Posted inଫୁରସତ

ପଦ୍ମଶ୍ରୀ ପ୍ରଭାକର: ନିର୍ଜୀବ ପଥର ଦେହରେ କରନ୍ତି କଳାର ପ୍ରାଣ ସଞ୍ଚାର

ପିଲାଟି ଦିନରୁ ସେ ବିଭିନ୍ନ କାରୁକାର୍ଯ୍ୟମୟ ମନ୍ଦିର ଦେଖି ଖୁସୀ ହୋଇପଡ଼ୁଥିଲେ । ଘରେ ବାପାଙ୍କ ହସ୍ତଶିଳ୍ପ କାମରେ ସହଯୋଗ କରୁଥିଲେ। ଏଥିପାଇଁ ସ୍କୁଲପଢାକୁ ଅଧାରୁ ବନ୍ଦକରି ଯୋଗଦେଇଥିଲେ ରାଜ୍ୟ ହସ୍ତଶିଳ୍ପ କେନ୍ଦ୍ରରେ। ସମୟକ୍ରମେ ବିଭିନ୍ନ ପଥରରେ ଗଢ଼ିଲେ ସୁନ୍ଦର ସୁନ୍ଦର କଳାକୃତି । ହସ୍ତଶିଳ୍ପ କାର୍ଯ୍ୟରେ ନିଷ୍ଠା ଓ ସାଧନା ଯୋଗୁ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ତାଙ୍କୁ ମିଳିଛି ଅନେକ ପୁରସ୍କାର ଓ ସମ୍ମାନ। ଦେଶବିଦେଶରେ ଜଣେ ସ୍ଥପତିଭାବେ ସେ ଯଶଅର୍ଜନ କରିପାରିଛନ୍ତି। ସେ ହେଲେ ପଦ୍ମଶ୍ରୀ ପ୍ରଭାକର ମହାରଣା। ଜନ୍ମ୨.୯. ୧୯୬୦ ମସିହାରେ। ମାତା ହାଡ଼ିମଣି ମହାରଣା। ପିତା- ସାଧୁ ମହାରଣା। ଘର ପୁରୀ ଜିଲାର ଗୋପବ୍ଲକ ଅଧୀନ ସୁଜାନଗରରେ । ସେ କୁହନ୍ତି, ଘରେ ବାପା ସେତେବେଳେ ପଥର ଓ କାଠ ଖୋଦନକରି ବିଭିନ୍ନ ମୂର୍ତ୍ତି ତିଆରି କରୁଥିଲେ। ମାମୁ ଧଡ଼ୁ ମହାରଣା ଏବଂ ବାପାଙ୍କ ପ୍ରେରଣାରେ ସ୍କୁଲପାଠ ଅଧାରୁ ବନ୍ଦକରି ଭୁବନେଶ୍ୱର ପଳାଇ ଆସିଥିଲି। ୧୯୭୫ ମସିହାରୁ ରାଜ୍ୟ ହସ୍ତଶିଳ୍ପ ଭବନରେ ତାଲିମ ନେଲି। କର୍ମଶାଳାରେ ପଥର ମୂର୍ତ୍ତି ଗଢିଲାବେଳେ କିଛି ଭାଙ୍ଗିି ନାହିଁ ବରଂ ପଥରକୁ ଖୋଦନ କରିବାକୁ ପଡ଼ିଥାଏ। ମୂର୍ତ୍ତିଟିଏ ଗଢ଼ିବା ପୂର୍ବରୁ ମୋ ମନରେ ସ୍ବତନ୍ତ୍ର ଭାବନା ଜାଗ୍ରତ ହୁଏ । ଏକ ପରିକଳ୍ପନା ସୃଷ୍ଟିକରେ। ତା’ପରେ କଳାକୃତିର ରୂପରେଖକୁ ପୂର୍ଣ୍ଣାଙ୍ଗ କରିସାରିଲା ପରେ ଅପାର ଆନନ୍ଦ ପାଏ। ମତେ ଲାଗେ ନିର୍ଜୀବ ପଥର ଦେହରେ କଳାର ପ୍ରାଣ ସଞ୍ଚାର ହୁଏ। ଗଢ଼ିଥିବା ସୁନ୍ଦର ସୁନ୍ଦର ମୂର୍ତ୍ତି ଗରାଖଙ୍କୁ ଖୁବ୍‌ ଆକର୍ଷିତ କରିଥାଏ। ତାହା କେବଳ ଅନୁଭବୀ ଶିଳ୍ପୀ ହିଁ ବୁଝିପାରେ। ୧୯୭୬ ମସିହାର କଥା, ରାଜ୍ୟ ହସ୍ତଶିଳ୍ପ ଭବନରେ କେତୋଟି ମୂର୍ତ୍ତି ନିର୍ମାଣ କରିଥାଏ। ସେତେବେଳେ ଏଠାକୁ ଥରେ କେତେଜଣ ଗରାଖ ଆସି ନିର୍ମାଣ ହୋଇଥିବା ବିଭିନ୍ନ ମୂର୍ତ୍ତିକୁ ଦେଖିଲେ। ମାତ୍ର ମୁଁ ତିଆରି କରିଥିବା ୨ଟି ଛୋଟଛୋଟ ଗଣେଶ ମୂର୍ତ୍ତିକୁ ସେମାନେ ୬୫ଟଙ୍କାରେ କିଣି ନେଇଥିଲେ । ଏଥିପାଇଁ ସେଦିନ ମୁଁ ବହୁତ ଖୁସୀ ହୋଇପଡ଼ିଥିଲି । କାରଣ ସେହି ମୂର୍ତ୍ତି ବିକ୍ରି ଟଙ୍କାରେ ଫୁଲପ୍ୟାଣ୍ଟ ଶାର୍ଟ କିଣିକରି ପିନ୍ଧିଥିଲି। ଏହା ମୋତେ ସବୁଠାରୁ ଆନନ୍ଦ ଦେଇଥିଲା। ସେହିପରି ଆଉଥରେ କେତେଜଣ ଶିଳ୍ପୀମାନଙ୍କ ଦ୍ୱାରା ନିର୍ମାଣ ହୋଇଥିବା ବିଭିନ୍ନ କଳାକୃତିକୁ ଏକ ମେଳାରେ ପ୍ରଦର୍ଶନ କରାଯାଇଥାଏ। ଏଠାକୁ ଆସିଥିବା ଗରାଖମାନେ ଏକ ରାଧାକୃଷ୍ଣଙ୍କ ମୂର୍ତ୍ତି ନେବା ପାଇଁ ତା’ର ମୂଲ୍ୟ ପଚାରିଥିଲେ, ହେଲେ ସେମାନଙ୍କୁ ସେହି ମୂର୍ତ୍ତିର ଦର ଅଧିକ ହୋଇଥିବାରୁ ସେମାନେ ସେଠାରୁ ଫେରିଯାଉଥିଲେ, କିନ୍ତୁ ସେହି ମୂର୍ତ୍ତିର ଆକର୍ଷଣରେ ସେମାନେ ପଛକୁ ଫେରି ଆସିଥିଲେ। କେବଳ ସେହି ମୂର୍ତ୍ତିଟିକୁ ନେବା ପାଇଁ ବହୁତ ଅନୁରୋଧ କରିଥିଲେ। ମାତ୍ର ସେହି ମୂର୍ତ୍ତିର ମୂଲ୍ୟ ଯାହା କୁହାଯାଇଥିଲା ସେହି ମୂଲ୍ୟଠାରୁ କମ୍‌ ଅର୍ଥ ଦେବାକୁ କହିଲେ। ତା ପରେ ସେମାନଙ୍କ ପାଖରେ ଯେ ଆଉ ଆବଶ୍ୟକ ଅଧିକ ଅର୍ଥ ନଥିବାର ଜଣାଇଥିଲେ। କିନ୍ତୁ ସେମାନଙ୍କ ଆଗ୍ରହ ଓ ଅନୁରୋଧକୁ ରକ୍ଷାକରି ସେହି ମୂର୍ତ୍ତିଟି କମ୍‌ ମୂଲ୍ୟରେ ବିକ୍ରି କରିଥିଲି। ସେତେବେଳେ ମୁଁ ବୁଝିପାରିଲି ଯେ ଶିଳ୍ପୀଙ୍କ କଳାର ମୂଲ୍ୟକୁ ସେହି ଗରାଖ ଚିହ୍ନିପାରିଲେ ନାହିଁ । ବରଂ ଆମ କଳାକୃତି ତାଙ୍କୁ ଚିହ୍ନିଲା। ସେଥିପାଇଁ ସେହିମୂର୍ତ୍ତିଟି କମ୍‌ ମୂଲ୍ୟରେ ବିକ୍ରି ହୋଇଥିଲା। ଗ୍ରାନାଇଟ ପଥର, ବଉଳାପଥର, କପ୍ତିପଦା ଗ୍ରୀନପଥର, କଳାମୁଗୁନି ପଥର, ରାଜସ୍ଥାନର ବଂଶୀପାହାଡ଼ ପଥରରେ ବିଭିନ୍ନ ମୂର୍ତ୍ତି କାମ ନିର୍ମାଣ କରିଛି। ତିଆରି କରିଥିବା ପଥର ମୂର୍ତ୍ତି ମଧ୍ୟରେ- ନୃତ୍ୟ ଶ୍ରୀଗଣେଶ, ନଟରାଜ, ରାଧାକୃଷ୍ଣ, ଶିବପାର୍ବତି ନୃତ୍ୟ, ନାରାୟଣଙ୍କ ଅନନ୍ତ ଶୟନ, ସମୁଦ୍ର ମନ୍ଥନ, ଗୌତମ ବୁଦ୍ଧ, ଓଡ଼ିଶୀ ନୃତ୍ୟାଙ୍ଗନା, ବୁଦ୍ଧଦେବ, ଅସ୍ତସୂର୍ଯ୍ୟ ଇତ୍ୟାଦି। ଓଡ଼ିଶାର, ପୁରୀ, ମୟୂରଭଞ୍ଜ, ବାଲେଶ୍ୱର ଆଦି ଜିଲାର କେତେକ ମନ୍ଦିର ନିର୍ମାଣ କାର୍ଯ୍ୟରେ ସ୍ଥପତି ଭାବେ କାର୍ଯ୍ୟ କରିପାରିଛି।ଓଡ଼ିଶାରେ ଏକ ବୁଦ୍ଧମୂର୍ତ୍ତିକୁ ପ୍ରାୟ ୨୮ଲକ୍ଷ ଟଙ୍କାରେ ବିକ୍ରି କରିଥିଲୁ । ସେହିପରି ବିଦେଶକୁ ପ୍ରାୟ ୭୦ଲକ୍ଷ ଟଙ୍କାରେ ଏକମୂର୍ତ୍ତି ବକ୍ରି କରିଥିଲୁ ବିହାର, ରାଜସ୍ଥାନ, ମହାରାଷ୍ଟ୍ର, ଅରୁଣାଚଳପ୍ରଦେଶରେ କେତେକ ମନ୍ଦିର ନିର୍ମାଣର କଳାକୃତି କରିପାରିଛି। ସତୀମାତା ମନ୍ଦିର, ଅକ୍ଷର ଧ୍ୟାମ ସ୍ବାମୀ ନାରାୟଣ ମନ୍ଦିର, ଶାନ୍ତିସ୍ତୂପ ଧଉଳି, ବାରାଣାସୀ ଓ ଗୁର୍‌ଗାଁ ଆଦି ଏକାଧିକ ମନ୍ଦିରରେ କାର୍ଯ୍ୟ କରିପାରିଛି। ଏହା ବ୍ୟତୀତ ବିଦେଶରେ ଯଥା-ଦକ୍ଷିଣ ଆମେରିକାର କେତୋଟି ଦେଶ, ଦକ୍ଷିଣ ଆଫ୍ରିକାର କେତୋଟି ଦେଶ, ଇଟାଲି, ଜିମ୍ବାଓ୍ବେ, ଅଷ୍ଟ୍ରେଲିୟା, ଜାପାନ, ସିଙ୍ଗାପୁର, ପ୍ୟାରିସ, ବ୍ରାଜିଲା, ଜାପାନ, ବୁଲ୍‌ଗେରିଆ, ମାଲେସିଆ, ଅଷ୍ଟ୍ରେଲିଆ ଦେଶକୁ ଯାଇଛି। ନାଇଜେରିଆ ଜଗନ୍ନାଥମନ୍ଦିର ନିର୍ମାଣ କାର୍ଯ୍ୟରେ ସାମିଲ ହୋଇଛି। ପ୍ରଥମେ ୧୯୮୭ରେ ରାଜ୍ୟ ଶିଳ୍ପ ନିର୍ଦ୍ଦେଶାଳୟରୁ ରାଜ୍ୟସ୍ତରୀୟ ପୁରସ୍କାର । ୨୦୧୮ରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ପଦ୍ମଶ୍ରୀ ସମ୍ମାନ , ୨୦୧୫ରେ ଶିଳ୍ପୀଗୁରୁ ସମ୍ମାନ, ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କଠାରୁ, ୧୯୯୨ରେ ରାଷ୍ଟ୍ରୀୟ ପୁରସ୍କାର ରାଷ୍ଟ୍ରପତି ଶଙ୍କର ଦୟାଲ ଶର୍ମାଙ୍କଠାରୁ, ପୁରସ୍କାର, ୨୦୧୬ ଲାଇଫ ଟାଇମ୍‌ ଆଚିମେଣ୍ଟ ପୁରସ୍କାର, ୨୦୨୦ ଧର୍ମପଦ ପୁରସ୍କାର, ୨୦୧୯ରେ କୋଣାର୍କ ସାହିତ୍ୟ ସଂସଦ ଓ ରାଜ୍ୟ ଟ୍ୟୁରିଜମ୍‌ ବିଭାଗ ତରଫରୁ ଧରମା ସମ୍ମାନ, ୨୦୧୨ରେ ଚିନ୍ତା ଓ ଚେତନା ରାଷ୍ଟ୍ରୀୟ ସମ୍ମାନ, ୨୦୧୭ ଫାଇନ ଆର୍ଟ ପାଇଁ ନାଲ୍‌କୋ ତରଫରୁ ସମ୍ମାନିତ, ୨୦୨୦ରେ କଳାଶ୍ରୀ ସମ୍ମାନ, ୨୦୧୮ ଏକାମ୍ର ସଂସ୍କୃତି ପୁରସ୍କାର, ୨୦୦୦ ବେଷ୍ଟ ଆର୍ଟିଷ୍ଟ ପୁରସ୍କାର ଆଦି ଶତାଧିକ ପୁରସ୍କାର ଓ ସମ୍ମାନ ମିଳିସାରିଛି। ପରିବାର କହିଲେ, ଆମେ ତିନିଭାଇ ଏକ ଯୌଥପରିବାର। କୋଣାର୍କ କଳା ନାମରେ ଏକ ହସ୍ତଶିଳ୍ପ ଅନୁଷ୍ଠାନ ଗଠନ କରିଛି। ଏଥିରେ ଏକାଧିକ ଶିଳ୍ପୀ କାର୍ଯ୍ୟ କରୁଛନ୍ତି। ଏହାଦ୍ୱାରା ସେମାନଙ୍କ ପରିବାର ପ୍ରତିପୋଷଣ କରିପାରୁଛନ୍ତି ଏବଂ କଳାର ସାଧନାରେ ଯଶ ଅର୍ଜନ ସହିତ ନିଜର ପରିଚୟ ସୃଷ୍ଟି କରିଥାନ୍ତି। -ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

Valentine’s Week: ଗୋଲାପରୁ କାହିଁକି ଆରମ୍ଭ ହୁଏ ପ୍ରେମ, ଜାଣନ୍ତୁ…

ଫେବୃଆରୀ ୭ରୁ ୧୪ ପର୍ଯ୍ୟନ୍ତ ଯୁବବର୍ଗ ପାଳନ କରିବେ ଭାଲେଣ୍ଟାଇନ୍ସ ଉଇକ୍‌ ବା ପ୍ରେମ ସପ୍ତାହ। ଏହି ସପ୍ତାହର ପ୍ରଥମ ଦିନ ରୋଜ୍‌ ଡେ’ ବା ଗୋଲାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri