ଓଡ଼ିଶା ୪ର୍ଥ ସ୍ବଚ୍ଛ ରାଜ୍ୟ

ଭୁବନେଶ୍ୱର, ୧୨।୧(ବନ୍ଦନା ସେଠୀ): ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ହୋଇଥିବା ସ୍ବଚ୍ଛ ସର୍ବେକ୍ଷଣ-୨୦୨୩ର ଫଳାଫଳ ଗୁରୁବାର ଘୋଷଣା କରାଯାଇଛି। ଚଳିତବର୍ଷ ପ୍ରଥମ ଥର ଲାଗି ୨ଟି ରାଜ୍ୟକୁ ପ୍ରଥମ ପୁରସ୍କାର ମିଳିଥିବାବେଳେ ଉଭୟ ୯୩୪୮.୩୯ ସ୍କୋର ପାଇଛନ୍ତି। ମଧ୍ୟପ୍ରଦେଶର ଇନ୍ଦୋର ସହର ଲଗାତାର ସପ୍ତମ ଥର ପାଇଁ ବାଜିମାତ୍‌ କରିଥିବାବେଳେ ଗୁଜରାଟର ସୁରଟ ପ୍ରଥମ ଥର ଲାଗି ଏହି ପୁରସ୍କାର ହାସଲ କରିଛି। ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପରେ ଆୟୋଜିତ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରୀ ହରଦୀପ୍‌ ସିଂ ପୁରୀ ଯୋଗଦେଇ ବିଜେତା ରାଜ୍ୟ ଓ ସହରର ପ୍ରତିନିଧିମାନଙ୍କୁ ପୁରସ୍କୃତ କରିଛନ୍ତି। ଅପରପକ୍ଷେ ସ୍ବଚ୍ଛତା କ୍ଷେତ୍ରରେ ଷ୍ଟେଟ୍‌ ର଼୍ୟାଙ୍କିଙ୍ଗ୍‌ରେ ଓଡ଼ିଶାର ସ୍ଥାନ ୪ର୍ଥରେ ରହିଛି। ପ୍ରଥମ ସ୍ଥାନରେ ମହାରାଷ୍ଟ୍ର ଥିବାବେଳେ ୩୭୨୧.୫୫ ସ୍କୋର ମିଳିଛି। ଦ୍ୱିତୀୟରେ ମଧ୍ୟପ୍ରଦେଶକୁ ୩୬୫୭.୯୨, ତୃତୀୟ ସ୍ଥାନରେ ଥିବା ଛତିଶଗଡ଼କୁ ୩୪୨୫.୪୧ ଏବଂ ଚତୁର୍ଥ ସ୍ଥାନରେ ଥିବା ଓଡ଼ିଶାକୁ ୩୧୩୧.୩୮ ସ୍କୋର ମିଳିଥିବା ସୂଚନା ରହିଛି।
ସେହିପରି ଚଳିତବର୍ଷ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ମଧ୍ୟ ଭଲ ପ୍ରଦର୍ଶନ କରିଛି। ଗତଥର ଭୁବନେଶ୍ୱରକୁ ସର୍ବଭାରତୀୟ ସ୍ତରରେ ୮୦ତମ ର଼୍ୟାଙ୍କ୍‌ ମିଳିଥିବାବେଳେ ଏଥର ୩୪ତମ ର଼୍ୟାଙ୍କ୍‌ ମିଳିଛି। ଏଥିସହ ଓ୍ବାଟର ପ୍ଲସ୍‌ ଏବଂ ଗାର୍‌ବେଜ୍‌ ଫ୍ରି ବା ଆବର୍ଜନାମୁକ୍ତ ସହର ଭାବେ ଥ୍ରୀ ଷ୍ଟାର ରେଟିଂ ମିଳିବା ସହ ରାଜ୍ୟରେ ପ୍ରଥମ ସହର ଭାବେ ସ୍ଥାନ ଅଧିକାର କରିଛି। ଏଥିପାଇଁ ଭୁବନେଶ୍ୱରକୁ ‘କ୍ଲିନ୍‌ ସିଟି ଇନ୍‌ ଓଡ଼ିଶା’ ପୁରସ୍କାର ମିଳିଛି। ୨୦୨୨ରେ ସ୍ବଚ୍ଛ ସର୍ବେକ୍ଷଣ ସର୍ଭେରେ ମୋଟ୍‌ ୭୫୦୦ ନମ୍ବର ରଖାଯାଇଥିବାବେଳେ ୨୦୨୩ରେ ଏହାକୁ ବୃଦ୍ଧି କରି ମୋଟ୍‌ ୯୫୦୦ ନମ୍ବର ରଖାଯାଇଥିଲା। ସେଥିରୁ ୫୧% ଅର୍ଥାତ୍‌ ୪୮୩୦ ମାର୍କ ସର୍ଭିସ ଲେଭଲ ପ୍ରୋଗ୍ରେସ୍‌ ବାବଦରେ ଥିବାବେଳେ ୨୬% ଅର୍ଥାତ୍‌ ୨୫୦୦ ମାର୍କ ସାର୍ଟିଫିକେଶନ୍‌ ଏବଂ ୨୩% ଅର୍ଥାତ୍‌ ୨୧୭୦ ମାର୍କ ସିଟିଜେନ୍‌ ଭଏସ୍‌ ବାବଦରେ ରହିଥିଲା। ଏହି ସବୁକୁ ମିଶାଇ ଭୁବନେଶ୍ୱରକୁ ସର୍ବେକ୍ଷଣରେ ମୋଟ୍‌ ୯୫୦୦ରୁ ୭୩୧୪.୯୦ ନମ୍ବର ମିଳିଛି। ଗୁରୁବାର ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପରେ ଆୟୋଜିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, କମିଶନର ବିଜୟ ଅମୃତା କୁଲାଙ୍ଗେ ଏବଂ ଅନ୍ୟ ଅଧିକାରୀମାନେ ଯୋଗଦେଇ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଆବର୍ଜନା ପରିଚାଳନା, ପ୍ଲାଷ୍ଟିକ୍‌ ଆବର୍ଜନାର ପରିଚାଳନା, ରିସାଇକେଲ, ରିୟୁଜ୍‌ ନୀତିର ପ୍ରୟୋଗ ଏବଂ ସଫେଇ କର୍ମଚାରୀଙ୍କ ସୁରକ୍ଷା ଆଦି ବିଭିନ୍ନ ଆଧାରରେ ର଼୍ୟାଙ୍କିଙ୍ଗ୍‌ କରାଯାଇଥାଏ। ୨୦୧୬ରୁ କେନ୍ଦ୍ର ସରକାର ଦେଶରେ ସ୍ବଚ୍ଛ ସର୍ବେକ୍ଷଣ କରୁଛନ୍ତି। ଚଳିତ ବର୍ଷ ୪ ହଜାର ୪୭୭ଟି ସହରକୁ ସର୍ଭେରେ ସାମିଲ କରାଯାଇଥିଲା।
ଟପ୍‌ ଟେନ୍‌ ତାଲିକାରେ ନାହିଁ ଓଡ଼ିଶାର କୌଣସି ସହର
ଏଥର ମଧ୍ୟ ଓଡ଼ିଶାର କୌଣସି ସହର ଟପ୍‌ ଟେନ୍‌ ତାଲିକାରେ ସ୍ଥାନ ପାଇନାହିଁ। ଭୁବନେଶ୍ୱର ୩୪ତମ ସ୍ଥାନରେ ରହିଥିବାବେଳେ ଏହା ପଛକୁ ୬୭୩୬.୭୦ ନମ୍ବରରେ ୬୨ତମ ସ୍ଥାନରେ ପୁରୀ ସହର ରହିଛି। ସେହିପରି ୯୯ତମ ସ୍ଥାନରେ ବାଲେଶ୍ୱର (୬୦୩୦.୧୦ ନମ୍ବର), ୧୧୧ତମ ସ୍ଥାନରେ ବ୍ରହ୍ମପୁର (୫୮୧୨.୨୦ ନମ୍ବର), ୧୧୯ତମ ସ୍ଥାନରେ ରାଉରକେଲା (୫୬୮୯.୮୦ ନମ୍ବର), ୧୬୩ତମ ସ୍ଥାନରେ ସମ୍ବଲପୁର (୪୭୬୧.୫୦ ନମ୍ବର), ୧୭୨ତମ ସ୍ଥାନରେ କଟକ (୪୬୮୧.୪୦ ନମ୍ବର) ଏବଂ ୨୨୯ତମ ସ୍ଥାନରେ ଭଦ୍ରକ ରହିଛି। ସର୍ଭେରେ ରାଜ୍ୟର ମୋଟ୍‌ ୧୧୪ଟି ପୌରପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ମହାନଗର ନିଗମ ଅଂଶଗ୍ରହଣ କରିଥିବାବେଳେ ମୋଟ୍‌ ୨ଟି ପୁରସ୍କାର ମିଳିଛି। ସେହିପରି ୬୨ଟି ଓଡିଏଫ୍‌, ୧୮ଟି ଓଡିିଏଫ୍‌ପ୍ଲସ୍‌, ୩୩ଟି ଓଡିିଏଫ୍‌ ପ୍ଲସ୍‌ପ୍ଲସ୍‌, ଗୋଟିଏ ଓ୍ବାଟର ପ୍ଲସ୍‌, ୧୪ଟି ଓ୍ବାନ୍‌ଷ୍ଟାର, ୨ଟି ଥ୍ରୀ ଷ୍ଟାର ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଏହି ଦିନ ଗଡ଼ିବ ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍: ବୁକ୍ କରନ୍ତୁ ଟିକେଟ୍

ନୂଆଦିଲ୍ଲୀ,୧।୧: ଭାରତୀୟ ପରିବହନ କ୍ଷେତ୍ରରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା ଅନୁଯାୟୀ, ଆସନ୍ତା ଅଗଷ୍ଟ ୧୫,...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri