Posted inଖେଳ

ଓଡ଼ିଶା ଟି୨୦ କ୍ରିକେଟ ଲିଗ୍‌: ପାନ୍ଥର୍ସ-ଲାୟନ୍ସ ଫାଇନାଲ

ଭୁବନେଶ୍ୱର, ୧୩।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକର ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଏମ୍‌ଜିଏମ୍‌ ଟି୨୦ କ୍ରିକେଟ ଲିଗ୍‌ର ଫାଇନାଲରେ ଓଡ଼ିଶା ପାନ୍ଥର୍ସ ଓ ଲାୟନ୍ସ ମଧ୍ୟରେ ମୁକାବିଲା ହେବ। ବୁଧବାର ଫାଇନାଲ ଅନୁଷ୍ଠିତ ହେବ। ମଙ୍ଗଳବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ଟାଇଗର୍ସକୁ ୫ ଉଇକେଟରେ ହରାଇ ଓଡ଼ିଶା ପାନ୍ଥର୍ସ ଫାଇନାଲରେ ପ୍ରବେଶ କରିଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଟାଇଗର୍ସ ୨୦ ଓଭରରେ ୯ ଉଇକେଟ ହରାଇ ୧୧୭ ରନ କରିଥିବାବେଳେ ପାନ୍ଥର୍ସ ୧୯.୫ ଓଭରରେ ୫ ଉଇକେଟ ହରାଇ ୧୨୧ ରନ ସଂଗ୍ରହ କରି ନେଇଥିଲା। ସେହିପରି ଦ୍ୱିତୀୟ ମ୍ୟାଚରେ ଲାୟନ୍ସ ୭୫ ରନରେ ଓଡ଼ିଶା ପୁମାସ୍‌କୁ ପରାସ୍ତ କରିଥିଲା। ଲାୟନ୍ସ ୨୦ ଓଭରରେ ୨ ଉଇକେଟ ହରାଇ ୧୭୨ ରନ କରିଥିବାବେଳେ ପୁମାସ ୧୮.୨ ଓଭରରେ ୯୭ ରନକରି ଅଲଆଉଟ ହୋଇ ଯାଇଥିଲା।
ପ୍ରଥମ ମ୍ୟାଚରେ ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ପାନ୍ଥର୍ସ। ଅଧିନାୟକଙ୍କ ନିଷ୍ପତ୍ତିକୁ ଉଚିତ ସାବ୍ୟସ୍ତ କରି ବୋଲରମାନେ ବ୍ୟାଟିଂ ବିପର୍ଯ୍ୟୟ ଘଟାଇ ଟାଇଗର୍ସକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ। ଟାଇଗର୍ସ ପକ୍ଷରୁ ଅଧିନାୟକ ଦେବାଶିଷ ସାମନ୍ତରାୟ ସର୍ବାଧିକ ୩୧ ଓ ଉଇକେଟ କିପର ଦିବ୍ୟଶକ୍ତି ଚକ୍ରବର୍ତ୍ତୀ ୨୯ ରନ କରିଥିଲେ। ବିପକ୍ଷ ଦଳର ଜୟନ୍ତ ବେହେରା ୩ଟି, ଶୁଭମ୍‌ ନାୟକ ୨ଟି ଏବଂ ଆଲୋକ ସାହୁ ଗୋଟିଏ ଉଇକେଟ ନେଇଥିଲେ। ୧୧୮ ରନ ବିଜୟ ଲକ୍ଷ୍ୟନେଇ ପଡ଼ିଆକୁ ଓହ୍ଲାଇଥିବା ପାନ୍ଥର୍ସ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟରେ ପଡ଼ି ୨୨ ରନ ମଧ୍ୟରେ ୩ଟି ଉଇକେଟ ହରାଇଥିଲେ ହେଁ ୫ ନମ୍ବର ବ୍ୟାଟ୍ସମ୍ୟାନ ଅଭିଷେକ ଯାଦବଙ୍କ ଦ୍ରୁତ ଅର୍ଦ୍ଧଶତକ ବଳରେ ବିଜୟ ହାସଲ କରିଥିଲା। ଅଭିଷେକ ୩୯ ବଲ୍‌ରୁ ୫ ଚୌକା ଓ ୧ ଛକା ସହ ୫୦ ରନରେ ଅପରାଜିତ ରହିଥିଲେ। ଆଲୋକ ସାହୁ ୧୨ ବଲ୍‌ରୁ ୧୬(୩ ଚୌକା) ରନରେ ଅପରାଜିତ ଥିବାବେଳେ ବିନିତ ମହାନ୍ତି ୧୬ ରନ କରି ଆଉଟ ହୋଇଥିଲେ। ପରାଜିତ ଦଳର ଶେଖର ମାଝି ୨ଟି ଏବଂ ମିନାଲ ପରିଡ଼ା, ହର୍ଷିତ ରାଠୋଡ ଓ ଦେବାଶିଷ ସାମନ୍ତରାୟ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ମ୍ୟାଚ ବିଜୟୀ ଇନିଂସ ପାଇଁ ଅଭିଷେକ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ଓସିଏ ସଦସ୍ୟ ଯୁଗଳ କିଶୋର ସାମଲ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।
ସ୍ବସ୍ତିକଙ୍କ ଶତକ
ଦ୍ୱିତୀୟ ମ୍ୟାଚରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଲାୟନ୍ସ ଓପନର ସ୍ବସ୍ତିକ ସାମଲଙ୍କ ବିସ୍ଫୋରକ ଶତକ ସହାୟତାରେ ବଡ଼ ସ୍କୋର ଛିଡ଼ା କରିଥିଲା। ୬୮ଟି ବଲ୍‌ର ସମ୍ମୁଖୀନ ହୋଇଥିବା ସ୍ବସ୍ତିକ ୭ ଚୌକା ଓ ୭ ଛକା ସହାୟତାରେ ୧୧୦ ରନ କରି ଅପରାଜିତ ରହିଥିଲେ। ସୁଜିତ ଲେଙ୍କା ୩୦ ବଲ୍‌ରୁ ୨ ଚୌକା ଓ ୧ ଛକା ସହ ୩୭ ରନରେ ଅପରାଜିତ ଥିଲେ। ବିପକ୍ଷ ଦଳର ଜୀତେନ୍ଦ୍ର ଥାପ୍ପା ଓ ଟୁକୁନା ସାହୁ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ୧୭୩ ରନ ବିଜୟ ଲକ୍ଷ୍ୟନେଇ ପଡ଼ିଆକୁ ଓହ୍ଲାଇଥିବା ପୁମାସ ଶୀଘ୍ର ଉଇକେଟମାନ ହରାଇ ବ୍ୟାକ୍‌ଫୁଟ୍‌କୁ ଚାଲି ଯାଇଥିଲା। ଦଳ ପକ୍ଷରୁ ସନ୍ଦିପ ପଟ୍ଟନାୟକ ସର୍ବାଧିକ ୨୬ ଓ ଜୀତେନ୍ଦ୍ର ଥାପ୍ପା ୨୧ ରନ କରିଥିଲେ। ବିଜୟୀ ଦଳର ବୋଲରଙ୍କ ମଧ୍ୟରେ ଶିବାଶିଷ ସାହୁ ସର୍ବାଧିକ ୪ଟି, ବିକାଶ ରାଉତ ୩ଟି ଏବଂ ଆଲୋକ ମଙ୍ଗରାଜ, ଦୀପକ ବେହେରା ଓ ନଉତ୍ତମ ଭଞ୍ଜ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ୍: ପାକିସ୍ତାନକୁ ଧୂଳି ଚଟାଇ ସୁପର-୮ରେ ଭାରତ; ଧରାଶାୟୀ ପଡ଼ୋଶୀ ଦଳ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ହାଇଭୋଲ୍ଟେଜ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ର ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଲଗାତାର…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

ଟି-୨୦ ବିଶ୍ୱକପ୍: ପାକିସ୍ତାନୀ ବୋଲରଙ୍କୁ ଧୂଳି ଚଟାଇଲେ ଇଶାନ କିଷାନ; ୨୭ ବଲ୍‌ରେ ବିସ୍ଫୋରକ ଅର୍ଦ୍ଧଶତକ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ମହାମୁକାବିଲାରେ ଭାରତୀୟ ଓପନର୍ ଇଶାନ କିଷାନଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ରନ୍ ବର୍ଷା। ପାକିସ୍ତାନ ବିପକ୍ଷ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଇଶାନ ମାତ୍ର…

ଟି-୨୦ ବିଶ୍ୱକପ୍ ୨୦୨୬: ଟସ୍ ଜିତି ପାକିସ୍ତାନର ବୋଲିଂ ନିଷ୍ପତ୍ତି, ହ୍ୟାଣ୍ଡସେକ୍ ପାଇଁ ପୁଣି…

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ଗ୍ରୁପ୍-ଏ ମ୍ୟାଚରେ ପାକିସ୍ତାନ ଅଧିନାୟକ ସଲମାନ ଆଘା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତୀୟ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri