ଛୁଟିରେ ଅଫିସର, କାର୍ଯ୍ୟରେ ଅଚଳାବସ୍ଥା

ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଅଫିସ ପରିସରରେ ମାଡ଼ ଘଟଣା ରାଜ୍ୟର ପ୍ରଶାସନିକ କାର୍ଯ୍ୟରେ ଅଚଳାବସ୍ଥା ସୃଷ୍ଟି କରିଛି। ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଭାଜପା ନେତା ଜଗନ୍ନାଥ ପ୍ରଧାନଙ୍କ ଗିରଫ ଦାବିରେ ଅଟଳ ଥିବା ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ସଂଘ ପକ୍ଷରୁ କାଯର୍ର୍‌ୟବନ୍ଦ ଆନ୍ଦୋଳନ ରାଜ୍ୟରେ ରହିଛି। ଓଏଏସ୍‌ ଅଧିକାରୀମାନେ ସମୂହ ଛୁଟିରେ ଚାଲିଯାଇଥିବାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟ ହୋଇପାରୁନାହିଁ। ଏଥିଯୋଗୁ ସାଧାରଣ ଲୋକଙ୍କୁ ହଇରାଣ ହେବାକୁ ପଡ଼ୁଛି। ଏନେଇ ବିରୋଧୀ ବିଜେଡି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଘେରିଛନ୍ତି।

ଭୁବନେଶ୍ୱର,୩ା୭ (ରବିନାରାୟଣ ଜେନା): ବିଏମ୍‌ସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ଼ ଘଟଣାକୁ ନେଇ ଓଏଏସ୍‌ ସଂଘ ନିଷ୍ପତ୍ତି କ୍ରମେ ଅଫିସରମାନେ ବୁଧବାର ବିଧିବଦ୍ଧ ଭାବେ ସମୂହ ଛୁଟି ନେଇଛନ୍ତି। ଯେପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ଗିରଫ ହୋଇନାହାନ୍ତିି ଏବଂ ସରକାରଙ୍କ ପକ୍ଷରୁ ଅଧିକାରୀଙ୍କ ସୁରକ୍ଷା ନେଇ ପ୍ରତିଶ୍ରୁତି ମିଳିନାହିଁ, ସେପର୍ଯ୍ୟନ୍ତ ଓଏଏସ୍‌ ଅଫିସରମାନେ ଛୁଟିରେ ରହିବେ ବୋଲି ସଂଘ ଚେତାବନୀ ଦେଇଛି। ଘଟଣାକୁ ନେଇ ମଙ୍ଗଳବାର ଦିନତମାମ୍‌ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ବ୍ଲକ, ସବ୍‌ଡିଭିଜନ, ଜିଲାଠାରୁ ଆରମ୍ଭକରି ରାଜ୍ୟସ୍ତର ପର୍ଯ୍ୟନ୍ତ ଓଏଏସ୍‌ ଅଧିକାରୀମାନେ ବୈଠକ କରିିଥିବାବେଳେ ବୁଧବାର ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟାଳୟରେ ଅନୁପସ୍ଥିତ ରହିଥିବା ଦେଖିବାକୁ ମିଳିଛି। ଏପରି କି ଭୁବନେଶ୍ୱରସ୍ଥିତ ଲୋକସେବା ଭବନର ବିଭିନ୍ନ ବିଭାଗରେ ମଧ୍ୟ ଓଏଏସ୍‌ ଅଧିକାରୀଙ୍କୁ ଦେଖିବାକୁ ମିଳି ନ ଥିଲା। ଏଥିଯୋଗୁ ସରକାରୀ କାର୍ଯ୍ୟ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଯଦି ସରକାର ସଂଘର ପ୍ରତିଶ୍ରୁତି ରକ୍ଷା କରିବାରେ ବିଳମ୍ବ କରିବେ ତେବେ ସ୍ଥିତି ଜଟିଳ ହେବ ବୋଲି ଅଧିକାରୀମାନେ କହୁଛନ୍ତି।

ମଙ୍ଗଳବାର ଜିଲାସ୍ତରରେ ଓଏଏସ୍‌ ସଂଘ ଜିଲାପାଳ ଏବଂ ଆର୍‌ଡିସିଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିବାବେଳେ ବୁଧବାର ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟ ଓଏଏସ୍‌ ସଂଘ ପକ୍ଷରୁ ୩ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଓଏଏସ୍‌ ସଂଘର ସଭାପତି ଜ୍ୟୋତିରଞ୍ଜନ ମିଶ୍ର, ସାଧାରଣ ସମ୍ପାଦକ ବିଜୟ କୁମାର ସ୍ବାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିବା ସ୍ମାରକପତ୍ରରେ ଦର୍ଶାଇଛନ୍ତି ଯେ, ବିଏମ୍‌ସି ଅତିରିକ୍ତ ଆୟୁକ୍ତ ସାହୁଙ୍କ ଉପରେ ଯେଭଳି ଅମାନୁଷିକ ଆକ୍ରମଣ ହେଲା, ତାହା ଅତ୍ୟନ୍ତ ନିନ୍ଦନୀୟ। ଦିନ ଦ୍ୱିପ୍ରହରରେ ଜଣେ କର୍ତ୍ତବ୍ୟରତ ଅଧିକାରୀଙ୍କ ପ୍ରତି ଆକ୍ରମଣ କେବଳ ଯେ ଜଣେ ଅଧିକାରୀଙ୍କୁ ମାଡ଼ ବୋଲି କୁହାଯିବ ତାହା ନୁହେଁ, ଏହାଦ୍ୱାରା ତାଙ୍କ ସମ୍ମାନରେ ମଧ୍ୟ ଆଞ୍ଚ୍‌ ଆସିଛି। ଏହି ଘଟଣାକୁ ନେଇ ଅଧିକାରୀଙ୍କ ମାନସିକତା ଉପରେ ଗଭୀର ଆଘାତ ଲାଗିଛି। ଯଦି ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରା ନ ଯିବ ତେବେ ପରବର୍ତ୍ତୀ ସମୟରେ ଅଧିକାରୀମାନେ କାର୍ଯ୍ୟକ୍ଷେତ୍ରରେ ଦାୟିତ୍ୱ ସମ୍ପାଦନମ୍‌ବେଳେ ବହୁ ସମସ୍ୟାର ସମ୍ମୁଖୀନ ହେବେ। ଏହାକୁ ଦୃଷ୍ଟିରେ ରଖି ପ୍ରଥମେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କୁ ତୁରନ୍ତ ଗିରଫ କରାଯାଉ ଏବଂ ସମସ୍ତ କ୍ଷେତ୍ର ଅଧିକାରୀଙ୍କୁ କାର୍ଯ୍ୟସ୍ଥଳରେ ସୁରକ୍ଷା ଯୋଗାଇ ଦିଆଯାଉ। ସରକାରଙ୍କ ପକ୍ଷରୁ ଏହି ଘଟଣାକୁ ନିନ୍ଦା କରାଯିବା ସହିତ ସରକାରୀ ଅଧିକାରୀଙ୍କୁ ସୁରକ୍ଷା ଯୋଗାଇ ଦିଆଯିବାର ପ୍ରତିଶ୍ରୁତି ଦେବାକୁ ସଂଘ ପକ୍ଷରୁ ଦାବି କରାଯାଇଛି।
ଗୋଟିଏପଟେ ଓଏଏସ୍‌ ସଂଘର ଆନ୍ଦୋଳନ ଜିଲା ଓ ରାଜ୍ୟସ୍ତରରେ ତୀବ୍ର ହେଉଥିବାବେଳେ ଅନ୍ୟପକ୍ଷରେ ସାଧାରଣ ଲୋକେ ସେମାନଙ୍କ ସରକାରୀ ସହାୟତା ଏବଂ ମୌଳିକ ସୁବିଧା ପାଇବାରୁ ବଞ୍ଚତ୍ତ ହୋଇଥିବା ଅଭିଯୋଗ ହୋଇଛି। ଏକ୍ଷେତ୍ରରେ ସରକାରଙ୍କ ନିଷ୍ପତ୍ତି କ’ଣ ରହିବ ତା’ ଉପରେ ସମସ୍ତଙ୍କ ନଜର ରହିଛି।

ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବାକୁ ଯାଉଛି: ଜଗନ୍ନାଥ
ଭୁବନେଶ୍ୱର,୨ା୭(ସୁନିତ୍‌ ମିଶ୍ର): ରାଜ୍ୟ ଏବେ ପ୍ରଶାସନିକ ଅଚଳାବସ୍ଥା ଆଡ଼କୁ ଗତି କରୁଥିବା ବେଳେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବାକୁ ଯାଉଛି। ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ଏବଂ ତାଙ୍କ ସରକାରର ହିତ ପାଇଁ ସେ ଆଇନକୁ ସମ୍ମାନ ଦେଉଛନ୍ତି। ଆଇନ ଅନୁସାରେ ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବ, ସେଥିରେ ସେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ଭାଜପା ନେତା ତଥା ମଧ୍ୟ ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ କହିଛନ୍ତି। ସେ ତାଙ୍କ ଏକ୍ସରେ ପୋଷ୍ଟକରି କହିଛନ୍ତି, ରାଜ୍ୟରେ ୨ ଦିନ ହେଲା ବିଏମ୍‌ସି ଘଟଣାରେ ବିରୋଧୀ ଦଳ ଏକ ରାଜନୈତିକ ରୁଟି ସେକିବା ପାଇଁ ପ୍ରୟାସ ଚଳାଇଛନ୍ତି। ସେ ଆଗରୁ କହିଛନ୍ତି ଏବଂ ଏବେ ବି କହିଛନ୍ତି, ଏହି ଘଟଣା ଦୁଃଖଦାୟକ ଓ ନିନ୍ଦନୀୟ। ଏହାକୁ ସେ କଡ଼ା ଶବ୍ଦରେ ନିନ୍ଦା କରୁଛନ୍ତି। ଶେଷରେ ଜୟ ଜଗନ୍ନାଥ ବୋଲି କହିଛନ୍ତି। ଜଗନ୍ନାଥ ଏହି ପୋଷ୍ଟ କରିବା ପରେ ସେ ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ସେ ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଅନ୍ୟ ବରିଷ୍ଠ ନେତୃମଣ୍ଡଳୀ ସହ ଦୀର୍ଘ ସମୟ ଆଲୋଚନା କରିଥିବା ଦେଖିବାକୁ ମିଳିଛି। ବିଏମ୍‌ସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ କରିଥିବା ୫ ଭାଜପା କର୍ମୀଙ୍କୁ ଗିରଫ କରାଯିବା ସହ ଦଳରୁ ନିଲମ୍ବିତ କରାଯାଇଛି। ତେଣୁ ଜଗନ୍ନାଥଙ୍କ ଉପରେ କିଛି ଦଳୀୟ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପଟେ ଜଗନ୍ନାଥ ନିଜକୁ ଥାନାରେ ସରେଣ୍ଡର କରିପାରନ୍ତି ବୋଲି ତାଙ୍କ ସାମାଜିକ ଗଣମାଧ୍ୟମ ପୋଷ୍ଟ ପରେ ଚର୍ଚ୍ଚା ହେଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜରେ ଜାହାଜ ଚଳାଚଳ ବନ୍ଦ, ଇରାନ ଉପରେ ଜୋରଦାର ଆକ୍ରମଣ କଲା ଆମେରିକା

ତେହରାନ,୧୦।୬: ଓମାନ ଉପକୂଳରେ ଆମେରିକୀୟ ସେନାର ଏକ ଆପାଚି ହେଲିକପ୍ଟରକୁ ଖସାଇ ଦେବା ପରେ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି।…

ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନକୁ ୧୦ ବର୍ଷ ପୂର୍ତ୍ତି: ଗର୍ଭବତୀ ମହିଳାଙ୍କୁ ମାଗଣାରେ ଚିକିତ୍ସା

କେସିଙ୍ଗା,୧୦।୬( ତୁମେଶ୍ୱର ସାହୁ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦାରା ଗର୍ଭବତୀ ମହିଳା ଙ୍କନିରାପଦ ମାତୃତ୍ୱ ପ୍ରୋତ୍ସାହିତ ପାଇଁ ଗତ ୨୦୧୬ରେ ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ…

ଜିନ୍‌ପିଙ୍ଗ୍‌ ଗଲେ କୋରିଆ

ବର୍ତ୍ତମାନ ସ୍ଥିତିରେ ବିଶ୍ୱରେ କେଉଁ ଦେଶ ଅଧିକ କ୍ଷମତାଶାଳୀ କହିବା କଷ୍ଟକର। ଦିନ ଥିଲା, ଆମେରିକା ଓ ରୁଷିଆ ସୁପରପାଓ୍ବାର ଭାବେ ରାଜୁତି କରୁଥିଲେ। ଚାଇନା ଶକ୍ତିଶାଳୀ…

ରାସ୍ତା ନିର୍ମାଣ ଦାବି, ଏକାଠି ହେଲେ ୩ ଗ୍ରାମବାସୀ: ବିକାଶ ପାଇଁ ଉଠିଲା ସ୍ବର

ପଦ୍ମପୁର,୧୦ା୬(ପ୍ରଦୀପ୍ତ ଦାଶ):ପଦ୍ମପୁର ଉପଖଣ୍ଡ ବୁଡ଼ାମାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭେଲୁଆଁପଦର ଗ୍ରାମର ୱାର୍ଡ ସଭ୍ୟ ସହଦେବ ସାହୁଙ୍କ ନେତୃତ୍ୱରେ ଆଜି ଭେଲୁଆଁପଦର ଗ୍ରାମରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।…

ଧାନରେ ମଣ୍ଡି ଭର୍ତ୍ତି, ମିଲରଙ୍କ ଦେଖାନାହିଁ: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ବରଗଡ଼,୧୦।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଆଉମାତ୍ର ୨ଦିନ ପରେ ଏହି ପ୍ରକ୍ରିୟାକୁ ମାସେ ପୂରିବ। ହେଲେ ଏପର୍ଯ୍ୟନ୍ତ ଜିଲାରେ ଧାନ କିଣାବିକା ସ୍ବାଭାବିକ…

ରାସ୍ତା ପାର୍ଶ୍ୱରେ ଛିଡା ହୋଇଥିଲେ ୨ ଡ୍ରାଇଭର, ଧକ୍କାଦେଲେ କ୍ୟାଣ୍ଟର: ଆଉ ତା’ପରେ…

କେସିଙ୍ଗା,୧୦।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଖଜୁରପଡା ଗ୍ରାମ ନିକଟସ୍ଥ ଜାତୀୟ ରାଜପଥ ୨୬ରେ ଦୁଇ ଜଣ ଡ୍ରାଇଭରଙ୍କୁ ଏକ କ୍ୟାଣ୍ଟର ବୁଧବାର ସକାଳ ସାଢ଼େ…

ଅଜଗରକୁ କୋଳରେ ଧରି ରିଲ୍ସ କରୁଥିଲେ ମହିଳା,ଏବେ ଭଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୦।୦୬: ସୋସିଆଲ ମିଡିଆରେ ଲୋକମାନେ ଲାଇକ ଏବଂ ଭ୍ୟୁ ପାଇଁ କେତେ ଦୂର ଯାଆନ୍ତି ତାହା ଦେଖାଇ ଆଉ ଏକ ଆଶ୍ଚର୍ଯ୍ୟଜନକ ଉଦାହରଣ ସାମ୍ନାକୁ ଆସିଛି। ବର୍ତ୍ତମାନ…

ଡିମେନ୍‌ସିଆ ଥିବା ଲୋକଙ୍କଠାରେ ଭିଟାମିନ ଅଭାବ

ନୂଆଦିଲ୍ଲୀ,୧୦।୬(ପିଟି):ସାଧାରଣ ଲୋକଙ୍କ ଅପେକ୍ଷା ସ୍ମୃତିଶକ୍ତି ହ୍ରାସ(ଡିମେନ୍‌ସିଆ) ରୋଗର ସମ୍ଭାବନା ଅଧିକ ଥିବା ଲୋକଙ୍କ ଠାରେ ଭିଟାମିନ ଅଭାବ ଅଧିକ ଦେଖାଯାଇଥାଏ ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ତେଲଙ୍ଗାନାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri