ଓଡ଼ିଶା ବଜାର ସମ୍ଭାବନାରେ ପରିପୂର୍ଣ୍ଣ

ଫର୍ନିଚର ମାନୁଫାକ୍ଚରିଂ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜିଥିବା ବ୍ୟକ୍ତିତ୍ୱ ଜଣକ ହେଲେ ଦେବାଶିଷ ପଟ୍ଟନାୟକ। ପ୍ରଥମେ ଏୟାରକ୍ରାଫ୍ଟ ଇଞ୍ଜିନିୟର ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ମାତ୍ର କାଠ ଏବଂ ମଡ୍ୟୁଲାର ଫର୍ନିଚର ପ୍ରତି ତାଙ୍କର ଖୁବ୍‌ ଆଗ୍ରହ ରହୁଥିଲା। ୟୁରୋପର ବିଭିନ୍ନ ଦେଶ ପରିଭ୍ରମଣ ସମୟରେ ସେ ନୂଆ ନୂଆ ଡିଜାଇନର ଫର୍ନିଚର ଦେଖିବାକୁ ପାଇଥିଲେ। ତାହା ତାଙ୍କୁ ଏତେମାତ୍ରାରେ ପ୍ରଭାବିତ କରିଥିଲା ଯେ, ସେ ଏ କ୍ଷେତ୍ରରେ ବ୍ୟବସାୟ ଆରମ୍ଭ କରିଥିଲେ। ସେ ଟ୍ରାନ୍ସଫର୍ମ ଫର୍ନିଚର ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଥିବାବେଳେ ତାଙ୍କ କମ୍ପାନୀର ଉତ୍ପାଦଗୁଡ଼ିକ ‘ଭାଇବ୍‌’ ନାମରେ ବେଶ୍‌ ପରିଚିତ। ନିଷ୍ଠା ଓ ପରିଶ୍ରମ ବଳରେ ସଫଳ ଉଦ୍ୟୋଗୀ ପାଲଟିଥିବା ଦେବାଶିଷଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ଆଲୋଚନା…

ପ୍ର- ଫର୍ନିଚର ମାନୁଫାକ୍ଚରିଂ ଉଦ୍ୟୋଗର ପ୍ରାରମ୍ଭିକ ଯାତ୍ରା କିପରି ଥିଲା?
ଉ- ୧୯୯୮ରେ ଏକ ଛୋଟ ଉଦ୍ୟୋଗ ଭାବେ ମଡ୍ୟୁଲାର କିଚେନରୁ ମୋର ବ୍ୟବସାୟିକ ଯାତ୍ରା ଆରମ୍ଭ କରିଥିଲି। ମୋର ଟେକ୍ନିକାଲ ବ୍ୟାକ୍‌ଗ୍ରାଉଣ୍ଡ ଓ ନୂଆ ନୂଆ ଡିଜାଇନ୍‌ ପ୍ରତି ରହିଥିବା ଅହେତୁକ ଦୁର୍ବଳତା ହିଁ ମୋତେ ସ୍ବତନ୍ତ୍ର ଡିଜାଇନ୍‌ର ଫର୍ନିଚର ମାନୁଫାକ୍ଚରିଂରେ ଭବିଷ୍ୟତ ଗଢ଼ିବାକୁ ପ୍ରେରିତ କରିଥିଲା।
ପ୍ର- ଓଡ଼ିଶାରେ ଫର୍ନିଚର ମାନୁଫାକ୍ଚରିଂ ଶିଳ୍ପର କିପରି ଚାହିଦା ରହିଛି?
ଉ- ସ୍ଥାନୀୟ ବଜାରରେ ଏହାର ଯଥେଷ୍ଟ ଚାହିଦା ଓ ଅଭିବୃଦ୍ଧି ନିକଟରୁ ଦେଖିଛି। ଉତ୍ତମ ମାନର ସ୍ବତନ୍ତ୍ର ଡିଜାଇନ୍‌ଯୁକ୍ତ ଏବଂ ମଡ୍ୟୁଲାର ସଲ୍ୟୁଶନ ସହିତ ଏହି ଶିଳ୍ପ ଲୋକପ୍ରିୟ ହେଉଛି। ଘରୋଇ ହେଉ କି ବ୍ୟବସାୟିକ, ଲୋକମାନେ କମ୍‌ ସ୍ଥାନରେ କିପରି ସୁସଜ୍ଜିତ ଆସବାବପତ୍ର ବ୍ୟବହାର କରିପାରିବେ, ସେ ଦିଗରେ ସଚେତନ ହେଉଛନ୍ତିି। ମଧ୍ୟବିତ୍ତବର୍ଗଙ୍କ କ୍ଷେତ୍ରରେ ଏପରି ଫର୍ନିଚର ଚାହିଦା ଅଧିକ ରହୁଛି। ରାଜ୍ୟର ଭିତ୍ତିଭୂମି ବିକାଶ, ସହରୀକରଣ ଏବଂ ବଢ଼ୁଥିବା ରିଏଲ ଇଷ୍ଟେଟ କ୍ଷେତ୍ର ଫର୍ନିଚର ଚାହିଦା ବୃଦ୍ଧିରେ ସହାୟକ ହୋଇଛି। କେବଳ ପାରମ୍ପରିକ କାଠ କାର୍ଯ୍ୟରେ ନୁହେଁ, ବରଂ ଅଧିକ ସ୍ଥାୟୀ ଏବଂ ଅଭିନବ ସାମଗ୍ରୀ ପ୍ରସ୍ତୁତ ଫର୍ନିଚର ପ୍ରତି ଲୋକଙ୍କ ଆଗ୍ରହ ରହୁଛି। ଓଡ଼ିଶା ବଜାର ସମ୍ଭାବନାରେ ପରିପୂର୍ଣ୍ଣ ଏବଂ ଉଚ୍ଚ-ଗୁଣାତ୍ମକ, ସ୍ଥାୟୀ ଏବଂ ଷ୍ଟାଇଲିଶ ଆସବାବପତ୍ରର ଚାହିଦା ବଢ଼ିବାରେ ଲାଗିଛି। ଏହି ପରିବର୍ତ୍ତନଶୀଳ ଯାତ୍ରାର ଏକ ଅଂଶ ହୋଇ ଆମେ ଉତ୍ସାହିତ।
ପ୍ର- ଦରବୃଦ୍ଧି ଆପଣଙ୍କ ବ୍ୟବସାୟ ଉପରେ କିଛି ପ୍ରଭାବ ପକାଇଥାଏ ?
ଉ- ଅନ୍ୟ ବ୍ୟବସାୟ ଭଳି ଫର୍ନିଚର ଇଣ୍ଡଷ୍ଟ୍ରିରେ ମଧ୍ୟ ବ୍ୟବହାର ହେଉଥିବା କଞ୍ଚାମାଲ ଦରଦାମ ଉପରତଳ ହୋଇଥାଏ। କାଠ, ହାର୍ଡଓ୍ବେର ଓ ଅନ୍ୟାନ୍ୟ ସାମଗ୍ରୀର ଦର ବଢ଼ିଥାଏ। ଫଳରେ ନିର୍ଦ୍ଧାରିତ ଦରରେ ଫର୍ନିଚର ଗୁଣବତ୍ତା ବଜାୟ ରଖିବା ଉପତ୍ାଦକଙ୍କ ପାଇଁ କଷ୍ଟସାଧ୍ୟ ହୋଇଥାଏ। ତେଣୁ କେତେକ ସମୟରେ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବିକଳ୍ପ କଞ୍ଚାମାଲ ବାଛିବାକୁ ପଡ଼େ, କଞ୍ଚାମାଲ ନଷ୍ଟ ଯେପରି ନ ହୁଏ, ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼େ। ତେଣୁ କଞ୍ଚାମାଲ ଦରବୃଦ୍ଧି ସମ୍ପର୍କରେ ଗ୍ରାହକଙ୍କୁ ଅବଗତ କରାଇବା ମଧ୍ୟ ଜରୁରୀ। ସେମାନଙ୍କ ସହ ନିୟମିତ ଯୋଗାଯୋଗରେ ରହିବାକୁ ହୁଏ।
ପ୍ର- ଫର୍ନିଚର ଶିଳ୍ପରେ ସଫଳତାର ସୂତ୍ର କ’ଣ?
ଉ- ସଫଳତାର ପ୍ରଥମ ସୂତ୍ର ହେଉଛି ଉପତ୍ାଦରେ ଉତ୍ତମ ଗୁଣବତ୍ତାକୁ ଗୁରୁତ୍ୱ। କମ୍‌ ସ୍ଥାନରେ ଅଧିକ ଆକର୍ଷଣୀୟ ତଥା ଅତ୍ୟାଧୁନିକ ଫର୍ନିଚର ସହ ଉତ୍ତମ ସେବା ଯୋଗାଇବା ଦ୍ୱାରା ଗ୍ରାହକ ଆକୃଷ୍ଟ ହେଉଛନ୍ତି। ବର୍ତ୍ତମାନ ମଡ୍ୟୁଲାର କିଚେନ୍‌ର ସର୍ବାଧିକ ଚାହିଦା ରହିଛି। ଗ୍ରାହକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଉପତ୍ାଦ ପ୍ରସ୍ତୁତ କରିବା ଏବଂ ନିର୍ଦ୍ଧାରିତ ସମୟରେ ଏହାକୁ ହସ୍ତାନ୍ତର କରିବା ଦ୍ୱାରା ବ୍ୟବସାୟ ଆଗକୁ ବଢ଼ିଚାଲିଛି।
ପ୍ର- ଯୁବ ଉଦ୍ୟୋଗୀଙ୍କୁ କ’ଣ ପରାମର୍ଶ ଦେବେ?
ଉ- ମୋର ବ୍ୟବସାୟିକ ଯାତ୍ରାରେ ବହୁତ କିଛି ଶିଖିବାକୁ ପାଇଛି, ଅନେକ ଆହ୍ବାନର ମୁକାବିଲା କରିଛି ଏବଂ ଅନେକ ସମ୍ମାନ ମଧ୍ୟ ପାଇଛି। ୧୯୯୮ରେ ଏକ ଛୋଟ ବ୍ୟବସାୟ କ୍ଷେତ୍ରରୁ ଯାତ୍ରା ଆରମ୍ଭକରି ଆଜି ଏଠାରେ ପହଞ୍ଚତ୍ଛି। ତେଣୁ ଯୁବ ଉଦ୍ୟୋଗୀ ବିଶେଷକରି ଫର୍ନିଚର ମାନୁଫାକ୍ଚରିଂ କ୍ଷେତ୍ରରେ ଭବିଷ୍ୟତ ଗଢ଼ିବାକୁ ଚାହଁୁଥିବା ବ୍ୟକ୍ତିବିଶେଷଙ୍କୁ କହିବାକୁ ଚାହିଁବି, ଏହା କେବଳ ନିଷ୍ଠାପର ମନୋଭାବ, କଠିନ ପରିଶ୍ରମ, ନୂଆ ନୂଆ ଉଦ୍ଭାବନ ଦ୍ୱାରା ସଫଳତା ସମ୍ଭବ। ତୃଣମୂଳସ୍ତରରୁ ଶିଖିବା ସହ ନୂଆ ଜ୍ଞାନକୌଶଳ ପ୍ରୟୋଗକରି କିଛି ନୂଆ କରିବାକୁ ଚେଷ୍ଟା କରନ୍ତୁ। ଭୁଲ୍‌ରୁ ଶିଖନ୍ତୁ ଓ ନିଜକୁ ମାର୍ଜିତ କରନ୍ତୁ।
-ସାକ୍ଷାତ୍‌କାର: ଅନୁରାଧା ମହାରଣା, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

୧ ଏପ୍ରିଲରୁ ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା! HDFC ରୁ PNB ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୩୧।୩: ୧ ଏପ୍ରିଲ, ୨୦୨୬ ଠାରୁ, HDFC ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବନ୍ଧନ ବ୍ୟାଙ୍କ ସେମାନଙ୍କର ATM ନିୟମରେ ପରିବର୍ତ୍ତନ କରିବେ। ଏଥିରେ ମାଗଣା…

ଆଜି ରାତି ୧୨ଟା ସୁଦ୍ଧା ଶେଷ କରନ୍ତୁ ଏହି ୩ କାମ, ନଚେତ୍‌ ଆସନ୍ତାକାଲିଠୁ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୩୧।୩: ଆଜି ମାର୍ଚ୍ଚ ୩୧, ୨୦୨୬ ଆର୍ଥିକ ବର୍ଷର ଶେଷ ଦିନ। ଯଦି ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି କିମ୍ବା ଆପଣ ଷ୍ଟକ ବଜାରରେ ନିବେଶ…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri