Categories: ଖେଳ

କମଳା ସିଂଙ୍କ ନେତୃତ୍ୱରେ ଓଡ଼ିଶା ଦଳ

ଭୁବନେଶ୍ୱର,୨୦ା୨ (ସ୍ପୋଟର୍‌ସ ବ୍ୟୁରୋ): ୨୧ ବର୍ଷରୁ କମ୍‌ ଖେଲୋ ଇଣ୍ଡିଆ ମହିଳା ହକି ଲିଗ୍‌ ପାଇଁ ୧୮ ଜଣିଆ ଓଡ଼ିଶା ଦଳ ଘୋଷଣା କରାଯାଇଛି। କମଳା ସିଂ ଏହି ଦଳର ଅଧିନାୟିକା ରହିଥିବା ବେଳେ ପୂଜା ସାହୁ ଉପ ଅଧିନାୟିକା ରହିଛନ୍ତି। ଏହି ଦଳରେ ଓଡ଼ିଶା ନାଭାଲ ଟାଟା ହକି ହାଇ ପର୍ଫମାନ୍ସ ସେଣ୍ଟରର ୧୧ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ପୁଲ୍‌ ବିରେ ସ୍ଥାନ ପାଇଥିବା ଓଡ଼ିଶା ଏହାର ପ୍ରଥମ ମ୍ୟାଚରେ ଘୁମନହେରା ରାଇଜର୍ସ ବିପକ୍ଷରେ ଏହାର ପ୍ରଥମ ମ୍ୟାଚ ଖେଳିବ। ଦଳର ମାହେଲ ବେଶ ବଢିଆ ରହିଛି ଏବଂ ପ୍ରଥମ ମ୍ୟାଚକୁ ନେଇ ସମସ୍ତ ଖେଳାଳି ଉତ୍ସାହିତ ଅଛନ୍ତି ବୋଲି କହିଛନ୍ତି ମୁଖ୍ୟକୋଚ୍‌ ବିଜୁ କାରିଆପ୍ପା। ଓଡ଼ିଶାର ନେତୃତ୍ୱ ନେବାକୁ ସୁଯୋଗ ମିଳିଥିବାରୁ ମୁଁ ଅତ୍ୟନ୍ତ ଗର୍ବିତ ବୋଲି କହିଛନ୍ତି ଅଧିନାୟିକା କମଳା ସିଂ।
ଓଡ଼ିଶା ଦଳ: ନମଶି ଜୁରେକା, ଏଙ୍ଗିଲ ହର୍ଷ, ରାନୀ ମିଞ୍ଜ, ମରିୟମ ଧନୱାର, ଅଞ୍ଜଳି ବାରୱା, ସୁମନ ହେମ୍ରମ, ପୂଜା ରାମଚୁରିଆ, ପ୍ରତିଭା କିଣ୍ଡୋ, ପୂଜା ସାହୁ (ଉପ-ଅଧିନାୟିକା), ସୋନିଆ ଟପ୍ପୋ, ରଶ୍ମି କିଶନ, ଆରତୀ ଖାଲଖୋ, ସୁନୀତା ଖାଖା, ଲକ୍ଷ୍ମୀ ଚିକ, ମୁନମୁନି ଦାସ, ମୋନିକା ଦିପି ଟପ୍ପୋ, ଅଲିଭା ଜେଟ, କମଲା ସିଂ (ଅଧିନାୟିକା), ଜେଲିନ ସୋରେଙ୍ଗ, ଡେଭିଡ ଜନ (ମ୍ୟାନେଜର), ବିଜୁ କାରିଆପ୍ପା (କୋଚ), ନିଗମ (ଫିଜିଓ) ଏବଂ ସ୍ବସ୍ତି ଉପାଧ୍ୟାୟ (ନ୍ୟୁଟ୍ରିସନିଷ୍ଟ)।

Share