ଓଡ଼ିଶାର ତନ୍‌ଭିଙ୍କୁ ବିରଳ ସଫଳତା:ଏସିଆନ ଜୁନିୟର ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ଜିତିଲେ ସ୍ବର୍ଣ୍ଣ

ଭୁବନେଶ୍ୱର, ୨୬।୮ (ତପନ ସ୍ବାଇଁ):କଳିଙ୍ଗ ଷ୍ଟାଡିୟମରେ ଅନ୍ତର୍ଜାତୀୟ ସ୍ତରୀୟ ବ୍ୟାଡ୍‌ମିଣ୍ଟନ ଏକାଡେମୀ ପ୍ରସ୍ତୁତ ହେଉଥିବାବେଳେ ଓଡ଼ିଶାର ତନଭି ପତ୍ରୀ ଏକ ବିରଳ ସଫଳତା ହାସଲ କରି ରାଜ୍ୟକୁ ଗର୍ବିତ କରିଛନ୍ତି। ମାତ୍ର ୧୩ ବର୍ଷ ବୟସରେ ଅନ୍ତର୍ଜାତୀୟ ସ୍ତରରେ ସ୍ବର୍ଣ୍ଣ ପଦକ ହାସଲ କରି ନିଜ କ୍ୟାରିୟରକୁ ଭିନ୍ନ ଏକ ସୋପାନକୁ ନେଇଯାଇଛନ୍ତି। ଚାଇନାର ଚେଙ୍ଗ୍‌ଡୁଠାରେ ଅନୁଷ୍ଠିତ ୧୫ ବର୍ଷରୁ କମ୍‌ ଏସିଆ ଜୁନିୟର ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ସେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଭାରତୀୟ ବ୍ୟାଡ୍‌ମିଣ୍ଟନର ଭବିଷ୍ୟତ ଭାବେ ବିବେଚିତ ହେଉଥିବା ଏହି ପ୍ରତିଭାସମ୍ପନ୍ନ ବାଳିକା ରବିବାର ଅନୁଷ୍ଠିତ ଫାଇନାଲରେ ଭିଏତ୍‌ନାମର ଦ୍ୱିତୀୟ ସିଡ୍‌ ଥି ଥୁ ହୁୟେନ ଏନ୍‌ଗୁୟେନଙ୍କୁ ୨୨-୨୦, ୨୧-୧୧ରେ ପରାସ୍ତ କରିଛନ୍ତି। ଏନ୍‌ଗୁୟେନଙ୍କୁ ହରାଇବା ପାଇଁ ତନଭି ମାତ୍ର ୩୪ ମିନିଟ୍‌ ସମୟ ନେଇଥିଲେ। ଓଡ଼ିଶାର ପ୍ରଥମ ଏବଂ ଭାରତର ଭାରତର ତୃତୀୟ ଖେଳାଳିଭାବେ ସେ ୧୫ ବର୍ଷରୁ କମ୍‌ ବର୍ଗରେ ଜୁନିୟର ଏସିଆ ମହିଳା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନ ହୋଇଛନ୍ତି। ୨୦୧୭ରେ ସାମିୟା ଇମାନ ଫାରୁକି ଓ ୨୦୧୯ରେ ତସନିମ ମୀର ପୂର୍ବରୁ ଏହି ସଫଳତା ପାଇଥିଲେ।
ତନଭିଙ୍କ ଘର ହେଉଛି ବାଲେଶ୍ୱର ଜିଲା ମାର୍କୋଣାର ନୟାପଲ୍ଲୀରେ। ତାଙ୍କ କ୍ୟାରିୟର ଚାଇନାରୁ ହିଁ ଆରମ୍ଭ ହୋଇଥିଲା। ତାଙ୍କ ମା’ ଶୈଳବାଳା ପଣ୍ଡା ଓ ବାପା ରବିନାରାୟଣ ପତ୍ରୀ ସଫ୍ଟଓ୍ବେର ପ୍ରଫେଶନାଲ ଭାବେ ଚାଇନାରେ କାର୍ଯ୍ୟରତ ଥିଲେ। କୋଭିଡ୍‌-୧୯ ମହାମାରୀ ଯୋଗୁ ୨୦୨୦ରେ ସେମାନେ ଭାରତ ଆସିଥିଲେ। ଦେଶକୁ ଫେରିବାପରେ ତନଭି ବେଙ୍ଗାଲୁରୁସ୍ଥିତ ପ୍ରକାଶ ପାଦୁକୋନ ବ୍ୟାଡ୍‌ମିଣ୍ଟନ ଏକାଡେମୀରେ ପ୍ରଶିକ୍ଷଣ ନେଉଛନ୍ତି। ଚାଇନାରେ ସେ ଜିଆଙ୍ଗ ୟଙ୍ଗ୍‌ ୟି’ଙ୍କଠାରୁ ଟ୍ରେନିଂ ନେଉଥିଲେ। ତେଣୁ ପରିବେଶ ସହିତ ଅଭ୍ୟସ୍ତ ହୋଇଥିବା ଭେନ୍ୟୁରେ ସେ ଚମତ୍କାର ପ୍ରଦର୍ଶନ କରି କ୍ୟାରିୟରର ଏହି ଶ୍ରେଷ୍ଠ ସଫଳତା ଲାଭ କରିଛନ୍ତି।
ତନଭି ୨୦୧୭-୧୮ରୁ ଚାଇନାରେ ୮ ବର୍ଷରୁ କମ୍‌ ବର୍ଗରୁ ବିଭିନ୍ନ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରି ନିଜ ପ୍ରତିଭା ଦେଖାଇଛନ୍ତି। ୨୦୧୯ ପର୍ଯ୍ୟନ୍ତ ସେ ସେଠାରେ ବିଭିନ୍ନ ବୟସ ବର୍ଗର ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରି ପାଖାପାଖି ୯ଟିରେ ଚାମ୍ପିୟନ ଏବଂ ଗୋଟିଏରେ ରନରଅପ୍‌ ହୋଇଛନ୍ତି। ଓଡ଼ିଶା ଆସିବାପରେ କୋଭିଡ୍‌ ପାଇଁ କିଛି ବର୍ଷର ବ୍ରେକ୍‌ ପରେ ୨୦୨୧ରୁ ସେ ରାଜ୍ୟରେ ଅନୁଷ୍ଠିତ ୧୯ ବର୍ଷରୁ କମ୍‌ ଏବଂ ସିନିୟର ବର୍ଗ ପ୍ରତିଯୋଗିତାଗୁଡ଼ିକରେ ଭାଗନେଇ ଚମତ୍କାରିତା ଦେଖାଇଛନ୍ତି। ଅର୍ଥାତ୍‌ ଏବେ ମାତ୍ର ୧୩ ବର୍ଷ ହୋଇଥିଲେ ହେଁ ସେ ତାଙ୍କଠାରୁ ବୟସରେ ବହୁ ବଡ଼ ଖେଳାଳିଙ୍କୁ ସେ ପରାସ୍ତ କରି ଟାଇଟଲ ହାସଲ କରିଛନ୍ତି। ରାଜ୍ୟରେ ଅନୁଷ୍ଠିତ ପ୍ରତିଯୋଗିତା ମଧ୍ୟରେ ସେ ଅଧ ଡଜନରୁ ଊଦ୍ଧ୍ୱର୍ର୍ ପ୍ରତିଯୋଗିତାରେ ଚାମ୍ପିୟନ ହୋଇ ସାରିଛନ୍ତି। ଜାତୀୟ ସ୍ତରରେ ମଧ୍ୟ ସେ ଖୁବ୍‌ ସଫଳତା ଲାଭ କରିଛନ୍ତି। ୨୦୨୨ରେ ମୁମ୍ବାଇ ଓ ଲକ୍ଷ୍ନୌ, ୨୦୨୩ରେ ଓଡ଼ିଶାର ବଲାଙ୍ଗୀରରେ ଅନୁଷ୍ଠିତ ୩୫ତମ ଜାତୀୟ ସବ୍‌ଜୁନିୟର ବ୍ୟାଡ୍‌ମିଣ୍ଟନ, ୨୦୨୪ରେ ଗୋଆ ଓ ତେଲଙ୍ଗାନାରେ ଅନୁଷ୍ଠିତ ଜାତୀୟ ପ୍ରତିଯୋଗିତାଗୁଡ଼ିକରେ ସେ ପ୍ରଭାବୀ ପ୍ରଦର୍ଶନ କରି ଚାମ୍ପିୟନ ହୋଇଛନ୍ତି।
ଚଳିତବର୍ଷ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ ତନଭି। ସେ ଗତ ମାର୍ଚ୍ଚରେ ନେଦରଲାଣ୍ଡ୍ସର ହର୍ଲେମରେ ଅନୁଷ୍ଠିତ ଡଚ୍‌ ଅନ୍ତର୍ଜାତୀୟ ଏବଂ ଜର୍ମାନୀର ବର୍ଲିନ୍‌ରେ ଆୟୋଜିତ ଜର୍ମାନୀ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଥିଲେ ହେଁ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ ପାରି ନ ଥିଲେ। ନେଦରଲାଣ୍ଡ୍ସରେ ସେ ଦ୍ୱିତୀୟ ରାଉଣ୍ଡ ଏବଂ ଜର୍ମାନୀରେ କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଥିଲେ। ମାତ୍ର ଚାଇନା ଟୁର୍ନାମେଣ୍ଟରେ ସ୍ବର୍ଣ୍ଣିମ ସଫଳତା ପାଇ ସେ ନିଜ ଉଜ୍ଜ୍ୱଳ ଭବିଷ୍ୟତର ସୂଚନା ଦେଇଛନ୍ତି। ପ୍ରକାଶ ପାଦୁକୋନ ଏକାଡେମୀର ମୁଖ୍ୟ କୋଚ୍‌ ତଥା ନିର୍ଦ୍ଦେଶକ ୟୁ. ବିମଲ କୁମାରଙ୍କ କହିବା ଅନୁସାରେ ତନଭି ହେଉଛନ୍ତି ନିର୍ଭୀକ, ଉଚ୍ଚ ପ୍ରତିଭାସମ୍ପନ୍ନ, ଉତ୍ତମ ଟେକ୍ନିକସମ୍ପନ୍ନ ଏବଂ ଖୁବ୍‌ଶୀଘ୍ର ଶିଖିପାରୁଥିବା ଜଣେ ଖେଳାଳି। ୨୦୨୨ରେ ଝିଅ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବ ବୋଲି ରବିନାରାୟଣ ବେଙ୍ଗାଲୁରୁରୁ ବଲାଙ୍ଗୀର ୧୪୦୦ କିଲୋମିଟର ଗାଡ଼ି ଡ୍ରାଇଭ୍‌ କରି ତନଭିଙ୍କୁ ନେଇ ଆସିଥିଲେ। ଏହା ସେତେବେଳେ ଚର୍ଚ୍ଚାରେ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri