ସୁରଟ ଫେରିଗଲେ ପ୍ରବାସୀ ଓଡ଼ିଆ

* ମିଳିଲାନି ସଙ୍ଗରୋଧ ସହାୟତା ଟଙ୍କା
* ମଉଳିଲା ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଆଶା
ପାଟପୁର,୮ା୮- ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଳାସପୁର, ଇନ୍ଦ୍ରାବାସ, ଲୁଣିଲାଠୀ, ଗଙ୍ଗାପୁର, ସୁମନ୍ତପୁର ଆଦି ଅଞ୍ଚଳରୁ ୩୮ ପ୍ରବାସୀ ଶ୍ରମିକ ଶୁକ୍ରବାର ପୁଣି ସୁରଟ ଫେରିଯାଇଛନ୍ତି। କାମଧନ୍ଦା ନ ପାଇ ଏକ ଘରୋଇ ବସ୍‌କୁ ରିଜର୍ଭ କରି ସମସ୍ତ ଶ୍ରମିକ ପଳାସପୁର ଛକରୁ ସୁରଟ ଯାଇଛନ୍ତି।
କରୋନା ପରେ ଘରକୁ ଫେରିଥିଲୁ। ସରକାରୀ ସଙ୍ଗରୋଧରେ ରହିଲୁ। ସେଠାରୁ ଫେରିବା ପରେ ନଁା ମିଳିଲା ସଙ୍ଗରୋଧ ସହାୟତା ରାଶି ନା ମିଳିଲା ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାରେ କାମ। ଶେଷରେ ପେଟ ପାଇଁ କରୋନାକୁ ଖାତିର ନ କରି ପୁଣି ସ୍ତ୍ରୀ ପିଲାଙ୍କୁ ଘରେ ଛାଡି ଦାଦନ ଖଟିବାକୁ ସୁରଟ ଫେରିଯାଉଛୁ ବୋଲି କହିଥିଲେ ପ୍ରବାସୀ। ଏମାନଙ୍କୁ ଗଞ୍ଜାମରୁ ସୁରଟ ନେବାକୁ ସୁରଟର ସ୍ଥାନୀୟ ଜିଲାପାଳ ଅନୁମତି ଦେଇଥିବା ଜଣାପଡିଛି।
ବାହାର ରାଜ୍ୟରୁ ଲକ୍ଷାଧିକ ପ୍ରବାସୀ ସାନଖେମୁଣ୍ଡି ସମେତ ଗଞ୍ଜାମ ଜିଲାର ବିଭିନ୍ନ ଗ୍ରାମକୁ ଫେରିଥିଲେ। ବର୍ତ୍ତମାନ ଜିଲାରେ କରୋନା ସ୍ଥିତି ସାଙ୍ଘାତିକ। ସଂକ୍ରମିତଙ୍କ ସଂଖ୍ୟା ୧୨ ହଜାର ଟପିଥିବାବେଳେ ୧୨୩ଜଣଙ୍କ ମୃତ୍ୟୁ ହେଲାଣି। ବିଭିନ୍ନ ଗ୍ରାମ ସମେତ ସହରାଞ୍ଚଳରେ କରୋନା ରୋଗୀଙ୍କ ସଂଖ୍ୟା ହୁ ହୁ ବଢୁଛି।
ବ୍ଲକ ଅଫିସ ଠାରୁ ମାତ୍ର ଏକ କିମି ଦୂର ପଳାସପୁରରୁ ଶ୍ରମିକମାନେ ସୁରଟ ଫେରୁଥିଲେ ମଧ୍ୟ ବ୍ଲକ ପ୍ରଶାସନ ପାଖରେ ଖବର ନଥିଲା। ଏ ନେଇ ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ କହିଛନ୍ତି, ୩ଦିନ ପୂର୍ବରୁ ଇନ୍ଦ୍ରାବାସ ଓ ପଳାସପୁର ଗ୍ରାମର କେତେଜଣ ପ୍ରବାସୀ ସରକାରୀ ସହାୟତା ମିଳି ନ ଥିବା ଜଣାଇଥିଲେ। ଗ୍ରାମରେ କୌଣସି କାମ ନଥିବାରୁ ସୁରଟ ଫେରିଯିବୁ ବୋଲି ସେମାନେ କହିଥିବା ବିଡିଓ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri