କବଚ ସିଷ୍ଟମ କ’ଣ? ବାଲେଶ୍ୱର ଦୁର୍ଘଟଣାରେ ଏହାକୁ ନେଇ ହେଉଛି ଆଲୋଚନା…

ନୂଆଦିଲ୍ଲୀ,୩।୬:ଓଡିଶା ବାଲେଶ୍ୱର ବାହାନଗାରେ ହୋଇଥିବା ଛାତିଥରା ଟ୍ରେନ ଦୁର୍ଘଟଣା ନେଇ ଅନେକ ପ୍ରଶ୍ନ ଉଠିଛି। ଦୁର୍ଘଟଣା କିପରି ଏବଂ କେମିତି ହେଲା ଏନେଇ ଆଲୋଚନା ଏବଂ ସମାଲୋଚନା ମଧ୍ୟ ଲାଗିରହିଛି। ତେବେ ବିରୋଧୀ ଏହାକୁ ସରକାରଙ୍କ ସାଧାରଣ ଲୋକଙ୍କୁ ଅବହେଳା ଏବଂ ବିଳାସପୂର୍ଣ୍ଣ ଟ୍ରେନ୍‌ ଉପରେ ଗୁରୁତ୍ୱ ଦେଉଛନ୍ତି ବୋଲି କହି ଟାର୍ଗେଯ କରିଛନ୍ତି।ଏହି ଦୁର୍ଘଟଣାର ତଦନ୍ତ ପାଇଁ କେନ୍ଦ୍ର ସରକାର ଏକ ଉଚ୍ଚ ସ୍ତରୀୟ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏସବୁ ମଧ୍ୟରେ ‘କବଚ ସିଷ୍ଟମ’ ନେଇ ପ୍ରଶ୍ନ ସାମ୍ନାକୁ ଆସିଛି। ରେଳ ମୁଖପାତ୍ର ଅମିତାଭ ଶର୍ମା ଏନେଇ ସୂଚନା ଦେଇଛନ୍ତି, ଟ୍ରେନ୍‌ ଦୁର୍ଘଟଣା ଘଟିଥିବା ରୁଟ୍‌ରେ ‘କବଚ ସିଷ୍ଟମ’ ଉପଲବ୍ଧ ନ ଥିଲା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ‘କବଚ ସିଷ୍ଟମ’ ନେଇ ପ୍ରଶ୍ନ କରିଛନ୍ତି। ତେବେ ଏହି କବଚ ସିଷ୍ଟମ କ’ଣ ଆସନ୍ତୁ ଜାଣିବା

ଟ୍ରେନ୍‌ କଲୋସିଅନ ଆଭୋଏଡାନ୍ସ ସିଷ୍ଟମ (ଟିସିଏସି) ନାମରେ ଏକ ସ୍ବୟଂଚାଳିତ ସୁରକ୍ଷା ବ୍ୟବସ୍ଥା ଦେଶରେ ବିକଶିତ କରାଯାଇଛି। ଯାହାକୁ କବଚ ନାମିତ କରାଯାଇଛି। ସରଳ ଭାଷାରେ କହିଲେ, ଟ୍ରେନ୍‌ର ଇଞ୍ଜିନରେ ଏକ ଇଲୋକ୍ଟ୍ରୋନିକ ଉପକରଣ ଏବଂ ରେଡିଓ ଫ୍ରିକ୍ୱେନ୍ସି ଚିହ୍ନଟ ପାଇଁ ଏକ ଡିଭାଇସ୍‌ (ଟିସିଏସି) ଲଗାଯାଇଛି ଯାହା ସିଗନାଲ ଏବଂ ଟ୍ରାକ୍‌ରେ ଟ୍ରେନର ଗତି ନିୟନ୍ତ୍ରଣ କରିଥାଏ।

ଭାରତୀୟ ରେଳବାଇ ଚଳନ୍ତା ଟ୍ରେନ୍‌ର ସୁରକ୍ଷା ପାଇଁ କବଚ ନାମକ ଏକ ସ୍ବୟଂଚାଳିତ ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତ କରିଛି। ଏହା ସିଷ୍ଟମକୁ ଟ୍ରେନ୍‌ ଡ୍ରାଇଭରଙ୍କର ବିଶ୍ୱସ୍ତ ସାଥୀ ବୋଲି କୁହାଯାଏ। ଯଦିଓ କୌଣସି ପରିସ୍ଥିତିରେ ଟ୍ରେନ୍‌ ଡ୍ରାଇଭର ସ୍ପିଡ୍‌ କଣ୍ଟୋଲ୍‌  କିମ୍ବା ବ୍ରେକ ଲଗାଇବାକୁ ଭୁଲିଯାଆନ୍ତି, ତେବେ ଏହି କବଚ ସିଷ୍ଟମ ବ୍ରେକ ଇଣ୍ଟରଫେସ ୟୁନିଟ ମାଧ୍ୟମରେ ଟ୍ରେନ୍‌କୁ ନିୟନ୍ତ୍ରଣ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଏଲପିଜିକୁ ନେଇ ରାଜ୍ୟ ସରକାରଙ୍କୁ ମୋଦିଙ୍କ ବଡ଼ ନିର୍ଦ୍ଦେଶ, ଏପ୍ରିଲ ୧୩…

ନୂଆଦିଲ୍ଲୀ,୧୪।୪: ମଧ୍ୟପ୍ରାଚ୍ୟର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପେଟ୍ରୋଲ, ଡିଜେଲ କିମ୍ୱା ଅନ୍ୟାନ୍ୟ ପେଟ୍ରୋଲିୟମ ଉତ୍ପାଦର କୌଣସି ଅଭାବ…

ନୂଆ ପାଞ୍ଜିରେ ବଡ ଭବିଷ୍ୟବାଣୀ, ୨୦୨୬ରେ ସବୁ ହୋଇଯିବ ଛାରଖାର୍!

ପଣା ସଂକ୍ରାନ୍ତିରୁ ପ୍ରଚଳିତ ହେଲା ନୂଆ ପଂଜିକା । ମୀନ ରାଶିରେ ଚର୍ତୁଗ୍ରହୀ ଯୋଗ ଥିବାରୁ ବର୍ଷ ଆରମ୍ଭରେ ଶୁଭ ଯୋଗ ନାହିଁ । ଅତି ବୃଷ୍ଟି,…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

ବିହାରର ସବୁଠାରୁ ପଢୁଆ ନେତା କିଏ? ଲିଷ୍ଟରେ ନୀତିଶ କୁମାରଙ୍କ ସ୍ଥାନ ଏଇଠି…

ପାଟନା,୧୪।୪: ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆସିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ସମ୍ରାଟ ଚୌଧୁରୀଙ୍କୁ ବିଧାୟକ ଦଳର ନେତା ଭାବରେ…

୬ ମାସ ପୂର୍ବରୁ ଶାହା ଲେଖିଥିଲେ ନୀତିଶଙ୍କ ବିଦାୟର ସ୍କ୍ରିପ୍ଟ? ସତ ହୋଇଗଲା ସଙ୍କେତ, ନିର୍ବାଚନ ସମୟରେ ହିଁ…

ପାଟନା,୧୪।୪: ବିହାର ରାଜନୀତିରେ ମଙ୍ଗଳବାର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିହାରରେ ’ନୀତିଶ ଯୁଗ’ର…

୪୦ମିନିଟ ଧରି କଥା ହେଲେ ମୋଦି-ଟ୍ରମ୍ପ, ଯୁଦ୍ଧକୁ ନେଇ କହିଦେଲେ ବଡ଼କଥା!

ନୂଆଦିଲ୍ଲୀ,୧୪।୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ବିଫଳ ହେବା ପରେ, ମଙ୍ଗଳବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

୬୦୦ ବର୍ଷର ଐତିହାସିକ ପରମ୍ପରା: ଗ୍ରାମର ପ୍ରତ୍ୟେକ ଘରକୁ ଯାଇ ପଣା ଗ୍ରହଣ କରନ୍ତି…

ଗଞ୍ଜାମ,୧୪।୪(ବିଦ୍ୟାଧର ସାହୁ): ଓଡ଼ିଆ ନବ ବର୍ଷ ପଣା ସଂକ୍ରାନ୍ତି (ମହା ବିଷୁବ ସଂକ୍ରାନ୍ତି) ମେରୁରେ ଗଞ୍ଜାମ ବ୍ଲକର ଶତ୍ରୁଶୋଲ ଗ୍ରାମ ନିକଟରେ ଥିବା ବାବା ମୁକ୍ତେଶରଙ୍କ ବହୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri