ଓଡ଼ିଶା ବଜାର ସମ୍ଭାବନାରେ ପରିପୂର୍ଣ୍ଣ

ଫର୍ନିଚର ମାନୁଫାକ୍ଚରିଂ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜିଥିବା ବ୍ୟକ୍ତିତ୍ୱ ଜଣକ ହେଲେ ଦେବାଶିଷ ପଟ୍ଟନାୟକ। ପ୍ରଥମେ ଏୟାରକ୍ରାଫ୍ଟ ଇଞ୍ଜିନିୟର ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ମାତ୍ର କାଠ ଏବଂ ମଡ୍ୟୁଲାର ଫର୍ନିଚର ପ୍ରତି ତାଙ୍କର ଖୁବ୍‌ ଆଗ୍ରହ ରହୁଥିଲା। ୟୁରୋପର ବିଭିନ୍ନ ଦେଶ ପରିଭ୍ରମଣ ସମୟରେ ସେ ନୂଆ ନୂଆ ଡିଜାଇନର ଫର୍ନିଚର ଦେଖିବାକୁ ପାଇଥିଲେ। ତାହା ତାଙ୍କୁ ଏତେମାତ୍ରାରେ ପ୍ରଭାବିତ କରିଥିଲା ଯେ, ସେ ଏ କ୍ଷେତ୍ରରେ ବ୍ୟବସାୟ ଆରମ୍ଭ କରିଥିଲେ। ସେ ଟ୍ରାନ୍ସଫର୍ମ ଫର୍ନିଚର ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଥିବାବେଳେ ତାଙ୍କ କମ୍ପାନୀର ଉତ୍ପାଦଗୁଡ଼ିକ ‘ଭାଇବ୍‌’ ନାମରେ ବେଶ୍‌ ପରିଚିତ। ନିଷ୍ଠା ଓ ପରିଶ୍ରମ ବଳରେ ସଫଳ ଉଦ୍ୟୋଗୀ ପାଲଟିଥିବା ଦେବାଶିଷଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ଆଲୋଚନା…

ପ୍ର- ଫର୍ନିଚର ମାନୁଫାକ୍ଚରିଂ ଉଦ୍ୟୋଗର ପ୍ରାରମ୍ଭିକ ଯାତ୍ରା କିପରି ଥିଲା?
ଉ- ୧୯୯୮ରେ ଏକ ଛୋଟ ଉଦ୍ୟୋଗ ଭାବେ ମଡ୍ୟୁଲାର କିଚେନରୁ ମୋର ବ୍ୟବସାୟିକ ଯାତ୍ରା ଆରମ୍ଭ କରିଥିଲି। ମୋର ଟେକ୍ନିକାଲ ବ୍ୟାକ୍‌ଗ୍ରାଉଣ୍ଡ ଓ ନୂଆ ନୂଆ ଡିଜାଇନ୍‌ ପ୍ରତି ରହିଥିବା ଅହେତୁକ ଦୁର୍ବଳତା ହିଁ ମୋତେ ସ୍ବତନ୍ତ୍ର ଡିଜାଇନ୍‌ର ଫର୍ନିଚର ମାନୁଫାକ୍ଚରିଂରେ ଭବିଷ୍ୟତ ଗଢ଼ିବାକୁ ପ୍ରେରିତ କରିଥିଲା।
ପ୍ର- ଓଡ଼ିଶାରେ ଫର୍ନିଚର ମାନୁଫାକ୍ଚରିଂ ଶିଳ୍ପର କିପରି ଚାହିଦା ରହିଛି?
ଉ- ସ୍ଥାନୀୟ ବଜାରରେ ଏହାର ଯଥେଷ୍ଟ ଚାହିଦା ଓ ଅଭିବୃଦ୍ଧି ନିକଟରୁ ଦେଖିଛି। ଉତ୍ତମ ମାନର ସ୍ବତନ୍ତ୍ର ଡିଜାଇନ୍‌ଯୁକ୍ତ ଏବଂ ମଡ୍ୟୁଲାର ସଲ୍ୟୁଶନ ସହିତ ଏହି ଶିଳ୍ପ ଲୋକପ୍ରିୟ ହେଉଛି। ଘରୋଇ ହେଉ କି ବ୍ୟବସାୟିକ, ଲୋକମାନେ କମ୍‌ ସ୍ଥାନରେ କିପରି ସୁସଜ୍ଜିତ ଆସବାବପତ୍ର ବ୍ୟବହାର କରିପାରିବେ, ସେ ଦିଗରେ ସଚେତନ ହେଉଛନ୍ତିି। ମଧ୍ୟବିତ୍ତବର୍ଗଙ୍କ କ୍ଷେତ୍ରରେ ଏପରି ଫର୍ନିଚର ଚାହିଦା ଅଧିକ ରହୁଛି। ରାଜ୍ୟର ଭିତ୍ତିଭୂମି ବିକାଶ, ସହରୀକରଣ ଏବଂ ବଢ଼ୁଥିବା ରିଏଲ ଇଷ୍ଟେଟ କ୍ଷେତ୍ର ଫର୍ନିଚର ଚାହିଦା ବୃଦ୍ଧିରେ ସହାୟକ ହୋଇଛି। କେବଳ ପାରମ୍ପରିକ କାଠ କାର୍ଯ୍ୟରେ ନୁହେଁ, ବରଂ ଅଧିକ ସ୍ଥାୟୀ ଏବଂ ଅଭିନବ ସାମଗ୍ରୀ ପ୍ରସ୍ତୁତ ଫର୍ନିଚର ପ୍ରତି ଲୋକଙ୍କ ଆଗ୍ରହ ରହୁଛି। ଓଡ଼ିଶା ବଜାର ସମ୍ଭାବନାରେ ପରିପୂର୍ଣ୍ଣ ଏବଂ ଉଚ୍ଚ-ଗୁଣାତ୍ମକ, ସ୍ଥାୟୀ ଏବଂ ଷ୍ଟାଇଲିଶ ଆସବାବପତ୍ରର ଚାହିଦା ବଢ଼ିବାରେ ଲାଗିଛି। ଏହି ପରିବର୍ତ୍ତନଶୀଳ ଯାତ୍ରାର ଏକ ଅଂଶ ହୋଇ ଆମେ ଉତ୍ସାହିତ।
ପ୍ର- ଦରବୃଦ୍ଧି ଆପଣଙ୍କ ବ୍ୟବସାୟ ଉପରେ କିଛି ପ୍ରଭାବ ପକାଇଥାଏ ?
ଉ- ଅନ୍ୟ ବ୍ୟବସାୟ ଭଳି ଫର୍ନିଚର ଇଣ୍ଡଷ୍ଟ୍ରିରେ ମଧ୍ୟ ବ୍ୟବହାର ହେଉଥିବା କଞ୍ଚାମାଲ ଦରଦାମ ଉପରତଳ ହୋଇଥାଏ। କାଠ, ହାର୍ଡଓ୍ବେର ଓ ଅନ୍ୟାନ୍ୟ ସାମଗ୍ରୀର ଦର ବଢ଼ିଥାଏ। ଫଳରେ ନିର୍ଦ୍ଧାରିତ ଦରରେ ଫର୍ନିଚର ଗୁଣବତ୍ତା ବଜାୟ ରଖିବା ଉପତ୍ାଦକଙ୍କ ପାଇଁ କଷ୍ଟସାଧ୍ୟ ହୋଇଥାଏ। ତେଣୁ କେତେକ ସମୟରେ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବିକଳ୍ପ କଞ୍ଚାମାଲ ବାଛିବାକୁ ପଡ଼େ, କଞ୍ଚାମାଲ ନଷ୍ଟ ଯେପରି ନ ହୁଏ, ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼େ। ତେଣୁ କଞ୍ଚାମାଲ ଦରବୃଦ୍ଧି ସମ୍ପର୍କରେ ଗ୍ରାହକଙ୍କୁ ଅବଗତ କରାଇବା ମଧ୍ୟ ଜରୁରୀ। ସେମାନଙ୍କ ସହ ନିୟମିତ ଯୋଗାଯୋଗରେ ରହିବାକୁ ହୁଏ।
ପ୍ର- ଫର୍ନିଚର ଶିଳ୍ପରେ ସଫଳତାର ସୂତ୍ର କ’ଣ?
ଉ- ସଫଳତାର ପ୍ରଥମ ସୂତ୍ର ହେଉଛି ଉପତ୍ାଦରେ ଉତ୍ତମ ଗୁଣବତ୍ତାକୁ ଗୁରୁତ୍ୱ। କମ୍‌ ସ୍ଥାନରେ ଅଧିକ ଆକର୍ଷଣୀୟ ତଥା ଅତ୍ୟାଧୁନିକ ଫର୍ନିଚର ସହ ଉତ୍ତମ ସେବା ଯୋଗାଇବା ଦ୍ୱାରା ଗ୍ରାହକ ଆକୃଷ୍ଟ ହେଉଛନ୍ତି। ବର୍ତ୍ତମାନ ମଡ୍ୟୁଲାର କିଚେନ୍‌ର ସର୍ବାଧିକ ଚାହିଦା ରହିଛି। ଗ୍ରାହକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଉପତ୍ାଦ ପ୍ରସ୍ତୁତ କରିବା ଏବଂ ନିର୍ଦ୍ଧାରିତ ସମୟରେ ଏହାକୁ ହସ୍ତାନ୍ତର କରିବା ଦ୍ୱାରା ବ୍ୟବସାୟ ଆଗକୁ ବଢ଼ିଚାଲିଛି।
ପ୍ର- ଯୁବ ଉଦ୍ୟୋଗୀଙ୍କୁ କ’ଣ ପରାମର୍ଶ ଦେବେ?
ଉ- ମୋର ବ୍ୟବସାୟିକ ଯାତ୍ରାରେ ବହୁତ କିଛି ଶିଖିବାକୁ ପାଇଛି, ଅନେକ ଆହ୍ବାନର ମୁକାବିଲା କରିଛି ଏବଂ ଅନେକ ସମ୍ମାନ ମଧ୍ୟ ପାଇଛି। ୧୯୯୮ରେ ଏକ ଛୋଟ ବ୍ୟବସାୟ କ୍ଷେତ୍ରରୁ ଯାତ୍ରା ଆରମ୍ଭକରି ଆଜି ଏଠାରେ ପହଞ୍ଚତ୍ଛି। ତେଣୁ ଯୁବ ଉଦ୍ୟୋଗୀ ବିଶେଷକରି ଫର୍ନିଚର ମାନୁଫାକ୍ଚରିଂ କ୍ଷେତ୍ରରେ ଭବିଷ୍ୟତ ଗଢ଼ିବାକୁ ଚାହଁୁଥିବା ବ୍ୟକ୍ତିବିଶେଷଙ୍କୁ କହିବାକୁ ଚାହିଁବି, ଏହା କେବଳ ନିଷ୍ଠାପର ମନୋଭାବ, କଠିନ ପରିଶ୍ରମ, ନୂଆ ନୂଆ ଉଦ୍ଭାବନ ଦ୍ୱାରା ସଫଳତା ସମ୍ଭବ। ତୃଣମୂଳସ୍ତରରୁ ଶିଖିବା ସହ ନୂଆ ଜ୍ଞାନକୌଶଳ ପ୍ରୟୋଗକରି କିଛି ନୂଆ କରିବାକୁ ଚେଷ୍ଟା କରନ୍ତୁ। ଭୁଲ୍‌ରୁ ଶିଖନ୍ତୁ ଓ ନିଜକୁ ମାର୍ଜିତ କରନ୍ତୁ।
-ସାକ୍ଷାତ୍‌କାର: ଅନୁରାଧା ମହାରଣା, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

Bank Holiday: ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୩୦।୧୨: ଯଦି ଆପଣଙ୍କର ନୂତନ ବର୍ଷରେ ବ୍ୟାଙ୍କିଂ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)...

8th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର: ଜାନୁଆରୀ ୧ରୁ ବୃଦ୍ଧି ପାଇବ ଦରମା, ପେନସନ! ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୩୦।୧୨: ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ଏହି ସପ୍ତାହ ୨୦୨୬ର ଆରମ୍ଭ। ଏହି ବର୍ଷ ଅନେକ ଦିଗରେ ଅନେକ ପରିବର୍ତ୍ତନ ଆଣିଛି। କେନ୍ଦ୍ର ସରକାରୀ...

ଯୁବବର୍ଗଙ୍କୁ ନୂଆବର୍ଷର ଉପହାର ଦେଲେ ସରକାର: ମିଳିବ ୧୫ ହଜାର ଟଙ୍କା, ଜାଣନ୍ତୁ କିପରି…

ନୂଆଦିଲ୍ଲୀ,୩୦।୧୨: ନୂଆବର୍ଷ ପୂର୍ବରୁ ସରକାର ଯୁବପିଢ଼ିଙ୍କୁ ଏକ ନୂତନ ବର୍ଷର ଉପହାର ଦେଇଛନ୍ତି। ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ X ରେ ଟୁଇଟ୍‌ କରିଛି, ଯେଉଁଥିରେ...

କ୍ଷମା ମାଗିଲେ ଲଲିତ ମୋଦି

ନୂଆଦିଲ୍ଲୀ,୩୦ା୧୨ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦି ନିକଟରେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସହ ଲଣ୍ଡନରେ ପାର୍ଟି କରୁଥିବାର...

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଫିକା ପଡିବ ନୂଆବର୍ଷ ସେଲିବ୍ରେଶନ: Swiggy-Zomato ଭଳି ଅନେକ ଆପ୍‌ରେ ହେବନି ଡେଲିଭରି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୯।୧୨: ଯେଉଁମାନେ ବନ୍ଧୁ ଏବଂ ପରିବାର ସହିତ ଘରେ ନୂଆବର୍ଷ ପାଳନ କରିବାକୁ ଯୋଜନା କରୁଛନ୍ତି ସେମାନଙ୍କୁ ଏକ ବଡ଼ ଝଟକା ଲାଗିଛି। ଯଦି ଆପଣ...

ରୁପା ମୂଲ୍ୟରେ ରେକର୍ଡ ବୃଦ୍ଧି: ଗହଣା ନୁହେଁ ଏହି କାରଣରୁ ବଢିଚାଲିଛି, ଆଉ କମିବନି

ନୂଆଦିଲ୍ଲୀ,୨୯ା୧୨: ୨୦୨୫ ମସିହାରେ ରୁପା ମୂଲ୍ୟରେ ଅପ୍ରତ୍ୟାଶିତ ବୃଦ୍ଧି ଦେଖିବାକୁ ମିଳିଛି। ଭାରତୀୟ ବଜାରରେ ଏହା ଏକ ନୂତନ ରେକର୍ଡ ସ୍ତରରେ ପହଞ୍ଚିଥିବା ବେଳେ ଏହାର...

Silver Prices Crash: ରୂପା ଦରରେ ବଡ଼ ହ୍ରାସ, ୧ ଘଣ୍ଟାରେ ହ୍ରାସ ପାଇଲା ୨୧ହଜାର ୫୦୦ ଟଙ୍କା

ନୂଆଦିଲ୍ଲୀ,୨୯।୧୨: ସୋମବାର ରୂପା ମୂଲ୍ୟରେ ଏପରି ନାଟକ ଦେଖାଗଲା ଯାହା ପୂର୍ବରୁ କେବେ ଦେଖାଯାଇ ନଥିଲା। ସକାଳେ ଇତିହାସ ସୃଷ୍ଟି କରିଥିବା ରୂପା କିଲୋଗ୍ରାମ ପିଛା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri