ମହାକାଶ ଯିବ ଓଡ଼ିଶା ନିର୍ମିତ ‘ବ୍ୟୋମମିତ୍ର’

ଭୁବନେଶ୍ୱର,୧୨ା୧୦ (ସୁଚିସ୍ମିତା ସାହୁ): ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ) ଆସନ୍ତା ଡିସେମ୍ବରରେ ‘ଗଗନୟାନ’ ମିଶନରେ ହାପ୍‌ ହ୍ୟୁମାନଏଡ୍‌ ବା ଅର୍ଦ୍ଧମାନବୀୟ ରୋବୋକୁ ସାମିଲ କରିବାକୁ ଯାଉଛି। ପ୍ରଥମଥର ମହାକାଶ ଯିବ ମହିଳା ରୋବୋ ‘ବ୍ୟୋମମିତ୍ର’। ତେବେ ବ୍ୟୋମମିତ୍ରର ମୁଣ୍ଡ, ୨ଟି ହାତ ସହ ଶରୀରର ୯୦ ପ୍ରତିଶତ ଅଙ୍ଗକୁ ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ ଟୁଲ୍‌ ଟ୍ରେନିଂ ସେଣ୍ଟର(ସିଟିଟିସି)ରେ ତିଆରି କରାଯାଉଛି। ଏହି ପରୀକ୍ଷଣ ସଫଳ ହେଲେ ୨୦୨୭ରେ ମହାକାଶଚାରୀଙ୍କୁ ଅନ୍ତରୀକ୍ଷକୁ ପଠାଯିବ। ସିଟିଟିସିରେ ଚାଲିଥିବା ଏହି ବଡ଼ ପ୍ରକଳ୍ପରେ ୨୦୦ରୁ ଅଧିକ ବୈଜ୍ଞାନିକ ଓ କର୍ମଚାରୀ ସାମିଲ ଅଛନ୍ତି। ତେବେ ଏହି ଟିମ୍‌ର ଦାୟିତ୍ୱ ନେଇଛନ୍ତି ଓଡ଼ିଆ ବୈଜ୍ଞାନିକ। ଟାଇଟାନିୟମ ଧାତୁରେ ନିର୍ମିତ ଏହି ରୋବୋର ମୁଣ୍ଡଟି ଏଏଲ୍‌ଏସ୍‌ଆଇ-୧୦ଏମ୍‌ଜି ଧାତୁରେ ତିଆରି କରାଯାଇଛି, ଯାହାର ଓଜନ ୮୦୦ ଗ୍ରାମ। ୪ ମାସ ଭିତରେ ରୋବୋର ମୁଣ୍ଡ, ଦୁଇଟି ହାତ ଏବଂ ଶରୀରର ଅଧା ଅଂଶ ତିଆରି କରାଯାଇଛି। ରୋବୋଟିକ୍ସ ଟେକ୍ନୋଲୋଜି ମାଧ୍ୟମରେ ସୃଷ୍ଟି କରାଯାଇଥିବା ଏହି ମହିଳା ରୋବୋ ମହାକାଶରେ ତଥ୍ୟ ସଂଗ୍ରହ କରି ଇସ୍ରୋକୁ ପଠାଇବ। ମହାକାଶର ପରିବେଶ ମଣିଷଙ୍କ ଉପରେ କିଭଳି ପ୍ରଭାବ ପକାଇବ, ସେଠାରେ ମଣିଷ ଜୀବିତ ରହିପାରିବେ କି ନାହିଁ ସେ ସମ୍ପର୍କରେ ବ୍ୟୋମମିତ୍ର ମାଧ୍ୟମରେ ଅନୁଧ୍ୟାନ କରାଯିବ। ଏଥିସହ ସେଠାକାର ତାପମାତ୍ରା, ବାୟୁର ଚାପ, ଆର୍ଦ୍ରତା ସମ୍ବନ୍ଧୀୟ ତଥ୍ୟ ପୃଥିବୀ ପୃଷ୍ଠକୁ ପଠାଇବ ରୋବୋ। ସେହିପରି ଚନ୍ଦ୍ରୟାନ-୨ ପାଇଁ ମଧ୍ୟ ଆବଶ୍ୟକ ଯନ୍ତ୍ରାଂଶ ଏଠାରେ ତିଆରି କରାଯାଇଥିଲା ବୋଲି ସିଟିଟିସି ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ସିଟିଟିସି ପକ୍ଷରୁ ଏକ ଡକିଂ ଫାସିଲିଟି ମଧ୍ୟ ବିକଶିତ କରାଯାଉଛି, ଯାହାକୁ ଇସ୍ରୋ ମହାକାଶର କ୍ଲିନିଂ କାର୍ଯ୍ୟରେ ବ୍ୟବହାର କରିପାରିବ। ସିଟିଟିସିର ଜେନେରାଲ ମ୍ୟାନେଜର ଏଲ୍‌. ରାଜଶେଖର କହିଛନ୍ତି, ସ୍ପେସ୍‌ରେ ଯେଉଁସବୁ ପୁରୁଣା ସାଟେଲାଇଟ ଘୂରିବୁଲୁଛି, ସେ ସବୁକୁ କ୍ଲିନ୍‌ କରିବା ପାଇଁ ଏହି ଡକିଙ୍ଗ ଫାସିଲିଟି ପ୍ରସ୍ତୁତ ହୋଇଛି। ଏହା ଚନ୍ଦ୍ରୟାନ ଲାଣ୍ଡିଂ କରିଥିବା ସ୍ଥାନ ଅନୁସାରେ ଏହାର ନାମ ‘ଶିବଶକ୍ତି’ ରହିଛି। ଏହି ଅତ୍ୟାଧୁନିକ ମେଶିନ ସ୍ପେସ୍‌ ଷ୍ଟେଶନରୁ ସମସ୍ତ ଅଦରକାରୀ ବା ପୁରୁଣା ସାଟେଲାଇଟ୍‌କୁ ସଂଗ୍ରହ କରିବ ବୋଲି ସେ କହିଛନ୍ତି। ସେହିପରି ସିଟିଟିସିର ପ୍ରଡକ୍ସନ ମ୍ୟାନେଜର କେ. ବିଜୟ କୁମାର କହିଛନ୍ତି, ଇସ୍ରୋ ପାଇଁ ସିଟିଟିସି ବହୁଦିନରୁ କାର୍ଯ୍ୟ କରୁଛି। ଏହି ଜିନିଷ ସବୁ ତିଆରି କରିବା ପାଇଁ ବହୁ କମ୍ପୋନେଟ୍‌ର ବ୍ୟବହାର କରାଯାଇଛି। ତେବେ ରୋବୋ ‘ବ୍ୟୋମମିତ୍ର’ର ନିର୍ମାଣ କାର୍ଯ୍ୟ ଏକ ବର୍ଷ ହେବ ଆରମ୍ଭ କରାଯାଇଛି। ଏଥିରେ ୩ଡି ସହିତ ବହୁ ଆଧୁନିକ ଉପକରଣ ବ୍ୟବହାର କରାଯାଇଛି। ମହାକାଶରେ ରୋବୋ ସ୍କାନିଂ କରିବା ସହିତ ରାଡାରର ବ୍ୟବହାର କରିପାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଆମ ନାଁ ନାହିଁ’: ବଜେଟ୍‌ ଦେଖି ଇଣ୍ଟରନେଟ୍‌ରେ ମଧ୍ୟବିତଙ୍କ ପାଇଁ ମଜାଳିଆ ମିମ୍ସ ଭାଇରାଲ୍‌

ନୂଆଦିଲ୍ଲୀ,୧ା୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରବିବାର ନବମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ (୨୦୨୬-୨୭) ଉପସ୍ଥାପନ କରିଛନ୍ତି। ଦେଶର ସାଧାରଣ ଜନତାଙ୍କ ଜୀବନଶୈଳୀରେ ସୁଧାର ଆଣିବା…

ଶୌଚ ପାଇଁ ଯାଇ ଆଉ ଫେରି ନଥିଲେ, ଗାଡ଼ିଆରୁ ଉଦ୍ଧାର ହେଲା ମୃତଦେହ

ପାଟଣା,୧।୨(ବୀର କିଶୋର ଦାଶ): ଇଟା ଗଢ଼ିବାକୁ ଯାଇ ଜଣେ ୨୫ବର୍ଷିୟ ଯୁବକଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଛି । ପାଟଣା ବ୍ଲକ ଡୁମୁରିଆ ପଂଚାୟତ କୋଠା…

ବଜେଟ ଉପରେ ସାଧାରଣ ଲୋକଙ୍କ ପ୍ରତିକ୍ରିୟା, ଲାଭ ଉଠାଇବା ପାଇଁ କେନ୍ଦ୍ରାପଡାରେ…

କେନ୍ଦ୍ରାପଡା,୧।୨(ଜଗନ୍ନାଥ ଧଳ ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଚଳିତ ବର୍ଷର ବଜେଟ ରବିବାର ଉପସ୍ଥାପନ କରିଛନ୍ତି । ଏଥିରେ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ପାଇଁ ଅର୍ଥ…

ବଜେଟ୍‌କୁ ନେଇ କ୍ଷୋଭ ପ୍ରକାଶ କଲେ ନବୀନ, କହିଲେ ଡବଲ ଇଞ୍ଜିନ ସରକାର ଓଡ଼ିଶାକୁ…

ଭୁବନେଶ୍ୱର,୧ା୨: କେନ୍ଦ୍ର ସରକାରଙ୍କ ଦ୍ୱାରା ରବିବାର ଉପସ୍ଥାପିତ ବଜେଟ୍‌କୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ ତାଙ୍କ…

ବଜେଟ୍‌ ପରେ ସାଧାରଣ ଜନତାଙ୍କ ପ୍ରତିକ୍ରିୟା, ଗରିବ-ମଧ୍ୟବିତ୍ତଙ୍କୁ ଅଣଦେଖା କହି…

କେସିଙ୍ଗା,୧ା୨(ତୁମେଶ୍ୱର ସାହୁ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର ନବମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ (୨୦୨୬-୨୭) ଉପସ୍ଥାପନ କରିଛନ୍ତି। ଏହି ବଜେଟ୍‌ ଘୋଷଣା ପରେ କଳାହାଣ୍ଡି…

ବଜେଟକୁ ନେଇ ପ୍ରତିକ୍ରିୟା ଦେଲେ ଶିକ୍ଷାବିତ୍, ସବୁ ଦିଗକୁ ଖୁସି…

ଦେବଗଡ,୧ା୨(ଶଶାଙ୍କ ଶେଖର ଝାଙ୍କର): ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୨୦୨୬ ବଜେଟ ଉପସ୍ଥାପିତ କରିଛନ୍ତି । ଏହାପରେ ଶିକ୍ଷାବିତଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପ୍ରତିକ୍ରିୟା ମଧ୍ୟ…

ଶେୟାର ବଜାରକୁ ପସନ୍ଦ ଆସିଲାନି ବଜେଟ୍, ନିବେଶକଙ୍କ ୧୧ ଲକ୍ଷ କୋଟି ଟଙ୍କା ବୁଡ଼ିଲା

ମୁମ୍ବାଇ,୧।୨: ବଜେଟ୍ ଉପସ୍ଥାପନା ପରେ ଶେୟାର ବଜାରରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ବଜେଟକୁ ନେଇ ନିବେଶକଙ୍କ ମଧ୍ୟରେ ହତାଶା ଏବଂ କେତେକ ଟିକସ ନିୟମରେ…

ବଜେଟକୁ ନେଇ ଭାଜପା ଉପରେ ବର୍ଷିଲେ ଅଖିଳେଶ, ଜନତାଙ୍କୁ ସ୍ବପ୍ନ ଦେଖାଇଲା…

ନୂଆଦିଲ୍ଲୀ,୧।୨: କେନ୍ଦ୍ର ସରକାର ୨୦୨୬ ବଜେଟ୍ ଉପସ୍ଥାପନ କରିବା ପରେ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଯାଇଛି । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ବଜେଟ୍ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri