ହିଞ୍ଜିଳିରୁ ଲଢ଼ିବେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର,୨୭।୩: ବିଜେଡି ପକ୍ଷରୁ ଆଗାମୀ ବିଧାନସଭା ନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ପୁଣିଥରେ ହିଞ୍ଜିଳି ବିଧାନସଭା ଆସନରୁ ସୁପ୍ରିମୋ ନବୀନ ପଟ୍ଟନାୟକ ଲଢ଼ିବେ ବୋଲି ସ୍ପଷ୍ଟ ହୋଇଛି। ତାଙ୍କ ବ୍ୟତିତ ସୋନପୁରରୁ ନିରଞ୍ଜନ ପୂଜାରୀଙ୍କୁ ଟିକେଟ ମିଳିଛି। ପାଟଣାଗଡ଼ରୁ ସରୋଜ ମେହେର, ବଲାଙ୍ଗୀରରୁ କଳିକେଶ ସିଂ ଦେଓ, ଭବାନୀପାଟଣାରୁ ପୁଷ୍ପେନ୍ଦ୍ର ସିଂଦେଓ, ବାଙ୍କୀରୁ ଦେବୀ ରଞ୍ଜନ ତ୍ରିପାଠୀ
ପାଟକୁରାରୁ ଅରବିନ୍ଦ ମହାପାତ୍ରଙ୍କୁ ଟିକେଟ ମିଳିଛି।

ହିଞ୍ଜିଳି ହେଉଛି ମୁଖ୍ୟମନ୍ତ୍ରୀଙ୍କ ପାରମ୍ପରିକ ଆସନ । ଲଗାତାର ଭାବେ ଏହି ଆସନରୁ ସେ ବିଧାନସଭାକୁ ନିର୍ବାଚିତ ହେଇ ଆସୁଛନ୍ତି । ଗତ ନିର୍ବାଚନରେ ନବୀନ ହିଞ୍ଜିଳି ସହିତ ବିଜେପୁରରୁ ପ୍ରାର୍ଥୀ ହେଇଥିଲେ । ହେଲେ ଦୁଇଟି ଯାକ ଆସନରୁ ବଡ ବ୍ୟବଧାନରେ ଜିତିବା ପରେ ସେ ବିଜେପୁର ଆସନକୁ ଛାଡି ହିଞ୍ଜିଳି ଆସନକୁୁ ନିଜ ପାଖରେ ରଖିଥିଲେ । ଏହାପରେ ବିଜେପୁରରେ ଉପ ନିର୍ବାଚନ ଅନୁଷ୍ଠିତ ହେଇଥିଲା । ତେବେ ଗତ ବର୍ଷ ହିଞ୍ଜିଳି ବିଧାନସଭା ଆସନରେ ନବୀନ ବଡ ବ୍ୟବଧାନରେ ବିଜେପି ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟଙ୍କୁ ହରାଇ ବିଧାନସଭାକୁ ନିର୍ବାଚିତ ହେଇଥିଲେ । ଆଉ ଏଥର ପୁଣିଥରେ ନବୀନ ନିଜର ପାରମ୍ପରିକ ଆସନ ହିଞ୍ଜିଳିରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି ।

ବିଧାନସଭା ପ୍ରାର୍ଥୀ ତାଲିକା ଦେଖନ୍ତୁ:

ସୋନପୁର-ନିରଞ୍ଜନ ପୂଜାରୀ
ପାଟଣାଗଡ଼-ସରୋଜ ମେହେର

ବାଙ୍କୀ-ଦେବୀ ରଞ୍ଜନ ତ୍ରିପାଠୀ
ପାଟକୁରା-ଅରବିନ୍ଦ ମହାପାତ୍ର

ବିଷମକଟକ: ଜଗନ୍ନାଥ ସାରକା
ଗୁଣପୁର: ରଘୁନାଥ ରଘୁନାଥ ଗମାଙ୍ଗୋ

ରାୟଗଡ଼ା: ଅନୁସୟା ମାଝୀ
ବରଗଡ଼: ଦେବେଶ ଆଚାର୍ଯ୍ୟ

ବିଜେପୁର: ରିତା ସାହୁ
ଅତାବିରା: ସ୍ନେହାଙ୍ଗିନୀ ଛୁରିଆ

ଭଟଲି: ସୁଶାନ୍ତ ସିଂ
ଜଳେଶ୍ୱର:ଅଶ୍ୱିନୀ ପାତ୍ର

ବସ୍ତା: ସୁବାସିନୀ ଜେନା
ଭଣ୍ଡାରିପୋଖରୀ: ସଞ୍ଜୀବ ମଲ୍ଲିକ

ଭଦ୍ରକ: ପ୍ରଫୁଲ୍ଲ ସାମଲ
ବାସୁଦେବପୁର: ବିଷ୍ଣୁବ୍ରତ ରାଉତରାୟ

ଧାମନଗର: ସଞ୍ଜୟ ଦାସ
ଚାନ୍ଦବାଲି: ବ୍ୟୋମକେଶ ରାୟ

ବିଞ୍ଝାରପୁର: ପ୍ରମିଳା ମଲ୍ଲିକ
ଧର୍ମଶାଳା: ପ୍ରଣବ ବଳବନ୍ତରାୟ

ଯାଜପୁର: ସୁଜାତା ସାହୁ
ସୁକିନ୍ଦା: ପ୍ରୀତିରଞ୍ଜନ ଘଡ଼ାଇ

ଢେଙ୍କାନାଳ: ସୁଧୀର ସାମଲ
କାମାକ୍ଷାନଗର: ପ୍ରଫୁଲ୍ଲ ମଲ୍ଲିକ

ପରଜଙ୍ଗ: ନୃସିଂହ ସାହୁ
ପାଲଲହଡ଼ା: ମୁକେଶ ପାଲ

ଛେଣ୍ଡିପଦା: ସୁଶାନ୍ତ ବେହେରା
ସୋନପୁର: ନିରଞ୍ଜନ ପୂଜାରୀ

ଲୋଇସିଂହା: ନିହାର ବେହେରା
ବଲାଙ୍ଗୀର: କଳିକେଶ ସିଂଦେଓ
ଟିଟିଲାଗଡ଼:  ଟୁକୁନି ସାହୁ

ନୂଆପଡ଼ା: ରାଜେନ୍ଦ୍ର ଢୋଲକିଆ
ଉମରକୋଟ: ନବୀନା ନାଏକ

ଝରିଗାଁ: ରମେଶ ମାଝୀ
ନବରଙ୍ଗପୁର: କୌଶଲ୍ୟା ପ୍ରଧାନ

ଡାବୁଗାଁ – ମନୋହର ରନ୍ଧାରୀ
ଲାଞ୍ଜିଗଡ – ପ୍ରଦୀପ କୁମାର ଦିଶାରୀ

ଜୁନାଗଡ – ଦିବ୍ୟଶଙ୍କର ମିଶ୍ର
ଧର୍ମଗଡ – ପୁଷ୍ପେନ୍ଦ୍ର ସିଂ ଦେଓ

ଭବାନୀପାଟଣା – ଲତିକା ନାୟକ
ଜି ଉଦୟଗିରି – ସାଲୁଗା ପ୍ରଧାନ

କଣ୍ଟାମାଳ – ମହିଧର ରଣା
ବୌଦ୍ଧ – ପ୍ରଦୀପ କୁମାର ଅମାତ

ବଡମ୍ବା – ଦେବୀ ପ୍ରସାଦ ମିଶ୍ର

ଆଠଗଡ – ରଣେନ୍ଦ୍ର ପ୍ରତାପ ସ୍ବାଇଁ
କଟକ ଚୌଦାର – ସୌଭିକ ବିଶ୍ୱାଳ

ନିଆଳି – ପ୍ରମୋଦ ମଲ୍ଲିକ
କଟକ ସଦର – ଚନ୍ଦ୍ରସାରଥୀ ବେହେରା

ପାଟକୁରା – ଅରବିନ୍ଦ ମହାପାତ୍ର
ଆଳି – ପ୍ରତାପ ଦେବ

ରାଜନଗର – ଧ୍ରୁବ ସାହୁ
ମହାକାଳପଡା – ଅତନୁ ସବ୍ୟସାଚ୍ଚୀ ନାୟକ

ପୁରୀ – ସୁନୀଲ ମହାନ୍ତି
ବ୍ରହ୍ମଗିରି – ଉମାକାନ୍ତ ସାମନ୍ତରାୟ

ସତ୍ୟବାଦୀ – ସଞ୍ଜୟ ଦାସବର୍ମା
ପିପିଲି – ରୁଦ୍ର ପ୍ରସାଦ ମହାରଥୀ

ଜଟଣୀ – ବିଭୂତି ବଳବନ୍ତରାୟ
ରଣପୁର – ସତ୍ୟନାରାୟଣ ପ୍ରଧାନ

ଦଶପଲ୍ଲା – ରମେଶ ଚନ୍ଦ୍ର ବେହେରା
ନୟାଗଡ – ଅରୁଣ ସାହୁ

ଭଞ୍ଜନଗର – ବିକ୍ରମ କେଶରୀ ଆରୁଖ
ପୋଲସରା – ଶ୍ରୀକାନ୍ତ ସାହୁ

କବିସୂର୍ଯ୍ୟନଗର– ଲତିକା ପ୍ରଧାନ
ଛତ୍ରପୁର – ସୁବାଷ ଚନ୍ଦ୍ର ବେହେରା

ସୋରଡା – ସଂଘମିତ୍ରା ସ୍ୱାଇଁ
ହିଞ୍ଜିଳି – ନବୀନ ପଟ୍ଟନାୟକ

ଗୋପାଳପୁର – ବିକ୍ରମ କୁମାର ପଣ୍ଡା
ଦିଗପହଣ୍ଡି – ବିପ୍ଲବ ପାତ୍ର

ଚିକିଟି – ଚିନ୍ମୟ ନନ୍ଦ ଶ୍ରୀରୂପଦେବ
କୋଟପାଡ – ଚନ୍ଦ୍ରଶେଖର ମାଝୀ

କୋରାପୁଟ – ରଘୁରାମ ପୋଡାଲ
ମାଲକାନଗିରି – ମାନସ ମାକାମ୍ବୀ

କାଶୀପୁର – ବଦ୍ରି ନାରାୟଣ ପାତ୍ର
ପାଟଣା – ଜଗନ୍ନାଥ ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri