ବନ୍ଦ ହେଲା ଭୁବନେଶ୍ୱର ଆର୍‌ଟିଓ-୨

ଭୁବନେଶ୍ୱର, ୮।୭(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ଆର୍‌ଟିଓ-୧କୁ ବନ୍ଦ କରିବା ପରେ ଏବେ ଆର୍‌ଟିଓ-୨ ଅଫିସକୁ ବନ୍ଦ କରିଛି ବିଏମ୍‌ସି। ଆସନ୍ତା ସୋମବାର ପର୍ଯ୍ୟନ୍ତ ଏହି କାର୍ଯ୍ୟାଳୟ ବନ୍ଦ ରହିବ। ଆର୍‌ଟିଓ-୧ର ଜଣେ କର୍ମଚାରୀଙ୍କ ସହଯୋଗୀ କରୋନା ପଜିଟିଭ ହେବା ପରେ ଏପରି ପଦକ୍ଷେପ ନିଆଯାଇଛି। କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଏହାକୁ ବନ୍ଦ କରି ଦିଆଯାଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, କରୋନା ସଂକ୍ରମଣ ରୋକିବାକୁ ଭୁବନେଶ୍ୱର ମହାନଗର ନିଗମ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ୪ ପଜିଟିଭ ଚିହ୍ନଟ ହେବା ପରେ ଭୁବନେଶ୍ୱର ଆଚାର୍ଯ୍ୟ ବିହାରସ୍ଥିତ ଆର୍‌ଟିଓ-୧ କାର୍ଯ୍ୟାଳୟକୁ ବନ୍ଦ କରିଛି ବିଏମ୍‌ସି। ଏଥିସହ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଆର୍‌ଟିଓ-୧ର ସମସ୍ତ କର୍ମଚାରୀଙ୍କୁ ବାଧ୍ୟତାମୂଳକ କ୍ୱାରାଣ୍ଟାଇଇନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।