ସରିଆସୁଛି ବଜେଟ ଅଧିବେଶନ: ଆଲୋଚନାରେ ବିଜେଡି, ଭାଜପା; ବାହାରେ କଂଗ୍ରେସ

ଭୁବନେଶ୍ୱର,୩୧।୩(ରବିନାରାୟଣ ଜେନା): ଚଳିତ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଅବଧି ଶେଷ ହେବାକୁ ଆଉ ୪ଟି କାର୍ଯ୍ୟ ଦିବସ ରହିଛି। ସେଥିମଧ୍ୟରେ ୨ଟି ଅଫିସିଆଲ ବିଜ୍‌ନେସ୍‌ ରହିଥିବାବେଳେ ଅନ୍ୟ ୨ଟି ପ୍ରାଇଭେଟ ମେମ୍ବର ବିଜ୍‌ନେସ୍‌ ରହିଛି।  ଗୃହରେ ବିଜେଡି, ଭାଜପା ସଦସ୍ୟଙ୍କୁ ନେଇ ଗତ ତିନିଦିନ ଧରି ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ଓ ଖର୍ଚ୍ଚଦାବି ଆଲୋଚନା ହେଉଛି। ହେଲେ କଂଗ୍ରେସ ମହିଳା ସୁରକ୍ଷା ପ୍ରସଙ୍ଗରେ ଗୃହ କମିଟି ଦାବି କରିବା ଓ ଘଣ୍ଟ, ଗିନି, ବଂଶୀ ଫୁଙ୍କିବା ଓ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢ଼ିବାକୁ ନେଇ ସମସ୍ତ ୧୪ ସଦସ୍ୟ ନିଲମ୍ବିତ ହୋଇଛନ୍ତି।
ଅଧିବେଶନ ଶେଷ ହେବା ପରେ କଂଗ୍ରେସ ସଦସ୍ୟ କ’ଣ ନେଇ ନିଜ ଅଞ୍ଚଳର ଲୋକଙ୍କୁ ଭେଟିବେ ତାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଗୋଟିଏ ପଟେ କଂଗ୍ରେସ ମହିଳାଙ୍କୁ ନ୍ୟାୟ ଦେବାକୁ ନେଇ ପ୍ରସଙ୍ଗ କରିଥିବାରୁ ଲୋକଙ୍କ ପାଖରେ ତାହାକୁ ରଖି ସହାନୁଭୂତି ହାତେଇବାକୁ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ନିଜ ଅଞ୍ଚଳରେ ଥିବା ସମସ୍ୟା ଆଲୋଚନା କରି ପାରି ନ ଥିବାରୁ ଦଳ କିଭଳି ଲୋକଙ୍କ ନିିକଟରେ ଉତ୍ତରଦାୟୀ ରହିବ ବୋଲି ରାଜନୈତିକ ବିଶାରଦମାନେ କହୁଛନ୍ତି।
ତେବେ କଂଗ୍ରେସ ସଦସ୍ୟଙ୍କ କାର୍ଯ୍ୟଶୈଳୀକୁ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପୃଥକ୍‌ ଖବରଦାତା ସମ୍ମିଳନୀ କରି କଂଗ୍ରେସର କାର୍ଯ୍ୟକୁ ନିନ୍ଦା କରିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ସଦସ୍ୟଙ୍କ ପକ୍ଷରୁ ଗୃହ ଭିତରେ ରାତ୍ରିଯାପନ ସହିତ ଦଳ ପକ୍ଷରୁ ବିଧାନସଭା ଘେରାଉ ଓ ଖବରଦାତା ସମ୍ମିଳନୀ କରି ସରକାରଙ୍କ କାର୍ଯ୍ୟକୁ ନିନ୍ଦା କରାଯାଇଛି। ଏହି ପରିପ୍ରେକ୍ଷୀରେ ବିଜେଡି କେବଳ ଗୃହ ଭିତରେ ବାଚସ୍ପତିଙ୍କଠାରେ କଂଗ୍ରେସ ନିଲମ୍ବନ ପ୍ରତ୍ୟାହାର ଲାଗି ଦାବି କରି ନିଜର ଶୃଙ୍ଖଳିତ ଆଚରଣ ଦର୍ଶାଇଛିି।
ଆଉ ମାତ୍ର ୪ଦିନ ବାକି ରହିଥିବାବେଳେ କଂଗ୍ରେସର ସମସ୍ତ ସଦସ୍ୟଙ୍କ ନିଲମ୍ବନ ଶେଷ ହେବାକୁ ଆଉ ୪ଦିନ ବାକି ରହିଛି। ଚଳିତ ଅଧିବେଶନରେ କଂଗ୍ରେସ ଅଧିକ ଦିନ ଆଲୋଚନାରେ ଭାଗ ନେଇ ନ ଥିବାରୁ ଗୃହର ବିବରଣୀରେ ସେଭଳି କିଛି ଗୁରୁତ୍ୱପୂର୍ଣ୍ଣ କଥା ସ୍ଥାନିତ ହୋଇପାରି ନାହିଁ। ଏହି ପରିପ୍ରେକ୍ଷୀରେ କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଥିବା ମହିଳା ସୁରକ୍ଷା ପ୍ରସଙ୍ଗ ଆଗକୁ କି ପ୍ରକାର ମୋଡ଼ ନେଉଛି ତାହା ଦେଖିବାର ରହିଛି।
 କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, ମହିଳାଙ୍କ ସୁରକ୍ଷା ହେଲା ସବୁଠାରୁ ସମ୍ବେଦନଶୀଳ ପ୍ରସଙ୍ଗ। ଏ ନେଇ ସରକାର ଚୁପ୍‌ ରହିବା ରାଜ୍ୟବାସୀଙ୍କୁ ବିସ୍ମିତ କରିଛି। କଂଗ୍ରେସ କେବଳ ଗୋଟିଏ ଦାବି କରି ଆସୁଛି ଯେ ଗୃହ କମିଟି  ଗଠନ କରାଯାଉ। ହେଲେ ସରକାର ଏହି ଦାବିକୁ ଶୁଣୁ ନାହାନ୍ତି। ପୂର୍ବରୁ ଭାଜପା ସଦସ୍ୟମାନେ ଘଣ୍ଟ ମାଡ଼ କରିବା ସହିତ ବାଚସ୍ପତିଙ୍କ ଉପରକୁ ଜୋତା ଫିଙ୍ଗିବା ଓ ପୂର୍ବତନ ମହିଳା ବାଚସ୍ପତିଙ୍କ ଉପରକୁ ଡାଲି ଫିଙ୍ଗି ରେକର୍ଡ ରଖିଛନ୍ତି। ଏବେ ସେମାନେ ଯେଉଁ ଶୃଙ୍ଖଳାର ପାଠ ପଢ଼ାଉଛନ୍ତି, ତାହା ରାଜ୍ୟବାସୀ ସବୁ ଦେଖୁଛନ୍ତି। ସେହିପରି ବିଜେଡି ସଦସ୍ୟ ଅରୁଣ କୁମାର ସାହୁ କହିଛନ୍ତି, ଶନିବାର ବ୍ୟୟମଞ୍ଜୁରୀ ବିଧେୟକ ପାରିତ ବେଳେ ୬୧ଜଣ ସଦସ୍ୟ ଗୃହରେ ଥିଲେ।  କଂଗ୍ରେସର ୧୪ ସଦସ୍ୟ ଗୃହରେ ନ ଥିବାବେଳେ ଅବଶିଷ୍ଟ ୧୩୩ ସଦସ୍ୟଙ୍କ ମଧ୍ୟରୁ ଶାସକଦଳର ୩୯ ଏବଂ ଆମର ୨୨ ସଦସ୍ୟ ଥିଲେ। ବିଜେଡି ଯେଉଁ ପ୍ରଶ୍ନ ମୁଖ୍ୟମନ୍ତ୍ରୀଙ୍କୁ କରିଥିଲା ତା’ର ଉତ୍ତର ମିଳି ନ ଥିଲା। ସରକାରୀ ଦଳ ପକ୍ଷରୁ ବଜେଟକୁ ନେଇ ଯେଭଳି ଆନ୍ତରିକତା ରହିବା କଥା ତାହା ପରିଲକ୍ଷିତ ହେଲାନାହିଁ।
ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, କଂଗ୍ରେସ ସଦସ୍ୟମାନେ ଗୃହର ଶୃଙ୍ଖଳା ମାନୁ ନାହାନ୍ତି। ମହିଳା ପ୍ରସଙ୍ଗ ଉଠାଉଛନ୍ତି, ହେଲେ ମହିଳା ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢ଼ି ଅଶୋଭନୀୟ ଆଚରଣ ପ୍ରଦର୍ଶନ କରୁଛନ୍ତି। ସେମାନଙ୍କ ଆଚରଣ ଓ ଉଚ୍ଚାରଣ ସମ୍ପୂର୍ଣ୍ଣ ଅସାମ୍ବିଧାନିକ। ବାଚସ୍ପତି ଯାହା ନିଷ୍ପତ୍ତିି ନେଇଛନ୍ତି ତାହା ସ୍ବାଗତଯୋଗ୍ୟ। ଯଦି ସେମାନେ ତାଙ୍କର ଭୁଲ୍‌ ମାନି ଯାଆନ୍ତି ତେବେ ବାଚସ୍ପତି  କ୍ଷମା କରିପାରନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?