୨୦୩୬ ସୁଦ୍ଧା ଓଡ଼ିଶାର ୯୦% ଚାଷଜମିକୁ ମିଳିବ ଜଳସେଚନ ସୁବିଧା

ଭୁବନେଶ୍ବର,୨୨ା୧: ଓଡ଼ିଶାକୁ ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବା ପାଇଁ ଚାଷ ଜମିକୁ ଜଳସେଚନ ଗୁରୁତ୍ୱପୂର୍ଣ୍ଣ। ଗୁରୁବାର ସ୍ଥାନୀୟ ଲୋକସେବା ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ‘ପାଣି ପଞ୍ଚାୟତ ପକ୍ଷ-୨୦୨୬’ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ୨୦୩୬ ମସିହା ସୁଦ୍ଧା ରାଜ୍ୟର ୯୦ ପ୍ରତିଶତ ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବାକୁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।

ଆଗାମୀ ୫ ବର୍ଷ ମଧ୍ୟରେ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ଅତିରିକ୍ତ ୧୫ ଲକ୍ଷ ହେକ୍ଟର ଜମିକୁ ଜଳସେଚିତ କରାଯିବ। ବୃହତ, ମଧ୍ୟମ ଓ କ୍ଷୁଦ୍ର ପ୍ରକଳ୍ପ ସମେତ ଲିଫ୍ଟ ଇରିଗେସନ, ମେଗା ଲିଫ୍ଟ ସ୍କିମ୍ ଏବଂ ଚେକ୍ ଡ୍ୟାମ୍ ଜରିଆରେ ଏହି ସୁବିଧା ସମ୍ପ୍ରସାରଣ କରାଯିବ।

ବର୍ତ୍ତମାନ ରାଜ୍ୟରେ ୪୦,୩୮୦ଟି ପାଣି ପଞ୍ଚାୟତ ୨୪.୧୨ ଲକ୍ଷ ହେକ୍ଟର ଜମିର ଜଳ ପରିଚାଳନା କରୁଛନ୍ତି। ପାଣି ପଞ୍ଚାୟତ ଆଇନରେ ସଂଶୋଧନ କରି ମହିଳା ଓ ମତ୍ସ୍ୟଜୀବୀମାନଙ୍କୁ ସମାନ ଅଧିକାର ପ୍ରଦାନ କରାଯାଇଛି। ଜଳର ସଠିକ ବିନିଯୋଗ ପାଇଁ IoT ଆଧାରିତ ଡିଜିଟାଲ୍ ୱାଟର ମିଟର ଏବଂ ମୃତ୍ତିକା ଆର୍ଦ୍ରତା ମାପକ ଯନ୍ତ୍ରର ବ୍ୟବହାର କରାଯିବ। ଏଥିପାଇଁ ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (XIM) ସହ ଏମଓୟୁ (MoU) ସ୍ୱାକ୍ଷର ହୋଇଛି।

ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କୁ ପାରମ୍ପରିକ ଚାଷ ପରିବର୍ତ୍ତେ ପନିପରିବା, ଫଳ ଏବଂ ଫୁଲ ଚାଷ ଭଳି ବିବିଧକରଣ ଆପଣାଇବାକୁ ଆହ୍ୱାନ ଦେଇଛନ୍ତି। ଏହାଦ୍ୱାରା ସେମାନଙ୍କ ଆୟ ବୃଦ୍ଧି ପାଇବା ସହ ସେମାନେ ଆତ୍ମନିର୍ଭରଶୀଳ ହୋଇପାରିବେ।

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ଅବସରରେ କହିଛନ୍ତି ଯେ, କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ଏବଂ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟକୁ ବିଦେଶକୁ ରପ୍ତାନି କରିବା ପାଇଁ ସରକାର ବଜାର ବ୍ୟବସ୍ଥାକୁ ସୁଦୃଢ଼ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୀୟୁଷଙ୍କୁ ନେଇ ରାଣୀ ପଣ୍ଡାଙ୍କ ବିବାଦୀୟ ବୟାନ, ପାଲଟା ଜବାବ ରଖିଲେ ପୀୟୁଷ

ଭୁବନେଶ୍ବର,୨୨ା୧: ଯାତ୍ରା ଦୁନିଆର ଦୁଇ ଲୋକପ୍ରିୟ କଳାକାର ପୀୟୁଷ ତ୍ରିପାଠୀ ଏବଂ ରାଣୀ ପଣ୍ଡା ମୁହାଁମୁହିଁ। ଯାଜପୁର ଜିଲା ବିଞ୍ଝାରପୁରର ବାରୁଣେଶ୍ୱର ମେଳାରେ ଦୁଇଜଣଙ୍କ ମଧ୍ୟରେ...

T20 World Cup 2026 ପୂର୍ୱରୁ କ୍ରିକେଟ ଜଗତରେ ହଲଚଲ, ଇସ୍ତଫା ଦେଲେ…

ନୂଆଦିଲ୍ଲୀ,୨୨।୧: ୨୦୨୬ ଟି୨୦ ବିଶ୍ୱକପ ଆରମ୍ଭ ହେବାକୁ ଆଉ ମାତ୍ର ୧୫ ଦିନ ବାକି ଥିବାବେଳେ, ଇଂଲଣ୍ଡ କ୍ରିକେଟରେ ହଲଚଲ ଦେଖିବାକୁ ମିଳିଛି। ପୁରୁଷ ଜାତୀୟ...

ସରସ୍ୱତୀ ପୂଜାରେ ବଡ଼ ସଂଯୋଗ, ୪ ରାଶିରେ ହଠାତ୍ ମିଳିବ ଖୁସି ଖବର

ମଙ୍ଗଳ ଗୋଚର ଫଳରେ ବହୁ ରାଶିର ବ୍ୟକ୍ତି ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ । ମଙ୍ଗଳ ଗ୍ରହଙ୍କ ମକର ରାଶିରେ ଗୋଚର ଅନେକ ଦୃଷ୍ଟିକୋଣରୁ ବେଶ୍‌...

ବିଶ୍ୱକପରୁ ବିଦା ହେଲା ବାଂଲାଦେଶ, ଏହି ଟିମ୍‌କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୨୨।୧: ବାଂଲାଦେଶ ଟି-୨୦ ବିଶ୍ୱକପରୁ ବାଦ ପଡ଼ିଛି। ନିଷ୍ପତ୍ତି ନେବା ପାଇଁ ଆଇସିସି ବାଂଲାଦେଶକୁ ୨୪ ଘଣ୍ଟା ସମୟ ଦେଇଥିଲା। ଗୁରୁବାର ଢାକାରେ ବିସିବି ଏବଂ...

ଭାରତରେ ବିଶ୍ୱକପ ଖେଳିବ ନାହିଁ ବାଂଲାଦେଶ: ଏହି ନିଷ୍ପତ୍ତିରେ କିଏ ଅଧିକ ସହିବ କ୍ଷତି, ଆଇସିସି ନା ବାଂଲାଦେଶ କ୍ରିକେଟ ବୋର୍ଡ?

ନୂଆଦିଲ୍ଲୀ,୨୨।୧: ଭାରତରେ ହେବାକୁ ଥିବା T20 ବିଶ୍ୱକପରୁ ବାଂଲାଦେଶର ଓହରିଯିବା ନିଷ୍ପତ୍ତି କ୍ରୀଡା ଜଗତରେ ହଇଚଇ ସୃଷ୍ଟି କରିଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦର 24 ଘଣ୍ଟାର...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଆସିଲେ ନୂଆ ଅତିଥି, ଛୁଟିଲା ଶୁଭେଚ୍ଛାର ସୁଅ

ଭୁବନେଶ୍ବର,୨୨ା୧: ଓଡ଼ିଶାର ଲୋକପ୍ରିୟ ଚଳଚ୍ଚିତ୍ର ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ଘରକୁ ଆସିଛି ନୂଆ ଅତିଥି। ବୁଧବାର ଏହି ଷ୍ଟାର୍ ଦମ୍ପତି...

ପୁରୁଣା ଷ୍ଟକ୍‌ ବିକ୍ରି କରିପାରିବେ କି ଗୁଟ୍‌ଖା-ସିଗାରେଟ୍‌ ଦୋକାନୀ? ଆସିଲା ବଡ଼ ଖବର

ଭୁବନେଶ୍ୱର,୨୨।୧: ଓଡ଼ିଶାରେ ପାନ ଦୋକାନକୁ ଯିବାର ସାଧାରଣ ଚିତ୍ର ସମ୍ପୂର୍ଣ୍ଣ ବଦଳିବାକୁ ଯାଉଛି। ବିଡ଼ି, ସିଗାରେଟ, ଗୁଟଖା ଏବଂ ତମାଖୁ ଭଳି ଉତ୍ପାଦ ଦୋକାନରୁ ଉଭାନ...

ମତ୍ସ୍ୟ-ପ୍ରାଣୀ ସମାବେଶ: ମୁଖ୍ୟ ଆକର୍ଷଣ ସାଜିଛି ୪ କୋଟି ଟଙ୍କାର ବାହୁବଳୀ ମଇଁଷି

ଭୁବନେଶ୍ୱର,୨୨ା୧: ରାଜଧାନୀର ଜନତା ମଇଦାନରେ ଚାଲିଥିବା ତିନିଦିନିଆ ‘ମତ୍ସ୍ୟ-ପ୍ରାଣୀ ସମାବେଶ’ରେ ଏକ ‘ମୁରା’ ପ୍ରଜାତିର ମଇଁଷି(ପୋରୁଅ) ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ହରିୟାଣାର କୁରୁକ୍ଷେତ୍ରରୁ ଆସିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri