Categories: ଖେଳ

ଓଡ଼ିଶା ଭଲିବଲ ଦଳ ଘୋଷିତ

ଭୁବନେଶ୍ୱର, ୧୫।୧୨ (କ୍ରୀଡ଼ା ପ୍ରତିନିଧି): ମଧ୍ୟପ୍ରଦେଶର ପାନ୍ନାଠାରେ ୨୫ତମ ଜାତୀୟ ୟୁଥ୍‌ ଭଲିବଲ ଚାମ୍ପିୟନଶିପ୍‌ (ମହିଳା/ପୁରୁଷ) ଚଳିମାସ ୧୬ରୁ ୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ବୁଧବାର ଓଡ଼ିଶା ଦଳ ଘୋଷିତ ହୋଇଛି। ଦଳ ଚୟନ ପାଇଁ କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଗତ ୬ ତାରିଖରେ ଏକ ଟ୍ରାଏଲ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟର ସମସ୍ତ ଜିଲା ଓ ୟୁନିଟରୁ ୮୦ ଖେଳାଳି ଯୋଗ ଦେଇଥିଲେ। ଏଥିରୁ ୨୯ (୧୭ ପୁରୁଷ, ୧୨ ମହିଳା) ଖେଳାଳିଙ୍କୁ ଚୟନ କରାଯାଇ ଟ୍ରେନିଂ କ୍ୟାମ୍ପ ଚାଲିଥିଲା। ସେଥିରୁ ୨୪ ଖେଳାଳି ଓ ୩ ଅଫିସିଆଲ ଆଗାମୀ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିଲେ।

ଓଡ଼ିଶା ମହିଳା ଦଳ: ମାମାଲି ନାଗ୍‌ (ଅଧିନାୟିକା), ରୋଜାଲିନ ଆନ୍ଦିଆ, ଲାସ୍ୟମୟୀ ମହନ୍ତ, ପାର୍ବତୀ ଗଡବା, ସୁଚିସ୍ମିତା ଦିଣ୍ଡା, ବି. ଅନିଶା, ସରୋଜିନୀ ସାମଲ, ଆଶା ମୁଣ୍ଡାରୀ, ପାୟଲ କାଣ୍ଡି, ସସ୍ମିତା ଦେହୁରୀ, ସ୍ନେହମୟୀ କିଷାନ, ବାସନ୍ତି ମାଝି (ଏଲ୍‌)। କୋଚ୍‌: ରଶ୍ମିରଞ୍ଜନ ନନ୍ଦ।

ଓଡ଼ିଶା ପୁରୁଷ ଦଳ: ରାଜ କିଣ୍ଡୋ (ଅଧିନାୟକ), ଆଦର୍ଶ ଗରତିଆ, ମହମ୍ମଦ ରାଜା, ଅର୍ଶାଦ ଅଲୀ, ତୁଷାର ଦେହେରି, ସିଦ୍ଧାନ୍ତ ପ୍ରଧାନ, ସୁବ୍ରତ ବେହେରା, ପବିତ୍ର ବେହେରା, ମୋହନ ବିଶ୍ୱାଳ, ବିକାଶ ପାତ୍ର, ଭାନୁପ୍ରତାପ ପରିଡ଼ା, ସମ୍ବିତ ବେହେରା (ଏଲ୍‌)। କୋଚ୍‌ ରମେଶ ଚନ୍ଦ୍ର ଓଝା। ମ୍ୟାନେଜର: ଆଶିଷ କୁମାର ବିହାରୀ।

 

Share