‘ଡିଜିନ୍‌’ ମାଗାଜିନ୍‌ରେ ଓଡ଼ିଶା କୃଷିଭବନ

ଭୁବନେଶ୍ୱର, ୨୬।୮(ବ୍ୟୁରୋ): ଅନ୍ତର୍ଜାତୀୟ ସ୍ତରରେ ଅନେକ ପ୍ରଶଂସା ସାଉଣ୍ଟିଥିବା ଓଡ଼ିଶାର କଳା ଏବେ ଆଉ ଏକ ମାଇଲଖୁଣ୍ଟ ଛୁଇଁଛି। ବିଶ୍ୱସ୍ତରୀୟ ସ୍ଥାପତ୍ୟ କଳା ମାଗାଜିନ ‘ଡିଜିନ୍‌’ରେ ଓଡ଼ିଶା କୃଷି ଭବନର ସ୍ଥାପତ୍ୟ କଳା ସ୍ଥାନ ପାଇଛି। ଏହି ପତ୍ରିକାରେ କୌଣସି ଭାରତୀୟ ସରକାରୀ ବିଲ୍ଡିଂ ସ୍ଥାନ ପାଇବା ଏହା ପ୍ରଥମ। ଆମ ଦେଶରେ ଥିବା ସମସ୍ତ ସରକାରୀ ବିଲ୍ଡିଂ ମଧ୍ୟରୁ ଓଡ଼ିଶା କୃଷିଭବନ ଅନ୍ୟତମ। ସମ୍ବଲପୁର ଇକତ ଡିଜାଇନ ଓ ଶାଢ଼ି ଭଳି ଏହି ବିଲ୍ଡିଂ ଡିଜାଇନ କରାଯାଇଛି। ବିଭିନ୍ନ ସ୍ଥାପତ୍ୟକୁ ନେଇ ଲଣ୍ଡନରେ ପ୍ରକାଶିତ ‘ଡିଜିନ୍‌’ ମାଗାଜିନ୍‌ରେ ଓଡ଼ିଶାର କୃଷିଭବନ ସ୍ଥାନିତ ହୋଇଛି। ଏଥିସହ ଓଡ଼ିଶା ଯେଉଁଭଳି ଲଗାତର ଭାବେ କୃଷିକର୍ମଣ ପୁରସ୍କାର ପାଇଆସୁଛି, ସେ ସମ୍ପର୍କରେ ମଧ୍ୟ ମାଗାଜିନ୍‌ରେ ଉଲ୍ଲେଖ ରହିଛି। କୃଷି ଓ କୃଷକ ସଶକ୍ତୀକରଣ ଚିନ୍ତାଧାରାରେ ପ୍ରସ୍ତୁତ ଏହା ଆଧୁନିକ ଓ ପାରମ୍ପରିକ ସ୍ଥାପତ୍ୟ କଳାର ଏକ ଅପୂର୍ବ କୃତି ବୋଲି ପତ୍ରିକା ପକ୍ଷରୁ କୁହାଯାଇଛି।
ପ୍ରାୟ ୧.୩ ଲକ୍ଷ ବର୍ଗଫୁଟ ପରିମିତ ସ୍ଥାନରେ ନିର୍ମିତ ଓଡ଼ିଶା କୃଷିଭବନର ଡିଜାଇନ ଦିଲ୍ଲୀର ଷ୍ଟୁଡିଓ ଲୋଟସ୍‌ ପକ୍ଷରୁ କରାଯାଇଛି। ଏହାର ଡିଜାଇନରେ ଓଡ଼ିଶାର କଳା ପ୍ରଦର୍ଶନ ହୋଇଛି। ୨୦୧୩ରେ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ୨୦୧୮ ସେପ୍ଟେମ୍ବର ୨୦ରେ ଏହାକୁ ବ୍ୟବହାର ନିମନ୍ତେ ଖୋଲି ଦିଆଯାଇଥିଲା। ଏହାର ନିର୍ମାଣରେ ୭୦ କୋଟି ଟଙ୍କା ବ୍ୟୟ ହୋଇଥିଲା। ଓଡ଼ିଶାର କୃଷି ବିଭାଗ ପାଇଥିବା କୃଷି କର୍ମଣ ପୁରସ୍କାର ରାଶି ଉପଯୋଗ କରି ଏହାକୁ ନିର୍ମାଣ କରାଯାଇଥିଲା।
ସୂଚନାଯୋଗ୍ୟ, କୃଷିଭବନ ପୂର୍ବରୁ ମଧ୍ୟ ବିଶ୍ୱର ପ୍ରମୁଖ ପତ୍ରିକାରେ ସ୍ଥାନ ପାଇଛି। ଗତବର୍ଷ ଏହା ଫୋବର୍ସ, ଆର୍କଡେଲି, ଆର୍କିଟେକ୍ଚରାଲ ରେକର୍ଡ ସମେତ ଆମ୍‌ଷ୍ଟରଡାମ୍‌ରେ ଅନୁଷ୍ଠିତ ବିଶ୍ୱ ଆର୍କିଟେକ୍ଚର ଫେଷ୍ଟିଭାଲରେ ମଧ୍ୟ ସ୍ଥାନ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri