ଗୁଜରାଟରେ ଭାଜପା ପାଇଁ ପ୍ରଚାର କରୁଛନ୍ତି ଓଡ଼ିଶା ଶ୍ରମମନ୍ତ୍ରୀ: କଂଗ୍ରେସ

ଭୁବନେଶ୍ବର, ୧୯।୧୧(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଫସଲବୀମା ଚାଷୀଙ୍କୁ ନ ମିଳିବା ନେଇ ବିଜେଡି ଓ ଭାଜପା ପରସ୍ପର ବିରୋଧରେ ଦୋଷ ଲଦାଲଦି ହେଉଛନ୍ତି। ହେଲେ ବାସ୍ତବ କଥା ସମ୍ପୂର୍ଣ୍ଣ ଓଲଟା। ରାଜ୍ୟରେ ୨ ଦଳ ପରସ୍ପର ବିରୋଧରେ ଲଢ଼େଇର ନାଟକ କରୁଥିବା ବେଳେ ଗୁଜରାଟ ପ୍ରଚାର କାର୍ଯ୍ୟରେ ବିଜେଡି ନିଜକୁ ନିୟୋଜିତ କରିଛି। ଏପଟେ ରାଜ୍ୟରେ କଳି, କିନ୍ତୁ ଗୁଜରାଟ ନିର୍ବାଚନରେ କୋଳାକୋଳି। ଓଡ଼ିଶାର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଗତ ୧୬ରୁ ଆସନ୍ତା ୨୪ ପର୍ଯ୍ୟନ୍ତ ଗୁଜରାଟ ଯାଇଛନ୍ତି। ଶ୍ରମମନ୍ତ୍ରୀ ଗୁଜରାଟରେ ଭାଜପା ପାଇଁ ଭୋଟ ପ୍ରଚାର କରୁଛନ୍ତି। ଗଞ୍ଜାମ ଜିଲାରୁ ଲକ୍ଷ ଲକ୍ଷ ଲୋକ ଗୁଜରାଟର ସୁରଟରେ ସୂତାକଳରେ କାମ କରୁଛନ୍ତି। ସେମାନଙ୍କ ଭୋଟକୁ ଭାଜପା ହାତେଇବା ପାଇଁ ପ୍ରଚାର କରୁଛନ୍ତି କି ବୋଲି କଂଗ୍ରେସ ନେତା ପଞ୍ଚାନନ କାନୁନ୍‌ଗୋ ପ୍ରଶ୍ନ କରିଛନ୍ତି। ତେଣୁ ଏ କଥାକୁ ଜନସାଧାରଣଙ୍କ ସମ୍ମୁଖରେ ସ୍ପଷ୍ଟ କରିବା ପାଇଁ ସେ ଦାବି କରିଛନ୍ତି।
କଂଗ୍ରେସ ଭବନରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ପଞ୍ଚାନନ କହିଛନ୍ତି, ୨୦୨୧ରେ ରାଜ୍ୟର ୧୨ ଜିଲା ଏବଂ ୬୪ ବ୍ଲକରେ କୃଷକମାନଙ୍କ ମରୁଡ଼ିଜନିତ ଫସଲହାନି ଘଟିଥିଲା। ରାଜ୍ୟ ସରକାରଙ୍କ ପ୍ରଦତ୍ତ ନିୟମ ଅନୁସାରେ ୨୦୨୧ ଖରିଫଋତୁର ୨ ମାସରେ କୃଷକଙ୍କ କ୍ଷତି ଭରଣ କରାଯିବା କଥା। କ୍ଷୟକ୍ଷତି ଆକଳନ ହୋଇସାରିଲା ପରେ ମଧ୍ୟ ରାଜ୍ୟ ସରକାର କ୍ଷୟକ୍ଷତିର ଇନ୍‌ପୁଟ ସବ୍‌ସିଡି ବର୍ଷ ବର୍ଷ ଧରି ଦେଲେ ନାହିଁ। ଠିକ୍‌ ପଦ୍ମପୁର ଉପନିର୍ବାଚନର ତାରିଖ ଘୋଷଣା ହେବାପରେ ନବୀନ ସରକାର ୨୦୦ କୋଟି ଟଙ୍କାର ଇନ୍‌ପୁଟ ସବ୍‌ସିଡି ଘୋଷଣା କରିବା ଚାଷୀଙ୍କ ପ୍ରତି ତାଙ୍କର କେତେ ଦରଦ ଓ ସହାନୁଭୂତି ଅଛି ତାହା ସ୍ପଷ୍ଟ ଅନୁମେୟ। ପଦ୍ମପୁରର ଚାଷୀମାନେ ଦୀର୍ଘ ୧୪ ମାସ ଧରି ତାଙ୍କର କ୍ଷୟକ୍ଷତିର ଭରଣା ଏବଂ ପ୍ରାପ୍ୟ ବୀମା ରାଶି ପାଇବା ପାଇଁ ଆନ୍ଦୋଳନ ଜାରି ରଖିଛନ୍ତି। ଏ କଥାକୁ ରାଜ୍ୟ ସରକାର ଭଲଭାବେ ଜାଣିଛନ୍ତି। କିନ୍ତୁ ପଦ୍ମପୁରର କୃଷକଙ୍କ ସମସ୍ୟାକୁ ସମାଧାନ କରିବାପାଇଁ କେବେ ତପତ୍ରତା ଦେଖାଇଲେ ନାହିଁ। ଅନୁରୂପ ଭାବେ କେନ୍ଦ୍ରର ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ରାଜ୍ୟର ଚାଷୀମାନେ ବୀମାରାଶି ଭରଣ କରିଥିଲେ। କିନ୍ତୁ ୨୦୨୧ ଖରିଫ ସିଜନ୍‌ରେ ଚାଷୀଙ୍କ ଯେଉଁ କ୍ଷୟକ୍ଷତି ଘଟିଲା ତାକୁ ବୀମା କମ୍ପାନୀଗୁଡିକ ଭରଣା କରିବା ପରିବର୍ତ୍ତେ ବୀମା ଦାବିକୁ ଅଗ୍ରାହ୍ୟ କରିଦେଲେ। ଚାଷୀମାନେ ବୀମା କମ୍ପାନୀର ଏହି ଅନ୍ୟାୟ ବିରୋଧରେ ୧୪ ମାସ ଧରି ଆନ୍ଦୋଳନ କରି ଆସୁଛନ୍ତି। ରାଜ୍ୟରୁ ୩ ଜଣ ଟାଣୁଆ କେନ୍ଦ୍ରମନ୍ତ୍ରୀ ଏବଂ ବହୁ ଏମ୍‌ପି ଥିବା ସତ୍ତ୍ୱେ କେବେହେଲେ ଏ କଥାକୁ ନେଇ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ପାଖରେ ଦାବି ଉପସ୍ଥାପନ କରି ନ ଥିଲେ। ଯଦି ପ୍ରକୃତରେ ବିଜେଡି ଓ ଭାଜପା ଚାଷୀଙ୍କ ସମସ୍ୟା ପାଇଁ ସାମାନ୍ୟ ଭାବେ ଚିନ୍ତିତ ଥାଆନ୍ତେ ତେବେ ୧୪ ମାସ ଆନ୍ଦୋଳନ ହୋଇ ନ ଥାନ୍ତା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri