‌ ଓ ନିର୍ଭରଯୋଗ୍ୟ ସୂଚନା ପ୍ରଦାନ କରାଯିବ। ଭାରତ ସରକାରଙ୍କ ପରବର୍ତ୍ତୀ ଗାଇଡ୍‌ଲାଇନ୍‌ ଅନୁସାରେ ସମସ୍ତ କାର୍ଯ୍ୟ କରାଯିବ। ନେତୃସ୍ଥାନୀୟ ବ୍ୟକ୍ତି, ପଞ୍ଚାୟତିରାଜ ପ୍ରତିନିଧି ଓ ସାମାଜିକ ଅନୁଷ୍ଠାନଗୁଡ଼ିକୁ ଏଥିରେ ସାମିଲ କରି କୋଭିଡ୍‌ ଟିକାକରଣକୁ ଏକ ଜନ-ଅଭିଯାନର ରୂପ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି, ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ରାଜ୍ୟ ଷ୍ଟିଅରିଂ କମିଟି ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ରାଜ୍ୟ ଟାସ୍କଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇ ଟିକାକରଣ କାର୍ଯ୍ୟପଦ୍ଧତି ନିର୍ଦ୍ଧାରଣ କରାଯାଇଛି। ଜିଲାପାଳଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ଓ ବିଡିଓଙ୍କ ଅଧ୍ୟକ୍ଷତାରେ ବ୍ଲକ୍‌ ଟାସ୍କଫୋର୍ସ କମିଟି ଗଠନ କରାଯାଇଛି। ୮୩୦୦ ଟିକା ପ୍ରଦାନକାରୀ ଓ ୩୦ ହଜାର ବିତରଣ କେନ୍ଦ୍ର ନିର୍ଦ୍ଧାରଣ କରାଯାଇଛି। କୋଲ୍ଡଚେନ୍‌, ଫ୍ରିଜର, ଟିକା ସଂରକ୍ଷଣ ସ୍ଥାନ ଆଦିର ତାଲିକା ସରିଛି। ଆବଶ୍ୟକତା ଅନୁସାରେ ଅଧିକ କୁଲର, ଫ୍ରିଜର ଆଦିର ସଂଗ୍ରହ ନିମନ୍ତେ ବ୍ୟବସ୍ଥା କରାଯାଇଛି। ଟିକାକରଣ ପରେ ସମ୍ଭାବ୍ୟ ଭେଷଜ ପ୍ରତିକ୍ରିୟାର ଉପଯୁକ୍ତ ଚିକିତ୍ସା ନିମନ୍ତେ ମଧ୍ୟ ବ୍ୟବସ୍ଥା କରାଯାଉଛି ବୋଲି ମହାପାତ୍ର ସୂଚନା ଦେଇଛନ୍ତି।
ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି, ରାଜ୍ୟ, ଜିଲା ଓ ବ୍ଲକ୍‌ସ୍ତରରେ ନିୟନ୍ତ୍ରଣ କକ୍ଷ ଖୋଲିବା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ବହୁମୁଖୀ-ସମନ୍ବୟ ନିମନ୍ତେ ସାମାଜିକ ଅନୁଷ୍ଠାନ, ଏନ୍‌ସିସି ୟୁନିଟ୍‌ଙ୍କ ସହ ଯୋଗାଯୋଗ କରାଯାଇଛି। ଜାତୀୟ ସ୍ବାସ୍ଥ୍ୟ ମିଶନର ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କହିଛନ୍ତି, ଟିକାକରଣ ପାଇଁ ପ୍ରଥମ ପର୍ଯ୍ୟାୟ ଅଗ୍ରାଧିକାର ଗ୍ରୁପ୍‌ର ତାଲିକା ଭାରତ ସରକାରଙ୍କ କୋ-ଉଇନ୍‌ ୱେବ୍‌ ପୋର୍ଟାଲ୍‌ରେ ଅପ୍‌ଲୋଡ୍‌ କରାଯାଇଛି। ପ୍ରାୟ ୩.୨ ଲକ୍ଷ ସରକାରୀ ଓ ଘରୋଇ ସ୍ବାସ୍ଥ୍ୟ ଅନୁଷ୍ଠାନର ସ୍ବାସ୍ଥ୍ୟକର୍ମୀଙ୍କ ସମେତ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପର ଆଗଧାଡ଼ି କର୍ମକର୍ତ୍ତାଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସ୍ବତନ୍ତ୍ର ଶାସନ ସଚିବ ଅର୍ଚ୍ଚନା ପଟ୍ଟନାୟକ, ଭେଷଜ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ଡା. ସି.ବି.କେ. ମହାନ୍ତିଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଭିଡିଓ କନ୍‌ଫରେନ୍ସରେ ଅଂଶଗ୍ରହଣ କରିଥିଲେ।
ସୂଚନାଯୋଗ୍ୟ, କୋଭିଡ୍‌ ପରିଚାଳନା ଓ ପ୍ରଶମନ କ୍ଷେତ୍ରରେ ନୀତି ଆୟୋଗର ସାବାସି ପାଇବା ପରେ ବର୍ତ୍ତମାନ ଓଡ଼ିଶା ଜାତୀୟ ସ୍ତରରେ କୋଭିଡ୍‌ ଟିକାକରଣ ପ୍ରସ୍ତୁତିରେ ଏକ ପ୍ରଶଂସନୀୟ ସ୍ଥିତି ହାସଲ କରିଛି। ଜାତୀୟ ଟିକାକରଣ ଗାଇଡ୍‌ଲାଇନ୍‌ର ସମସ୍ତ ପରିମାପକରେ ଓଡ଼ିଶା ଆଗୁଆ ରହିଥିବା ସୋମବାର କ୍ୟାବିନେଟ୍‌ ସଚିବ ରାଜୀବ ଗୋଉବାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମିଳିଲା ଜଙ୍ଗଲ ଜମି ଅନୁମତି

ପୁରୀ,୪ା୪: ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମିଳିଛି ଜଙ୍ଗଲ ଜମି ଅନୁମତି। ଶ୍ରୀଜଗନ୍ନାଥ ବିମାନବନ୍ଦର ପାଇଁ କେନ୍ଦ୍ର ସରକାର ଷ୍ଟେଜ୍‌-୧ ଅନୁମୋଦନ କରିଛନ୍ତି। ପ୍ରକଳ୍ପକୁ ବାସ୍ତବରେ ରୂପାୟନ…

ଖଡ଼ିଛୁଆଁ, ପ୍ରବେଶ ଉତ୍ସବର ଶୁଭାରମ୍ଭ କଲେ ପାଟଣା ବିଧାୟକ

ପାଟଣା,୪ା୪(ବୀରକିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଛି। ଏହି ଅବସରରେ ଶନିବାର କେନ୍ଦୁଝର ଜିଲା ପାଟଣା ବ୍ଲକସ୍ତରୀୟ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ପାଟଣା ମୁଖ୍ୟାଳୟ…

ମୁଖ୍ୟ ବଜାରରେ ବୋମାମାଡ଼ : ଭୁବନେଶ୍ୱରରୁ ବନ୍ଧା ହେଲେ ୫

ଚିକିଟି, ୪ା୪(ପ୍ରକାଶ ଚନ୍ଦ୍ର ସାହୁ ): ବ୍ରହ୍ମପୁର ପୋଲିସ ଜିଲା କେ. ନୂଆଗାଁ ଥାନା ଚିକିଟିପେଣ୍ଠ ମୁଖ୍ୟ ବଜାରରେ ଗତ ମଙ୍ଗଳବାର ରାତି ସାଢେ ୮ଟାରେ ହୋଇଥିବା…

କଂଗ୍ରେସ ନେତା ଶଶି ଥରୁରଙ୍କ କନଭଏ ଉପରେ ଆକ୍ରମଣ, ବନ୍ଧୁକଧାରୀ ସହ ଡ୍ରାଇଭର ଆହତ

ଥିରୁଭାନନ୍ତପୁରମ,୪।୪: କଂଗ୍ରେସ ଏମପି ଶଶି ଥରୁରଙ୍କ ବନ୍ଧୁକଧାରୀ ଏବଂ ଡ୍ରାଇଭରଙ୍କ ଉପରେ ଆକ୍ରମଣ ସମ୍ପର୍କିତ ଏକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା କେରଳର ୱାଣ୍ଡୁର ଅଞ୍ଚଳରେ…

ମେଡିକାଲ ଯାଇଥିଲେ ମା’ ବାପା: ଫେରିଲା ବେଳକୁ ୧୩ ବର୍ଷର ପୁଅକୁ ମାରି ଟାଙ୍ଗିଦେଇଛି…

କଳିଙ୍ଗନଗର,୪ା୪(ଶୁଭାଶିଷ ରାଉତ): ଯାଜପୁର ଜିଲା କଳିଙ୍ଗନଗର ଥାନା ଅନ୍ତର୍ଗତ ବାରାଖାଇ ଗ୍ରାମରେ ପୂର୍ବ ଶତ୍ରୁତାରୁ ଜଣେ ନାବାଳକଙ୍କୁ ଶୁକ୍ରବାର ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ…

ଦରକାର ଥିଲା ପୁଅ, ସ୍ତ୍ରୀ ପେଟରେ ଝିଅ ଥିବା ଜାଣି ଏମିତି କାଣ୍ଡ ଘଟାଇଲେ ସ୍ବାମୀ

ହାଇଦ୍ରାବାଦ,୪।୪: ତେଲେଙ୍ଗାନାର ହନମକୋଣ୍ଡାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଆଝାରୁଦ୍ଦିନ ନାମକ ଜଣେ ବ୍ୟକ୍ତି ତାଙ୍କ ଗର୍ଭବତୀ ପତ୍ନୀ ଏବଂ ଦୁଇ ଝିଅଙ୍କୁ…

କେନାଲରୁ ମିଳିଲା ଶୁଭଲକ୍ଷ୍ମୀଙ୍କ ମୃତଦେହ, ହତ୍ୟା ସନ୍ଦେହ, ପଡ଼ୋଶୀ ଘରକୁ ପଶିଲା ସନ୍ଧାନୀ କୁକୁର

ରାଜନଗର, ୪ା୪(ଭାସ୍କର ରାଉତରାୟ): ନିଖୋଜ ଥିବା ଶୁଭଲକ୍ଷ୍ମୀଙ୍କ ମୃତଦେହ ଶୁକ୍ରବାର କେନାଲରୁ ମିଳିଛି। ଗାଁ ନିକଟ କେନାଲରେ ଖୋଜାଖୋଜି ପୂର୍ବରୁ ମୃତଦେହ ଭାସି ଆସିଥିବା ଦେଖିବାକୁ ମିଳିଥିଲା।…

ଶେଷ ହେବ ନାହିଁ ଯୁଦ୍ଧ? ଚିନ୍ତାରେ ପଡ଼ିଲାଣି ଆମେରିକା, ବଢାଇପାରେ ଡିଫେନ୍ସ ବଜେଟ

ଓ୍ବାଶିଂଟନ,୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ୩୬ ତମ ଦିନରେ ପହଞ୍ଚିଛି। ନିରନ୍ତର ଆକ୍ରମଣ ଏବଂ ପ୍ରତିଶୋଧମୂଳକ ଆକ୍ରମଣ ମଧ୍ୟରେ, ପରିସ୍ଥିତି କ୍ରମଶଃ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri