ସାରା ଦେଶରେ ଓଡ଼ିଶାର ବିଧାୟକଙ୍କ ଦରମା ସବୁଠାରୁ ଅଧିକ, ଜାଣନ୍ତୁ କେତେ…

ଭୁବନେଶ୍ୱର,୧୨।୧୨: ସାରା ଦେଶରେ ଓଡ଼ିଶାର ବିଧାୟକଙ୍କ ଦରମା ସବୁଠାରୁ ଅଧିକ। ସବୁଠାରୁ ବଡ଼ କଥା ହେଉଛି ଅଟୋମେସନ ପ୍ରୋସେସରେ ପ୍ରତି ୫ ବର୍ଷରେ ବିଧାୟକଙ୍କ ଦରମା ବଢ଼ିବ। ମୂଳ ଦରମା ଓ ଭତ୍ତାକୁ ମିଶାଇ ଓଡ଼ିଶାର ବିଧାୟକ ସର୍ବାଧିକ ୩ ଲକ୍ଷ ୪୫ ହଜାର ଟଙ୍କା ଦରମା ପାଇବେ। ତାପୁଣି ୨୦୨୪ରୁ ପିଛିଲା ଭାବେ ଲାଗୁ କରାଯିବ। ଯଦି ବିଧାୟକଙ୍କ ଦରମା ଦେଖିବା ସାରା ଦେଶରେ ଝାଡ଼ଖଣ୍ଡ ଦ୍ବିତୀୟ ସ୍ଥାନରେ ରହିଛି। ଝାଡ଼ଖଣ୍ଡରେ ବିଧାୟକଙ୍କ ଦରମା ୨ ଲକ୍ଷ ୮୮ ହଜାର ଟଙ୍କା।

ସେହିପରି ମହାରାଷ୍ଟ୍ରରେ ୨ ଲକ୍ଷ ୬୧ ହଜାର ଟଙ୍କା ଓ ତେଲଙ୍ଗାନାରେ ୨ ଲକ୍ଷ ୫୦ ହଜାର ଟଙ୍କା ରହିଛି। ମଣିପୁରରେ ୨ ଲକ୍ଷ ୫୦ ହଜାର, ହିମାଚଳ ପ୍ରଦେଶ- ୨ ଲକ୍ଷ ୧୦ ହଜାର ଟଙ୍କା ରହିଛି। ବିଧାୟକଙ୍କ ଦରମା ବାବଦରେ ପାଇବେ ମାସିକ ୯୦ ହଜାର ଟଙ୍କା। ନିର୍ବାଚନମଣ୍ଡଳୀ ଭତ୍ତା ବାବଦରେ ତାଙ୍କୁ ମାସିକ ମିଳିବ ୭୫ ହଜାର ଟଙ୍କା। ଏହାସହିତ ଗାଡ଼ି ରକ୍ଷଣାବେକ୍ଷଣ, ପରିବହନ ଖର୍ଚ୍ଚ, ବିଦ୍ୟୁତ ବିଲ, ଯାତ୍ରା ଖର୍ଚ୍ଚ, ଚିକିତ୍ସା ଭତ୍ତା ଓ ଟେଲିଫୋନ ଭତ୍ତା ମିଶି ଜଣେ ବିଧାୟକ ମାସକୁ ପାଇବେ ୩ ଲକ୍ଷ ୪୫ ହଜାର ଟଙ୍କା।

ମୁଖ୍ୟମନ୍ତ୍ରୀଙ୍କ ମାସିକ ଦରମା ହେଲା ୩ ଲକ୍ଷ ୭୪ ହଜାର ଟଙ୍କା। ବିଧାନସଭା ବାଚସ୍ପତି ଦରମା ଓ ଭତ୍ତା ବାବଦରେ ମାସିକ ପାଇବେ ୩ ଲକ୍ଷ ୬୮ ହଜାର ଟଙ୍କା। ଉପମୁଖ୍ୟମନ୍ତ୍ରୀଙ୍କ ଦରମା ୩ ଲକ୍ଷ ୬୮ ହଜାର।ଉପବାଚସ୍ପତିଙ୍କ ମାସିକ ଦରମା ହେଲା ୩ ଲକ୍ଷ ୫୬ ହଜାର ଟଙ୍କା। ସେହିପରି ବିରୋଧୀ ଦଳ ନେତାଙ୍କ ମାସିକ ଦରମା ଓ ଭତ୍ତା ମିଶି ହେଲା ୩ ଲକ୍ଷ ୬୨ ହଜାର ଟଙ୍କା। ବିରୋଧୀ ଦଳ ନେତାଙ୍କ ସହ ସମାନ ଦରମା କ୍ୟାବିନେଟ ମନ୍ତ୍ରୀ ଓ ସରକାରୀ ଦଳ ମୁଖ୍ୟ ସଚେତକ ପାଇବେ।

ପ୍ରଥମ କରି ନିର୍ବାଚିତ ସଦସ୍ୟଙ୍କ କାର୍ଯ୍ୟକାଳ ସରିବା ପରେ ପୂର୍ବତନ ବିଧାୟକ ୫ ବର୍ଷ ପାଇଁ ମାସିକ ପେନସନ ବାବଦରେ ପାଇବେ ୮୦ ହଜାର ଟଙ୍କା। ଚିକିତ୍ସା ଖର୍ଚ୍ଚ ବାଦଦରେ ମିଳିବ ମାସିକ ୨୫ ହଜାର, ଯାତ୍ରା ଖର୍ଚ୍ଚ ବାବଦରେ ମାସିକ ପାଇବେ ୧୨ ହଜାର ୫୦୦ ଟଙ୍କା ।


Enter your email to get our daily news in your inbox.

All Right Reserved By Dharitri.Com

୧୨ ବର୍ଷ ପରେ ସିଂହ ରାଶିରେ ଘଟୁଛି ଅଦ୍ଭୁତ ଘଟଣା: ୨୦୨୭ ଯାଏ ୩ ରାଶି ପାଇଁ ସୁବର୍ଣ୍ଣ ସମୟ, ମାଲାମାଲ ସହ ନୂଆ ଚାକିରି…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆସନ୍ତା ୩୧ ଅକ୍ଟୋବର ୨୦୨୬ରେ ଗୁରୁ ଗ୍ରହ ଏକ ବଡ଼ ରାଶି ପରିବର୍ତ୍ତନ କରିବେ। ଦିନ ୧୨ଟା ୦୧ ମିନିଟରେ ଗୁରୁ…

ବଡ଼ ଭୁଲ୍‌ କରିଦେଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ…

ନୂଆଦିଲ୍ଲୀ,୨୧।୯: ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର ତଥା ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ବାଗ ନିଜ ବ୍ୟାଟିଂରେ ପୁଣିଥରେ ପ୍ରଭାବିତ କରିଛନ୍ତି। ଓପନର…

ବିଳମ୍ବିତ ରାତିରେ ନିଖୋଜ ହୋଇଗଲା ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା, ଆଉ ତା’ପରେ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ମେରାଇନ ଥାନା ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଫିସେରୀ ଜେଟିରୁ ଏକ ମତ୍ସ୍ୟଜୀବୀଙ୍କ ଡଙ୍ଗା ନିଖୋଜ ହୋଇଯାଇଥିବା ଖବର ସାମନାକୁ ଆସିଛି। ମେରାଇନ…

ମୋବାଇଲ ଝାମ୍ପି ଫେରାର ବେଳେ ଦୁର୍ଘଟଣା, ୨ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଜୟପୁର,୨୧।୯(ପବନ ପାଣିଗ୍ରାହୀ): ଦିନ ଦଶଟା ବେଳେ ପଞ୍ଚାନନ ମନ୍ଦିର ଛକରୁ ମହିଳା ଶ୍ରମିକଙ୍କ ମୋବାଇଲ ଛଡାଇ ଫେରାର ହେଉଥିଲେ । ହେଲେ ସେହି ସମୟରେ ଏକ ସଡ଼କ…

ଉଚ୍ଚ ଦରମାରେ ଚାକିରି ସୁଯୋଗ ଆଣିଛି SBI, ଜାଣନ୍ତୁ କେମିତି କରିବେ ଆବେଦନ, ଶେଷ ତାରିଖ ରହିଛି…

ନୂଆଦିଲ୍ଲୀ,୨୦ା୯: ଆଜିକାଲି ସମସ୍ତେ ଭଲ ଦରମା ପାଇବା ପାଇଁ ଗୋଟିଏ ଭଲ ଚାକିରି ଖୋଜୁଛନ୍ତି। ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ’ (SBI)…

ବଙ୍ଗ ରାଜନୀତିରେ ହଇଚଇ; ଏହି କଂଗ୍ରେସ ନେତାଙ୍କୁ ଘୃଣା କରନ୍ତି ମମତା! TMC ନେତା କଲେ ବଡ଼ ଖୁଲାସା

କୋଲକାତା,୨୧।୯: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ବିଧାନସଭା ଆସନରେ ଅକ୍ଟୋବର ୬ରେ ଉପନିର୍ବାଚନ ହେବ । ଏହା ପୂର୍ବରୁ ରାଜ୍ୟ ରାଜନୀତିରେ ତୃଣମୂଳ କଂଗ୍ରେସ ଓ କଂଗ୍ରେସ ମଧ୍ୟରେ ସମୀକରଣକୁ…

ଅନ୍ତେବାସୀଙ୍କୁ ମିଳୁଥିଲା ପୋକରା ଚାଉଳ ଭାତ: ଅଧିକାରୀଙ୍କୁ ଜଣାଇବାକୁ ୮ କି.ମି. ଚାଲିଲେ ଛାତ୍ରୀଛାତ୍ର

ଉଦଳା,୨୧।୯(ସନ୍ତୋଷ ବାଛିନୀ): ହଷ୍ଟେଲରେ ଦୁଇ ମାସରୁ ଊର୍ଦ୍ଧ୍ୱ ହେଲା ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଛାତ୍ରୀଛାତ୍ରମାନଙ୍କୁ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦିଆଯାଉ ନାହିଁ। ଯାହାକୁ ନେଇ…

ବ୍ୟାକ୍ଟେରିଆ ରୋକିବାର ସହଜ ଉପାୟ

ବ୍ୟାକ୍ଟେରିଆ ଆମ ଶରୀରରେ କାୟା ବିସ୍ତାର କଲେ ତାହା କେତେକ ରୋଗର କାରଣ ସାଜିଥାଏ। ତେବେ ଏହାକୁ ପ୍ରତିହତ କରିବାର ଏକ ସହଜ ତଥା ସରଳ ଉପାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?