ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଙ୍ଗଠନର ବରିଷ୍ଠ ସଦସ୍ୟ ଅର୍ଦ୍ଦୁ. ଘନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓଡିଶା କୃଷକ ସଭାର ଗଞ୍ଜାମ ଜିଲା ସମ୍ପାଦକ ତଥା ଆଇନଜୀବି ପି.ଶିବଶଙ୍କର ଯୋଗଦେଇଥିଲେ। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଧୀନ କେନ୍ଦ୍ର ସରକାରଙ୍କ ଚାଷୀ ଓ ଶ୍ରମିକ ମାରଣ ନୀତିର ତୀବ୍ର ସମାଲୋଚନା କରିଥିଲେ। ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ପ୍ରତ୍ୟାହାର କରାଯିବା, ଚାଷୀ ବିରୋଧୀ ନୂତନ କୃଷି ଆଇନକୁ ବାତିଲ କରାଯିବା, ଆୟକର ଦେଉନଥିବା ସମସ୍ତ ଗରିବ ଚାଷୀ ପରିବାରଙ୍କୁ ମାସିକ ୭୫୦୦ ଟଙ୍କା ଓ ଅତିରିକ୍ତ ୧୦ କିଲୋ ଚାଉଳ ପ୍ରଦାନ କରାଯିବା, ସମେତ ଅନ୍ୟାନ୍ୟ ଜନଦାବୀ ହାସଲ ପାଇ ସର୍ବଭାରତୀୟ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ସମୂହ ପକ୍ଷରୁ ଆସନ୍ତା ୮ରେ ଡାକରା ଦିଆଯାଇଥିବା ଦେଶବ୍ୟାପୀ ଧର୍ମଘଟକୁ ଦିଗପହଣ୍ଡି ଅଞ୍ଚଳରେ ସଫଳ କରିବାକୁ ନିବେଦନ କରିଥିଲେ। ସେହିପରି ଚାଷୀଙ୍କ ଉତ୍ପାଦିତ ଧାନର ଏଫଏକ୍ସ ମାନଦଣ୍ଡକୁ ଛାଡ କରିବା , କୁଇଣ୍ଟାଲ ପିଛା ୩୧ ଶହ ଟଙ୍କାରେ ଧାନ କ୍ରୟ କରାଯିବା, ଧାନ ମଣ୍ଡିକୁ ନେବା ପାଇଁ ପରିବହନ ଓ ଅଖା ଖର୍ଚ୍ଚ ଚାଷୀଙ୍କୁ ପ୍ରଦାନ କରାଯିବା, ଚାଷୀ କମିଟି ଜରିଆରେ ଧାନ କ୍ରୟ କରାଯିବା ନେଇ ବୈଠକରେ ଆଲୋଚନା କରାଯାଇଥିଲା। ଶେଷରେ ସାଙ୍ଗଠନିକ ଅଭିବୃଦ୍ଧି ପାଇଁ ଓଡ଼ିଶା କୃଷକ ସଭାର ଦିଗପହଣ୍ଡି ଏନଏସି ଶାଖା କମିଟି ଗଠନ କରାଯାଇଥିଲା। କମିଟି ସଭାପତି ଭାବେ ଅର୍ଦ୍ଦୁ. ହରି,ଉପସଭାପତି ଅର୍ବ୍ଦୁୁ.ପୁରୁଷୋତ୍ତମ,ସମ୍ପାଦକ ଭାବେ ଏ. କୁରେଶୁ,ସହସମ୍ପାଦକ ଇ.ସୀମାଦ୍ରୀ ଏବଂ କୋଷାଧ୍ୟକ୍ଷ ଭାବେ ଏ.ଭାସ୍କରଙ୍କୁ ସର୍ବସମ୍ମତ କ୍ରମେ ଚୟନ କରାଯାଇଥିଲା। ବୈଠକରେ ସୀମାଞ୍ଚଳ ବେହେରା, ଏନ.ଧନୁ, ଅର୍ଦ୍ଦୁ.କୃଷ୍ଣମୂର୍ତ୍ତି, ଅର୍ଦ୍ଦୁ.ସୂର୍ଯ୍ୟନାରାୟଣ, ଅର୍ଦ୍ଦୁ.ଗଣେଶ, ଏନ.ମୂଷା,ଏମ.ସନ୍ତୋଷ,ବି.ରବି,ପି.କୁମାରୀ, ଅର୍ଦ୍ଦୁ.ନିରଞ୍ଜନ,ଏମ. କୁରେଶୁ,ଏମ. କଇଁରା,ବି.ଇରେଶୁଙ୍କ ସମେତ ବହୁ ସଂଖ୍ୟକ ସଭ୍ୟ ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।