ଓଡ଼ିଶାର ତନ୍‌ଭିଙ୍କୁ ବିରଳ ସଫଳତା:ଏସିଆନ ଜୁନିୟର ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ଜିତିଲେ ସ୍ବର୍ଣ୍ଣ

ଭୁବନେଶ୍ୱର, ୨୬।୮ (ତପନ ସ୍ବାଇଁ):କଳିଙ୍ଗ ଷ୍ଟାଡିୟମରେ ଅନ୍ତର୍ଜାତୀୟ ସ୍ତରୀୟ ବ୍ୟାଡ୍‌ମିଣ୍ଟନ ଏକାଡେମୀ ପ୍ରସ୍ତୁତ ହେଉଥିବାବେଳେ ଓଡ଼ିଶାର ତନଭି ପତ୍ରୀ ଏକ ବିରଳ ସଫଳତା ହାସଲ କରି ରାଜ୍ୟକୁ ଗର୍ବିତ କରିଛନ୍ତି। ମାତ୍ର ୧୩ ବର୍ଷ ବୟସରେ ଅନ୍ତର୍ଜାତୀୟ ସ୍ତରରେ ସ୍ବର୍ଣ୍ଣ ପଦକ ହାସଲ କରି ନିଜ କ୍ୟାରିୟରକୁ ଭିନ୍ନ ଏକ ସୋପାନକୁ ନେଇଯାଇଛନ୍ତି। ଚାଇନାର ଚେଙ୍ଗ୍‌ଡୁଠାରେ ଅନୁଷ୍ଠିତ ୧୫ ବର୍ଷରୁ କମ୍‌ ଏସିଆ ଜୁନିୟର ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ସେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଭାରତୀୟ ବ୍ୟାଡ୍‌ମିଣ୍ଟନର ଭବିଷ୍ୟତ ଭାବେ ବିବେଚିତ ହେଉଥିବା ଏହି ପ୍ରତିଭାସମ୍ପନ୍ନ ବାଳିକା ରବିବାର ଅନୁଷ୍ଠିତ ଫାଇନାଲରେ ଭିଏତ୍‌ନାମର ଦ୍ୱିତୀୟ ସିଡ୍‌ ଥି ଥୁ ହୁୟେନ ଏନ୍‌ଗୁୟେନଙ୍କୁ ୨୨-୨୦, ୨୧-୧୧ରେ ପରାସ୍ତ କରିଛନ୍ତି। ଏନ୍‌ଗୁୟେନଙ୍କୁ ହରାଇବା ପାଇଁ ତନଭି ମାତ୍ର ୩୪ ମିନିଟ୍‌ ସମୟ ନେଇଥିଲେ। ଓଡ଼ିଶାର ପ୍ରଥମ ଏବଂ ଭାରତର ଭାରତର ତୃତୀୟ ଖେଳାଳିଭାବେ ସେ ୧୫ ବର୍ଷରୁ କମ୍‌ ବର୍ଗରେ ଜୁନିୟର ଏସିଆ ମହିଳା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନ ହୋଇଛନ୍ତି। ୨୦୧୭ରେ ସାମିୟା ଇମାନ ଫାରୁକି ଓ ୨୦୧୯ରେ ତସନିମ ମୀର ପୂର୍ବରୁ ଏହି ସଫଳତା ପାଇଥିଲେ।
ତନଭିଙ୍କ ଘର ହେଉଛି ବାଲେଶ୍ୱର ଜିଲା ମାର୍କୋଣାର ନୟାପଲ୍ଲୀରେ। ତାଙ୍କ କ୍ୟାରିୟର ଚାଇନାରୁ ହିଁ ଆରମ୍ଭ ହୋଇଥିଲା। ତାଙ୍କ ମା’ ଶୈଳବାଳା ପଣ୍ଡା ଓ ବାପା ରବିନାରାୟଣ ପତ୍ରୀ ସଫ୍ଟଓ୍ବେର ପ୍ରଫେଶନାଲ ଭାବେ ଚାଇନାରେ କାର୍ଯ୍ୟରତ ଥିଲେ। କୋଭିଡ୍‌-୧୯ ମହାମାରୀ ଯୋଗୁ ୨୦୨୦ରେ ସେମାନେ ଭାରତ ଆସିଥିଲେ। ଦେଶକୁ ଫେରିବାପରେ ତନଭି ବେଙ୍ଗାଲୁରୁସ୍ଥିତ ପ୍ରକାଶ ପାଦୁକୋନ ବ୍ୟାଡ୍‌ମିଣ୍ଟନ ଏକାଡେମୀରେ ପ୍ରଶିକ୍ଷଣ ନେଉଛନ୍ତି। ଚାଇନାରେ ସେ ଜିଆଙ୍ଗ ୟଙ୍ଗ୍‌ ୟି’ଙ୍କଠାରୁ ଟ୍ରେନିଂ ନେଉଥିଲେ। ତେଣୁ ପରିବେଶ ସହିତ ଅଭ୍ୟସ୍ତ ହୋଇଥିବା ଭେନ୍ୟୁରେ ସେ ଚମତ୍କାର ପ୍ରଦର୍ଶନ କରି କ୍ୟାରିୟରର ଏହି ଶ୍ରେଷ୍ଠ ସଫଳତା ଲାଭ କରିଛନ୍ତି।
ତନଭି ୨୦୧୭-୧୮ରୁ ଚାଇନାରେ ୮ ବର୍ଷରୁ କମ୍‌ ବର୍ଗରୁ ବିଭିନ୍ନ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରି ନିଜ ପ୍ରତିଭା ଦେଖାଇଛନ୍ତି। ୨୦୧୯ ପର୍ଯ୍ୟନ୍ତ ସେ ସେଠାରେ ବିଭିନ୍ନ ବୟସ ବର୍ଗର ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରି ପାଖାପାଖି ୯ଟିରେ ଚାମ୍ପିୟନ ଏବଂ ଗୋଟିଏରେ ରନରଅପ୍‌ ହୋଇଛନ୍ତି। ଓଡ଼ିଶା ଆସିବାପରେ କୋଭିଡ୍‌ ପାଇଁ କିଛି ବର୍ଷର ବ୍ରେକ୍‌ ପରେ ୨୦୨୧ରୁ ସେ ରାଜ୍ୟରେ ଅନୁଷ୍ଠିତ ୧୯ ବର୍ଷରୁ କମ୍‌ ଏବଂ ସିନିୟର ବର୍ଗ ପ୍ରତିଯୋଗିତାଗୁଡ଼ିକରେ ଭାଗନେଇ ଚମତ୍କାରିତା ଦେଖାଇଛନ୍ତି। ଅର୍ଥାତ୍‌ ଏବେ ମାତ୍ର ୧୩ ବର୍ଷ ହୋଇଥିଲେ ହେଁ ସେ ତାଙ୍କଠାରୁ ବୟସରେ ବହୁ ବଡ଼ ଖେଳାଳିଙ୍କୁ ସେ ପରାସ୍ତ କରି ଟାଇଟଲ ହାସଲ କରିଛନ୍ତି। ରାଜ୍ୟରେ ଅନୁଷ୍ଠିତ ପ୍ରତିଯୋଗିତା ମଧ୍ୟରେ ସେ ଅଧ ଡଜନରୁ ଊଦ୍ଧ୍ୱର୍ର୍ ପ୍ରତିଯୋଗିତାରେ ଚାମ୍ପିୟନ ହୋଇ ସାରିଛନ୍ତି। ଜାତୀୟ ସ୍ତରରେ ମଧ୍ୟ ସେ ଖୁବ୍‌ ସଫଳତା ଲାଭ କରିଛନ୍ତି। ୨୦୨୨ରେ ମୁମ୍ବାଇ ଓ ଲକ୍ଷ୍ନୌ, ୨୦୨୩ରେ ଓଡ଼ିଶାର ବଲାଙ୍ଗୀରରେ ଅନୁଷ୍ଠିତ ୩୫ତମ ଜାତୀୟ ସବ୍‌ଜୁନିୟର ବ୍ୟାଡ୍‌ମିଣ୍ଟନ, ୨୦୨୪ରେ ଗୋଆ ଓ ତେଲଙ୍ଗାନାରେ ଅନୁଷ୍ଠିତ ଜାତୀୟ ପ୍ରତିଯୋଗିତାଗୁଡ଼ିକରେ ସେ ପ୍ରଭାବୀ ପ୍ରଦର୍ଶନ କରି ଚାମ୍ପିୟନ ହୋଇଛନ୍ତି।
ଚଳିତବର୍ଷ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ ତନଭି। ସେ ଗତ ମାର୍ଚ୍ଚରେ ନେଦରଲାଣ୍ଡ୍ସର ହର୍ଲେମରେ ଅନୁଷ୍ଠିତ ଡଚ୍‌ ଅନ୍ତର୍ଜାତୀୟ ଏବଂ ଜର୍ମାନୀର ବର୍ଲିନ୍‌ରେ ଆୟୋଜିତ ଜର୍ମାନୀ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଥିଲେ ହେଁ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ ପାରି ନ ଥିଲେ। ନେଦରଲାଣ୍ଡ୍ସରେ ସେ ଦ୍ୱିତୀୟ ରାଉଣ୍ଡ ଏବଂ ଜର୍ମାନୀରେ କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଥିଲେ। ମାତ୍ର ଚାଇନା ଟୁର୍ନାମେଣ୍ଟରେ ସ୍ବର୍ଣ୍ଣିମ ସଫଳତା ପାଇ ସେ ନିଜ ଉଜ୍ଜ୍ୱଳ ଭବିଷ୍ୟତର ସୂଚନା ଦେଇଛନ୍ତି। ପ୍ରକାଶ ପାଦୁକୋନ ଏକାଡେମୀର ମୁଖ୍ୟ କୋଚ୍‌ ତଥା ନିର୍ଦ୍ଦେଶକ ୟୁ. ବିମଲ କୁମାରଙ୍କ କହିବା ଅନୁସାରେ ତନଭି ହେଉଛନ୍ତି ନିର୍ଭୀକ, ଉଚ୍ଚ ପ୍ରତିଭାସମ୍ପନ୍ନ, ଉତ୍ତମ ଟେକ୍ନିକସମ୍ପନ୍ନ ଏବଂ ଖୁବ୍‌ଶୀଘ୍ର ଶିଖିପାରୁଥିବା ଜଣେ ଖେଳାଳି। ୨୦୨୨ରେ ଝିଅ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବ ବୋଲି ରବିନାରାୟଣ ବେଙ୍ଗାଲୁରୁରୁ ବଲାଙ୍ଗୀର ୧୪୦୦ କିଲୋମିଟର ଗାଡ଼ି ଡ୍ରାଇଭ୍‌ କରି ତନଭିଙ୍କୁ ନେଇ ଆସିଥିଲେ। ଏହା ସେତେବେଳେ ଚର୍ଚ୍ଚାରେ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri