ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ିଶା ରିଟେଲର ମହାସଂଘର ବିକ୍ଷୋଭ

ନିଶ୍ଚିନ୍ତକୋଇଲି,୪ା୭(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ସମୁଖରେ ଓଡ଼ିଶା ରିଟେଲର ସଂଘ ବ୍ଲକ ସଭାପତି ଅମୀୟ କୁମାର ଦାସଙ୍କ ନେତୃତ୍ୟରେ ଶତାଧିକ ରିଟେଲର ଏକ ଶୋଭାଯାତ୍ରାରେ ବଜାର ନିକଟରୁ ଆସି ସୋମବାର ବ୍ଲକ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ୫ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଯୋଗାଣ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓ କର୍ନଦେବ ସମାଦ୍ଦାରଙ୍କୁ ପ୍ରଦାନ କରିଛନ୍ତି। ଶୋଭାଯାତ୍ରାରେ ଜଗନ୍ନାଥ ସ୍ବାଇଁ,ବିଜୟକୁମାର ସାହୁ,ଗଗନ ବିହାରୀ ମହାନ୍ତି,ପ୍ରଫୁଲ ପ୍ରଧାନ ପ୍ରମୁଖ ସାମିଲ ଥିଲେ।