‘ଓଡ଼ିଶାରେ କେବଳ ନବୀନ ଇଞ୍ଜିନ ଚାଲିବ’

ନୂଆପଡା,୨୭।୪: ଓଡିଶାରେ ଚାଲିବ କେବଳ ନବୀନ ଇଞ୍ଜିନ । ୨୪ ବର୍ଷ ଧରି ରାଜ୍ୟରେ ନବୀନ ଇଞ୍ଜିନ ଚାଲିଛି, ଆହୁରି ଚାଲିବ। ପଡୋଶୀ ଛତିଶଗଡରେ ଡବଲ ଇଞ୍ଜିନ ଥିଲା, ସିଙ୍ଗଲ ଇଞ୍ଜିନ ହୋଇଗଲା। ଏବେ ଆଉ ଗୋଟିଏ ଇଞ୍ଜିନ ଆସିଛି । ଯଦି ଡବଲ୍‌ ଇଞ୍ଜିନ ଭଲ କାମ କରୁଛି ତେବେ ଗୋଟିଏ ଇଞ୍ଜିନ କାହିଁକି ବନ୍ଦ ହୋଇଗଲା ବୋଲି ଭାଜପାକୁ କାର୍ତ୍ତିକ ପାଣ୍ଡିଆନ ପ୍ରଶ୍ନ କରିଛନ୍ତି। ନୂଆପଡାରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରି ପାଣ୍ଡିଆନ ଏଭଳି କହିଛନ୍ତି ।

ଏହି ଅବସରରେ ପାଣ୍ଡିଆନ ଗତ ମେ’ ମାସରେ ନୂଆପଡା ଗସ୍ତ ସମୟରେ ପାଇଥିବା ଆବେଦନପତ୍ର ଉପରେ ମୁଖ୍ୟମନ୍ତ୍ରୀ କି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ତାର ହିସାବ ମଧ୍ୟ ଦେଇଛନ୍ତି। ସ୍କୁଲ, କଲେଜ, ଧର୍ମାନୁଷ୍ଠାନ ସମ୍ପର୍କିତ ସବୁ ସମସ୍ୟାର ସମାଧାନ ହୋଇସାରିଛି। କେବଳ ନୂଆପଡା ନିର୍ବାଚନମଣ୍ଡଳୀକୁ ୧୩୧ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ପାଟୋରା ଯୋଗେଶ୍ବରୀ ମନ୍ଦିରର ରୂପାନ୍ତରଣ ପାଇଁ ୪ କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ସୁନ୍ଦେଇ ମନ୍ଦିରର ବିକାଶ ପ୍ରକଳ୍ପକୁ ବି ମଞ୍ଜୁରୀ ମିଳିଛି । ଏଥିସହିତ ସୁନାବେଢା ରାସ୍ତା କାମ ଆରମ୍ଭ ହୋଇଛି । ଛଅ ମାସ ମଧ୍ୟରେ କାମ ସରିବ ବୋଲି ସେ କହିଛନ୍ତି। ସେହିପରି ୫ଟି ମେଗା ଉଠା ଜଳସେଚନ ପ୍ରକଳ୍ପ ପାଇଁ ୧୫୦ କୋଟି ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। ୧୨ କୋଟି ଟଙ୍କା ବ୍ୟୟ ଅଟକଳରେ ନୂଆପଡାରେ ବହୁମୁଖୀ ଇଣ୍ଡୋର ହଲ ନିର୍ମିତ ହୋଇଛି ।

ତେବେ ନିର୍ବାଚନ ଆସିଲେ ଅନ୍ୟଦଳର ବହୁ ନେତାମାନେ ଆସିବେ, ବଡ଼ ବଡ଼ ଭାଷଣ ଦେବେ। କିନ୍ତୁ ନିର୍ବାଚନ ସରିଗଲେ ଆଉ ଦେଖା ମିଳିବନି। କିନ୍ତୁ ବିଜେଡି ଲୋକଙ୍କ ପାଖରେ ସବୁବେଳେ ଉତ୍ତରଦାୟୀ ଏବଂ ସବୁ ଦରଖାସ୍ତର ହିସାବ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ନୂଆପଡାରେ ବିକାଶ ଧାରାକୁ ବଜାୟ ରଖିବାକୁ ବିଜେଡି ଏମ୍‌ପି ପ୍ରାର୍ଥୀ ଲମ୍ବୋଦର ନିଆଲ ଓ ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ବଡ ବ୍ୟବଧାନରେ ଜିତାଇବାକୁ ସେ ଆହ୍ବାନ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ନାଡ଼ାପାଟାଙ୍ଗ, ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଦାବିପତ୍ର

ବାଲିଗୁଡ଼ା, ୬।୧୨(ସଞ୍ଜୟ ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ବାରଖମା ପଞ୍ଚାୟତର ନାଡ଼ାପାଟାଙ୍ଗ ଏବଂ ସିନ୍ଦ୍ରିଗାଁ ପଞ୍ଚାୟତର ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଉପଜିଲାପାଳଙ୍କ ଜରିଆରେ...

ଗାଧୋଇବା ପାଇଁ ଯାଉଥିବା ବେଳେ ମରଣାନ୍ତକ ଆକ୍ରମ: ଏବେ ଆସିଲା ବଡ଼ ରାୟ

ଦିଗପହଣ୍ଡି,୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ ପାଇଁ ତତ୍ପର:  ଚିକିତ୍ସା ପାଇଁ ଅନ୍ୟତ୍ର ଯିବାକୁ…

ଦାରିଙ୍ଗବାଡି,୬।୧୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସର ମଧ୍ୟରେ ଶନିବାର ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା ଓ ପ୍ରାଥମିକ...

ବିମାନ କର୍ମଚାରୀଙ୍କ ଖୋଲାଚିଠି ଭାଇରାଲ, ଏଥିରେ ଲେଖାଅଛି…

ନୂୂଆଦିଲ୍ଲୀ,୬ା୧୨: ଦେଶର ଅନେକ ବିମାନବନ୍ଦରରେ ବହୁ ବିମାନ ବାତିଲ ହେବା ପରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ସାଧାରଣ ଯାତ୍ରୀଙ୍କଠାରୁ ଆରମ୍ଭ କରି କର୍ମଚାରୀମାନେ ଅସନ୍ତୋଷ...

ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ: ଆନ୍ଧ୍ର -ଓଡିଶା ମଧ୍ୟରେ ବାଣିଜ୍ୟ ସଂପର୍କକ….

ପାରଳାଖେମୁଣ୍ଡି,୬ା୧୨(ଗିରିଧାରୀ ପରିଚ୍ଛା): ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ। ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ଲିହୁରି ଗୋପୀନାଥ ମନ୍ଦିରକୁ ଯାତାୟାତ କରିବା ଏଣିକି ଓଡିଶାବାସୀଙ୍କ...

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

୨୩ରୁ ଭଞ୍ଜନଗରରେ ଖୋଲିବ ଧାନ ମଣ୍ଡି: ୨୪ ଘଣ୍ଟିଆ ନଜର ରଖିବ…

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ ହେବ। ତେଣୁ ଏହା ପୂର୍ବରୁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri