ବାପା ଜୟନାରାୟଣଙ୍କୁ ଅନୁସରଣ କଲେ ଶୁଭଶ୍ରୀ,ବନ୍ଦେ ଉତ୍କଳ ଜନନୀ ଗାନବେଳେ ବସି ରହିଲେ

ସମ୍ବଲପୁର,୩୧ା୩(ଭବାନୀ ଶଙ୍କର ଭୋଇ): ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟରେ ରବିବାର ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ପଦାଙ୍କ ଅନୁସରଣ କରିଛନ୍ତି ତାଙ୍କ ଝିଅ ଶୁଭଶ୍ରୀ ମିଶ୍ର। ‘ବନ୍ଦେ ଉତ୍କଳ ଜନନୀ’ ଗୀତ ବାଜିବା କ୍ଷଣି ପ୍ରେକ୍ଷାଳୟରେ ଉପସ୍ଥିତ ସମସ୍ତେ ଛିଡା ହୋଇ ସମ୍ମାନ ଜଣାଇଥିଲେ। ହେଲେ ଜୟନାରାୟଣଙ୍କ ଅନୁପସ୍ଥିତିରେ ତାଙ୍କ ପ୍ରତିନିଧିଭାବେ ଯୋଗ ଦେଇଥିବା ଝିଅ ଶୁଭଶ୍ରୀ ତାଙ୍କର ଜଣେ ସମର୍ଥକଙ୍କ ସହ ଗୀତ ଚାଲିଥିବାବେଳେ ଆସନରେ ବସି ରହିଥିଲେ। ଏହି ସମୟରେ ପୂର୍ବତନ ରେଙ୍ଗାଲି ବିଧାୟକ ତଥା ସମ୍ବଲପୁର ଏମ୍‌ପିଙ୍କ ପ୍ରତିନିଧି ନାଉରୀ ନାୟକଙ୍କ ସମେତ ଭାଜପାର ବହୁ ନେତା ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା।

ଜୟନାରାୟଣ ପୂର୍ବରୁ ମଧ୍ୟ ‘ବନ୍ଦେ ଉତ୍କଳ ଜନନୀ’ ଗୀତକୁ ରାଜ୍ୟ ସଙ୍ଗୀତ ଭାବେ ଗ୍ରହଣ କରିବାକୁ ମନା କରିବା ସହ ଗୀତ ଗାନବେଳେ ଛିଡ଼ା ହେବାକୁ ମନା କରି ଆସିଛନ୍ତି। ତାଙ୍କୁ ଅନୁସରଣ କରି ଝିଅ ମଧ୍ୟ ସମାନ ବ୍ୟବହାର ଦେଖାଇଛନ୍ତି। ଏ ସଂକ୍ରାନ୍ତରେ ତାଙ୍କୁ ପଚାରିବାରୁ ସେ ପିତାଙ୍କ କଥାକୁ ଦୋହରାଇଛନ୍ତି ବୋଲି କହିଛନ୍ତି । ସମ୍ବଲପୁରରେ ଭାଜପାର ଅଧିକାଂଶ କର୍ମୀ ଜୟନାରାୟଣଙ୍କ ସମର୍ଥକ ହୋଇଥିବା ସତ୍ତ୍ବେ ସେମାନେ ସମସ୍ତେ ‘ବନ୍ଦେ ଉତ୍କଳ ଜନନୀ’ ବାଜିବା ସମୟରେ ଛିଡା ହେଉଛନ୍ତି। ଏହା ପଛରେ ଦଳର କାର୍ଯ୍ୟାନୁଷ୍ଠାନର ଭୟ ନା ଗୀତକୁ ସମ୍ମାନ ବୋଲି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ରବିବାର ଜୟନାରାୟଣଙ୍କ ଅନେକ ସମର୍ଥକ ଗୀତ ବାଜିବା ସମୟରେ ଛିଡା ହୋଇ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବିଶ୍ୱପ୍ରସିଦ୍ଧ ମାଘମେଳା: ସନ୍ଧ୍ୟା ୫ଟାରେ ଜଳିବ ଝାଡ଼ଦୀପ

ଢେଙ୍କାନାଳ,୩୧ା୧(ରତନ ନାୟାର):ବିଶ୍ୱପ୍ରସିଦ୍ଧ ମହିମା ଧର୍ମର ପୀଠ ଢେଙ୍କାନାଳ ଜିଲାର ଯୋରନ୍ଦାଠାରେ ପ୍ରସିଦ୍ଧ ମାଘମେଳା ଶନିବାରଠାରୁ ଆରମ୍ଭ ହେଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ସନ୍ଧ୍ୟା…

ଅନ୍ତର୍ଜାତୀୟ କ୍ରୀଡ଼ାବିତ୍‌ ଭି. ରମେଶଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ, ଛୁଟୁଛି ଶୁଭେଚ୍ଛା

ଛତ୍ରପୁର, ୩୧।୧(ଦିଲ୍ଲୀପ ସାମଲ): ଭିନ୍ନକ୍ଷମ ହେଲେବି ସେ ସକ୍ଷମ । କ୍ରୀଡା କ୍ଷେତ୍ରରେ ବେଶ ସଫଳତା ହାସଲ କରି ଦେଶ ବିଦେଶରେ ସୁନାମ ଅର୍ଜନ କରିଥିବା ଅନ୍ତର୍ଜାତୀୟ…

ପାନୀୟ ପ୍ରକଳ୍ପ ଗ୍ୟାଲେରି ସୀମାରୁ ବାଲି ଉଠାଣ ନେଇ ଅସନ୍ତୋଷ: ୩ ଶହ ବଦଳରେ ୬ ଶହ ଟଙ୍କା ରୟାଲ୍‌ଟି

ଲୋଇସିଂହା,୩୧।୧(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲସ୍ଥିତ ସୁକତେଲ ନଦୀ ବାଲିଘାଟ ନେଇଥିବା ଲିଜଧାରୀଙ୍କ ମନମାନୀ ଦେଖିବାକୁ ମିଳିଛି। ଗତ ବୁଧବାର ଠାରୁ ହଠାତ୍‌ ବାଲିଉଠାଣ…

ଧୂଳିରେ ରୁନ୍ଧି ହେଉଛି ସହର

ସହରୀ ସଭ୍ୟତାର ଅଭିବୃଦ୍ଧି ସହ ତାଳ ଦେଇ ବଢ଼ୁଛି ବାୟୁ ପ୍ରଦୂଷଣ। ବହୁ ସଂଖ୍ୟାରେ ଦୁଇଚକିଆ ଓ ଚାରିଚକିଆ ଯାନ ଚଳାଚଳ ଏହାର ପ୍ରମୁଖ କାରଣ ।…

ବିକାଶ: ସ୍ବପ୍ନ ଓ ବାସ୍ତବତା

ଖବରକାଗଜ ବା ଟିଭି ଚାନେଲ ଖୋଲିଲେ ବିକଶିତ ଭାରତ କଥା ଶୁଣିବାକୁ ବା ପଢ଼ିବାକୁ ମିଳେ, କିନ୍ତୁ ସେହି ବିକଶିତ ଭାରତର ସ୍ବରୂପ କ’ଣ ହେବ, କାହାର…

ତିନି ଘଣ୍ଟାର ଗସ୍ତ

ନୂଆଦିଲ୍ଲୀରେ ମଧ୍ୟାହ୍ନ ଭୋଜନ ସମୟରେ ଏକ ବିଜ୍‌ନେସ ସମ୍ପର୍କିତ ଆଲୋଚନା ପାଇଁ ତିନି ଘଣ୍ଟା ଯଥେଷ୍ଟ ସମୟ। ତେବେ ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣରେ…

ଯାତ୍ରା ଦେଖି ଫେରୁଥିବାବେଳେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର,୩୧।୧: ରାଜଧାନୀରେ ବୁଲିଲା ଖଣ୍ଡା। ରକ୍ତରେ ଭିଜିଲା ଏମ୍ସ ରୋଡ। ବଡ଼ି ଭୋର୍‌ରୁ ଯାତ୍ରା ଦେଖି ଫେରୁଥିବାବେଳେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ। ପୂର୍ବ ଶତ୍ରୁତାକୁ…

ଟ୍ରମ୍ପ୍‌ଙ୍କ ଆପ୍ରବାସନ ନୀତି ବିରୋଧରେ ଦେଶବ୍ୟାପୀ ଧର୍ମଘଟ

ଓ୍ବାଶିଂଟନ,୩୧ା୧: ମିନିଆପଲିସ୍‌ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଆପ୍ରବାସନ ଚଢ଼ାଉ ବିରୋଧରେ ଦେଶବ୍ୟାପୀ ଧର୍ମଘଟ କରିବାକୁ ବିକ୍ଷୋଭକାରୀ ଆହ୍ବାନ ଦେଇଥିଲେ। ତଦନୁଯାୟୀ ଶୁକ୍ରବାରଠାରୁ ବିଭିନ୍ନ ଅଞ୍ଚଳରେ କାର୍ଯ୍ୟାଳୟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri