Categories: ଜାତୀୟ

ରେଳ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ଟ୍ରେନ ଦୁର୍ଘଟଣାକୁ ନେଇ ଟିଏମସି ନେତାଙ୍କ ଦାବି

କୋଲକାତା,୩।୬: ଓଡ଼ିଶାର ବାଲେଶ୍ୱରରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାକୁ ନେଇ ରାଜନୈତିକ ପ୍ରତିକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଏହି କ୍ରମରେ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗର ଶାସକ ଦଳ ତୃଳମୂଳ କଂଗ୍ରେସ (ଟିଏମସି) ଏହି ଟ୍ରେନ ଦୁର୍ଘଟଣା ସମ୍ପର୍କରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରିଛି।

ଟିଏମସି ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ ଏଭଳି ଟ୍ରେନ ଦୁର୍ଘଟଣାକୁ ରୋକିବା ପାଇଁ ପଦକ୍ଷେପ ନେବା ପରିବର୍ତ୍ତେ କେନ୍ଦ୍ର ସରକାର ବିରୋଧୀ ଦଳର ନେତାଙ୍କ ଗୁପ୍ତଚର କାର୍ଯ୍ୟ କରିବାକୁ ସଫ୍ଟୱେୟାରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ସରକାର କେବଳ ଗର୍ବ କରନ୍ତି। ଟିଏମସି ନେତା କହିଛନ୍ତି , କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ବନ୍ଦେ ଭାରତ ଏବଂ ନୂତନ ଭାବେ ନିର୍ମିତ ଷ୍ଟେଶନ ବିଷୟରେ ଜନସାଧାରଣଙ୍କୁ ବିଭ୍ରାନ୍ତ କରି ରାଜନୈତିକ ସମର୍ଥନ ହାସଲ କରିବାକୁ ଚାହୁଁଛନ୍ତି, କିନ୍ତୁ ସୁରକ୍ଷା ବ୍ୟବସ୍ଥା ପାଇଁ କିଛି କରୁନାହାଁନ୍ତି।

Share