୨୦୩୬ ସୁଦ୍ଧା ଓଡ଼ିଶାର ୯୦% ଚାଷଜମିକୁ ମିଳିବ ଜଳସେଚନ ସୁବିଧା

ଭୁବନେଶ୍ବର,୨୨ା୧: ଓଡ଼ିଶାକୁ ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବା ପାଇଁ ଚାଷ ଜମିକୁ ଜଳସେଚନ ଗୁରୁତ୍ୱପୂର୍ଣ୍ଣ। ଗୁରୁବାର ସ୍ଥାନୀୟ ଲୋକସେବା ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ‘ପାଣି ପଞ୍ଚାୟତ ପକ୍ଷ-୨୦୨୬’ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ୨୦୩୬ ମସିହା ସୁଦ୍ଧା ରାଜ୍ୟର ୯୦ ପ୍ରତିଶତ ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବାକୁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।

ଆଗାମୀ ୫ ବର୍ଷ ମଧ୍ୟରେ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ଅତିରିକ୍ତ ୧୫ ଲକ୍ଷ ହେକ୍ଟର ଜମିକୁ ଜଳସେଚିତ କରାଯିବ। ବୃହତ, ମଧ୍ୟମ ଓ କ୍ଷୁଦ୍ର ପ୍ରକଳ୍ପ ସମେତ ଲିଫ୍ଟ ଇରିଗେସନ, ମେଗା ଲିଫ୍ଟ ସ୍କିମ୍ ଏବଂ ଚେକ୍ ଡ୍ୟାମ୍ ଜରିଆରେ ଏହି ସୁବିଧା ସମ୍ପ୍ରସାରଣ କରାଯିବ।

ବର୍ତ୍ତମାନ ରାଜ୍ୟରେ ୪୦,୩୮୦ଟି ପାଣି ପଞ୍ଚାୟତ ୨୪.୧୨ ଲକ୍ଷ ହେକ୍ଟର ଜମିର ଜଳ ପରିଚାଳନା କରୁଛନ୍ତି। ପାଣି ପଞ୍ଚାୟତ ଆଇନରେ ସଂଶୋଧନ କରି ମହିଳା ଓ ମତ୍ସ୍ୟଜୀବୀମାନଙ୍କୁ ସମାନ ଅଧିକାର ପ୍ରଦାନ କରାଯାଇଛି। ଜଳର ସଠିକ ବିନିଯୋଗ ପାଇଁ IoT ଆଧାରିତ ଡିଜିଟାଲ୍ ୱାଟର ମିଟର ଏବଂ ମୃତ୍ତିକା ଆର୍ଦ୍ରତା ମାପକ ଯନ୍ତ୍ରର ବ୍ୟବହାର କରାଯିବ। ଏଥିପାଇଁ ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (XIM) ସହ ଏମଓୟୁ (MoU) ସ୍ୱାକ୍ଷର ହୋଇଛି।

ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କୁ ପାରମ୍ପରିକ ଚାଷ ପରିବର୍ତ୍ତେ ପନିପରିବା, ଫଳ ଏବଂ ଫୁଲ ଚାଷ ଭଳି ବିବିଧକରଣ ଆପଣାଇବାକୁ ଆହ୍ୱାନ ଦେଇଛନ୍ତି। ଏହାଦ୍ୱାରା ସେମାନଙ୍କ ଆୟ ବୃଦ୍ଧି ପାଇବା ସହ ସେମାନେ ଆତ୍ମନିର୍ଭରଶୀଳ ହୋଇପାରିବେ।

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ଅବସରରେ କହିଛନ୍ତି ଯେ, କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ଏବଂ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟକୁ ବିଦେଶକୁ ରପ୍ତାନି କରିବା ପାଇଁ ସରକାର ବଜାର ବ୍ୟବସ୍ଥାକୁ ସୁଦୃଢ଼ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିରେ ଫେଲ୍‌ ମାରୁଛି ବାଲ୍ୟ ବିବାହ ଆଇନ: ନାବାଳିକା ଗର୍ଭବତୀ ନେଇ ଥାନାରେ ଅଭିଯୋଗ

ଦାରିଙ୍ଗବାଡି,୧୧ା୩ (ଅରୁଣ ସାହୁ):ଦାରିଙ୍ଗବାଡି ବ୍ଲକ୍‌ ଦୁର୍ଗମ ପଞ୍ଚାୟତ ସିର୍କାବର୍ଗ ଅଞ୍ଚଳରେ ଜଣେ ନାବାଳିକା ବିବାହ କରି ଗର୍ଭବତୀ ହେବା ଘଟଣାକୁ ନେଇ ଥାନାରେ ଅଭିଯୋଗ ହୋଇଛି। ଏନେଇ…

ଚିତ୍ତରଞ୍ଜନ ଦାଶ ପାଇଲେ ଦିବ୍ୟାଙ୍ଗ ମିତ୍ର ପୁରସ୍କାର

ନୂଆପଡ଼ା,୧୧ା୩ (ମକାରୁ ବେମାଲ ): ଜିଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଜିଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ମାସିକ ସମୀକ୍ଷା ବୈଠକ ସମ୍ମିଳନୀ…

ଯୁଦ୍ଧ ଭିତରେ ଆମେରିକା ପାଇଁ ଭାରତ କଲା ଏମିତି କାମ, ‘ଧନ୍ୟବାଦ’ଦେଲେ ଟ୍ରମ୍ପ, କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୧।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଏକ ବଡ଼ ଘୋଷଣା କରିଛନ୍ତି। ସେ ଘୋଷଣା କରିଛନ୍ତି ଯେ ଟେକ୍ସାସର ବ୍ରାଉନ୍ସଭିଲରେ ଏକ ନୂତନ $୩୦୦ ବିଲିୟନ…

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ! ଆମେରିକାର ବଡ଼ ଆକ୍ସନ, ଧ୍ୱଂସ କଲା ଇରାନର…

ଓ୍ବାଶିଂଟନ୍‌,୧୧।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଆମେରିକା ବୁଧବାର ଦାବି କରିଛି ଯେ ସେ ମଙ୍ଗଳବାର ଏକ…

ମାଛ ଧରିବାକୁ ଯାଇଥିଲେ, ଝାମ୍ପିନେଲା କୁମ୍ଭୀର: ସ୍ତ୍ରୀ-ପୁଅ ପହଞ୍ଚିବାରୁ, ଲୋମଟଙ୍କୁରା ଘଟଣା ଜାଣିଲେ…

ମହାକାଳପଡ଼ା,୧୧ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣି ପଞ୍ଚାୟତ କାଂଶପାଳ ମୌଜା ଗୋବରୀ ନଦୀ ସଂଲଗ୍ନ ୫୦ ନଂ. ପ୍ଲଟ ନିକଟରେ ମଙ୍ଗଳବାର ଭୋର ୫ଟାରେ…

BCCIର ବଡ଼ ଘୋଷଣା: ଏହି ଦିନ ୫ଟି ବିଶ୍ୱ ଚାମ୍ପିଅନ ଭାରତୀୟ ଦଳକୁ କରାଯିବ ସମ୍ମାନିତ

ନୂଆଦିଲ୍ଲୀ,୧୧।୩: ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ୨୦୨୬ ଟି-୨୦ ବିଶ୍ୱକପ ଜିତି ଇତିହାସ ରଚିଛି। ଏହି ଐତିହାସିକ ବିଜୟ ସାରା ଦେଶରେ ଉତ୍ସବର ଉଦବୋଧନ ଦେଇଛି।…

ନୂଆ ସ୍ବାଦରେ ରାଜ୍ୟ ସଭା: ଚାଲିଛି ମୂଲଚାଲ୍‌

ଭୁବନେଶ୍ୱର,୧୧ା୩(ସୁନିତ୍‌ ମିଶ୍ର):ରାଜ୍ୟ ରାଜନୀତିରେ ରାଜ୍ୟ ସଭା ନିର୍ବାଚନ ଏବେ ମୁଖ୍ୟ ପ୍ରସଙ୍ଗ ପାଲଟିଛି। ସବୁ ଦଳର ବିଧାୟକମାନେ ସେମାନଙ୍କ ପାର୍ଟିରୁ ରାଜ୍ୟ ସଭା ପାଇଁ ଯିଏ ପ୍ରାର୍ଥୀ…

ଯୁଦ୍ଧ ମଧ୍ୟରେ ବାଂଲାଦେଶ ପାଇଁ ସଙ୍କଟମୋଚକ ସାଜିଲା ଭାରତ, କଲା ଏମିତି କାମ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୩: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଧୀରେ ଧୀରେ ସୁଧୁରୁଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ବାଂଲାଦେଶ ଗୁରୁତର ତେଲ ଏବଂ ଗ୍ୟାସ ଅଭାବର ସମ୍ମୁଖୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri