ଉପାନ୍ତ ଅଞ୍ଚଳରେ ରଜ ଉତ୍ସବ, ସହରୀ ସ୍ବେଚ୍ଛାସେବୀଙ୍କୁ ଦେଖି ଉତ୍ସାହିତ ଗ୍ରାମବାସୀ

ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ଓଡ଼ିଶାର ଗଣପର୍ବ ରଜ ଉତ୍ସବକୁ ବେଶ୍‌ ଧୁମଧାମରେ ପାଳିତ ହୋଇଯାଇଛି। ମାତ୍ର ବିପଦର ବନ୍ଧୁ ଏବଂ ଘୁମୁସର ଲେଖିକା ସଂସଦ କିନ୍ତୁ ଉକ୍ତ ଉତ୍ସବକୁ ନିଆର ଢ଼ଙ୍ଗରେ ପାଳନ କରିଛନ୍ତି। ଉକ୍ତ ଦୁଇ ଅନୁଷ୍ଠାନର କର୍ମକର୍ତ୍ତା ଉପାନ୍ତ ଆଦିବାସୀ ବହୁଳ ଅଞ୍ଚଳରେ ରଜ ପର୍ବ ପାଳନ କରିଛନ୍ତି।

ଘୁମୁସର ଲେଖିକା ସଂସଦର କର୍ମକର୍ତ୍ତା ପ୍ରଭାତୀ ମଞ୍ଜରୀ ବେହେରା,ରଞ୍ଜୁଲତା ବେହେରା ପ୍ରମୁଖ ଘଞ୍ଚ ପାହାଡ ଓ ଜଙ୍ଗଲ ଘେରା ମଧ୍ୟରେ ଥିବା ଉଲିଙ୍ଗିଆ ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କ ସହ ମିଶି ରଜ ପର୍ବ ପାଲିଥିଲେ। ସହରୀ ସ୍ବେଚ୍ଛାସେବୀଙ୍କୁ ଦେଖୀ ଗ୍ରାମବାସୀ ଖୁସିବ୍ୟକ୍ତ କରିଥିଲେ। ଏଥିସହ ପ୍ରଥମ ଥର ପାଇଁ ସହରରୁ ଲୋକ ଆସି ଆମ ସହ ରଜ ପର୍ବ ପାଳନ କରିଛନ୍ତି ବୋଲି ଗ୍ରାମବାସୀ ଏଠାରେ କହିଛନ୍ତି। ଏଥିସହ ଘୁମୁସର ଲେଖିକା ସଂସଦର ଆଉ କିଛି କର୍ମକର୍ତ୍ତା ବାଉଁଶଲୁଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ରଜ ପର୍ବ ପାଳନ ସହ ପିଠା ପ୍ରତିଯୋଗିତା କରିଥିଲେ। ଏହାପରେ କବିତା ପାଠୋତ୍ସବ ହୋଇଥିଲା। ଏଥିରେ ସଂସଦର ସଭାପତି ଇ. ମାହେଶ୍ୱରୀ ଦୋରା ସଭାପତିତ୍ବ କରିଥିଲେ। ପବିତ୍ର ମୋହନ ଶତପଥୀ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ସଂପାଦିକା ଡଃ. ନଳିନୀପ୍ରଭା ଦାସ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଭଞ୍ଜନଗର ଏନ୍‌ଏସି ଉପାଧ୍ୟକ୍ଷା ଶୁଭଶ୍ରୀ ଦାସ ମୁଖ୍ୟ ଅତିଥି ରୂପେ ଯୋଗଦେଇ ରଜ ପର୍ବର ମହତ୍ୱ ବିଷୟରେ କହିଥିଲେ । ଆଇନଜୀବୀ ସ୍ନିଗ୍ଧାରାଣୀ ଦାସ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ରଜପର୍ବ ପାଳନର ପୁରାତନ ଶୈଳୀ ଏବଂ ବର୍ତ୍ତମାନ ହଜି ଆସୁଥିବା ଚଳଣିକୁ ନେଇ ସବିଶେଷ ଆଲୋକପାତ କରିଥିଲେ। ଦୀପ୍ତାଂଶୁ ପ୍ରଭା ଦେବୀ ସଭାକୁ ସଂଯୋଜନା କରିଥିଲାବେଳେ ରଜନୀ ସେଠୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ।ଆଇନଜୀବୀ ଅଳକା ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଭ୍ୟା ଶୁଭସ୍ମିତା ଦାଶ ରଜ ପର୍ବ ପାଳନର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। କୁମାରୀ ଝିଅ ଏବଂ ମହିଳାଙ୍କ ମଧ୍ୟରେ କୁଇଜ ପ୍ରତିଯୋଗିତା ହୋଇଥିଲା । ସଭ୍ୟା ମୋନାଲିସା ମିଶ୍ର, ଉଷ୍ମିତା ମଞ୍ଜରୀ ଦାଶ, ସୁଜତା ସିଂ,ସହ ସଂପାଦିକା ଡ଼ା. ଗାୟତ୍ରୀ ସାହୁ , କୋଷାଧ୍ୟକ୍ଷା ଗୀତାଶ୍ରୀ ସାମନ୍ତ, ସ୍ନେହଲତା ବିଷୋୟୀ , ରୁନୁବାଳା ଦାଶ, ବର୍ଷା ନାଇକ, ନୀରଜା ତ୍ରୀପାଠୀ ଆଦି ରଜ ଗୀତ ଗାନ କରି ଉତ୍ସବକୁ ସରଗରମ କରିଥିଲେ। ଅହମ୍ମଦାବାଦଠାରେ ହୋଇଥିବା ଉଡାଜାହାଜ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଅମର ଆତ୍ମାର ସଦଗତି ପାଇଁ ସଭା ପ୍ରାରମ୍ଭରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।

ବାଉଁଶଲୁଣ୍ଡି ସରପଞ୍ଚ ଉଦୟ କୁମାର ମିଶ୍ର, ସମାଜସେବୀ ଭଞ୍ଜ କିଶୋର ପ୍ରଧାନ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ । ସଭ୍ୟା ବିଷ୍ଣୁପ୍ରିୟା ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ। ସେହିଭଳି ଜଗନ୍ନାଥପ୍ରସାଦ ବ୍ଲକ କୁଡୁତାଇ ପଞ୍ଚାୟତ ପୁଟଗାଡ଼ିଆ ଗାଁରେ ଆଜି ବିପଦର ବନ୍ଧୁ ଅନୁଷ୍ଠାନ ଦ୍ୱାରା ରଜ ପର୍ବ ପାଳନ ହୋଇଛି ।
ବିପଦର ବନ୍ଧୁ ସଙ୍ଗଠନ ମଙ୍ଗଳବାର ଏହି ଗାଁରେ ପହଞ୍ଚି ଗ୍ରାମବାସୀଙ୍କ ସହିତ ମିଶି ଗାଁର ପୁରୁଷ ମହିଳା ଓ ପିଲାମାନଙ୍କୁ ନେଇ ଦିନ ତମାମ ବିଭିନ୍ନ ଖେଳ, ପ୍ରତିଯୋଗିତା କରି ପୁରସ୍କୃତ କରିଥିଲେ। ଏଥି ସହ ପୁସ୍ତକ ବଣ୍ଟନ କରାଯାଇଥିଲା । କର୍ମମୟ ଜୀବନରେ ଆଜି କାଲି କେବଳ ଟିଭି ରେ ରଜ ପାଳନ ଦେଖି ଲୋକମାନେ ରଜ କଟାଇ ଦେଉଥିବା ବେଳେ ଏହାକୁ ବ୍ୟାପକ କରାଇବା ପାଇଁ ଓ ଖୁସି ବାଣ୍ଟିବା ପାଇଁ ସଂଗଠନ ଏଭଳି ପ୍ରୟାସ ଆରମ୍ଭ କରିଛି। ବିଗତ କିଛି ବର୍ଷ ହେବ ଭିନ୍ନଭିନ୍ନ ନିପଟ ମଫସଲ ଉପାନ୍ତ ଗାଁ କୁ ଯାଇ ଏହି ସଂଗଠନ ଏଭଳି କାର୍ଯ୍ୟ ଜାରି ରଖିଥିବା ଅନୁଷ୍ଠାନର ମୁଖ୍ୟ ଅରକ୍ଷିତ ପରିଛା ପ୍ରକାଶ କରିବା ସହ ସଂଗଠନ ର ସମସ୍ତ ସଭ୍ୟ ସଭ୍ୟା ଏଥିପ୍ରତି ଉଦ୍ୟମ କରିଥିବାରୁ ଏଭଳି କାର୍ଯ୍ୟ ସମ୍ଭବପର ହୋଇପାରୁଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରଳାଖେମୁଣ୍ଡି ବାର୍ ଆସୋସିଏଶନ ନିର୍ବାଚନ: ରାମକୃଷ୍ଣ ନାୟକ ସଭାପତି, ଶିବ ପ୍ରସାଦ…

ପାରଳାଖେମୁଣ୍ଡି, ୨୮। ୩ (ଗିରିଧାରୀ ପରିଚ୍ଛା):- ଗଜପତି  ଜିଲା ପାରଳାଖେମୁଣ୍ଡି ବାର୍ ଏସୋସିଏସନ୍ ନିର୍ବାଚନରେ ରାମକୃଷ୍ଣ ନାୟକ ସଭାପତି, ଉପସଭାପତି ଭାବେ ଶିବ ପ୍ରସାଦ ପାଣିଗ୍ରାହୀ ଏବଂ…

ସରିଲା ରାୟଗଡ଼ା ବାର ଆସୋସିଏଶନ ନିର୍ବାଚନ: ବରିଷ୍ଠ ଆଇନଜୀବୀ ବ୍ରଜସୁନ୍ଦର ସଭାପତି, ସମ୍ପାଦକ ହେଲେ…

ରାୟଗଡ଼ା,୨୮।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବାର ଆସୋସିଏଶନ ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଛି । ଏଥିରେ ବରିଷ୍ଠ ଆଇନଜୀବୀ ବ୍ରଜ ସୁନ୍ଦର ନାୟକ ୧୦୬ଖଣ୍ଡ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ମୋହନା ଥାନାରେ ‘ଶିଶୁ ସୁରକ୍ଷା ଓ ଭୟମୁକ୍ତ କେନ୍ଦ୍ର’ ଉଦଘାଟିତ: ଶିଶୁଙ୍କ ପାଇଁ ପୋଲିସ ସାଜିବ ବନ୍ଧୁ

ମୋହନା ୨୮।୩(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ପରିସରରେ ଏକ ନିଆରା ପ୍ରୟାସ ଦେଖିବାକୁ ମିଳିଛି। ଶିଶୁମାନଙ୍କୁ ପୋଲିସ ପ୍ରତି ଥିବା ଭୟ ଦୂର କରିବା…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

ଭଞ୍ଜନଗର ବାର୍‌ ଆସୋସିଏଶନ ନିର୍ବାଚନ: ସଭାପତି ଭାବେ ନିର୍ବାଚିତ ହେଲେ ସନ୍ତୋଷ ନାୟକ, ଧୀରେନ ସ୍ବାଇଁ…

ଭଞ୍ଜନଗର,୨୮।୩(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏସନ ନିର୍ବାଚନ ଶନିବାର ସରିଛି। ଏଥିରେ ସଭାପତି ଭାବେ ସନ୍ତୋଷ ନାୟକ ନିର୍ବାଚିତ ହୋଇଛନ୍ତି । ଏଥିସହ ସାଧାରଣ ସମ୍ପାଦକ…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ବରଗଡ଼ ଜିଲା ଓକିଲ ସଂଘ ନିର୍ବାଚନ: ଭୀଷ୍ମଦେବ ପୁଣି ସଭାପତି, ସମ୍ପାଦକ ଭାବେ ନିର୍ବାଚିତ ହେଲେ…

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲା ଓକିଲ ସଂଘ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ଏଥିରେ ଭୀଷ୍ମଦେବ ସରାଫ ପୁଣିଥରେ ସଭାପତି ନିର୍ବାଚିତ ହୋଇଛନ୍ତି। ସେହିପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri