Posted inଖେଳ

ଭାରତର ପ୍ରତିନିଧିତ୍ୱ କରିବେ ଓଡ଼ିଶାର ଶୁଭମ୍‌

ଭୁବନେଶ୍ୱର, ୧୩ା୬(ସ୍ପୋଟର୍‌ସ ବ୍ୟୁରୋ): ଜୁଲାଇ ମାସରେ ମାଳଦ୍ୱୀପରେ ଅନୁଷ୍ଠିତ ହେବାକୁ ଥିବା ଦକ୍ଷିଣ ଏସୀୟ ସୁନ୍ଦର ସ୍ବାସ୍ଥ୍ୟ ଚାମ୍ପିୟନଶିପରେ ଭାରତର ପ୍ରତିନିଧିତ୍ୱ କରିବେ ଓଡ଼ିଆ ପୁଅ ଶୁଭମ୍‌ ମିଶ୍ର। ଜୁନ୍‌ ୩ ଓ ୪ ତାରିଖରେ ଗୋଆରେ ଅନୁଷ୍ଠିତ ଜାତୀୟ ଆଥଲେଟିକ୍‌ ଫିଜିକ୍‌ ଫର ବଡି ବିଲ୍ଡିଂ ଚୟନ ଶିବିରରେ ଯୋଗଦେଇ ତିନୋଟି ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି ଶୁଭମ। ଦକ୍ଷିଣ ଏସୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ବ୍ୟତୀତ ନେପାଳରେ ହେବାକୁ ଥିବା ଏସିଆନ୍‌ ଚାମ୍ପିୟନଶିପ୍‌ ଓ କୋରିଆରେ ହେବାକୁ ଥିବା ଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଓଡ଼ିଆ ପୁଅଙ୍କ ଏହି କୃତିତ୍ୱ ପାଇଁ ଓଡ଼ିଶା ବଡି ବିଲ୍ଡିଂ ଫେଡେରେଶନ ସଭାପତି ସୁମିତ୍ରା ତ୍ରିପାଠୀ ଓ ସମ୍ପାଦକ ପ୍ରସନ୍ନ ମହାସୁଆର ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଓଡ଼ିଶା ମାଇନିଂ କର୍ପୋରେଶନର ସହକାରୀ ପରିଚାଳକ ଭାବେ କାର୍ଯ୍ୟ କରୁଥିବା ଶୁଭମ୍‌ ୨୦୨୧ରେ ତାଶକେଣ୍ଟରେ ଅନୁଷ୍ଠିତ ସୁନ୍ଦର ସ୍ବାସ୍ଥ୍ୟ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ବିଜୟୀ ହୋଇଥିଲେ। ଦକ୍ଷିଣ ଏସୀୟ ଚାମ୍ପିୟନଶିପରେ ସେ ସଫଳ ହେବା ନେଇ ଆଶାବାଦୀ ରହିଥିବା ବେଳେ ଅଭ୍ୟାସ ମଧ୍ୟ ଆରମ୍ଭ କରି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ତମ ଭଞ୍ଜ ସଙ୍ଗୀତ ଆସର: ପ୍ରଚାର, ପ୍ରସାର ଲକ୍ଷ୍ୟ ନେଇ…

ଭଞ୍ଜନଗର, ୨୯।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ଭଞ୍ଜ ସଙ୍ଗୀତର ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ଆଜକୁ କିଛି ବର୍ଷ ହେବ ମାସକୁ…

ହର୍ମୁଜକୁ ନେଇ ଇରାନ ସହ ପାକିସ୍ତାନ କଲା ବଡ଼ ଡିଲ୍‌, ତାଟକା ହେଲା ସାରା ବିଶ୍ୱ!

ଇସଲାମାବାଦ,୨୯।୩: ଆମେରିକା ଏବଂ ଇସ୍ରାଏଲ ବିରୋଧରେ ଇରାନର ସଂଘର୍ଷ ବନ୍ଦ କରିବା ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ, ପାକିସ୍ତାନ ଏକ ବଡ଼ କୂଟନୈତିକ ସଫଳତା ହାସଲ କରିଛି।…

କିଏ ଜାଣିଥିଲା ଆଜି ହେବ ଶେଷ ଫେରି: ବାଇକ୍‌ ଉପରେ ମାଡିଗଲା ବାଲି ବୋଝେଇ ହାଇୱା

ଧର୍ମଗଡ଼,୨୯।୩(ଘାସିରାମ ଜଗତ): କଳାହାଣ୍ଡି ଧର୍ମଗଡ-ବୋଡ଼େନ ରାସ୍ତା ବିଅରବାର ନିକଟରେ ରବିବାର ସକାଳୁ  ଦୁର୍ଘଟଣା ଘଟିଛି।  ବାଲି ବୋଝେଇ ହାଇୱା ଧକ୍କାରେ ଜଣେ ଫେରିବାଲାଙ୍କ ମୃତ୍ୟୁ ଘଟିଛି। ମୃତୁ…

ତାରିଣୀ ଛକ ମାର୍କେଟରେ ଅଗ୍ନିକାଣ୍ଡ: ଜଳିଗଲା ୭ଦୋକାନର ଲକ୍ଷାଧିକ…

ଧର୍ମଶାଳା/ବ୍ରହ୍ମବରଦା (ଶିବ ପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନା ତାରିଣୀ ଛକ ମାର୍କେଟରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପାଖାପାଖି ୭…

ଶିକ୍ଷା ବୋଝ ନୁହେଁ, ଆବିଷ୍କାର ଭଳି ଅନୁଭବ ହେବା ଉଚିତ

ପ୍ର- ଶିକ୍ଷା ଶିଳ୍ପର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଭାବେ ଦେଶରେ ଶିକ୍ଷା କ୍ଷେତ୍ର କେଉଁ ସବୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି ବୋଲି ଆପଣ ଭାବନ୍ତି? ଉ- ଛାତ୍ରୀଛାତ୍ର…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ଯୁଦ୍ଧ ଭିତରେ ପାକିସ୍ତାନର ବଡ଼ ଗେମ୍‌! ୩ଦେଶକୁ ଏକାଠି କରି…

ଇସଲାମାବାଦ,୨୯।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦର ଅନ୍ତ ଘଟାଇବା ପାଇଁ ପାକିସ୍ତାନ ଏହି ସପ୍ତାହାନ୍ତରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଆୟୋଜନ କରିବାକୁ ଯାଉଛି। ଏହି…

ଏପ୍ରିଲ ୩ ଯାଏ ଝଡ଼ବର୍ଷା: ୧୬ ଜିଲାକୁ ୟେଲୋ ଓ୍ୱାର୍ନିଂ

ଭୁବନେଶ୍ୱର,୨୯ା୩(ବନ୍ଦନା ସେଠୀ): ଏବେ ରାଜ୍ୟରେ ଦିନବେଳା ପ୍ରଚଣ୍ଡ ଖରା ଅନୁଭୂତ ହେଉଥିବାବେଳେ ଅପରାହ୍ନରୁ ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚୁଛି। ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଓ ବାୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri