ଅସ୍ପଷ୍ଟ ହେଉଛି ଓଡ଼ିଶା ଭୂଖଣ୍ଡ ସ୍ଥିତି

୧୯୩୬ ଏପ୍ରିଲ ୧ରେ ଭାଷା ଭିତ୍ତିରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେଲା। ଠିକ୍‌ ଆଜିକୁ ୮୫ବର୍ଷ ବିତିଯାଇଥିଲେ ସୁଦ୍ଧା ଓଡ଼ିଶାର ସୀମା ସ୍ପଷ୍ଟ ହୋଇପାରୁନି। ପଡୋଶୀ ରାଜ୍ୟଗୁଡ଼ିକ ବାରମ୍ବାର ଓଡ଼ିଶା ଭିତରକୁ ପଶି ଆସି ଗାଁ ଦଖଲ କରୁଛନ୍ତି। ରାସ୍ତାଘାଟ ନିର୍ମାଣ ସହ ସରକାରୀ କାର୍ଯ୍ୟକ୍ରମ ଜାରି ରଖୁଛନ୍ତି। ଏବେ ସୀମାନ୍ତ ଗ୍ରାମଗୁଡିକର ଲୋକେ ଅନ୍ୟ ରାଜ୍ୟରେ ଭୋଟ ଦେବା ପରେ ଓଡ଼ିଶା ଭୂଖଣ୍ଡର ପ୍ରକୃତ ସ୍ଥିତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କିଛିଦିନ ପୂର୍ବରୁ କୋଟିଆରେ ଆନ୍ଧ୍ର ପ୍ରଦେଶ ସରକାର ନିର୍ବାଚନ କରାଇଥିବାବେଳେ ଏବେ ବାଲେଶ୍ୱର ଜିଲା ଭୋଗରାଇ ତହସିଲ ଅନ୍ତର୍ଗତ ଶଙ୍ଖାମେଦୀ ଗାଁର ଲୋକେ ପଶ୍ଚିିମବଙ୍ଗ ନିର୍ବାଚନରେ ଭାଗନେଇ ଭୋଟ ଦେଇଛନ୍ତି। ଆଜି ରାଜ୍ୟବାସୀ ଓଡ଼ିଶା ଦିବସ ପାଳନ କରିବେ। ଏପରିସ୍ଥିତିରେ ସୀମା ବିବାଦ ଓ ଓଡ଼ିଶା ଲୋକେ ଅନ୍ୟ ରାଜ୍ୟରେ ଭୋଟ ଦେବା ପ୍ରସଙ୍ଗକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା…

ସ୍ବତନ୍ତ୍ର ବିଭାଗ ହେଉ, ସୀମାନ୍ତ ଲୋକଙ୍କୁ ସୁବିଧା ଦିଆଯାଉ
କେନ୍ଦ୍ର ସରକାର ସମସ୍ତ ରାଜ୍ୟରେ ‘ଗୋଟିଏ ଦେଶ, ଗୋଟିଏ ପରିଚୟପତ୍ର’ ପ୍ରଚଳନ କରିବା ଉଚିତ। ଏହାଦ୍ୱାରା ୨ଟି ସ୍ଥାନରେ ଲୋକେ ଭୋଟ ଦେଇପାରିବେ ନାହିଁ। ସେହିଭଳି ସୀମା ବିବାଦର ସ୍ଥାୟୀ ସମାଧାନ ପାଇଁ ଓଡ଼ିଶା ସରକାରଙ୍କ ରାଜସ୍ବ ବିଭାଗ ଅଧୀନରେ ସ୍ବତନ୍ତ୍ର ବିଭାଗ କରାଯାଉ। ଏଥିସହ ସୀମାବର୍ତ୍ତୀ ଗ୍ରାମଗୁଡିକରେ ସୀମାନ୍ତ ଗ୍ରାମ୍ୟ ବିକାଶ ପରିଷଦ ଗଠନ ହେଉ। ପରିଷଦ ସଦସ୍ୟମାନେ ଅନ୍ୟ ରାଜ୍ୟର ଆକର୍ଷଣକୁ ପ୍ରତିହତ କରିବା ସହ ଓଡ଼ିଶାର ସୀମାନ୍ତ ଗ୍ରାମର ଲୋକଙ୍କୁ ନିଜ ରାଜ୍ୟରେ ଭୋଟ ଦେବାକୁ ବୁଝାଇବେ।
– ଅଦ୍ୱୈତ ପାତ୍ର, ରାଜ୍ୟ ସଭାପତି, ଉତ୍କଳ ସମ୍ମିଳନୀ

ଓଡ଼ିଶା ସରକାରଙ୍କ ଅପାରଗତା
ଓଡିଶାର ସ୍ବାର୍ଥ ପ୍ରତି ରାଜ୍ୟ ସରକାର ବା ପ୍ରଶାସନିକ ଅଧିକାରୀଙ୍କର ଆନ୍ତରିକତା ନାହିଁ। ଯେଉଁଥିପାଇଁ ଆଜି ଶଙ୍ଖାମେଦୀର ଲୋକେ ପଶ୍ଚିମବଙ୍ଗ ନିର୍ବାଚନରେ ଭାଗନେଇ ଭୋଟ ଦେଇଛନ୍ତି। ପୂର୍ବରୁ ମଧ୍ୟ ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ଓଡ଼ିଶାରୁ ଖରସୁଆଁ ଓ ଷଢେଇକଳା ବିହାରରେ ମିଶିଗଲା, ଯାହାକି ଏବେ ଝାଡ଼ଖଣ୍ଡରେ ରହିଛି।
ମନୋରଞ୍ଜନ ଦାସ, ପ୍ରାଧ୍ୟାପକ

ସୀମା ନିର୍ଦ୍ଧାରଣ ପାଇଁ ସମୟ ଆସିଛି
ଓଡ଼ିଶା ଲୋକେ ପଶ୍ଚିମବଙ୍ଗରେ ଭୋଟ ଦେବା ନିଶ୍ଚିତ ସମ୍ବେଦନଶୀଳ ପ୍ରସଙ୍ଗ। ଏବେ ପ୍ରକୃଷ୍ଟ ସମୟ ଆସିଛି ପଡୋଶୀ ରାଜ୍ୟ ସହ ଓଡ଼ିଶା ସୀମା ନିର୍ଦ୍ଧାରଣ ପାଇଁ॥ ୧୯୩୬ରେ ଭାଷା ଭିତ୍ତିରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବା ପରେ ରାଜସ୍ବ ସର୍ଭେ ଓ ନକ୍ସା ଜରିଆରେ ବାସ୍ତବ ସୀମା ନିର୍ଦ୍ଧାରିତ ହୋଇନାହିଁ। କେଉଁଠି ପାହାଡ଼ ମୁଣ୍ଡିଆ ବା କେଉଁଠି ନଦୀକୁ ସୀମା ଭାବେ ଧରି ନିଆଯାଇଛି। ୧୯୩୮ରେ ବାଲେଶ୍ୱରର ତତ୍କାଳୀନ ଜିଲାପାଳ ସୁବର୍ଣ୍ଣରେଖା ନଦୀକୁ ପଶ୍ଚିମବଙ୍ଗ ଓ ଓଡ଼ିଶା ସୀମା ଭାବେ ଧରି ନେଇଥିଲେ। ଯୁଗ୍ମ ସର୍ଭେ ଜରିଆରେ ଓଡ଼ିଶାର ସୀମା ନିର୍ଦ୍ଧାରିତ ହେବା ଆବଶ୍ୟକ।
-ସୌଭାଗ୍ୟ ସୁନ୍ଦରରାୟ, ସ୍ତମ୍ଭକାର

ଶାସନରେ ଜନ ଅସନ୍ତୋଷର ଚିହ୍ନ
ଶଙ୍ଖାମେଦୀ ଗ୍ରାମର ଲୋକେ ପଶ୍ଚିମବଙ୍ଗରେ ଭୋଟ ଦେଉଥିବା ନିଶ୍ଚୟ ଦୁର୍ଭାଗ୍ୟଜନକ। ଯାହା ଜଣାପଡୁଛି, ସେଠାକାର ଲୋକେ ଓଡ଼ିଶା ସରକାରଙ୍କଠାରୁ ନିଜର ଅଧିକାର ଓ ପ୍ରାପ୍ୟ ପାଇବାରୁ ବଞ୍ଚିତ ହେଉଥିବେ। ଏହି ସୁଯୋଗରେ ପଶ୍ଚିମବଙ୍ଗ ସରକାର ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ବାସିନ୍ଦା କରିବା ସହ ଭୋଟ ଦେବାକୁ ଉତ୍ସାହିତ କରିଥିବେ।
ବିଶ୍ୱପ୍ରିୟ କାନୁନ୍‌ଗୋ, ମାନବ ଅଧିକାର କର୍ମୀ

ପଡ଼ୋଶୀ ରାଜ୍ୟ ସହ ଆଲୋଚନା କରି ପଦକ୍ଷେପ ନେଉ ଓଡ଼ିଶା
ଓଡ଼ିଶାରେ ରହି ସୀମାନ୍ତ ଗ୍ରାମବାସୀ ପଶ୍ଚିମବଙ୍ଗ ନିର୍ବାଚନରେ ଭୋଟ ଦେବା ଘଟଣାକୁ ସରକାର ଗୁରୁତ୍ୱର ସହ ନିଅନ୍ତୁ। ଜନଗଣନାରେ ତ୍ରୁଟି ରହିଥିଲେ ସଂଶୋଧନ ହେବା ଉଚିତ। ନଚେତ ଅଧିକ ସୁବିଧା ପାଇବା ଲୋଭରେ ଲୋକମାନେ ଅନ୍ୟ ରାଜ୍ୟରେ ଭୋଟ ଦେଉଥିବେ।
– ଲକ୍ଷ୍ମୀକାନ୍ତ ପାଲିତ, ସଙ୍ଗୀତ ନିର୍ଦ୍ଦେଶକ


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri