ସାପ କାମୁଡ଼ା ମୃତ୍ୟୁରେ ଓଡ଼ିଶା ଦ୍ୱିତୀୟ

ଭୁବନେଶ୍ୱର,୨୪।୭(ଅଭିଜିତ ଦାସ): ଓଡ଼ିଶାରେ ସାପ କାମୁଡ଼ା ମୃତ୍ୟୁସଂଖ୍ୟା ବଢ଼ିଚାଲିଛି। ବର୍ଷାଦିନ ଆସିଲେ ସାପକୁ ନେଇ ବିଶେଷକରି ଗ୍ରାମାଞ୍ଚଳରେ ଭୟ ବଢ଼ୁଛି। ଉନ୍ନତ ଚିକିତ୍ସା ବ୍ୟବସ୍ଥା ନ ଥିବାରୁ ସାପ କାମୁଡ଼ା ରୋଗୀଙ୍କ ଜୀବନ ବିପଦ ମୁହଁକୁ ଠେଲି ହୋଇଯାଉଥିବା ଅଭିଯୋଗ ହେଉଛି। ନ୍ୟାଶନାଲ କ୍ରାଇମ୍‌ ରେକର୍ଡ ବ୍ୟୁରୋ(ଏନ୍‌ସିଆର୍‌ବି)ର ରିପୋର୍ଟ ଅନୁଯାୟୀ, ସାପ କାମୁଡ଼ା ମୃତ୍ୟୁରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ପ୍ରତିବର୍ଷ ରାଜ୍ୟରେ ଏହି ମୃତ୍ୟୁହାର ପ୍ରାୟ ୨.୨ ପ୍ରତିଶତ ବଢ଼ିଚାଲିଛି। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ତଥ୍ୟ ଅନୁଯାୟୀ, ଗତ ୩ ବର୍ଷରେ ରାଜ୍ୟରେ ୨ ହଜାର ୮୩୯ ଜଣଙ୍କ ଜୀବନ ଯାଇଛି। ପ୍ରାକୃତିକ ଦୁର୍ବିପାକରେ ହୋଇଥିବା ମୃତ୍ୟୁସଂଖ୍ୟାର ଏହା ହେଉଛି ୩୮%। ତେବେ ମୟୂରଭଞ୍ଜ ଜିଲାରେ ସର୍ବାଧିକ ୨୩୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଗଞ୍ଜାମ ଜିଲାରେ ୧୯୭ ଜଣଙ୍କ ଜୀବନ ନେଇଛି ସାପ। ସେହିପରି କେନ୍ଦୁଝରରେ ୧୮୯, ମାଲକାନଗିରିରେ ୧୬୨ ଓ ବାଲେଶ୍ୱରରେ ୧୫୬ ଜଣ ସାପ କାମୁଡ଼ାରେ ଆଖି ବୁଜିଛନ୍ତି। ତେବେ ଚଳିତବର୍ଷର ସାପ କାମୁଡ଼ା ମୃତ୍ୟୁର ସ୍ପଷ୍ଟ ଚିତ୍ର ଆସି ନ ଥିଲେ ମଧ୍ୟ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ସାପକାମୁଡ଼ା ଘଟଣା ସାମ୍ନାକୁ ଆସିଛି। କେବଳ ଜୁଲାଇ ମାସର ୨୩ ତାରିଖ ପର୍ଯ୍ୟନ୍ତ ସାପ କାମୁଡ଼ାରେ ୧୧ଜଣଙ୍କ ମୃତ୍ୟୁ ଘଟିଛି ବୋଲି ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି।
ପୂର୍ବତନ ପିସିସିଏଫ୍‌ ବିଜୟ କେତନ ପଟ୍ଟନାୟକଙ୍କ ସୂଚନା ଅନୁଯାୟୀ, ସାପ କାମୁଡାରେ ଓଡ଼ିଶାରେ ଯେତେ ଲୋକଙ୍କ ମୃତ୍ୟୁ ଘଟୁଛି ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଗ୍ରାମାଞ୍ଚଳର କୃଷକ ଓ ମହିଳା। ସାଧାରଣତଃ ଜୁନ୍‌ଠାରୁ ଅକ୍ଟୋବର ପର୍ଯ୍ୟନ୍ତ ସର୍ବାଧିକ ସାପ କାମୁଡାଜନିତ ଅପମୃତ୍ୟୁ ଦେଖାଯାଏ। ବର୍ଷାଋତୁ ଓ ବନ୍ୟା ସମୟରେ ସାପଙ୍କୁ ଦେଖିବାକୁ ମିଳିଥାଏ। ସାପ କାମୁଡା ମୃତ୍ୟୁ ହାରକୁ ଦେଖିଲେ ଅନୂ୍ୟନ ୭୭% ମୃତ୍ୟୁ ଆଧୁନିକ ବା ଉନ୍ନତ ଚିକିତ୍ସା ଅଭାବରୁ ହେଉଥିବା ଜଣାପଡୁଛି। ଅନ୍ୟପକ୍ଷରେ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ କହିଛନ୍ତି, ସାପ କାମୁଡ଼ା ମୃତ୍ୟୁକୁ କେନ୍ଦ୍ର ସରକାର ତାଙ୍କ ଜାତୀୟ ପ୍ରାକୃତିକ ଦୁର୍ବିପାକଜନିତ ମୃତ୍ୟୁ ଭାବେ ଗ୍ରହଣ କରୁ ନ ଥିବାବେଳେ ଓଡ଼ିଶା ସରକାର ଏହାକୁ ଏକ ବିପର୍ଯ୍ୟୟଜନିତ ମୃତ୍ୟୁ ଭାବେ ତାଲିକାଭୁକ୍ତ କରିଛନ୍ତି। ସାପ କାମୁଡ଼ାରେ କାହାର ମୃତ୍ୟୁ ହେଲେ ଷ୍ଟେଟ୍‌ ସ୍ପେସିଫିକ ଡିଜାଷ୍ଟର ଆକ୍ଟରେ ରାଜ୍ୟ ସରକାର ୪ ଲକ୍ଷ ଟଙ୍କାର କ୍ଷତିପୂରଣ ମୃତକଙ୍କ ପରିବାରକୁ ଦେଉଛନ୍ତି। କିନ୍ତୁ ଦୁର୍ଭାଗ୍ୟର କଥା, ରାଜ୍ୟର ଅଧିକାଂଶ ହସ୍ପିଟାଲରେ ସାପ କାମୁଡ଼ା ରୋଗୀଙ୍କ ଲାଗି ଆବଶ୍ୟକ ଉନ୍ନତ ଚିକିତ୍ସା ବ୍ୟବସ୍ଥା ନାହିଁ। କେତେକ ହସ୍ପିଟାଲରେ ଆଣ୍ଟି ଭେନମ୍‌ ଇଞ୍ଜେକ୍ସନ ରଖାଯାଉଥିଲେ ମଧ୍ୟ ଉନ୍ନତମାନର ଚିକିତ୍ସା ବା ଆଇସିୟୁ ସୁବିଧା, ଠିକ୍‌ ଡାଇଗ୍ନୋସିସ୍‌ ହୋଇପାରୁ ନ ଥିବାରୁ ଅକାଳରେ ଜୀବନ ଚାଲିଯାଉଛି। ଗ୍ରାମାଞ୍ଚଳରେ ଅଧିକାଂଶ ସାପ କାମୁଡ଼ା ଘଟଣା ଦେଖାଯାଉଛି। ପୀଡିତଙ୍କୁ ପ୍ରଥମେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥାଏ। ମାତ୍ର ସେଠାରେ ଆବଶ୍ୟକ ଚିକିତ୍ସା ମିଳି ନ ଥାଏ। ଜିଲା ବା ରାଜ୍ୟର ବଡ଼ ବଡ଼ ହସ୍ପିଟାଲକୁ ନିଆଯିବାବେଳକୁ ବିଳମ୍ବ ହୋଇଯାଉଥିବାରୁ ରୋଗୀଙ୍କ ଜୀବନ ବଞ୍ଚାଇବା ପ୍ରାୟତଃ କଷ୍ଟକର ହୋଇପଡିଥାଏ। ଆଉ କେତେକ କ୍ଷେତ୍ରରେ ଲୋକେ ସାପ କାମୁଡ଼ିଲେ ଝଡ଼ାଫୁଙ୍କାକୁ ବିଶ୍ୱାସ କରି ଅଯଥା ବିଳମ୍ବ କରିଦେଇଥାନ୍ତି। ରୋଗୀ ସଙ୍କଟାପନ୍ନ ହେଲେ ଡାକ୍ତରଖାନା ନେଉଛନ୍ତି। ତେଣୁ ଆବଶ୍ୟକ ସଚେତନତା ସହ ଗ୍ରାମାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ ସାପ କାମୁଡ଼ା ରୋଗୀଙ୍କ ପାଇଁ ଉନ୍ନତ ଚିକିତ୍ସା ବ୍ୟବସ୍ଥା କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri