Odisha Matric Exam-2025: ତ୍ରୁଟିଶୂନ୍ୟ ହୋଇପାରୁନି ମାଟ୍ରିକ୍‌ ପରୀକ୍ଷା

Odisha Matric Exam-2025 ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷା ତ୍ରୁଟିଶୂନ୍ୟ ହୋଇପାରୁନାହିଁ। ବିଗତ କିଛିବର୍ଷ ହେଲା ପ୍ରଶ୍ନପତ୍ର ପ୍ରଘଟ, କପି, ପରୀକ୍ଷା ପରିଚାଳନାରେ ଅସାଧୁ କାରବାର ସମେତ ଅନ୍ୟ କେତେକ ତ୍ରୁଟି ଦେଖିବାକୁ ମିଳୁଛି। ଏହାକୁ ରୋକିବା ପାଇଁ ପ୍ରତିବର୍ଷ ପରୀକ୍ଷା ପୂର୍ବରୁ ଯୋଜନା ହେଉଛି, ଅନେକ ବ୍ୟବସ୍ଥା ଗ୍ରହଣ କରାଯାଉଛି। କିନ୍ତୁ ତାହା ଠିକ୍‌ ସମୟରେ ଫସରଫାଟୁଛି, ଯାହାକି ଶନିବାର ମାଟ୍ରିକ୍‌ ବିଜ୍ଞାନ ପରୀକ୍ଷା ବେଳେ ଦେଖିବାକୁ ମିଳିଛି। ବିଜ୍ଞାନ ବିଷୟ ‘ସି’ ସେଟ୍‌ ପ୍ରଶ୍ନପତ୍ରରେ ୪ ମାର୍କ ପ୍ରଶ୍ନ କମ୍‌ ଥିବା ଜଣାପଡ଼ିଛି। ଏହାକୁ ନେଇ ପରୀକ୍ଷାର୍ଥୀମାନେ ଦ୍ୱନ୍ଦ୍ୱରେ ପଡ଼ିଥିବାବେଳେ ବୋର୍ଡର ପ୍ରଶ୍ନପତ୍ର ଅନୁଧ୍ୟାନ କମିଟି କିଭଳି ଏହି ତ୍ରୁଟି ଧରିପାରିଲେ ନାହିଁ, ତାହା ସନ୍ଦେହ ସୃଷ୍ଟି କରିଛି। ଏହି ବିଭ୍ରାଟ ପାଇଁ ସି ସେଟ୍‌ର ପରୀକ୍ଷାର୍ଥୀ ଲାଭ ପାଇବେ, ଯାହାକି ଅନ୍ୟ ପରୀକ୍ଷାର୍ଥୀଙ୍କ ପାଇଁ ଅନ୍ୟାୟ ବୋଲି କୁହାଯାଉଛି। ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ଏଭଳି ତ୍ରୁଟିକୁ ସ୍ବୀକାର କରିବା ସହ ଏଥିପାଇଁ ଛାତ୍ରୀଛାତ୍ର ଆଶ୍ୱସ୍ତ ରହିବାକୁ ପରାମର୍ଶ ଦେଇଛନ୍ତି।

କଟକ/ଜୟପୁର/ ବ୍ରହ୍ମପୁର,୨ ା୩ (କାର୍ତ୍ତିକ ସାହୁ/ ପବନ ପାଣିଗ୍ରାହୀ/ ସୁବାସ ଚନ୍ଦ୍ର ପାଢ଼ୀ) ନିର୍ଦ୍ଧାରିତ ସମୟ ଅନୁଯାୟୀ ଶନିବାର ସକାଳ ୯ଟାରେ ବିଜ୍ଞାନ ପରୀକ୍ଷା ଆରମ୍ଭ ହୋଇ ପୂର୍ବାହ୍ନ ୧୧ଟା ୩୦ରେ ଶେଷ ହୋଇଥିଲା। ଛାତ୍ରୀଛାତ୍ରମାନେ ପରୀକ୍ଷାକେନ୍ଦ୍ର ବାହାରକୁ ଆସିବା ପରେ ପ୍ରଶ୍ନପତ୍ରରେ ତ୍ରୁଟି ଥିବା ଜଣାପଡିଥିଲା। ‘ସି’ ସେଟ୍‌ ପ୍ରଶ୍ନପତ୍ର ପାଇଥିବା ଛାତ୍ରୀଛାତ୍ର ମୋଟ୍‌ ମାର୍କ ୧୦୦ ମଧ୍ୟରୁ ୪ ମାର୍କ କମ୍‌ ଥିବା ଜାଣିବାକୁ ପାଇଥିଲେ। ପ୍ରଶ୍ନପତ୍ରରେ ଏଭଳି ତ୍ରୁଟିକୁ ନେଇ ଛାତ୍ରୀଛାତ୍ର, ଅଭିଭାବକ, ଶିକ୍ଷୟିତ୍ରୀ ଓ ଶିକ୍ଷକମାନେ ଚିନ୍ତାରେ ପଡ଼ିଛନ୍ତି। ମାଟ୍ରିକ୍‌ ପରୀକ୍ଷାର ଶୃଙ୍ଖଳିତ ପରିଚାଳନା ପାଇଁ ବୋର୍ଡ ପକ୍ଷରୁ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଉଛି। ବୋର୍ଡ ମୁଖ୍ୟାଳୟର ନିୟନ୍ତ୍ରଣ କକ୍ଷରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ବ୍ୟବସ୍ଥା ଦ୍ୱାରା କପି କରୁଥିବା ପରୀକ୍ଷାର୍ଥୀଙ୍କୁ ଧରିବାର ବୈଷୟିକ କୌଶଳ, ଯନ୍ତ୍ରପାତି ଖଞ୍ଜାଯାଇଛି। ସେହିପରି ପ୍ରଶ୍ନପତ୍ର ପରୀକ୍ଷାକେନ୍ଦ୍ରରୁ ଭାଇରାଲ ହେଲେ ସହଜରେ ଧରିବା ପାଇଁ ଓ୍ବାଟରମାର୍କ, କ୍ୟୁଆର୍‌ କୋଡ୍‌ ଭଳି ବ୍ୟବସ୍ଥା ପ୍ରଶ୍ନପତ୍ରରେ କରାଯାଇଛି। ପୁଣି ପ୍ରଶ୍ନପତ୍ର ମୁଦ୍ରଣ ପୂର୍ବରୁ ପରୀକ୍ଷା ପରିଚାଳନା କମିଟି ଦ୍ୱାରା ତନ୍ନତନ୍ନ କରି ଯାଞ୍ଚ କରାଯାଇଥାଏ। ଏସବୁ ସତ୍ତ୍ୱେ ପ୍ରଶ୍ନପତ୍ରରେ ତ୍ରୁଟି ଚର୍ଚ୍ଚାର ବିଷୟ ପାଲଟିଛି।

Odisha Matric Exam-2025 ରାଜ୍ୟର ବିଭିନ୍ନ କେନ୍ଦ୍ରରେ ପରୀକ୍ଷା ଦେଇ ଫେରିଥିବା ଛାତ୍ରୀଛାତ୍ର ଓ ସେମାନଙ୍କ ଅଭିଭାବକମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଜୟପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରର ପରୀକ୍ଷାର୍ଥୀ ସରସ୍ବତୀ ଖିଲ ଓ ଦୀକ୍ଷିତ ଦଳେଇ କହିଛନ୍ତି, ୪ ମାର୍କର ପ୍ରଶ୍ନ ନ ଥିବାରୁ ଅସୁବିଧାର ସମ୍ମୁଖୀନ ହୋଇଥିଲୁ। ଏ ନେଇ ଶିକ୍ଷା ବିଭାଗ ଅଧିକାରୀ ଓ ବୋର୍ଡ କାର୍ଯ୍ୟାଳୟରେ ଅଭିଯୋଗ କରିବେ ବୋଲି ସେମାନେ କହିଛନ୍ତି। ଜୟପୁର ବ୍ଲକ୍‌ ଶିକ୍ଷାଧିକାରୀ ଚନ୍ଦନ କୁମାର ନାୟକ କହିଛନ୍ତି, ଛାତ୍ରୀଛାତ୍ରଙ୍କଠାରୁ ୪ ମାର୍କର ପ୍ରଶ୍ନ ନ ଥିବା ନେଇ ଅଭିଯୋଗ ପାଇଛୁ। ଏନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ ବୋଲି ସେ କହିଛନ୍ତି। ଗଞ୍ଜାମ ଜିଲାର ଅତିରିକ୍ତ ଜିଲା ଶିକ୍ଷାଧିକାରୀ ରାଜେଶ ପ୍ରଧାନ କହିଛନ୍ତି, ଭୁଲବଶତଃ ଉକ୍ତ ପ୍ରଶ୍ନଟି ପ୍ରଶ୍ନପତ୍ରରେ ପ୍ରିଣ୍ଟିଂ ହୋଇ ନ ଥିଲା। ପରୀକ୍ଷା ଆରମ୍ଭରୁ ଏହା ଜଣାପଡିଥିଲା। ହେଲେ ଆଉ କିଛି କରିବାର ନ ଥିଲା।

ବୋର୍ଡ କର୍ତ୍ତୃପକ୍ଷ ଏନେଇ ଯାହା ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି। ବୋର୍ଡର ପୂର୍ବତନ ସଭାପତି ଡ. ସତ୍ୟକାମ ମିଶ୍ର କହିଛନ୍ତି, ପ୍ରଶ୍ନପତ୍ର ତ୍ରୁଟିରେ ସାମିଲ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ପିଲାମାନଙ୍କ ଭବିଷ୍ୟତ ଦୃଷ୍ଟିରୁ ପ୍ରଶ୍ନପତ୍ରକୁ ତ୍ରୁଟିଶୂନ୍ୟ କରିବା ପାଇଁ ସବୁ ପ୍ରକାର ସତର୍କତା ଗ୍ରହଣ କରାଯିବା ନିତାନ୍ତ ଆବଶ୍ୟକ।

Odisha Matric Exam-2025 ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି, ବିଜ୍ଞାନ ବିଷୟର ‘ସି’ ସେଟ୍‌ରେ ୪ ମାର୍କ ବିଶିଷ୍ଟ ଗୋଟିଏ ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ନ ଥିବା ପରିଲକ୍ଷିତ ହୋଇଛି। ମୁଦ୍ରଣଜନିତ ତ୍ରୁଟି ଯୋଗୁ ଏଭଳି ହୋଇଛି। କୌଣସି ପରୀକ୍ଷାର୍ଥୀଙ୍କର ଯେପରି କ୍ଷତି ନ ହେବ ସେନେଇ ବିଚାର କରାଯାଉଛି। ବୋର୍ଡର ପରୀକ୍ଷା ପରିଚାଳନା କମିଟି ଏନେଇ ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି। ଅପରପକ୍ଷରେ ବିଜ୍ଞାନ ବିଷୟରେ କପି କରି ୧୧ ଜଣ ପରୀକ୍ଷାର୍ଥୀ ମାଲ୍‌ପ୍ରାକ୍ଟିସ୍‌(ଏମ୍‌ପି) ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ବର୍ଷା, ପବନରେ ଓଲଟିଲା ପୂଜା ମଣ୍ଡପ: ଚାପି ହୋଇଗଲା କାର୍‌, ବାଇକ୍‌

ପାରାଦୀପ,୨୧।୯(ଶରତ ରାଉତ): ପାରାଦୀପର ପ୍ରସିଦ୍ଧ ବିଶ୍ବକର୍ମା ପୂଜା ମହୋତ୍ସବ ସୋମବାର ପଞ୍ଚମ ଦିନରେ ପହଞ୍ଚିଛି। ହେଲେ ଲଘୁଚାପ ଜନିତ ବର୍ଷା, ପବନ ଯୋଗୁ ପାରାଦୀପ ପୋର୍ଟ ଆଣ୍ଡ…

ସମ୍ଭାବ୍ୟ ବାତ୍ୟା ଭୟ ଭିତରେ ବଡ଼ ସୂଚନା ଦେଲେ IMD ଡିଜି: ୨୨ ତାରିଖ ସନ୍ଧ୍ୟାରୁ…

ଭୁବନେଶ୍ୱର,୨୧।୯:ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। IMD ଡିଜିଙ୍କ କହିବାନୁସାରେ, ପୁରୀରୁ ଦକ୍ଷିଣକୁ ଥିବା…

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

ବଡ଼ ଭୁଲ୍‌ କରିଦେଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ…

ନୂଆଦିଲ୍ଲୀ,୨୧।୯: ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର ତଥା ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ବାଗ ନିଜ ବ୍ୟାଟିଂରେ ପୁଣିଥରେ ପ୍ରଭାବିତ କରିଛନ୍ତି। ଓପନର…

ରୁଷିଆ ନିର୍ବାଚନରେ ପୁଟିନଙ୍କ ଦବଦବା, ୪୫୦ରୁ ୩୫୫ ଆସନ ଜିତିଲା ୟୁନାଇଟେଡ୍…

ମସ୍କୋ,୨୧।୯: ରୁଷିଆର ସଂସଦୀୟ ନିର୍ବାଚନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମର୍ଥନ ଥିବା ୟୁନାଇଟେଡ୍ ରୁଷିଆ ପାର୍ଟି ବଡ଼ ବିଜୟ ହାସଲ କରିଛି । ପୁଟିନ୍‌ଙ୍କ ଦଳ ସଂସଦର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?