୨୮ରୁ ୩ ଦିନିଆ ଓଡ଼ିଶା ଟ୍ରାଭେଲ ବଜାର

ଭୁବନେଶ୍ୱର,୨୭।୧୦: ସମଗ୍ର ଭାରତରେ ତଥା ଆନ୍ତର୍ଜାତୀୟ ସ୍ତରରେ ଓଡିଶା ପର୍ଯ୍ୟଟନର ଯଶ ବୃଦ୍ଧି କରିବା ନିମନ୍ତେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଫେଡେରେସନ୍‌ ଅଫ୍‌ ଇଣ୍ଡିଆନ୍‌ ଚାମ୍ବର ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି) ର ମିଳିତ ଆନୁକୁଲ୍ୟରେ ଓଡିଶା ଟ୍ରାଭେଲ ବଜାର(ଓଟିବି)ର ୪ର୍ଥ ସଂସ୍କରଣ ଚଳିତ ବର୍ଷ ଅକ୍ଟୋବର ୨୮ ରୁ ୩୦ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଫ୍ଲାଗସିପ୍‌ ପ୍ରଦର୍ଶନୀକୁ ୨୮ ଅକ୍ଟୋବରରେ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଦେଶ ଓ ବିଦେଶର ବିକ୍ରେତାମାନେ ଏହି ୩ ଦିନିଆ ପ୍ରଦର୍ଶନୀରେ ସେମାନଙ୍କ ପର୍ଯ୍ୟଟନ ସମ୍ବନ୍ଧିୟ ଉତ୍ପାଦ ପ୍ରଦର୍ଶନ କରିବାର ସୁଯୋଗ ପାଇବେ ଯାହା ଭୁବନେଶ୍ୱରର ସ୍ବସ୍ଥି ପ୍ରିମିୟମ ହୋଟେଲ ଠାରେ ଅନୁଷ୍ଠିତ ହେବ। ବିଶେଷ କରି ଓଡିଶା ଟ୍ରାଭେଲ ବଜାରର ୪ର୍ଥ ସଂସ୍କରଣରେ ୨୫ ଟି ବିଦେଶୀ ଟୁର୍‌ ଅପରେଟରଙ୍କ ସହ ୮୩ଟି ଜଣାଶୁଣା ଘରୋଇ ଟୁର ଅପରେଟର ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

ବୁଧବାର ସ୍ଥାନୀୟ ଜୟଦେବ ବିହାରସ୍ଥିତ ଏକ ୫ ତାରକା ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶାର ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର କହିଥିଲେ ଯେ, ଓଡ଼ିଶା ହେଉଛି ପ୍ରାକୃତିକ ସମ୍ବଳର ଗନ୍ତାଘର। କିଛି ବର୍ଷ ଭିତରେ ଆମ ରାଜ୍ୟ ଏକ ପ୍ରମୁଖ ସାଂସ୍କୃତିକ ଓ ଧାର୍ମିକ ପର୍ଯ୍ୟଟନସ୍ଥଳୀ ଭାବେ ଉଭା ହୋଇଛି। ଆମର ୪୮୨ କିମି ବ୍ୟାପୀ ଲମ୍ବା ବେଳାଭୂମି, ୧୯ ବନ୍ୟଜନ୍ତୁ ଅଭୟାରଣ୍ୟ ସହିତ ଆମର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟକୁ ନେଇ ସାରା ବିଶ୍ୱର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ଓଡ଼ିଶା ପାଖରେ ପୂର୍ଣ୍ଣ ସମ୍ଭାବନା ରହିଛି।

ସେହି ସମ୍ଭାବନା ବିଷୟରେ ଦେଶ ଭିତରର ଓ ବିଦେଶର ଟୁର ଅପରେଟରମାନଙ୍କୁ ଜଣାଇବା ଲାଗି ଆମେ ଏହି ୩ଦିନିଆ ଓଡ଼ିଶା ଟ୍ରାଭେଲ ବଜାରର ଆୟୋଜନ କରୁଛୁ। ସେହିଭଳି ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର କହିଛନ୍ତି, ଓଡ଼ିଶାର ଅନେକ ସ୍ବତନ୍ତ୍ରତା ରହିଛି। ବିଶେଷ କରି କେରଳ, ମହାରାଷ୍ଟ୍ର ଏବଂ ୟୁରୋପୀୟ ରାଷ୍ଟ୍ରଗୁଡ଼ିକରେ କାରାଭାନ୍‌ର ପ୍ରଚଳନ ଯାହା ହୋଟେଲ ରହଣୀଠାରୁ ଶସ୍ତା ଏବଂ ପର୍ଯ୍ୟଟକଙ୍କ ପାଇଁ ବେଶ ଉପାଦେୟ ସେ ବିଷୟରେ ମଧ୍ୟ ବିସ୍ତୁତ ଆଲୋଚନା କରିଥିଲେ। ସେହିପରି ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର ନିର୍ଦେଶକ ସଚିନ ରାମଚନ୍ଦ୍ର ଯାଦବ କହିଛନ୍ତି,କୋଭିଡ୍‌ ଅନ୍ତରାଳ ପରେ ଆମେ ଓଡ଼ିଶା ଟ୍ରାଭେଲ ବଜାରର ୪ର୍ଥ ସଂସ୍କରଣ ଆୟୋଜନ କରୁଛୁ। ଓଡ଼ିଶା ପର୍ଯ୍ୟଟନର ଏହା ହେଉଛି ପ୍ରମୁଖ କାର୍ଯ୍ୟକ୍ରମ। ଏହାର ଲକ୍ଷ୍ୟ ହେଉଛି ଓଡ଼ିଶାର ପର୍ଯ୍ୟଟନୀ ସ୍ଥଳଗୁଡ଼ିକ ବିଷୟରେ ଭାରତର ଏବଂ ଆନ୍ତର୍ଜାତିକ ଟୁର ଅପରେଟରମାନଙ୍କୁ ଅବଗତ କରିବା। ଅନ୍ୟମାନଙ୍କ ମଧ୍ୟରେ ସ୍ବସ୍ତି ହୋଟେଲ୍‌ସର ସିଏମ୍‌ଡି ଜେ.କେ ମହାନ୍ତି ଏବଂ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର ଓଏସ୍‌ଡି ଅଂଶୁମାନ ରଥ ଉପସ୍ଥିତ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri