Posted inଖେଳ

ପ୍ରଥମ ଦିବସରେ ଓଡ଼ିଶା ୨୧୩ରେ ସୀମିତ

ଡେରାଡୁନ୍‌,୨୧ା୧୨: ରଣଜୀ ଟ୍ରଫିରେ ଓଡ଼ିଶା ଦଳ ଉତ୍ତରାଖଣ୍ଡ ବିପକ୍ଷରେ ଏହାର ଦ୍ୱିତୀୟ ମ୍ୟାଚ ଖେଳିଛି। ପ୍ରଥମ ଦିନରେ ଓଡ଼ିଶା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୨୧୩ ରନ୍‌ରେ ସୀମିତ ରହିଛି। ଜବାବରେ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଉତ୍ତରାଖଣ୍ଡ ବିନା କୌଣସି କ୍ଷତିରେ ୪ ରନ୍‌ ସଂଗ୍ରହ କରିଛି। ଦୁଇ ବାମହାତୀ ସ୍ପିନର ମୟଙ୍କ ମିଶ୍ର ଓ ସ୍ବପ୍ନିଳ ସିଂଙ୍କ ଘାତକ ବୋଲିଂ କାରଣରୁ ଓଡ଼ିଶାର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ଉତ୍ତରାଖଣ୍ଡର ଅଭିମନ୍ୟୁ କ୍ରିକେଟ ଏକାଡେମୀରେ ଅନୁଷ୍ଠିତ ମ୍ୟାଚରେ ଘରୋଇ ଦଳ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ଶାନ୍ତନୁ ମିଶ୍ର(୦) ଖାତା ଖୋଲିବାରେ ବିଫଳ ହୋଇଥିଲେ। ଅନୁରାଗ ଷଡଙ୍ଗୀ(୨୭) ଓ ଶୁଭ୍ରାଂଶୁ ସେନାପତି (୧୧) ବଡ ସ୍କୋରରେ ବିଫଳ ହେବା ଯୋଗୁ ଓଡ଼ିଶା ୩୮ ରନରେ ୩ ଉଇକେଟ ହରାଇଥିଲା। ତେବେ ବିପ୍ଳବ ସାମନ୍ତରାୟ(୪୬) ଓ ଟପ୍‌ ସ୍କୋରର କାର୍ତ୍ତିକ ବିଶ୍ୱାଳ(୪୮)ଙ୍କ ମଧ୍ୟରେ ୮୦ ରନର ପାର୍ଟନରଶିପ୍‌ ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲା। ବିପ୍ଳବ ୧୬୧ ବଲ୍‌ ଖେଳି ୬ ଚୌକା ମାରିଥିଲେ। ଅନ୍ୟ ପକ୍ଷରେ କାର୍ତ୍ତିକ ୭୫ ବଲ ଖେଳି ୮ ଚୌକା ସହିତ ୪୮ ରନ କରିଥିଲେ। ମୟଙ୍କ ମିଶ୍ର ଓ ସ୍ବପ୍ନିଳ ସିଂ ପରସ୍ପର ମଧ୍ୟରେ ୭ ଉଇକେଟ ବାଣ୍ଟିନେବାରୁ ଓଡ଼ିଶା ମଧ୍ୟକ୍ରମ ବଡ ସ୍କୋର କରିବାରେ ବିଫଳ ହୋଇଥିଲା। ଅନ୍ୟ ବ୍ୟାଟରଙ୍କ ମଧ୍ୟରେ ଅଭିଷେକ ରାଉତ ୩୨ ଓ ରାଜେଶ ଧୂପର ୨୧ ରନ୍‌ ସଂଗ୍ରହ କରିଥିଲେ। ଓଡ଼ିଶା ୭୬.୧ ଓଭରରେ ୨୧୩ ରନରେ ଅଲଆଉଟ ହୋଇଥିଲା। ଉତ୍ତରାଖଣ୍ଡ ପକ୍ଷରୁ ସ୍ବପ୍ନିଲ ସିଂ ୪ ଓ ମୟଙ୍କ ମିଶ୍ର ୩ ଉଇକେଟ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦୀପକ ଧପୋଲା ୨ ଓ ଆକାଶ ମଧଓ୍ବାଲ ଗୋଟିଏ ଉଇକେଟ ନେଇଥିଲେ। ଉତ୍ତରାଖଣ୍ଡ ଇନିଂସର ମାତ୍ର ୪ ଓଭର ଖେଳ ସମ୍ଭବ ହୋଇଥିବା ବେଳେ ଦଳ ବିନା କ୍ଷତିରେ ୪ ରନ ସଂଗ୍ରହ କରିଛି।
ସଂକ୍ଷିପ୍ତ ସ୍କୋର
ଓଡ଼ିଶା ପ୍ରଥମ ଇନିଂସ: ୭୬.୧ ଓଭରରେ ୨୧୩/୧୦ (କାର୍ତ୍ତିକ ବିଶ୍ୱାଳ-୪୮, ବିପ୍ଳବ ସାମନ୍ତରାୟ-୪୬, ଅଭିଷେକ ରାଉତ-୩୨, ମୟଙ୍କ ମିଶ୍ର-୩/୩୯, ସ୍ବପ୍ନିଳ ସିଂ-୪/୪୮, ଦୀପକ ଧପୋଲା-୨/୪୭)। ଉତ୍ତରାଖଣ୍ଡ ପ୍ରଥମ ଇନିଂସ- ୪ ଓଭରରେ ୪/୦(ଜୀଓ୍ବନଜୋତ ସିଂ-୪*)


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri