Categories: ଖେଳ

ଜାତୀୟ ସାମ୍ବୋରେ ଓଡ଼ିଶା ଦଳ ଭାଗନେବ

ଭୁବନେଶ୍ୱର, ୨୮।୧୧(କ୍ରୀଡ଼ା ପ୍ରତିନିଧି): ମାର୍ଶାଲ ଆର୍ଟର ଅନ୍ୟତମ ଷ୍ଟାଇଲ ସାମ୍ବୋର ଜାତୀୟ ପ୍ରତିଯୋଗିତାରେ ଓଡ଼ିଶା ଦଳ ଭାଗନେବ। ଏହି ପ୍ରତିଯୋଗିତା ଜମ୍ମୁସ୍ଥିତ ଭଗବତୀ ନଗର ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଚଳିତ ମାସ ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ଅଂଶଗ୍ରହଣ ପାଇଁ ଓଡ଼ିଶା ପ୍ରତିଯୋଗୀମାନେ ଅନ୍ତର୍ଜାତୀୟ ଖେଳାଳି ବିଭୂତି ଭୂଷଣ ବେହେରାଙ୍କ ତତ୍ତ୍ୱାବଧାନରେ ଜମ୍ମୁ ଯାତ୍ରା କରିଛନ୍ତି। ଭାଗନେବାକୁ ଯାଇଥିବା ଓଡ଼ିଶା ପ୍ରତିଯୋଗୀମାନେ ହେଲେ ଆର୍ଯ୍ୟନ ଶର୍ମା, ସୁପ୍ରିୟା ଦାଶ, ମହମ୍ମଦ ଦକ୍ଷ ଖାଁ ଓ ମହମ୍ମଦ ୟାଶ୍‌ ଖାଁ।

ଟିମ୍‌ ମ୍ୟାନେଜର ଅଛନ୍ତି ଜିତେନ୍ଦ୍ର ମିଶ୍ର। ପ୍ରତିଯୋଗିତା ସ୍ଥଳରେ ଅନ୍ତର୍ଜାତୀୟ ରେଫରି ସେମିନାର ଅନୁଷ୍ଠିତ ହେବ। ସେଥିରେ ଓଡ଼ିଶାରୁ ବିଭୂତି ପ୍ରତିନିଧିତ୍ୱ କରିବେ। ଓଡ଼ିଶା ଦଳକୁ ବିଦାୟୀ ଶୁଭେଚ୍ଛା ଜଣାଇବା ପାଇଁ ମୁଦ୍ରା ଅନୁଷ୍ଠାନ ପକ୍ଷରୁ ରବିବାର ଏକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏଥିରେ ଅନୁଷ୍ଠାନର ପ୍ରତିଷ୍ଠାତା ଲୋପାମୁଦ୍ରା ସାହୁ, ସଭାପତି ପ୍ରବୋଧ ତିର୍କୀ, ଉପସଭାପତି ନୀଳମାଧବ ନନ୍ଦ, ଜ୍ୟୋତି ରଞ୍ଜନ ମିଶ୍ର, ଯୁଗ୍ମ ସମ୍ପାଦକ ଗଙ୍ଗାଧର ସାହୁ ପ୍ରମୁଖ ଉପସ୍ଥିତ ରହି ଓଡ଼ିଶା ଦଳକୁ ଶୁଭେଚ୍ଛା ଜଣାଇଥିଲେ।

Share