ଓଡ଼ିଶାରେ ରେକର୍ଡ ସଂଖ୍ୟକ ଡଲଫିନ: ୫ ବର୍ଷରେ ସର୍ବାଧିକ

ଭୁବନେଶ୍ୱର,୧୧।୨: ଗତ ୫ ବର୍ଷରେ ପ୍ରଥମଥର ପାଇଁ ଓଡ଼ିଶାରେ ସର୍ବାଧିକ ଡଲଫିନ ଦେଖିବକୁ ମିଳିଛି। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ କରାଯାଇଥିବା ଡଲଫିନ ଗଣନାରୁ ଏହା ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ ଓଡ଼ିଶା ଉପକୂଳ ଏବଂ ଚିଲିକା ହ୍ରଦରେ ମୋଟ ୭୬୫ଟି ଡଲଫିନ ଓ ଅନ୍ୟାନ୍ୟ ସାମୁଦ୍ରିକ ସ୍ତନ୍ୟପାୟୀ ପ୍ରାଣୀ ରହିଛନ୍ତି। ସରକାରଙ୍କ ବ୍ୟାପକ ସଂରକ୍ଷଣ ନୀତି, ପ୍ରାକୃତିକ ପରିବେଶର ସୁରକ୍ଷା ଏବଂ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗ ଯୋଗୁଁ ଏହି ସଂଖ୍ୟା ବୃଦ୍ଧି ପାଇଛି।

ଏହି ସର୍ଭେ ଅନୁଯାୟୀ ରାଜ୍ୟରେ ୬ଟି ଭିନ୍ନ ପ୍ରଜାତିର ଡଲଫିନ ଓ ହୁଏଲ୍ ଦେଖିବାକୁ ମିଳିଛି। ଏଥିରେ ହମ୍ପବ୍ୟାକ୍ ଡଲଫିନ ସର୍ବାଧିକ ୪୯୭, ଇରାୱାଡି ଡଲଫିନ ୨୦୮, ବୋଟଲ୍-ନୋଜ୍ ଡଲଫିନ ୫୫, ସ୍ପିନର ଡଲଫିନ ୩ ଏବଂ ଫିନଲେସ୍ ପରପୋଇଜ୍ ୨ ରହିଛନ୍ତି।

ଏସିଆର ବୃହତ୍ତମ ଲବଣାକ୍ତ ହ୍ରଦ ଚିଲିକା ଏବେ ମଧ୍ୟ ଇରାୱାଡି ଡଲଫିନଙ୍କ ପାଇଁ ସବୁଠାରୁ ନିରାପଦ ସ୍ଥାନ ହୋଇ ରହିଛି। ଏଠାରେ ମୋଟ ୧୫୯ଟି ଇରାୱାଡି ଡଲଫିନ ଚିହ୍ନଟ ହୋଇଛନ୍ତି। ବାସସ୍ଥଳୀର ସୁପରିଚାଳନା ଯୋଗୁଁ ଚିଲିକା ବିଶ୍ୱସ୍ତରରେ ଏକ ସଫଳ ସଂରକ୍ଷଣ ମଡେଲ ଭାବେ ଉଭା ହୋଇଛି। ସେହିଭଳି କେନ୍ଦ୍ରାପଡ଼ା ଜିଲା ସ୍ଥିତ ଗହିରମଥା ସାମୁଦ୍ରିକ ଅଭୟାରଣ୍ୟରେ ସର୍ବାଧିକ ୪୭୪ଟି ହମ୍ପବ୍ୟାକ୍ ଡଲଫିନ ଦେଖିବାକୁ ମିଳିଛି।

ଚିଲିକା ଓ ଗହିରମଥା ବ୍ୟତୀତ ବାଲେଶ୍ୱର (୧୫), ବ୍ରହ୍ମପୁର (୧୩) ଏବଂ ପୁରୀ (୧୨) ଉପକୂଳ ଅଞ୍ଚଳରେ ମଧ୍ୟ ଇରାୱାଡି ଡଲଫିନଙ୍କ ଉପସ୍ଥିତି ରେକର୍ଡ କରାଯାଇଛି, ଯାହା ସେମାନଙ୍କର ବଂଶ ବିସ୍ତାର ଓ ନୂଆ ସ୍ଥାନକୁ ସ୍ଥାନାନ୍ତରଣର ସୂଚନା ଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ବର୍ଷରେ ୧୦,୦୦୦ ମାଓବାଦୀଙ୍କ ଆତ୍ମସମର୍ପଣ

ନୂଆଦିଲ୍ଲୀ,୩୦ା୩(ପି.ଟି.) ମାର୍ଚ୍ଚ ୩୧ ସୁଦ୍ଧା ଭାରତକୁ ମାଓବାଦୀ ମୁକ୍ତ କରିବା ଲାଗି ସରକାର ସମୟସୀମା ଧାର୍ଯ୍ୟ କରିଥିଲେ। ଏହା ଶେଷ ହେବାକୁ ଆଉ ମାତ୍ର ଗୋଟିଏ ଦିନ…

ମଧ୍ୟପ୍ରାଚ୍ୟ ରଣକ୍ଷେତ୍ର: ଟଳିଲେଣି ୪,୫୦୦

ତେହରାନ୍‌ ,୩୦ା୩: ଫେବୃଆରୀ ୨୮ରେ ଇରାନ୍‌ ବିରୋଧରେ ଆମେରିକା ଓ ଇସ୍ରାଏଲ ଆରମ୍ଭ କରିଥିବା ଅପରେଶନକୁ ଇତିମଧ୍ୟରେ ଏକ ମାସ ପୂରିଛି। ଇରାନ୍‌ ଉପରେ ଉକ୍ତ ଦୁଇ ଦେଶର…

ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ: ୭ ଉପଜିଲାପାଳ ନିଯୁକ୍ତ, ଜାଣନ୍ତୁ କିଏ କେଉଁଠିକୁ ଗଲେ…

ଭୁବନେଶ୍ୱର,୩୦।୩(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ରବିବାର ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌)ଅଧିକାରୀସ୍ତରରେ ଅଦଳବଦଳ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ,…

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri