Categories: ଜାତୀୟ

ନେପାଳରୁ ତାଇଓ୍ବାନ ପାର୍ଯ୍ୟନ୍ତ ଟ୍ରେନ ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କଲେ, କହିଲେ ‘ଭାରତରେ ଟ୍ରେନ ଦୁର୍ଘଟଣା ଦୁଃଖଦ’

ନୂଆଦିଲ୍ଲୀ,୩।୬: ଓଡ଼ିଶାର ବାଲେଶ୍ୱରରେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ୩୦ରେ ଏକ ବଡ ଧରଣର ଟ୍ରେନ ଦୁର୍ଘଟଣା ହୋଇଛି। ଏଥିରେ ଏବେ ପର୍ଯ୍ୟନ୍ତ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସେହିପରି ୯୦୦ରୁ ଅଧିକ ଆହତ ହୋଇଥିବା କୁହାଯାଉଛି। ଓଡ଼ିଶାରେ ଏହି ଟ୍ରେନ ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି। ଗତ ୧୨ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ରେଳ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ଯେ କରମଣ୍ଡଲ ଏକ୍ସପ୍ରେସର ବଗି ଗୁଡିକ ଟ୍ରାକରୁ ଖସିଯିବା ପରେ ଏକ ମାଲଗାଡି ସହ ମୁହାଁମୁହିଁ ଧକ୍କା ହୋଇଥିଲେ, ଏହି କାରଣରୁ ମାଲଗାଡିଟି ମଧ୍‌ୟ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ରେଲଓ୍ବେ ପ୍ରବକ୍ତା ଅମିତାଭ ଶର୍ମା କହିଛନ୍ତି ଯେ ପ୍ରଥମେ କରମଣ୍ଡଲ ଏକ୍ସପ୍ରେସ ପ୍ରଥମେ ଟ୍ରାକରୁ ଖସିଯାଇଥିଲା ଓ ଏହାର ୧୦-୧୨ଟି ବଗି ବେଙ୍ଗାଲୁରୁ-ହାୱାର ଏକ୍ସପ୍ରେସ ଟ୍ରାକରେ ପଡିଯାଇଥିଲା।

ଓଡ଼ିଶା ଟ୍ରେନ ଦୁର୍ଘଟଣାକୁ ନେଇ ନେପାଳର ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ଦହଲ ଟୁଇଟ କରି କହିଛନ୍ତି ଯେ ଆଜି ଭାରତର ଓଡିଶାରେ ଏକ ଟ୍ରେନ ଦୁର୍ଘଟଣାରେ ଶହ ଶହ ଲୋକଙ୍କ ମୃତ୍ୟୁରେ ମୁଁ ଦୁଃଖିତ। ପ୍ରଧାନମନ୍ତ୍ରୀ ମୋଦି ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଁ ଗଭୀର ସମବେଦନା ଜଣାଉଛି। ଏହା ବ୍ୟତୀତ ଓଡ଼ିଶା ଟ୍ରେନ ଦୁର୍ଘଟଣାରେ ଆମେରିକୀୟ ରାଷ୍ଟ୍ରଦୂତଙ୍କ ପକ୍ଷରୁ ଟୁଇଟୁ କର କୁହାଯାଇଛି କି ପୂର୍ବ ଭାରତରେ ଏକ ଟ୍ରେନ ଦୁର୍ଘଟଣା ଦୁଃଖଦାୟକ।
ଏହା ବ୍ୟତୀତ ତାଇୱାନର ମନ୍ତ୍ରୀ ସାଇ ଇନ ୱେନ ସମବେଦନା ଜଣାଇ କହିଛନ୍ତି ଯେ ମୁଁ ଭାରତରେ ଟ୍ରେନ ଦୁର୍ଘଟଣାରେ ସମସ୍ତ ଲୋକଙ୍କ ପାଇଁ ପ୍ରାର୍ଥନା କରୁଛି। ମୁଁ ପୀଡିତ ଏବଂ ସେମାନଙ୍କ ପରିବାର ପ୍ରତି ମୋର ହୃଦୟରୁ ସମବେଦନା ଜଣାଉଛି। ମୁଁ ଆଶା କରୁଛି ଉଦ୍ଧାର କାର୍ଯ୍ୟ ସମୟରେ ସମସ୍ତଙ୍କୁ ଉଦ୍ଧାର କରାଯାଇପାରିବ।

Share