ଦେଶ ବିକାଶର ଇଞ୍ଜିନ୍‌ ହେବ ଓଡ଼ିଶା

ଓଡ଼ିଶା ଭାରତର ବିକାଶରେ ଇଞ୍ଜିନ୍‌ ପାଲଟିବ ବୋଲି ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ରାଜ୍ୟର ୬ ସହର ଭୁବନେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା, ଜଟଣୀ ଓ ପାରାଦୀପକୁ ନେଇ ମେଟ୍ରୋପଲିଟାନ୍‌ ରିଜିଅନ୍‌ କରାଯିବାର ପ୍ରସ୍ତାବ ରହିଥିବା ନେଇ ମୁଖ୍ୟମନ୍ତ୍ରୀ ବୈଠକରେ ତଥ୍ୟ ଉପସ୍ଥାପନ କରିଛନ୍ତି। ୨୦୩୬ ସୁଦ୍ଧା ରାଜ୍ୟକୁ ୫୦୦ ବିଲିୟନ ଡଲାର ଓ ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବା ଲାଗି ଓଡ଼ିଶାବାସୀଙ୍କ ଲକ୍ଷ୍ୟ ରହିଥିବା ବିଷୟ କହିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ରାଜ୍ୟ ପ୍ରତି ଥିବା ସହଯୋଗ ଓ ସଦିଚ୍ଛା କଥା ମୁଖ୍ୟମନ୍ତ୍ରୀ ମାଝୀ ଦୋହରାଇଛନ୍ତି।

ନୂଆଦିଲ୍ଲୀ (ପି.ଟି.)/ ଭୁବନେଶ୍ୱର(ସୁନିତ୍‌ ମିଶ୍ର),୨୫ା୫: ଓଡ଼ିଶା ଆଗାମୀ ୧୫ ବର୍ଷରେ ଦେଶ ବିକାଶର ଗ୍ରୋଥ୍‌ ଇଞ୍ଜିନ୍‌ ହେବାକୁ ଯାଉଛି। ଏଥିସକାଶେ ଆସନ୍ତା ଜୁନ୍‌ ୧୨ରେ ଓଡ଼ିଶାର ‘ଭିଜନ୍‌ ଡକ୍ୟୁମେଣ୍ଟ’ ଉନ୍ମୋଚନ କରାଯିବ। ଓଡ଼ିଶା ସରକାର ରାଜ୍ୟର ୬ଟି ସହରାଞ୍ଚଳକୁ ଏକ ମେଟ୍ରୋପଲିଟାନ୍‌ ରିଜିଅନ୍‌ ରୂପେ ବିକଶିତ କରିବା ପାଇଁ ଯୋଜନା କରିଛନ୍ତି। ପ୍ରସ୍ତାବିତ ମେଟ୍ରୋପଲିଟାନ୍‌ ରିଜିଅନ୍‌ ଭୁବନେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା, ଜଟଣୀ, ପାରାଦୀପକୁ ନେଇ ପ୍ରତିଷ୍ଠା କରାଯିବ, ଯାହାକି ୭,୦୦୦ ବର୍ଗ କି.ମି. ବିସ୍ତୃତ ଅଞ୍ଚଳ ଉପରେ ପରିବ୍ୟାପ୍ତ ରହିବ ବୋଲି ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସେହିପରି ୨୦୩୬ ସୁଦ୍ଧା ରାଜ୍ୟକୁ ୫୦୦ ବିଲିୟନ୍‌ ଡଲାର ଅର୍ଥନୀତିରେ ପରିଣତ କରିବାକୁ ଲକ୍ଷ୍ୟ ରହିଥିବା ବିଷୟ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଶନ୍‌ ଫର୍‌ ଟ୍ରାନ୍ସଫର୍ମିଂ ଇଣ୍ଡିଆ (ନୀତି) ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି।

ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଅନୁଷ୍ଠିତ ନୀତି ଆୟୋଗର ଦଶମ ଗଭର୍ନିଂ କାଉନ୍ସିଲ ବୈଠକରେ ଯୋଗଦେବା ଅବସରରେ ମୁଖ୍ୟମନ୍ତ୍ରୀ ମାଝୀ କେନ୍ଦ୍ର ନିକଟରେ ଓଡ଼ିଶାର ପ୍ରସ୍ତାବଗୁଡ଼ିକୁ ଉପସ୍ଥାପନ କରି କହିଛନ୍ତି, ବର୍ତ୍ତମାନ ରାଜ୍ୟର ସହରୀକରଣ ସ୍ତର ୧୭% ରହିଛି। ରାଜ୍ୟ ସରକାର ଏହାକୁ ୨୦୩୬ ସୁଦ୍ଧା ୪୦% ଓ ୨୦୪୭ ସୁଦ୍ଧା ୬୦ ପ୍ରତିଶତକୁ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଅର୍ଥାତ୍‌ ସ୍ବାଧୀନତା ପ୍ରାପ୍ତିର ଶତବାର୍ଷିକୀ ପାଳନ ବେଳେ ଓଡ଼ିଶାର ସମ୍ପୂର୍ଣ୍ଣ ସହରୀକରଣ ହୋଇସାରିଥିବ। କେବଳ ଏତିକି ନୁହେଁ, ୨୦୩୬ ସୁଦ୍ଧା ରାଜ୍ୟକୁ ୫୦୦ ବିଲିୟନ୍‌ ଡଲାର ଏବଂ ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ୍‌ ଡଲାର ଅର୍ଥନୀତିରେ ପରିଣତ କରିବାକୁ ଓଡ଼ିଶାବାସୀଙ୍କ ଲକ୍ଷ୍ୟ ରହିଛି। ଆମ ରାଜ୍ୟ ଆଗାମୀ ୨୫ ବର୍ଷରେ ଦେଶ ବିକାଶ ଯାତ୍ରାର ଗ୍ରୋଥ ଇଞ୍ଜିନ୍‌ ହେବାକୁ ଯାଉଛି। ୨୦୩୬ରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରାଯିବ। ଏଥିସକାଶେ ରାଜ୍ୟ ସରକାର ଏକ ‘ଭିଜନ୍‌ ଡକ୍ୟୁମେଣ୍ଟ’ ପ୍ରସ୍ତୁତ କରିଛନ୍ତି। ଓଡ଼ିଶାର ‘ଭିଜନ୍‌ ଡକ୍ୟୁମେଣ୍ଟ’ ଏକ ବିସ୍ତୃତ, କାର୍ଯ୍ୟକାରୀଯୋଗ୍ୟ ଓ ସମାବେଶୀ ରିପୋର୍ଟ। ଅନ୍‌ଲାଇନ୍‌ ଜରିଆରେ ସଂଗୃହୀତ ୩,୨୦,୦୦୦ ଲୋକଙ୍କ ପ୍ରସ୍ତାବ ଆଧାରରେ ପ୍ରସ୍ତୁତ ଏହି ରିପୋର୍ଟ ଜୁନ୍‌ ୧୨ରେ ଓଡ଼ିଶାରେ ଭାଜପା ସରକାର ଦେଶ ବିକାଶର କ୍ଷମତାସୀନ ହେବାର ବର୍ଷପୂର୍ତ୍ତି ପାଳନ ଅବସରରେ ଏହି ଭିଜନ୍‌ ଡକ୍ୟୁମେଣ୍ଟକୁ ଉନ୍ମୋଚନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେହିପରି ରାଜ୍ୟରେ କୃଷି, ଶିଳ୍ପ ଓ ଅନ୍ୟ କ୍ଷେତ୍ରଗୁଡ଼ିକୁ ବିକଶିତ କରିବା ପାଇଁ ସରକାର ନେଉଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନୀତି ଆୟୋଗ ବୈଠକରେ ଅବତାରଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ସମସ୍ତ ଅମଳଯୋଗ୍ୟ ଅଞ୍ଚଳକୁ ଜଳସେଚନ କରାଯାଇ କୃଷି ଉତ୍ପାଦନଶୀଳତା ବୃଦ୍ଧି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାଦ୍ୱାରା କୃଷକମାନଙ୍କ ଆୟ ବୃଦ୍ଧି ଘଟିବ। ଦ୍ରୁତ ଅଭିବୃଦ୍ଧି ଲକ୍ଷ୍ୟ ହାସଲ ଲାଗି ସହରୀକରଣକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ସେହିପରି ବିଶ୍ୱସ୍ତରୀୟ ରାସ୍ତା ଓ ରେଳପଥ ନିର୍ମାଣ ସହ ବିମାନ ଚଳାଚଳ କ୍ଷେତ୍ରରେ ଅଗ୍ରଗତି ସକାଶେ କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡ଼ାଯାଉଛି। ରାଜ୍ୟର ବିସ୍ତୃତ ଉପକୂଳ ଅଞ୍ଚଳରେ ବନ୍ଦରଭିତ୍ତିକ ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍‌ ପ୍ରତିଷ୍ଠା କରି ଆର୍ଥତ୍କ ଅଭିବୃଦ୍ଧିକୁ ଗତିଶୀଳ କରାଯିବ। ଏହାଦ୍ୱାରା ରାଜ୍ୟରେ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।
ବୟନଶିଳ୍ପ, ଗାର୍ମେଣ୍ଟ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ ଆକର୍ଷଣ ପାଇଁ ସରକାର ସବୁ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି। ‘ସ୍କିଲ୍ଡ ଇନ୍‌ ଓଡ଼ିଶା’ ବର୍ତ୍ତମାନ ଏବ ବୈଶ୍ୱିକ ବ୍ରାଣ୍ଡ୍‌ରେ ପରିଣତ ହୋଇଛି। ଓଡ଼ିଶା ଇନ୍‌ଫର୍ମେଶନ୍‌ ଟେକ୍ନୋଲୋଜି ଏନେବଲ୍ଡ ସର୍ଭିସେସ୍‌ (ଆଇଟିଇଏସ୍‌) ଏବଂ ଗ୍ଲୋବାଲ କାପାବିଲିଟି ସେଣ୍ଟର୍ସ ହବ୍‌ ରୂପେ ଉଭା ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏପ୍ରିଲ ୨୨ର ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର ସଶସ୍ତ୍ର ବଳ ‘ଅପରେଶନ୍‌ ସିନ୍ଦୂର’ ବଳରେ ସୀମାନ୍ତରେ ଥିବା ଆତଙ୍କବାଦୀଙ୍କ ଭିତ୍ତିଭୂମିକୁ ଧ୍ୱସ୍ତବିଧ୍ୱସ୍ତ କରିବାରେ ସଫଳ ହୋଇଛନ୍ତି। ଏଭଳି ସମୟରେ ସବୁ ରାଜ୍ୟକୁ ଏକାଠି କରି ଦେଶ ସହ ଛିଡ଼ା କରାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଛନ୍ତି। ସେହିପରି ‘୨୦୪୭ରେ ବିକଶିତ ଭାରତ ପାଇଁ ବିକଶିତ ରାଜ୍ୟ’ର ରୋଡ୍‌ମ୍ୟାପ୍‌ ପ୍ରସ୍ତୁତି ଏବଂ ଦେଶର ବିକାଶ ଯାତ୍ରାରେ ରାଜ୍ୟଗୁଡ଼ିକୁ ସହଭାଗୀ ହେବାର ସୁଯୋଗ ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ୨୦୨୪-୨୫ରେ ଜାତୀୟ ଅର୍ଥନୀତିର ବିକାଶ ହାର ୬.୫%କୁ ବୃଦ୍ଧି ପାଇଛି। ଏହି ସମୟରେ ଡବଲ ଇଞ୍ଜିନ୍‌ ଯୋଗୁ ଓଡ଼ିଶା ୭.୨% ଅଭିବୃଦ୍ଧି ହାସଲ କରିପାରିଛି। ପ୍ରଧାନମନ୍ତ୍ରୀ ଗତ ୧୧ ମାସ ଭିତରେ ଓଡ଼ିଶାକୁ ୫ ଥର ଗସ୍ତ କରିବା ରାଜ୍ୟର ବିକାଶ ପ୍ରତି ତାଙ୍କ ପ୍ରତିଶ୍ରୁତିବଦ୍ଧତାକୁ ଦର୍ଶାଉଛି। ଓଡ଼ିଶା ଆଗାମୀ ୧୫ ବର୍ଷରେ ଦେଶ ପାଇଁ ଅଭିବୃଦ୍ଧିର ଇଞ୍ଜିନ୍‌ ପାଲଟିବାକୁ ଯାଉଛି। ଏହି ଲକ୍ଷ୍ୟ ହାସଲ ପାଇଁ ରାଜ୍ୟରେ ଖାଲି ପଡ଼ିଥିବା ପଦବୀଗୁଡ଼ିକୁ ପୂରଣ ସକାଶେ ୫ ବର୍ଷ ଭିତରେ ଦେଢ଼ ଲକ୍ଷ ନିଯୁକ୍ତି ଦିଆଯିବ। ଓଡ଼ିଶା ସରକାରଙ୍କ ସୁଭଦ୍ରା ଯୋଜନା ମହିଳା ସଶକ୍ତୀକରଣ ପାଇଁ ଗେମ୍‌ ଚେଞ୍ଜର ସାବ୍ୟସ୍ତ ହୋଇଛି। ୧ କୋଟିରୁ ଊର୍ଦ୍ଧ୍ୱ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୦,୦୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ପଠାଯାଇଛି। ସେହିପରି ୧୬ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବା ସହ ଏହି କ୍ଷେତ୍ରରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ‘ଏକ ପେଡ୍‌ ମା’ କେ ନାମ୍‌’ ଅଭିଯାନରେ ଓଡ଼ିଶାରେ ୬.୬ କୋଟି ଚାରାରୋପଣ କରାଯାଇଛି। ଖୁବ୍‌ଶୀଘ୍ର ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ୭,୦୦୦ ପ୍ରାଥମିକ ସ୍କୁଲକୁ ଆଧୁନିକ ଉପକରଣ ଓ ଭିତ୍ତିଭୂମି ପ୍ରଦାନ ସହ ବିକଶିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। କେନ୍ଦ୍ର ସରକାର ଓଡ଼ିଶାରେ ନୂଆ ରେଳ ପ୍ରକଳ୍ପଗୁଡ଼ିକ ପାଇଁ ୭୩,୦୦୦ କୋଟି ଟଙ୍କା ଦେଇଛନ୍ତି। ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ୪,୬୦୦ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ଆହୁରି ୧୭,୫୦୦ କୋଟି ଟଙ୍କା ପ୍ରଦାନର ଯୋଜନା ରହିଛି। ରାଜ୍ୟ ସରକାର କେନ୍ଦ୍ର ସହ ସମନ୍ବୟ ରଖି ପିଏମ୍‌ ଉଷା, ପିଏମ୍‌ଶ୍ରୀ, ମମତା-ପିଏମ୍‌ଏମ୍‌ଭିଓ୍ବାଇ, ଏନ୍‌ଇପି ୨୦୨୦ ଏବଂ ପିଏମ୍‌ ଜେଏଓ୍ବାଇ ଭଳି ଯୋଜନାଗୁଡ଼ିକୁ ସଫଳତାର ସହ କାର୍ଯ୍ୟକାରୀ କରୁଥିବା ନେଇ ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ ଗିରଫ ସହ ପାଖରୁ ମିଳିଲା ଏହି…

ଭଞ୍ଜନଗର,୫ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସକୁ ନିଶା କାରବାର ବିରୋଧୀ ଅଭିଯାନରେ ବୁଧବାର ପୁଣି ଏକ ସଫଳତା ମିଳିଛି। ମଙ୍ଗଳବାର ପୋଲିସ ପାଟ୍ରୋଲିଂ ସମୟରେ ବୁଦୁଲି…

ଓ୍ବାର୍ନିଂ ଜାରି କଲା ପାଣିପାଗ ବିଭାଗ, ୪୮ ଘଣ୍ଟାରେ ଏହି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର,୫।୮: ମୌସୁମୀ ସକ୍ରିୟ ରହିଥିବା ବେଳେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ସେ ଆସନ୍ତା ୪୮ ଘଣ୍ଟା ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି…

ପାଠ୍ୟପୁସ୍ତକ ତ୍ରୁଟି ଘଟଣା; ମନୋଜ ପାଢ଼ୀଙ୍କୁ ଜାମିନ, କୋର୍ଟ ରଖିଲେ ଏହି ସର୍ତ୍ତ

କଟକ,୫।୮(ପ୍ରଭୁକଲ୍ୟାଣ ପାଲ୍): ସ୍କୁଲ ପାଠ୍ୟ ପୁସ୍ତକ ତ୍ରୁଟି ମାମଲାରେ ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରାଯାଇଛି । କଟକ ସ୍ୱତନ୍ତ୍ର…

ପୁଅ ହେବ ତ ଏମିତି… ପାଲିଙ୍କିରେ ମାତା-ପିତାଙ୍କୁ ବସାଇ ୧୫ କିମି ପଦଯାତ୍ରା, ଝୁମରନାଥ ଧାମ ଦର୍ଶନ କରାଇଲେ

ଲକ୍ଷ୍ନୌ,୫।୮: ଉତ୍ତର ପ୍ରଦେଶର ଲଲିତପୁର ଜିଲାରୁ ସାମ୍ନାକୁ ଆସିଛି ଭକ୍ତି, ସେବା ଓ ସଂସ୍କାରର ଏକ ପ୍ରେରଣାଦାୟକ ଚିତ୍ର । ବାର କସ୍ବାର ମୋତିଖେଡ଼ା ଗ୍ରାମର ବାସିନ୍ଦା…

କ୍ଷମା ମାଗିଲେ ଜୁକରବର୍ଗ: ମୋଦି ସରକାରଙ୍କୁ କହିଲେ, ବହୁତ ଟଙ୍କା ମିଳିଥିଲା…

ନୂଆଦିଲ୍ଲୀ,୫।୮: ମାର୍କ ଜୁକରବର୍ଗ CSAM କଣ୍ଟେଣ୍ଟ, ଡିପଫେକ୍ କଣ୍ଟେଣ୍ଟ ଏବଂ ପ୍ଲାଟଫର୍ମ ପରିଚାଳନାରେ ହୋଇଥିବା ଭୁଲ୍ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ସେମାନଙ୍କୁ ସ୍ପଷ୍ଟ କରାଯାଇଥିଲା ଯେ…

୨୦୨୭ ODI ବିଶ୍ୱକପକୁ ନେଇ ଆସିଲା ବଡ଼ ଅପଡେଟ: କାର୍ଯ୍ୟସୂଚୀ ଘୋଷଣା କଲା ICC

ନୂଆଦିଲ୍ଲୀ,୫।୮: 2027 ODI ବିଶ୍ୱକପର କାର୍ଯ୍ୟସୂଚୀକୁ ନେଇ ଏକ ବଡ଼ ଅପଡେଟ ପ୍ରକାଶ ପାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଟୁର୍ଣ୍ଣାମେଣ୍ଟର ଯୋଗ୍ୟତା ପର୍ଯ୍ୟାୟ ପାଇଁ ତାରିଖ…

ବିଭିନ୍ନ ସରକାରୀ ଅନୁଷ୍ଠାନକୁ ଅଚାନକ ଗସ୍ତ କଲେ ଜିଲାପାଳ, କାର୍ଯ୍ୟପ୍ରଣାଳୀ ଅନୁଧ୍ୟାନ କରି…

ନବରଙ୍ଗପୁର,୫ା୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାପାଳ ଡ. ମହେଶ୍ୱର ସ୍ବାଇଁ ବୁଧବାର ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ନନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (CHC), ନିସ୍ନାହାଣ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ…

ବେକରେ ଓଢ଼ଣୀ ବାନ୍ଧି ଝୁଲିପଡ଼ିଲେ ଦଶମ ଶ୍ରେଣୀ ଛାତ୍ରୀ, ପଢ଼ା ଖାତା ଜବତ କରି ପୋଲିସ…

ଝରିଗାଁ,୫ା୮(କିଶୋର ଚନ୍ଦ୍ର ମଣ୍ଡଳ): ବେକରେ ଓଢ଼ଣୀ ଦେଇ ଝୁଲି ପଡ଼ିଛନ୍ତି ଜଣେ ଦଶମ ଶ୍ରେଣୀ ଛାତ୍ରୀ। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚଚା ପଞ୍ଚାୟତ ଅନ୍ତର୍ଗତ ଗବାଗୁଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri