ରିଭର କ୍ରୁଜ୍‌ ପର୍ଯ୍ୟଟନରେ ଓଡ଼ିଶାକୁ ଅଣଦେଖା

ଭୁବନେଶ୍ୱର,୧୭ା୫(ବ୍ୟୁରୋ):କରୋନା ମହାମାରୀ ଯୋଗୁ ରାଜ୍ୟରେ ପର୍ଯ୍ୟଟନ ଶିଳ୍ପ ମୁଣ୍ଡ ଟେକି ନ ଥିବା ବେଳେ ଓଡ଼ିଶାକୁ ଆଉ ଏକ ଝଟକା ଲାଗିଛି। କେନ୍ଦ୍ର ସରକାର ନିକଟରେ ପୂର୍ବ ଭାରତର ରାଜ୍ୟଗୁଡ଼ିକ ପାଇଁ ୮ଟି ରିଭର କ୍ରୁଜ୍‌ ପର୍ଯ୍ୟଟନ ପାଇଁ ବୁଝାମଣା ପତ୍ର (ଏମ୍‌ଓୟୁ) ସ୍ବାକ୍ଷର କରିଛନ୍ତି। ହେଲେ ଓଡ଼ିଶା ଏଥିରୁ ବଞ୍ଚତ୍ତ ହୋଇଛି। ପଡ଼ୋଶୀ ରାଜ୍ୟ ଆସାମ ଓ ପଶ୍ଚିମବଙ୍ଗ ଏହି ସୁଯୋଗକୁ ହାତଛଡ଼ା କରି ନ ଥିବା ବେଳେ ଓଡ଼ିଶା ଏଥିରୁ ବାଦ୍‌ ପଡ଼ିଛି।
ରାଜ୍ୟରେ କ୍ରୁଜ୍‌ ପର୍ଯ୍ୟଟନ ପାଇଁ ବ୍ୟାପକ ସୁଯୋଗ ରହିଛି। ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ସକାଶେ ରାଜ୍ୟ ସରକାର ୨୦୨୦ ସେପ୍ଟେମ୍ବରରେ ରିଭର କ୍ରୁଜ୍‌ ପର୍ଯ୍ୟଟନ ଯୋଜନା କରିଥିଲେ। ଏଥିପାଇଁ ୩ଟି ସ୍ଥାନକୁ ପର୍ଯ୍ୟଟନ ସର୍କିଟ୍‌ ଭାବେ ଚିହ୍ନଟ କରାଯାଇଛି। ସେଗୁଡ଼ିକ ହେଲା ମହାନଦୀ, ଚିଲିକା ଏବଂ ଡାଙ୍ଗମାଳ ସଂରକ୍ଷିତ ଜଙ୍ଗଲ। ଏଥିସହିତ ଜଳପଥ-୫ ଧାମରାରୁ ପାରାଦୀପକୁ ମଧ୍ୟ ସାମିଲ କରାଯାଇଛି। ଚିଲିକା ହେଉଛି ଏସିଆର ସର୍ବବୃହତ୍‌ ଲୁଣା ହ୍ରଦ। ପକ୍ଷୀ ଓ ପ୍ରକୃତିପ୍ରେମୀଙ୍କ ପାଇଁ ଏହା ଏକ ଉତ୍ତମ ପର୍ଯ୍ୟଟନ ସ୍ଥଳ। ଏଠାରେ ପର୍ଯ୍ୟଟକମାନଙ୍କ ପାଇଁ ସମସ୍ତ ପ୍ରକାର ରାତ୍ରକାଳୀନ ରହଣି ବ୍ୟବସ୍ଥା ରହିଛି। ଚିଲିକାର ବିଭିନ୍ନ ପର୍ଯ୍ୟଟନ ସ୍ଥଳ ସହ ସଂଯୋଗ ରହିଛି। ସେହିପରି ଭିତରକନିକା ସିର୍ମିଟ ଚାନ୍ଦବାଲି-ଆରଡ଼ି-ଧାମରା-ଖୋଲା ସହିତ ସଂଯୋଗ କରୁଛି। ଏହା ପର୍ଯ୍ୟଟକଙ୍କ ପାଇଁ ଏକ ପ୍ରକୃଷ୍ଟ ସ୍ଥାନ। ଏଠାରେ ୫ ରାତି, ୬ ଦିନ ରହିବା ପାଇଁ ସମସ୍ତ ସୁବିଧା ରହିଛି। ଏହି ଶିଳ୍ପର ବିକାଶ ପାଇଁ ତତ୍କାଳୀନ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀଙ୍କୁ ଭୂପୃଷ୍ଠ ଜଳପଥ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ଆବଶ୍ୟକ ଅନୁମତି ଆଣିବାକୁ କୁହାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ମହାନଦୀର ସାତକୋଶିଆ, ଚିଲିକା, ହୀରାକୁଦ, ଭିତରକନିକାରେ କ୍ରୁଜ୍‌ ପର୍ଯ୍ୟଟନ ଆରମ୍ଭ କରିବାକୁ ପ୍ରସ୍ତାବ ଥିଲା। ପର୍ଯ୍ୟଟକମାନେ ଜଳରେ ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ରାତ୍ର ରହଣିର ସୁଯୋଗ ରହିଛି। ଏ ନେଇ ପର୍ଯ୍ୟଟନ ବିଭାଗ ପକ୍ଷରୁ ମଧ୍ୟ ତତ୍ପରତା ପ୍ରକାଶ ପାଇଥିଲା। ସରକାରୀ ଓ ଘରୋଇ ଭାଗୀଦାରି(ପିପିପି) ମୋଡ୍‌ରେ ଏହାକୁ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିଲା। ରାଜ୍ୟରେ କ୍ରୁଜ୍‌ ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ସରକାର ଓଡ଼ିଶା ବୋଟ୍‌ ରୁଲ୍‌-୨୦୧୭ ପ୍ରସ୍ତୁତ କରିଛନ୍ତି। ଏହାଦ୍ୱାରା ଜଳାଶୟ କ୍ରୀଡ଼ା ଓ ପର୍ଯ୍ୟଟନକୁ ନିୟନ୍ତ୍ରିତ କରାଯିବ। କ୍ରୁଜ୍‌ ପର୍ଯ୍ୟଟନକୁ ଦିନ ଓ ରାତିରେ ଚଳାଇବା ପାଇଁ ବ୍ୟବସ୍ଥା ହୋଇଥିଲା। ମାତ୍ର କରୋନା ମହାମାରୀ ଯୋଗୁ ଏହି ପ୍ରସ୍ତାବ ଏକପ୍ରକାର ଧିମା ପଡ଼ିଯାଇଥିଲା। କରୋନା କଟକଣା ଉଠିବା ପରେ ଏହି ପର୍ଯ୍ୟଟନ ପ୍ରତି ଆଗ୍ରହ ବଢ଼ିବାରେ ଲାଗିଛି। ତେବେ ଏହି ପର୍ଯ୍ୟଟନ ପ୍ରତି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସେପରି ପ୍ରୋତ୍ସାହନ ମିଳିନାହିଁ। ଏହାକୁ ନେଇ ପର୍ଯ୍ୟଟକ ନିରାଶ ହୋଇଛନ୍ତି।
ପର୍ଯ୍ୟଟନ ବିଭାଗର ପୂର୍ବତନ ଆସିଷ୍ଟାଣ୍ଟ ଡାଇରେକ୍ଟର ସୁନୀଲ ପଟ୍ଟନାୟକ କହିଛନ୍ତି ଯେ, ରିଭର କ୍ରୁଜ୍‌ ପର୍ଯ୍ୟଟନ ପାଇଁ ରାଜ୍ୟରେ ପର୍ଯ୍ୟାପ୍ତ ସୁଯୋଗ ରହିଛି। ରାଜ୍ୟ ପର୍ଯ୍ୟଟନକୁ ଗତିଶୀଳ କରିବା ଦିଗରେ ଏହା ଏକ ଉତ୍ତମ ପଦକ୍ଷେପ। ସରକାରୀ ସ୍ତରରେ ଏହି ଶିଳ୍ପ ପ୍ରତି ଆନ୍ତରିକତା ପ୍ରଦର୍ଶନ କରାଗଲେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଯାଇପାରନ୍ତା। ଏହାବ୍ୟତୀତ କେନ୍ଦ୍ର ସରକାରଙ୍କ ସହଯୋଗ ମିଳିଲେ ରାଜ୍ୟର ବଡ଼ ବଡ଼ ଜଳାଶୟରେ କ୍ରୁଜ୍‌ ପର୍ଯ୍ୟଟନର ବିକାଶ ହୋଇପାରନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ୟାମିଙ୍କ ଇଚ୍ଛା

ମୁମ୍ବାଇ: ଆଦିତ୍ୟ ଧରଙ୍କ ଫିଲ୍ମ ‘ଧୁରନ୍ଧର’ ୨୦୨୫ର ସବୁଠାରୁ ବଡ଼ ଫିଲ୍ମ ହୋଇଛି। ଏହି ଫିଲ୍ମଟି ସାରା ବିଶ୍ୱରେ ୧୦୦୦ କୋଟିରୁ ଅଧିକ ଆୟ କରିଛି।...

ଜିଲା ପାଇଁ ଗୌରବ ଆଣିଲେ ନେହେରୁ: ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ…

ନୂଆପଡା,୩୦।୧୨(ମକାରୁ ବେମାଲ): ନୂଆପଡା ସଦର ବ୍ଲକ ଭାଲେଶ୍ବର ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଲୟର ଦଶମ ଶ୍ରେଣୀ ଛାତ୍ର ରାଜ୍ୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ମେଳାରେ ଦ୍ବିତୀୟ ସ୍ଥାନ...

ଡାଲୋଲ ସବୁଠୁ ଗରମ ସ୍ଥାନ

ଲୋକମାନେ ଯେବେ ଅତ୍ୟଧିକ ଗରମ ସ୍ଥାନ ବିଷୟରେ କଥା ହୁଅନ୍ତି, ସେମାନେ ସାଧାରଣତଃ ସାହାରା କିମ୍ବା ମଧ୍ୟପ୍ରାଚ୍ୟର ସହରଗୁଡ଼ିକ ପରି ମରୁଭୂମି ବିଷୟରେ ଚିନ୍ତା କରନ୍ତି।...

ପ୍ରେମରେ ପଡ଼ିଛନ୍ତି ପ୍ରିୟଙ୍କା ଗାନ୍ଧୀଙ୍କ ପୁଅ: ଏହି ଯୁବତୀ ହେବେ ଭଦ୍ରା ପରିବାରର ବୋହୂ

ନୂଆଦିଲ୍ଲୀ,୩୦।୧୨:କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏବଂ ରବର୍ଟ ଭଦ୍ରାଙ୍କ ପୁଅ ରେହାନ ପ୍ରେମରେ ପଡ଼ିଛନ୍ତି। ଭଦ୍ରା ପରିବାରର ଭବିଷ୍ୟତ ବୋହୂ ହେଉଛନ୍ତି ଅଭିଭା ବେଗ ।...

ଖାଲେଦା ଜିଆଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୋଦି

ନୂଆଦିଲ୍ଲୀ,୩୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଅଧ୍ୟକ୍ଷା ବେଗମ ଖାଲେଦା ଜିଆଙ୍କ ବିୟୋଗରେ ଶୋକ ପ୍ରକାଶ...

PEOଙ୍କ ଘରେ ପଶିଲା ଭିଜିଲାନ୍ସ: ଜାରି ରହିଛି ଚଢାଉ

ହାଟଡ଼ିହୀ,୩୦।୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ PEO(କାର୍ଯ୍ୟନିର୍ବାହୀ ଅଧିକାରୀ) ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି। ବସନ୍ତିଆସ୍ଥିତ ତାଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ...

ଗଡ଼ମଧୁପୁରରେ ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ଅରିଜିତ ସିଂ, ରାଜବାଟି ବୁଲି ଫ୍ୟାନ୍ସଙ୍କ ସହ ଫଟୋ ଉଠାଇଲେ

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଗଡ଼ମଧୁପୁର ରାଜବାଟିରେ ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ଅରିଜିତ ସିଂ ପହଞ୍ଚିବା ପରେ ତାଙ୍କୁ ଦେଖିବାକୁ ଲୋକଙ୍କ ଭିଡ ଦେଖିବାକୁ...

IPL 2026 ପୂର୍ବରୁ CSKକୁ ବଡ଼ ଝଟକା!

ନୂଆଦିଲ୍ଲୀ,୩୦।୧୨:ଝାଡ଼ଖଣ୍ଡ ଏବଂ ପୁଡୁଚେରୀ ବିଜୟ ହଜାରେ ଟ୍ରଫି ୨୦୨୫-୨୫ର ଗ୍ରୁପ ପର୍ଯ୍ୟାୟରେ ସୋମବାର, ଡିସେମ୍ବର ୨୯, ୨୦୨୫ରେ ମୁହାଁମୁହିଁ ହୋଇଥିଲେ, ଯେଉଁଥିରେ ଝାଡ଼ଖଣ୍ଡ ୧୨୩ ରନର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri