Posted inଖେଳ

ମୁମ୍ବାଇକୁ ହରାଇଲା ଓଡ଼ିଶା

ଭୁବନେଶ୍ୱର, ୬।୧୨(ତପନ ସ୍ବାଇଁ):ଚଳିତ ବିଜୟ ହଜାରେ ଟ୍ରଫି ଘରୋଇ ଦିନିକିଆ କ୍ରିକେଟ ଟୁର୍ନାମେଣ୍ଟରେ ଓଡ଼ିଶା ମଙ୍ଗଳବାର ଶକ୍ତିଶାଳୀ ମୁମ୍ବାଇକୁ ହରାଇ ବଡ଼ ସଫଳତା ପାଇଛି। କାର୍ତ୍ତିକ ବିଶ୍ୱାଳଙ୍କ ଅର୍ଦ୍ଧଶତକ, ଗୋବିନ୍ଦ ପୋଦ୍ଦାରଙ୍କ ଅଲ୍‌ରାଉଣ୍ଡ ସଫଳତା ଏବଂ ବୋଲରଙ୍କ ମିଳିତ ଅବଦାନ ବଳରେ ଓଡ଼ିଶା ୮୬ ରନରେ ମୁମ୍ବାଇକୁ ପରାସ୍ତ କରିଛି। କର୍ନାଟକର ଅଲୁର କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚରେ ଓଡ଼ିଶା ୫୦ ଓଭରରେ ୯ ଉଇକେଟ ହରାଇ ୧୯୯ ରନ କରିଥିବାବେଳେ ମୁମ୍ବାଇ ୩୨.୩ ଓଭରରେ ୧୧୩ ରନକରି ଅଲ୍‌ଆଉଟ ହୋଇଯାଇଥିଲା। ଫଳରେ ଏହି ମ୍ୟାଚରୁ ଓଡ଼ିଶାକୁ ୪ ପଏଣ୍ଟ ମିଳିଛି। ତେବେ ଏହା ସତ୍ତ୍ୱେ ଓଡ଼ିଶା ନକ୍‌ଆଉଟରେ ପ୍ରବେଶରୁ ବଞ୍ଚତ୍ତ ହୋଇଛି। ଓଡ଼ିଶା ୭ ମ୍ୟାଚରୁ ୪ ବିଜୟ ଓ ୩ ପରାଜୟ ସହ ମୋଟ ୧୬ ପଏଣ୍ଟ ପାଇ ଗ୍ରୁପ୍‌ ‘ଏ’ରେ ୬ଷ୍ଠ ସ୍ଥାନରେ ରହି ଅଭିଯାନ ଶେଷ କରିଛି। ତ୍ରିପୁରା ବିପକ୍ଷ ମ୍ୟାଚରେ ବିଜୟୀ ହୋଇ ଅଭିଯାନ ଆରମ୍ଭ କରିଥିବା ଓଡ଼ିଶା ପରବର୍ତ୍ତୀ ୩ ମ୍ୟାଚରେ ରେଲଓ୍ବେ, କେରଳ ଓ ସୌରାଷ୍ଟ୍ରଠାରୁ ହାରି ଯାଇଥିଲା। ଏବେ କ୍ରମାଗତ ୩ ମ୍ୟାଚରେ ପୁଡୁଚେରି, ସିକ୍କିମ ଓ ମୁମ୍ବାଇକୁ ପରାସ୍ତ କରିଛି। ଅନ୍ୟପକ୍ଷରେ ପରାଜୟ ସତ୍ତ୍ୱେ ମୁମ୍ବାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି।
ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ମୁମ୍ବାଇ ଅଧିନାୟକ ଅଜିଙ୍କ୍ୟ ରାହାନେ। ଓଡ଼ିଶା ମାତ୍ର ୧୬ ରନରେ ଟପ୍‌ ଅର୍ଡରର ୩ ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟରେ ପଡ଼ିଥିଲା। ଓପନର ତଥା ଅଧିନାୟକ ଶାନ୍ତନୁ ମିଶ୍ର (୧)ଙ୍କଠାରୁ ଆରମ୍ଭ କରି ଇନ୍‌ଫର୍ମ ଶୁଭ୍ରାଂଶୁ ସେନାପତି (୦) ଓ ପ୍ରବୀଣ ଲୁହା (୩) ଫେଲ ମାରିବାରୁ ଦଳ ଶକ୍ତ ଝଟ୍‌କା ଖାଇଥିଲା। ଭଲ ଆରମ୍ଭ କରିଥିଲେ ମଧ୍ୟ ଅପର ପଟରେ ଉଇକେଟ ପତନ ଘଟି ଚାଲିଥିବାରୁ ସନ୍ଦୀପ ପଟ୍ଟନାୟକ ମଧ୍ୟ ଏକାଗ୍ରତା ରକ୍ଷା କରିପାରି ନ ଥିଲେ। ସେ ୩ ଚୌକା ଓ ୧ ଛକା ସହାୟତାରେ ୩୫ ରନ କରିଥିବାବେଳେ ବାମହାତୀ ସ୍ପିନର ଶାମ୍ସ ମୁଲାନୀଙ୍କ ବଲ୍‌ରେ ବୋଲ୍ଡ ହୋଇଯାଇଥିଲେ। ତେବେ ମିଡିଲ ଅର୍ଡରରେ କାର୍ତ୍ତିକ ବିଶ୍ୱାଳ, ଗୋବିନ୍ଦ ପୋଦ୍ଦାର ଓ ଅଭିଷେକ ରାଉତଙ୍କ ଦୃଢ଼ ବ୍ୟାଟିଂ ଦଳକୁ ସମ୍ମାନଜନକ ସ୍କୋର ଆଡ଼କୁ ନେଇ ଯାଇଥିଲା। କାର୍ତ୍ତିକ ବିଶ୍ୱାଳ ସତର୍କତାର ସହ ପ୍ରତିପକ୍ଷ ବୋଲରଙ୍କୁ ମୁକାବିଲା କରି ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୬ ଚୌକା ସହାୟତାରେ ସର୍ବାଧିକ ୬୪ ରନ ସ୍କୋର କରିଥିଲେ। ପୋଦ୍ଦାର ୩୯ (୨ ଚୌକା, ୧ ଛକା) ରନକରି ଆଉଟ ହୋଇଥିବାବେଳେ ଅଭିଷେକ ୩୭ ବଲ୍‌ରୁ ୩୫ (୨ ଚୌକା, ୨ ଛକା) ରନକରି ଅପରାଜିତ ରହିଥିଲେ। ଲୋୟର ଅର୍ଡର ବ୍ୟାଟିଂ ବିଫଳତା କାରଣରୁ ଓଡ଼ିଶା ଇନିଂସ ୧୯୯ରେ ସୀମିତ ରହିଯାଇଥିଲା। ମୁମ୍ବାଇ ବୋଲରଙ୍କ ମଧ୍ୟରେ ମୋହିତ ଅବସ୍ତି ୩ଟି, ରଷ୍ଟନ ଡିଆସ ଓ ଅଥର୍ବ ଅନ୍‌କୋଲେକର ୨ଟି ଲେଖାଏ ଏବଂ ଶିବମ୍‌ ଦୁବେ ଓ ଶାମ୍ସ ମୁଲାନୀ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
୨୦୦ ରନ ବିଜୟ ଲକ୍ଷ୍ୟନେଇ ପଡ଼ିଆକୁ ଓହ୍ଲାଇଥିବା ମୁମ୍ବାଇ ଆଶ୍ଚର୍ଯ୍ୟଜନକଭାବେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଓଡ଼ିଶାର ସମସ୍ତ ବୋଲର ଅତି ଚମତ୍କାର ବୋଲିଂ କରିଥିଲେ। ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ତାରକା ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରାହାନେ (୭) ଓ ଶିବମ୍‌ ଦୁବେ (୮)ଙ୍କ ବିଫଳତା ଦଳକୁ ବ୍ୟକ୍‌ଫୁଟକୁ ଠେଲି ଦେଇଥିଲା। ଓଡ଼ିଶା ବୋଲରମାନେ ଏପରି ବୋଲିଂ କରିଥିଲେ ଯେ ମୁମ୍ବାଇର ଟପ୍‌ ଏବଂ ମିଡିଲ ଅର୍ଡର ସମ୍ପୂର୍ଣ୍ଣ ଫେଲ୍‌ ମାରିଥିଲା। ୧୧ ନମ୍ବର ବ୍ୟାଟର ରଷ୍ଟନ ଡିଆସ ସର୍ବାଧିକ ୨୪ ରନକରି ଅପରାଜିତ ରହିଥିଲେ। ହାର୍ଦ୍ଦିକ ତାମୋରେ ୨୩ ରନ କରିବାକୁ ସକ୍ଷମ ହୋଇଥିଲେ। ଓଡ଼ିଶା ବୋଲରଙ୍କ ମଧ୍ୟରେ ରାଜେଶ ମହାନ୍ତି ୬ ଓଭରରେ ୨୧ ରନଦେଇ ୨ଟି, ଦେବବ୍ରତ ପ୍ରଧାନ ୬ ଓଭରରେ ଗୋଟିଏ ମେଡେନ ନେବାସହ ୨୦ ରନଦେଇ ୨ଟି, ଗୋବିନ୍ଦ ପୋଦ୍ଦାର ୭ ଓଭରରେ ଗୋଟିଏ ମେଡେନ ନେଇ ୨୬ ରନରେ ୨ଟି ଏବଂ ଅଭିଷେକ ଯାଦବ ୪.୩ ଓଭରରେ ଗୋଟିଏ ମେଡେନ ନେଇ ୨୮ ରନ ବିନିମୟରେ ୨ଟି ଉଇକେଟ ଅକ୍ତିଆର କରିଥିଲେ। ନିଜେ ଅଧିନାୟକ ଶାନ୍ତନୁ ୨ ଓଭର ବୋଲିଂ କରି ମାତ୍ର ୨ ରନ ଦେଇ ଗୋଟିଏ ଉଇକେଟ ନେଇଥିଲେ। ଅନ୍ୟତମ ବୋଲର ତାରିଣୀ ସ’ ଉଇକେଟ ପାଇ ନ ଥିଲେ ମଧ୍ୟ ୬ ଓଭର ସ୍ପେଲ୍‌ରେ ଗୋଟିଏ ମେଡେନ ନେବା ସହ ମାତ୍ର ୧୨ ରନ ବ୍ୟୟ କରିଥିଲେ।
ସଂକ୍ଷିପ୍ତ ସ୍କୋର
ଓଡ଼ିଶା ୫୦ ଓଭରରେ ୧୯୯/୯ (କାର୍ତ୍ତିକ ବିଶ୍ୱାଳ-୬୪, ଗୋବିନ୍ଦ ପୋଦ୍ଦାର-୩୯, ଅଭିଷେକ ରାଉତ-୩୫*, ସନ୍ଦୀପ ପଟ୍ଟନାୟକ-୩୫, ମୋହିତ ଅବସ୍ତି-୩/୩୦, ରଷ୍ଟନ ଡିଆସ-୨/୩୬, ଅଥର୍ବ ଅନ୍‌କୋଲେକର-୨/୩୪, ଶିବମ୍‌ ଦୁବେ-୧/୩୬, ଶାମ୍ସ ମୁଲାନୀ-୧/୫୧)। ମୁମ୍ବାଇ ୩୨.୩ ଓଭରରେ ୧୧୩/ଅଲ୍‌ଆଉଟ (ରଷ୍ଟନ ଡିଆସ-୨୪*, ହାର୍ଦ୍ଦିକ ତାମୋରେ-୨୩, ରାଜେଶ ମହାନ୍ତି-୨/୨୧, ଦେବବ୍ରତ ପ୍ରଧାନ-୨/୨୦, ଗୋବିନ୍ଦ ପୋଦ୍ଦାର-୨/୨୬, ଅଭିଷେକ ଯାଦବ-୨/୨୮, ଶାନ୍ତନୁ ମିଶ୍ର-୧/୨)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri