Categories: ଜାତୀୟ

ଟ୍ରେନ୍‌ ଦୁର୍ଘଟଣା: ଉଦ୍ଧାର କାର୍ଯ୍ୟ ଶେଷ ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ଆହତଙ୍କୁ ଭେଟିବେ ମୋଦି

ନୂଆଦିଲ୍ଲୀ,୩।୬: ଓଡିଶାର ବାଲେଶ୍ୱରରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ରେଲଓ୍ବେ ପ୍ରବକ୍ତା ଅମିତାଭ ଶର୍ମା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନିଜେ ସେହି ସ୍ଥାନ ପରିଦର୍ଶନ କରିବେ। ଏହି ଦୁର୍ଘଟଣାରେ ଦୁଇଟି ଏକ୍ସପ୍ରେସ ଏବଂ ଏକ ମାଲଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ୯୦୦ ଆହତ ହୋଇଥିବା ସୂଚନା ମିଳିଛି। କଟକ, ବାଲେଶ୍ୱର ଏବଂ ଘଟଣାସ୍ଥଳ ପାଇଁଁ ତିନୋଟି ଦଳ ଗଠନ କରାଯାଇଛି। ପ୍ରାୟ ୩୯ ଟ୍ରେନର ଦିଗ ପରିବର୍ତ୍ତନ କରାଯାଇଛି । ଏହାରି ଭିତରେ ଶନିବାର ଦିନ ପ୍ରାୟ ୧୨ଟା ସୁଦ୍ଧା ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିବା କୁହାଯାଉଛି।

Share