Posted inଖେଳ

ବେଙ୍ଗଲକୁ ୭ ଉଇକେଟରେ ହରାଇଲା ଓଡ଼ିଶା

ଭୁବନେଶ୍ୱର,୨୮।୧(ସ୍ପୋଟର୍‌ସ ବ୍ୟୁରୋ): କୋଲକାତାର ଇଡେନ ଗାର୍ଡେନରେ ଅନୁଷ୍ଠିତ ବେଙ୍ଗଲ ବିପକ୍ଷ ରଣଜୀ ଟ୍ରଫି ମୁକାବିଲାରେ ବିଜୟୀ ହୋଇଛି ଓଡ଼ିଶା। ୧୧୨ ରନ୍‌ ବିଜୟ ଲକ୍ଷ୍ୟର ପିଛା କରୁଥିବା ଓଡ଼ିଶା ୩ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଏହା ସହିତ ଚଳିତ ସିଜନର ଅନ୍ତିମ ମ୍ୟାଚରେ ଓଡ଼ିଶା ନିଜର ପ୍ରଥମ ବିଜୟ ହାସଲ କରିଛି। ବେଙ୍ଗଲ ପ୍ରଥମ ଇନିଂସରେ ଫଲୋଅନ ଡାକରା ପାଇ ୨୭୬ ରନରେ ଅଲଆଉଟ ହୋଇଥିଲା। ଭାରତୀୟ ଦଳରେ ସାମିଲ ହୋଇଥିବା ଓପନର ଅଭିମନ୍ୟୁ ଇଶ୍ୱରନ୍‌ଙ୍କ ୧୦୧ ରନ୍‌ ବଳରେ ବେଙ୍ଗଲ ୨୭୬ ରନରେ ଅଲଆଉଟ ହୋଇଥିଲା। ଓଡ଼ିଶା ପକ୍ଷରୁ ସୁନୀଲ ରାଉଳ ୬ ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ଓପନର ଅନୁରାଗ ଷଡଙ୍ଗୀଙ୍କ ୩୭, ସନ୍ଦୀପ ପଟ୍ଟନାୟକଙ୍କ ୨୮*, ଶୁଭ୍ରାଂସୁ ସେନାପତିଙ୍କ ୩୦ ଓ ରାକେଶ ପଟ୍ଟନାୟକଙ୍କ ୨୦* ରନ୍‌ ବଳରେ ଓଡ଼ିଶା ୩ ଉଇକେଟ ହରାଇ ଆବଶ୍ୟକ ରନ୍‌ ସଂଗ୍ରହ କରି ନେଇଥିଲେ।
ଶୁଭ୍ରାଂସୁ ସେନାପତିଙ୍କ ୬୭ ରନ୍‌ ବଳରେ ଓଡ଼ିଶା ପ୍ରଥମ ଇନିଂସରେ ୨୬୫ ରନରେ ଅଲଆଉଟ ହୋଇଥିଲା। ଜବାବରେ ସୁନୀଲ ରାଉଳ ଓ ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ୩ ଉଇକେଟ ସଫଳତା ବଳରେ ବେଙ୍ଗଲ ମାତ୍ର ୧୦୦ ରନରେ ଅଲଆଉଟ ହୋଇଥିଲା। ଇଶ୍ୱରନଙ୍କ ଶତକ ଓ ଅଧିନାୟକ ମନୋଜ ତିଓ୍ବାରୀଙ୍କ ୫୨ ରନ୍‌ ବଳରେ ବେଙ୍ଗଲ ଦ୍ୱିତୀୟ ଇନିଂସରେ ୨୭୬ ରନ୍‌ କରି ଓଡ଼ିଶା ଆଗରେ ୧୧୨ ରନର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ୯ ଉଇକେଟ ନେଇଥିବା ଓଡ଼ିଶାର ସୁନୀଲ ରାଉଳଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା। ବେଙ୍ଗଲ ୭ ମ୍ୟାଚରୁ ୩୨ ପଏଣ୍ଟ ସହିତ ଗ୍ରୁପ୍‌ ଡିରେ ପ୍ରଥମ ସ୍ଥାନରେ ଥିବା ବେଳେ ଓଡ଼ିଶା ସମାନ ସଂଖ୍ୟକ ମ୍ୟାଚରୁ ଗୋଟିଏ ବିଜୟ ସହ ୫ମ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖରସ୍ରୋତା ନଦୀକୁ ଡେଇଁ ପଡ଼ିଲେ ମହିଳା, ଆଉ ତା’ପରେ…

ଯାଜପୁର,୨୪।୯: ଯାଜପୁର ଜିଲା ବିଞ୍ଝାରପୁର ଖରସ୍ରୋତା ନଦୀ ବ୍ରିଜ ଉପରୁ ଗୁରୁବାର ଜଣେ ମହିଳା ଡେଇଁ ପଡିଥିଲେ। ମହିଳା ଜଣକ ବ୍ରିଜ୍‌ ଉପରେ ଚପଲ ଓ ଛତା…

ପ୍ରସୂତିଙ୍କୂ ମିଳିଲାନି ଆମ୍ବୁଲାନ୍ସ ସେବା: ଅଧାବାଟରେ ଚାଲିଗଲା ଜୀବନ

କେନ୍ଦ୍ରାପଡ଼ା,୨୪।୯(ଜଗନ୍ନାଥ ଧଳ): ଆମ୍ବୁଲାନ୍ସ ସେବା ନ ପାଇ କେନ୍ଦ୍ରାପଡ଼ା ବ୍ଲକ ଇନ୍ଦୁପୁର ସିଏଚ୍‌ସି ଅଧୀନ ନିକିରାଇ ଥାନା ଅନ୍ତର୍ଗତ ପୂର୍ବ ନିକିରାଇ ଗ୍ରାମରେ ଗୁରୁବାର ଜଣେ ପ୍ରସୂତୀଙ୍କ…

ଗାଜଲବାଡି ଘାଟିରେ ଭୂସ୍ଖଳନ, ପୂର୍ବରୁ ସିଲ୍ କରିଥିଲା ପ୍ରଶାସନ

ଦାରିଙ୍ଗବାଡି,୨୪।୯(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ଯାଇଥିବା ଗୋପାଳପୁର -ରାଇପୁର ୫୯ ନଂ ଜାତୀୟ ରାଜପଥର ଗାଜଲବାଡି ଘାଟିରେ ଭୂସ୍ଖଳନ ହୋଇଛି । ଏକାଧିକ…

ଅଜଣା ଜୀବ କାମୁଡ଼ାରେ ଅନୁଭବ ମଲ୍ଲିକଙ୍କ ମୃତ୍ୟୁ, ମାଣ୍ଡିପାଙ୍କାରେ ଶୋକାକୁଳ ପରିବେଶ

ଦାରିଙ୍ଗବାଡି,୨୪।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଅଜଣା ବିଷାକ୍ତ ଜୀବ…

ଭାଇ ଅର୍ଜୁନ ତେନ୍ଦୁଲକରଙ୍କୁ ଏମିତି ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସାରା, ସଭିଏଁ କହୁଛନ୍ତି…

ମୁମ୍ବାଇ,୨୪।୯: ଅର୍ଜୁନ ତେନ୍ଦୁଲକର ଗୁରୁବାର ତାଙ୍କର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି; ତାଙ୍କର ଜନ୍ମ ୨୪ ସେପ୍ଟେମ୍ବର ୧୯୯୯ରେ ହୋଇଥିଲା। ‘କ୍ରିକେଟର ଭଗବାନ’ ଭାବେ ପରିଚିତ ସଚିନ…

ବିଧାନସଭା ନିର୍ବାଚନ ପୂର୍ବରୁ BJPର ବଡ଼ ଘୋଷଣା: ବିଭିନ୍ନ ରାଜ୍ୟରେ ୨୪ ନୂଆ ପଦାଧିକାରୀ ନିଯୁକ୍ତ

ନୂଆଦିଲ୍ଲୀ,୨୪।୯: ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବିଧାନସଭା ନିର୍ବାଚନ ପୂର୍ବରୁ BJP ନିଜର ସାଙ୍ଗଠନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଆରମ୍ଭ କରିଛି। ଏହି ପ୍ରକ୍ରିୟାର ଅଂଶବିଶେଷ…

ଗୁଡ଼ାରିରୁ OSRTC ବସ୍ ସେବା ଦାବି: ବିଧାନସଭାରେ ଉଠିଲା ପ୍ରଶ୍ନ, ମନ୍ତ୍ରୀ କହିଲେ….

ଗୁଡାରି,୨୪।୯(ପ୍ରମୋଦ କୁମାର ପତି ): ଗୁଡାରିରୁ ରାଜଧାନୀ ଭୁବନେଶ୍ୱରକୁ ସରକାରୀ ବସ ସେବା ପ୍ରଦାନ ନେଇ ବିଧାନସଭାରେ ପ୍ରଶ୍ନ କରିଥିଲେ ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ।…

୫୯ ନଂ ଜାତୀୟ ରାଜପଥ ଗାଜଲବାଡି ଘାଟି ସିଲ୍, ଗୋପାଳପୁର-ରାଇପୁର ଯାତାୟାତ ବନ୍ଦ

ଦାରିଙ୍ଗବାଡି,୨୪।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ଯାଇଥିବା ଗୋପାଳପୁର -ରାଇପୁର ୫୯ ନଂ ଜାତୀୟ ରାଜପଥର ଗାଜଲବାଡି ଘାଟି ରାସ୍ତାକୁ ସିଲ୍ କଲା କନ୍ଧମାଳ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?