Categories: ଜାତୀୟ

ପିଏମ୍‌ଏଓ୍ବାଇରେ ୬ ଲକ୍ଷ ପରିବାରକୁ ସାମିଲ କରିବାକୁ ବିଜେଡିର ଦାବି

ନୂଆଦିଲ୍ଲୀ,୪।୨: ଓଡ଼ିଶା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏଓ୍ବାଇ) ପୋର୍ଟାଲ ଖୋଲିବା ସହ ରାଜ୍ୟର ୬ ଲକ୍ଷ ଯୋଗ୍ୟ ପରିବାରକୁ ଏଥିରେ ସାମିଲ କରିବା ଲାଗି ରାଜ୍ୟ ସଭାରେ ବିଜେଡି ପକ୍ଷରୁ ଦାବି କରାଯାଇଛି।

ଶୂନ୍ୟ କାଳରେ ବିଜେଡି ଏମ୍‌ପି ସସ୍ମିତ ପାତ୍ର, ଅମର ପଟ୍ଟନାୟକ ଏବଂ ସୁଜିତ କୁମାର ପିଏମ୍‌ଏଓ୍ବାଇ ପ୍ରସଙ୍ଗ ଉଠାଇ ରାଜ୍ୟ ପ୍ରତି ପକ୍ଷପାତ ବିହୀନ ମନୋଭାବ ପ୍ରଦର୍ଶନ କରିବାକୁ କହିଥିଲେ। ପିଏମ୍‌ଏଓ୍ବାଇରେ ୬ ଲକ୍ଷ ପରିବାରକୁ ସାମିଲ କରିବା ଲାଗି ଆବାସ ପୋର୍ଟାଲ ଖୋଲିବାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ୩ ଥର ପତ୍ର ଲେଖିଛନ୍ତି। ହେଲେ ଏପର୍ଯ୍ୟନ୍ତ ପୋର୍ଟାଲ ଖୋଲାଗଲା ନାହିଁ ବୋଲି ସସ୍ମିତ କହିଛନ୍ତି। ୨୦୧୧ ଜନଗଣନା ଅନୁଯାୟୀ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ପରେ ଓଡ଼ିଶା ଜନସଂଖ୍ୟାର ୯.୨୦ ପ୍ରତିଶତ ଅନୁସୂଚିତ ଜନଜାତି। ଆବାସ ପୋର୍ଟାଲରେ ୬.୬୫ ଲକ୍ଷ ଘର ସାମିଲ କରିବାକୁ ମନା କରାଯିବା ଦ୍ୱାରା ଆଦିବାସୀମାନେ ପ୍ରଭାବିତ ହୋଇଥିବା ବିଜେଡି ଏମ୍‌ପି ଅମର ପଟ୍ଟନାୟକ କହିଛନ୍ତି।

Share