Posted inଖେଳ

ଆଜିଠୁ ଓଡ଼ିଶା ବନାମ ଜମ୍ମୁ-କଶ୍ମୀର

ଭୁବନେଶ୍ୱର, ୧୯।୧ (ତପନ ସ୍ବାଇଁ): ଚଳିତ ରଣଜୀ ଟ୍ରଫି ସିଜନରେ ଓଡ଼ିଶା ଏହାର ତୃତୀୟ ମ୍ୟାଚ ଶୁକ୍ରବାରଠାରୁ ଜମ୍ମୁ-କଶ୍ମୀର ବିପକ୍ଷରେ ଖେଳିବ। କଟକସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳାଯିବ। ଏହାପରେ ଘରୋଇ ଗ୍ରାଉଣ୍ଡରେ ଓଡ଼ିଶା ଆଉ ୩ଟି ମ୍ୟାଚ ଖେଳିବ। ପରବର୍ତ୍ତୀ ମ୍ୟାଚ ସେହି ଡ୍ରିମ୍ସରେ ୨୬ରୁ ୨୯ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶ ବିପକ୍ଷରେ ଅନୁଷ୍ଠିତ ହେବ। ଏହାପରେ କଟକର ବାରବାଟୀ ଷ୍ଟାଡିୟମରେ ଓଡ଼ିଶା ଓ ପଣ୍ଡିଚେରୀ ମଧ୍ୟରେ ମ୍ୟାଚ ଫେବୃୟାରୀ ୨ରୁ ୫ ପର୍ଯ୍ୟନ୍ତ ଖେଳାଯିବ। ଘରୋଇ ପରିବେଶରେ ଓଡ଼ିଶା ଏହାର ଚତୁର୍ଥ ମ୍ୟାଚ ଫେବୃୟାରୀ ୯ରୁ ୧୨ ପର୍ଯ୍ୟନ୍ତ ଡ୍ରିମ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ। ଶାନ୍ତନୁ ମିଶ୍ରଙ୍କ ନେତୃତ୍ୱରେ ଓଡ଼ିଶା ଏପର୍ଯ୍ୟନ୍ତ ବାହାର ପରିବେଶରେ ୨ଟି ମ୍ୟାଚ ଖେଳି ସାରିଛି। ଭଦୋଦରାର ମୋତିବାଗ ଷ୍ଟାଡିୟମରେ ବରୋଦାଠାରୁ ୧୪୭ ରନରେ ପରାସ୍ତ ହୋଇ ଅଭିଯାନ କରିଥିବା ଓଡ଼ିଶା ଇନ୍ଦୋରର ଇମିରାଲ୍ଡ ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚକୁ ମଧ୍ୟ ପ୍ରଦେଶ ବିପକ୍ଷରେ ଡ୍ର ରଖିଛି। ତେବେ ଏହି ମ୍ୟାଚରେ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଦଳ ୩ ପଏଣ୍ଟ ପାଇଛି। ଏହି ମ୍ୟାଚରେ ଶୁଭ୍ରାଂଶୁ ସେନାପତି ୨୭୭ ରନର ଇନିଂସ ଖେଳି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି।

ଜମ୍ମୁ କଶ୍ମୀର ଦଳ ଇତିମଧ୍ୟରେ କଟକରେ ଡ୍ରିମ୍ସ ଗ୍ରାଉଣ୍ଡରେ ଅଭ୍ୟାସ କରିଛି। ଏହି ଦଳ ଜମ୍ମୁଠାରେ ସିଜନର ପ୍ରଥମ ମ୍ୟାଚକୁ ହିମାଚଳ ପ୍ରଦେଶ ବିପକ୍ଷରେ ଡ୍ର ରଖି ଅଭିଯାନ ଆରମ୍ଭ କରିଛି। ବର୍ଷା ଓ ପଡ଼ିଆ ଓଦା ଜନିତ ପରିବେଶ ଯୋଗୁ ୨ଟି ଲେଖାଏ ଇନିଂସ ଖେଳ ସମ୍ଭବ ହୋଇ ନ ଥିଲା। ଜମ୍ମୁଠାରେ ଅନୁଷ୍ଠିତ ଦିଲ୍ଲୀ ବିପକ୍ଷ ଦ୍ୱିତୀୟ ମ୍ୟାଚ ମଧ୍ୟ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଥିଲା। ଦିଲ୍ଲୀ ଗୋଟିଏ ଇନିଂସ ଖେଳି ୬ ଉଇକେଟରେ ୧୩୪ ରନ କରିବା ସମ୍ଭବ ହୋଇଥିଲା। ଏହି ମ୍ୟାଚ ମଧ୍ୟ ଡ୍ର ରହିଥିଲା। ଫଳରେ ୨ ମ୍ୟାଚରୁ ଜମ୍ମୁ-କଶ୍ମୀର ୨ ପଏଣ୍ଟ ପାଇବାକୁ ସକ୍ଷମ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦିନିକିଆ ସିରିଜ ପାଇଁ ଆଜି ଟିମ ଇଣ୍ଡିଆ ଘୋଷଣା ହେବା ପୂର୍ବରୁ ଅସୁସ୍ଥ ହେଲେ ଶୁବମନ ଗିଲ

ନୂଆଦିଲ୍ଲୀ,୩।୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ ପାଇଁ ଆଜି ଟିମ ଇଣ୍ଡିଆ ଘୋଷଣା ହେବାର କାର୍ଯ୍ୟକ୍ରମ ରହିଛି। ଏହି ଘୋଷଣା ପୂର୍ବରୁ, ଭାରତୀୟ ଅଧିନାୟକ ଅସୁସ୍ଥ...

ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ସିଲେକ୍ସନ ହେବା ପୂର୍ବରୁ ଆସିଲା ଟିମ ଇଣ୍ଡିଆର ଫିଟନେସ୍‌ ରିପୋର୍ଟ, ନାହିଁ ଏହି ଖେଳାଳିଙ୍କ ନାମ

ନୂଆଦିଲ୍ଲୀ,୩।୧: ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ପାଇଁ ଶନିବାର ଦଳ ଘୋଷଣା ହେବାର ସମ୍ଭାବନା ରହିଛି। ସମସ୍ତଙ୍କ ନଜର କେଉଁ ଖେଳାଳିଙ୍କୁ...

IPL 2026: BCCIର ବଡ଼ ନିର୍ଦ୍ଦେଶ, ଶାହାରୁଖଙ୍କ ଟିମରୁ ବାହାରିବେ ଏହି ଖେଳାଳି

ନୂଆଦିଲ୍ଲୀ,୩।୧: କୋଲକାତା ନାଇଟ ରାଇଡର୍ସ ଏବଂ IPL 2026 ରୁ ବାଂଲାଦେଶୀ ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ ବାହାର କରିବା ପାଇଁ ଦାବି ମଧ୍ୟରେ, BCCI...

କୋହଲିଙ୍କ ପରେ ଏବେ ଶୁବମନ ଗିଲଙ୍କ ପ୍ରଶଂସକଙ୍କୁ ବଡ଼ ଝଟକା: BCCI ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୩।୧: ଡିସେମ୍ବର ୨୪ ତାରିଖରେ ବିଜୟ ହଜାରେ ଟ୍ରଫିରେ ଦିଲ୍ଲୀ ପାଇଁ ପଡ଼ିଆକୁ ଓହ୍ଲାଇବା ସମୟରେ, ପ୍ରଶଂସକମାନେ ବହୁତ ଆଶା ରଖିଥିଲେ। ପ୍ରଶଂସକମାନେ କୋହଲିଙ୍କୁ ଦେଖିବାକୁ...

‘ବଞ୍ଚାନ୍ତୁ…’, ଭାରତର ଶ୍ରେଷ୍ଠ ଖେଳାଳିମାନଙ୍କୁ ସାହାଯ୍ୟ ପାଇଁ ନିବେଦନ କଲେ…

ନୂଆଦିଲ୍ଲୀ,୩।୧: ଭାରତୀୟ ଫୁଟବଲ ସଙ୍କଟରେ ଅଛି। ଇଣ୍ଡିଆନ ସୁପର ଲିଗ (ISL) ହେବ କି ନାହିଁ ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟତା ନାହିଁ। ISL...

ଗିଲେସ୍ପିଙ୍କ ବଡ଼ ବୟାନ: ପାକିସ୍ତାନ କ୍ରିକେଟ କୋଚ୍‌ ପଦବୀ ଛାଡ଼ିବାର କହିଲେ କାରଣ…

କରାଚୀ,୨ା୧: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜାସନ ଗିଲେପ୍ସିଙ୍କୁ କାହିଁକି ପାକିସ୍ତାନ କ୍ରିକେଟ ଦଳର କୋଚ୍‌ ପଦବୀ ଛାଡ଼ିବାକୁ ପଡ଼ିଥିଲା, ସେ ତାହାର କାରଣ ଦର୍ଶାଇଛନ୍ତି। ସୋସିଆଲ...

ବିସିସିଆଇରୁ ଏତେ ଟଙ୍କା ପେନସନ ପାଆନ୍ତି ଏମଏସ ଧୋନୀ, ପ୍ରତି ମାସରେ ଆସୁଛି…

ନୂଆଦିଲ୍ଲୀ,୨।୧: ଭାରତକୁ ଦୁଇଟି ବିଶ୍ୱକପ ବିଜୟୀ କରାଇଥିବା ମହେନ୍ଦ୍ର ସିଂ ଧୋନୀ ହୁଏତ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି, କିନ୍ତୁ ଭାରତୀୟ କ୍ରିକେଟ ସହିତ ତାଙ୍କର...

IND vs BAN: ଚଳିତ ବର୍ଷ ବାଂଲାଦେଶ ଗସ୍ତ କରିପାରେ ଭାରତୀୟ ଟିମ, BCCIକୁ ନିମନ୍ତ୍ରଣ, ସେପ୍ଟେମ୍ବରରେ…

ନୂଆଦିଲ୍ଲୀ,୨।୧: ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଶୁକ୍ରବାର ଘୋଷଣା କରିଛି ଯେ ଭାରତୀୟ ଦଳ ଚଳିତ ବର୍ଷ ସେପ୍ଟେମ୍ବରରେ ବାଂଲାଦେଶ ଗସ୍ତ କରିବ, ଯେଉଁଠାରେ ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri