ନଭେମ୍ବର ୧୧ରୁ ଦ୍ୱିତୀୟ ଜାତୀୟ ଯୋଗାସନ ସ୍ପୋଟର୍‌ସ ଚାମ୍ପୟାନସିପ୍‌

ଭୁବନେଶ୍ବର,୮।୧୧(ବ୍ୟୁରୋ): ଦ୍ୱିତୀୟ ଜାତୀୟ ଯୋଗାସନ ସ୍ପୋଟର୍‌ସ ଚାମ୍ପୟାନସିପ୍‌  ୨୧-୨୨ ଓଡ଼ିଶାରେ ଆୟୋଜିତ ହେବାକୁ ଯାଉଛି । ନଭେମ୍ବର ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ବରରେ ଏହା ଆୟୋଜିତ ହେବା ନେଇ ସୂଚନା ମିଳିଛି।
ଏହି ଇଭେଣ୍ଟରେ ୩୦ଟି ରାଜ୍ୟରୁ ୫୬୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିବେ। ୫୦ରୁ ଊଦ୍ଧର୍‌ବ ପଦକ ପାଇଁ ଏହି ପ୍ରତିଯୋଗିତା କରାଯିବ। ଏନଏସଓ୍ବାଇଏଫ ଏବଂ ଓଡ଼ିଶା ସରକାରଙ୍କ ସହଭାଗିତାରେ ଏହି ପ୍ରତିଯୋଗିତା ଆୟୋଜିତ ହେବ। ଉଭୟ ପୁରୁଷ ଏବଂ ମହିଳା ବର୍ଗ ପାଇଁ ଯୋଗସନ ଖେଳକୁ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ ୨୦୨୧ରେ ଅନ୍ତର୍ଭୁକ୍ତ କରାଯାଇଛି।