ଓଡ଼ିଶା ୪ର୍ଥ ସ୍ବଚ୍ଛ ରାଜ୍ୟ

ଭୁବନେଶ୍ୱର, ୧୨।୧(ବନ୍ଦନା ସେଠୀ): ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ହୋଇଥିବା ସ୍ବଚ୍ଛ ସର୍ବେକ୍ଷଣ-୨୦୨୩ର ଫଳାଫଳ ଗୁରୁବାର ଘୋଷଣା କରାଯାଇଛି। ଚଳିତବର୍ଷ ପ୍ରଥମ ଥର ଲାଗି ୨ଟି ରାଜ୍ୟକୁ ପ୍ରଥମ ପୁରସ୍କାର ମିଳିଥିବାବେଳେ ଉଭୟ ୯୩୪୮.୩୯ ସ୍କୋର ପାଇଛନ୍ତି। ମଧ୍ୟପ୍ରଦେଶର ଇନ୍ଦୋର ସହର ଲଗାତାର ସପ୍ତମ ଥର ପାଇଁ ବାଜିମାତ୍‌ କରିଥିବାବେଳେ ଗୁଜରାଟର ସୁରଟ ପ୍ରଥମ ଥର ଲାଗି ଏହି ପୁରସ୍କାର ହାସଲ କରିଛି। ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପରେ ଆୟୋଜିତ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରୀ ହରଦୀପ୍‌ ସିଂ ପୁରୀ ଯୋଗଦେଇ ବିଜେତା ରାଜ୍ୟ ଓ ସହରର ପ୍ରତିନିଧିମାନଙ୍କୁ ପୁରସ୍କୃତ କରିଛନ୍ତି। ଅପରପକ୍ଷେ ସ୍ବଚ୍ଛତା କ୍ଷେତ୍ରରେ ଷ୍ଟେଟ୍‌ ର଼୍ୟାଙ୍କିଙ୍ଗ୍‌ରେ ଓଡ଼ିଶାର ସ୍ଥାନ ୪ର୍ଥରେ ରହିଛି। ପ୍ରଥମ ସ୍ଥାନରେ ମହାରାଷ୍ଟ୍ର ଥିବାବେଳେ ୩୭୨୧.୫୫ ସ୍କୋର ମିଳିଛି। ଦ୍ୱିତୀୟରେ ମଧ୍ୟପ୍ରଦେଶକୁ ୩୬୫୭.୯୨, ତୃତୀୟ ସ୍ଥାନରେ ଥିବା ଛତିଶଗଡ଼କୁ ୩୪୨୫.୪୧ ଏବଂ ଚତୁର୍ଥ ସ୍ଥାନରେ ଥିବା ଓଡ଼ିଶାକୁ ୩୧୩୧.୩୮ ସ୍କୋର ମିଳିଥିବା ସୂଚନା ରହିଛି।
ସେହିପରି ଚଳିତବର୍ଷ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ମଧ୍ୟ ଭଲ ପ୍ରଦର୍ଶନ କରିଛି। ଗତଥର ଭୁବନେଶ୍ୱରକୁ ସର୍ବଭାରତୀୟ ସ୍ତରରେ ୮୦ତମ ର଼୍ୟାଙ୍କ୍‌ ମିଳିଥିବାବେଳେ ଏଥର ୩୪ତମ ର଼୍ୟାଙ୍କ୍‌ ମିଳିଛି। ଏଥିସହ ଓ୍ବାଟର ପ୍ଲସ୍‌ ଏବଂ ଗାର୍‌ବେଜ୍‌ ଫ୍ରି ବା ଆବର୍ଜନାମୁକ୍ତ ସହର ଭାବେ ଥ୍ରୀ ଷ୍ଟାର ରେଟିଂ ମିଳିବା ସହ ରାଜ୍ୟରେ ପ୍ରଥମ ସହର ଭାବେ ସ୍ଥାନ ଅଧିକାର କରିଛି। ଏଥିପାଇଁ ଭୁବନେଶ୍ୱରକୁ ‘କ୍ଲିନ୍‌ ସିଟି ଇନ୍‌ ଓଡ଼ିଶା’ ପୁରସ୍କାର ମିଳିଛି। ୨୦୨୨ରେ ସ୍ବଚ୍ଛ ସର୍ବେକ୍ଷଣ ସର୍ଭେରେ ମୋଟ୍‌ ୭୫୦୦ ନମ୍ବର ରଖାଯାଇଥିବାବେଳେ ୨୦୨୩ରେ ଏହାକୁ ବୃଦ୍ଧି କରି ମୋଟ୍‌ ୯୫୦୦ ନମ୍ବର ରଖାଯାଇଥିଲା। ସେଥିରୁ ୫୧% ଅର୍ଥାତ୍‌ ୪୮୩୦ ମାର୍କ ସର୍ଭିସ ଲେଭଲ ପ୍ରୋଗ୍ରେସ୍‌ ବାବଦରେ ଥିବାବେଳେ ୨୬% ଅର୍ଥାତ୍‌ ୨୫୦୦ ମାର୍କ ସାର୍ଟିଫିକେଶନ୍‌ ଏବଂ ୨୩% ଅର୍ଥାତ୍‌ ୨୧୭୦ ମାର୍କ ସିଟିଜେନ୍‌ ଭଏସ୍‌ ବାବଦରେ ରହିଥିଲା। ଏହି ସବୁକୁ ମିଶାଇ ଭୁବନେଶ୍ୱରକୁ ସର୍ବେକ୍ଷଣରେ ମୋଟ୍‌ ୯୫୦୦ରୁ ୭୩୧୪.୯୦ ନମ୍ବର ମିଳିଛି। ଗୁରୁବାର ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପରେ ଆୟୋଜିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, କମିଶନର ବିଜୟ ଅମୃତା କୁଲାଙ୍ଗେ ଏବଂ ଅନ୍ୟ ଅଧିକାରୀମାନେ ଯୋଗଦେଇ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଆବର୍ଜନା ପରିଚାଳନା, ପ୍ଲାଷ୍ଟିକ୍‌ ଆବର୍ଜନାର ପରିଚାଳନା, ରିସାଇକେଲ, ରିୟୁଜ୍‌ ନୀତିର ପ୍ରୟୋଗ ଏବଂ ସଫେଇ କର୍ମଚାରୀଙ୍କ ସୁରକ୍ଷା ଆଦି ବିଭିନ୍ନ ଆଧାରରେ ର଼୍ୟାଙ୍କିଙ୍ଗ୍‌ କରାଯାଇଥାଏ। ୨୦୧୬ରୁ କେନ୍ଦ୍ର ସରକାର ଦେଶରେ ସ୍ବଚ୍ଛ ସର୍ବେକ୍ଷଣ କରୁଛନ୍ତି। ଚଳିତ ବର୍ଷ ୪ ହଜାର ୪୭୭ଟି ସହରକୁ ସର୍ଭେରେ ସାମିଲ କରାଯାଇଥିଲା।
ଟପ୍‌ ଟେନ୍‌ ତାଲିକାରେ ନାହିଁ ଓଡ଼ିଶାର କୌଣସି ସହର
ଏଥର ମଧ୍ୟ ଓଡ଼ିଶାର କୌଣସି ସହର ଟପ୍‌ ଟେନ୍‌ ତାଲିକାରେ ସ୍ଥାନ ପାଇନାହିଁ। ଭୁବନେଶ୍ୱର ୩୪ତମ ସ୍ଥାନରେ ରହିଥିବାବେଳେ ଏହା ପଛକୁ ୬୭୩୬.୭୦ ନମ୍ବରରେ ୬୨ତମ ସ୍ଥାନରେ ପୁରୀ ସହର ରହିଛି। ସେହିପରି ୯୯ତମ ସ୍ଥାନରେ ବାଲେଶ୍ୱର (୬୦୩୦.୧୦ ନମ୍ବର), ୧୧୧ତମ ସ୍ଥାନରେ ବ୍ରହ୍ମପୁର (୫୮୧୨.୨୦ ନମ୍ବର), ୧୧୯ତମ ସ୍ଥାନରେ ରାଉରକେଲା (୫୬୮୯.୮୦ ନମ୍ବର), ୧୬୩ତମ ସ୍ଥାନରେ ସମ୍ବଲପୁର (୪୭୬୧.୫୦ ନମ୍ବର), ୧୭୨ତମ ସ୍ଥାନରେ କଟକ (୪୬୮୧.୪୦ ନମ୍ବର) ଏବଂ ୨୨୯ତମ ସ୍ଥାନରେ ଭଦ୍ରକ ରହିଛି। ସର୍ଭେରେ ରାଜ୍ୟର ମୋଟ୍‌ ୧୧୪ଟି ପୌରପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ମହାନଗର ନିଗମ ଅଂଶଗ୍ରହଣ କରିଥିବାବେଳେ ମୋଟ୍‌ ୨ଟି ପୁରସ୍କାର ମିଳିଛି। ସେହିପରି ୬୨ଟି ଓଡିଏଫ୍‌, ୧୮ଟି ଓଡିିଏଫ୍‌ପ୍ଲସ୍‌, ୩୩ଟି ଓଡିିଏଫ୍‌ ପ୍ଲସ୍‌ପ୍ଲସ୍‌, ଗୋଟିଏ ଓ୍ବାଟର ପ୍ଲସ୍‌, ୧୪ଟି ଓ୍ବାନ୍‌ଷ୍ଟାର, ୨ଟି ଥ୍ରୀ ଷ୍ଟାର ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri