ମଧ୍ୟପ୍ରାଚ୍ୟରେ ଘମାଘୋଟ ଲଢ଼େଇ:ଥରିଲେ ସାଧାରଣ ନାଗରିକ

ଜେରୁଜେଲମ୍‌,୨୬ା୮:ଲେବାନନ୍‌ର ଆତଙ୍କବାଦୀ ସଙ୍ଗଠନ ହେଜବୋଲ୍ଲା ଏବଂ ଇସ୍ରାଏଲ ରବିବାର ପରସ୍ପର ଉପରେ ବଡ଼ ଧରଣର ସାମରିକ ଆକ୍ରମଣ ଘୋଷଣା କରିଛନ୍ତି। ଇରାନ୍‌ ସମର୍ଥତ୍ତ ହେଜ୍‌ବୋଲ୍ଲା ଇସ୍ରାଏଲୀ ସେନାଘାଟିଗୁଡ଼ିକୁ ଟାର୍ଗେଟ କରି ୩୨୦ରୁ ଊର୍ଦ୍ଧ୍ୱ କାଟ୍ୟୁଶା ରକେଟ ମାଡ଼ କରିଛି। ଅନ୍ୟପକ୍ଷେ ଇସ୍ରାଏଲୀ ହିଫେନ୍ସ ଫୋର୍ସେସ୍‌ (ଆଇଡିଏଫ୍‌) ଏନେଇ ଆଗୁଆ ସୂଚନା ପାଇ ଦକ୍ଷିଣ ଲେବାନନ୍‌ରେ ଥିବା ହେଜବୋଲ୍ଲାର ଅନେକ ଆଡ୍ଡାକୁ ଉଡ଼ାଇ ଦେଇଛି। ଇସ୍ରାଏଲୀ ନାଗରିକମାନଙ୍କ ପ୍ରତି ତତ୍କାଳ ବିପଦ ଆଶଙ୍କା କରି ସେମାନଙ୍କ ଜୀବନ ବଞ୍ଚାଇବା ପାଇଁ ଇସ୍ରାଏଲୀ ବାୟୁସେନାର ଶତାଧିକ ଯୁଦ୍ଧବିମାନ ଜରିଆରେ ଅନେକ ଶହ ରକେଟ ଛଡ଼ାଯାଇଥିବା ଆଇଡିଏଫ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଆଇଡିଏଫ୍‌ ଆକ୍ରମଣରେ ଲେବାନନ୍‌ରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଇସ୍ରାଏଲରେ ମୃତାହତଙ୍କ ସଂଖ୍ୟା ଜଣାପଡ଼ିନାହିଁ। ୨୦୨୩ ଅକ୍ଟୋବର ୭ରୁ ଇସ୍ରାଏଲ-ହମାସ୍‌ ମଧ୍ୟରେ ଯୁଦ୍ଧ ଚାଲିଥିବାବଳେ ଗତ ୧୧ ମାସ ମଧ୍ୟରେ ଏହା ହେଉଛି ପରସ୍ପର ଉପରେ ସବୁଠୁ ବଡ଼ ରକେଟ ଆକ୍ରମଣ, ଯାହାକୁ ନେଇ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଆହୁରି ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ଇସ୍ରାଏଲ୍‌ ଏବଂ ଲେବାନନ୍‌ ସ୍ଥିତି ଉପରେ ରାଷ୍ଟ୍ରପତି ଜୋ ବାଇଡେନ୍‌ ଅନୁଧ୍ୟାନ କରୁଥିବା ଆମେରିକା ଜାତୀୟ ସୁରକ୍ଷା ପରିଷଦ ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଦେଶରେ ରବିବାର ସ୍ଥାନୀୟ ସମୟ ସକାଳ ୬ଟା (ଭାରତୀୟ ସମୟ ପୂର୍ବାହ୍ନ ୮ଟା ୩୦ ମିନିଟ)ରୁ ୪୮ ଘଣ୍ଟିଆ ଏମର୍ଜେନ୍ସି ଜାରି କରିଛନ୍ତି।
ଗତ ଜୁଲାଇ ଶେଷ ଭାଗରେ ଇସ୍ରାଏଲ୍‌ ଆକ୍ରମଣରେ ହେଜବୋଲ୍ଲା ସହପ୍ରତିଷ୍ଠାତା ତଥା ବରିଷ୍ଠ କମାଣ୍ଡର ଫୁଆଦ୍‌ ଶୁକ୍‌ର ନିହତ ହୋଇଥିଲେ। ଏହାର ଜବାବ ଦେବା ପାଇଁ ପ୍ରସ୍ତୁତି ଚଳାଇଥିବା ହେଜବୋଲ୍ଲା ରବିବାର ଇସ୍ରାଏଲସ୍ଥିତ ମେରୋନ୍‌ ଏବଂ ଅଧିକୃତ ଗୋଲାନ୍‌ ହାଇଟ୍ସ ସମେତ ୧୧ ସେନା ଶିବିରକୁ ଟାର୍ଗେଟ କରି ୩୨୦ରୁ ଅଧିକ ରକେଟ ମାଡ଼ କରିଥିଲା। ଏଥିସହ ଇସ୍ରାଏଲ୍‌ର ଅନେକ ଆଇରନ୍‌ ଡୋମ୍‌ ପ୍ଲାଟ୍‌ଫର୍ମକୁ ମଧ୍ୟ ଟାର୍ଗେଟ କରିଥିଲା। ଇସ୍ରାଏଲୀ ସେନା ଆକ୍ରମଣରେ ଗତ କିଛି ସପ୍ତାହ ମଧ୍ୟରେ ହେଜ୍‌ବୋଲ୍ଲା ଓ ଏହାର ସହଯୋଗୀ ହମାସ୍‌ର ଅନେକ ବରିଷ୍ଠ କମାଣ୍ଡରଙ୍କ ମୃତ୍ୟୁ ଘଟିଥିବାରୁ ଇସ୍ରାଏଲ୍‌ ଉପରେ ଏହି ସଶସ୍ତ୍ର ଗୋଷ୍ଠୀ ଏଭଳି କିଛି ବଡ଼ ଆକ୍ରମଣ କରିପାରେ ବୋଲି ପୂର୍ବରୁ ଆଶଙ୍କା କରାଯାଉଥିଲା। ଇସ୍ରାଏଲ୍‌ ଏଥିପାଇଁ ଆଗୁଆ ପ୍ରସ୍ତୁତ ହୋଇ ରହିଥିଲା। ରବିବାର ହେଜବୋଲ୍ଲା ପକ୍ଷରୁ ଆକ୍ରମଣ କରାଯିବାର କିଛି ସମୟ ପୂର୍ବରୁ ଆଇଡିଏଫ୍‌ ପ୍ରାୟ ୧୦୦ ଫାଇଟର ଜେଟ୍‌ରୁ ହେଜବୋଲ୍ଲାର ଅନେକ ହଜାର ଲଞ୍ଚ୍‌ ସାଇଟ୍‌କୁ ଟାର୍ଗେଟ କରିଥିଲା। ଏଥିରେ ହେଜ୍‌ବୋଲ୍ଲା ସହ ଅନୁବନ୍ଧିତ ଅମଲ ଗ୍ରୁପ୍‌ର ଜଣେ ଫାଇଟରଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ କେତେଜଣ ମଧ୍ୟ ଆହତ ହୋଇଛନ୍ତି।
ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ପରାମର୍ଶ କ୍ରମେ ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ୍‌ ଗାଲାଣ୍ଟ ୪୮ ଘଣ୍ଟିଆ ‘ସ୍ପେଶାଲ ସିଚୁଏଶନ୍‌’ ବା ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି। ନେତାନ୍ୟାହୁ କହିଛନ୍ତି, ଇସ୍ରାଏଲ୍‌ ନିଜ ଆମତ୍ରକ୍ଷା ପାଇଁ ଯାହା ପାରିବ ସବୁ କରିବ। ଯିଏ ଆମର କ୍ଷତି କରିବ, ଆମେ ତା’ର କ୍ଷତି କରିବୁ ବୋଲି ଜରୁରୀ ବୈଠକରେ ସେ କହିଛନ୍ତି।
୨୦୨୩ରୁ ତେଲ୍‌ଆଭିଭ ପକ୍ଷରୁ ଗାଜା ଆକ୍ରମଣ ଜାରି ରହିଥିବାବେଳେ ଏହି ଆକ୍ରମଣ ଓ ପ୍ରତିଆକ୍ରମଣ ଆଗକୁ ଯୁଦ୍ଧ ସଙ୍କଟ ବଢ଼ାଇପାରେ ବୋଲି ଆଶଙ୍କା କରାଯାଉଛି। ବିଶେଷକରି ହମାସ୍‌ର ରାଜନୈତିକ ମୁଖ୍ୟ ଇସ୍‌ମାଇଲ ହାନିୟେଙ୍କୁ ତେହରାନ୍‌ରେ ଏବଂ ହେଜବୋଲ୍ଲା କମାଣ୍ଡର ଫୁଆଦ୍‌ ଶୁକ୍‌ରଙ୍କୁ ବିରୁଟ୍‌ରେ ହତ୍ୟା କରାଯିବା ପରେ ଏଭଳି ଆଶଙ୍କା ଦୃଢ଼ୀଭୂତ ହୋଇଥିଲା। ଏହି ଦୁଇଜଣଙ୍କ ମୃତ୍ୟୁ ପାଇଁ ଇସ୍ରାଏଲ୍‌କୁ ଦାୟୀ କରାଯାଉଛି। ଆମେରିକା ଜାତୀୟ ସୁରକ୍ଷା ପରିଷଦ ମୁଖପାତ୍ର ସେଆନ୍‌ ସଭେଟ୍ଟ ଏକ ବିବୃତିରେ କହିଛନ୍ତି, ଓ୍ବାଶିଂଟନ୍‌ ଇସ୍ରାଏଲ୍‌କୁ ଆମତ୍ରକ୍ଷା କ୍ଷେତ୍ରରେ ସମର୍ଥନ ଜାରି ରଖିବ। ରାଷ୍ଟ୍ରପତି ବାଇଡେନ୍‌ଙ୍କ ନିର୍ଦ୍ଦେଶକ୍ରମେ ବରିଷ୍ଠ ଅଧିକାରୀମାନେ ଇସ୍ରାଏଲୀ ପ୍ରତିପକ୍ଷଙ୍କ ସହ ଲଗାତର ଯୋଗାଯୋଗ କରୁଛନ୍ତି। ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧ ବନ୍ଦ ପାଇଁ ଇଜିପ୍ଟ ମଧ୍ୟସ୍ଥତାରେ ଆଉ ଏକ ପର୍ଯ୍ୟାୟରେ ଆଲୋଚନା ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଯୁଦ୍ଧବିରତି ପାଇଁ ସହମତି ପ୍ରକାଶ ପାଇଲେ ନିଜେ ଆକ୍ରମଣରୁ ଓହରିଯିବ ବୋଲି ହେଜ୍‌ବୋଲ୍ଲା କହିଛି। ଲେବାନନ୍‌ରେ ଥିବା ଜାତିସଂଘର ଅନ୍ତରୀଣ ବଳ (ୟୁଏନ୍‌ଆଇଏଫ୍‌ଆଇଏଲ୍‌) ଉଭୟ ପକ୍ଷକୁ ଉତ୍ତେଜନା ବୃଦ୍ଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ସଂଯମ ରହିବାକୁ ପରାମର୍ଶ ଦେଇଛି। ଜାତିସଂଘ ଏବଂ ଲେବାନନ୍‌ ପ୍ରଧାନମନ୍ତ୍ରୀ ସାଦ୍‌ ହାରିରି ଏହି ଆକ୍ରମଣକୁ ଅତ୍ୟନ୍ତ ଚିନ୍ତାଜନକ ବୋଲି ଅଭିହିତ କରିଛନ୍ତି।
ଇତିମଧ୍ୟରେ ହେଜବୋଲ୍ଲା ପକ୍ଷରୁ ଇସ୍ରାଏଲ୍‌ ଉପରେ ଅଧିକ ଆକ୍ରମଣ ଆଶଙ୍କା କରି ବେନ୍‌ ଗୁରିଓନ୍‌ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅନେକ ବିମାନ ବିଳମ୍ବିତ ଉଡ଼ାଣ କରିଛି। ଏହାବାଦ୍‌ ଅନେକ ବିମାନର ରୁଟ୍‌ ମଧ୍ୟ ପରିବର୍ତ୍ତନ କରାଯାଇଛି। ଜରୁରୀ ସେବାଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି। ପ୍ରକାଶ ଯେ, ଗତବର୍ଷ ଅକ୍ଟୋବରରୁ ଆରମ୍ଭ ହୋଇଥିବା ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧରେ ଅନେକ ହଜାର ଲୋକଙ୍କ ପ୍ରାଣହାନି ଘଟିଲାଣି। ହମାସ୍‌ ଆକ୍ରମଣରେ ଇସ୍ରାଏଲ୍‌ର ପ୍ରାୟ ୧,୨୦୦ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଗାଜା ଉପରେ ଆଇଡିଏଫ୍‌ର ପ୍ରତିଆକ୍ରମଣରେ ୪୦,୦୦୦ରୁ ଊର୍ଦ୍ଧ୍ୱ ପାଲେଷ୍ଟିନୀୟ ନିହତ ହୋଇଥିବା ଗାଜା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହାବାଦ୍‌ ଅନେକ ଲକ୍ଷ ପାଲେଷ୍ଟିନୀୟ ବାସଚ୍ୟୁତ ହୋଇ ଇଜିପ୍ଟ ସୀମାରେ ଆଶ୍ରୟ ନେଇଛନ୍ତି। ସେହିପରି ଇସ୍ରାଏଲ୍‌ ଆକ୍ରମଣରେ ଲେବାନନ୍‌ର ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି। ହେଜବୋଲ୍ଲା ପାଖରେ ବର୍ତ୍ତମାନ ପ୍ରାୟ ଦେଢ଼ ଲକ୍ଷ ରକେଟ ରହିଛି, ଯାହାକି ଇସ୍ରାଏଲକୁ ଧ୍ୱଂସ କରିବା ପାଇଁ ପର୍ଯ୍ୟାପ୍ତ ବୋଲି ଏହି ସଙ୍ଗଠନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?