ଚତୁର୍ଥ ସ୍ଥାନରେ ଓଡ଼ିଶା

ନୂଆଦିଲ୍ଲୀ, ୨୨।୯: ଭାରତର ଖାଦ୍ୟ ସୁରକ୍ଷା ମାନକ କର୍ତ୍ତୃପକ୍ଷ (ଏଫ୍‌ଏସ୍‌ଏସ୍‌ଏଆଇ) ପକ୍ଷରୁ ୨୦୨୦-୨୧ ବର୍ଷ ଲାଗି ଖାଦ୍ୟ ସୁରକ୍ଷା ସୂଚକାଙ୍କ ପ୍ରକାଶ ପାଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖଲାଲ୍‌ ମାଣ୍ଡବ୍ୟ ଉନ୍ମୋଚନ କରିଥିବା ଏହି ରିପୋର୍ଟ ଅନୁଯାୟୀ ଖାଦ୍ୟ ସୁରକ୍ଷାରେ ଗୁଜରାଟ ପ୍ରଥମ ସ୍ଥାନରେ ରହିଥିବାବେଳେ କେରଳ ଦ୍ୱିତୀୟ ଏବଂ ତାମିଲନାଡୁ ତାଲିକାର ତୃତୀୟ ସ୍ଥାନରେ ରହିଛି। ଏଥିରେ ଓଡ଼ିଶା ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇ ବଡ଼ ସଫଳତା ହାସଲ କରିଛି। ୨୦୧୯-୨୦ ବର୍ଷରେ ରାଜ୍ୟ ୧୩ତମ ସ୍ଥାନରେ ରହିଥିଲା। ଏଥର ମହାରାଷ୍ଟ୍ର ଭଳି ବୃହତ୍‌ ରାଜ୍ୟକୁ ଓଡ଼ିଶା ପଛରେ ପକାଇଦେଇଛି। ରିପୋର୍ଟ ଅନୁଯାୟୀ ଖାଦ୍ୟ ନିରାପତ୍ତାରେ ଓଡ଼ିଶା ଓ ହିମାଚଳପ୍ରଦେଶ ବଡ଼ ଉନ୍ନତି ଆଣିପାରିଛନ୍ତି। ୨୦୨୦-୨୧ ବର୍ଷରେ ରାଜ୍ୟରେ ପର୍ଯ୍ୟାପ୍ତ ଖାଦ୍ୟଶସ୍ୟ ଉତ୍ପନ୍ନ ହୋଇଥିଲେ ମଧ୍ୟ ଖାଦ୍ୟ ସୁରକ୍ଷାର ଶୀର୍ଷସ୍ଥାନକୁ ଯିବାକୁ ହେଲେ ଆହୁରି ଅନେକ କିଛି କରିବାକୁ ପଡ଼ିବ ବୋଲି ରିପୋର୍ଟରେ କୁହାଯାଇଛି।
ମାନବ ସମ୍ବଳ, ଔଦ୍ୟୋଗିକ ତଥ୍ୟ, ଖାଦ୍ୟ ସୁରକ୍ଷା ଆଇନର ଅନୁପାଳନ, ପରୀକ୍ଷା ଭିତ୍ତିଭୂମି ଏବଂ ତଦାରଖ, ତାଲିମ, ସାମର୍ଥ୍ୟ ନିର୍ମାଣ ଏବଂ ଖାଉଟି ସଶକ୍ତୀକରଣ ଆଦି ବିଭିନ୍ନ ଦିଗକୁ ବିଚାରକୁ ନେଇ ଏଫ୍‌ଏସ୍‌ଏସ୍‌ଏଆଇ ଖାଦ୍ୟ ନିରାପତ୍ତା ସୂଚକାଙ୍କ ପ୍ରସ୍ତୁତ କରିଥାଏ। ୨୦୧୯ ପର୍ଯ୍ୟନ୍ତ ଓଡ଼ିଶା ଖାଦ୍ୟ ନିରାପତ୍ତାରେ ଦୁର୍ବଳ ରାଜ୍ୟଗୁଡ଼ିକ ମଧ୍ୟରେ ସ୍ଥାନ ପାଇଥିଲା। ଗତ ୫ ବର୍ଷ ହେଲା ୨୦ ବୃହତ୍‌ ରାଜ୍ୟ ମଧ୍ୟରେ ଓଡ଼ିଶା ୧୩ ନମ୍ବର ସ୍ଥାନରେ ରହିଥିଲା। ପଡୋଶୀ ବିହାର, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗ ଏହି ର଼୍ୟାଙ୍କରେ ଆଗରେ ରହିଥିଲେ।
୨୦୨୦-୨୧ରେ କ୍ଷୁଦ୍ର ରାଜ୍ୟଗୁଡ଼ିକ ମଧ୍ୟରେ ଗୋଆ ଖାଦ୍ୟ ସୁରକ୍ଷା ସୂଚକାଙ୍କରେ ପ୍ରଥମ ସ୍ଥାନ ହାସଲ କରିଥିବାବେଳେ ଏହା ପଛକୁ ମେଘାଳୟ ଓ ମଣିପୁର ରହିଛନ୍ତି। ସେହିପରି କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଜମ୍ମୁ-କଶ୍ମୀର, ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଏବଂ ଦିଲ୍ଲୀ ପ୍ରଥମ ୩ଟି ସ୍ଥାନ ହାସଲ କରିଛନ୍ତି। ଏଫଏସ୍‌ଏସ୍‌ଏଆଇ ଗଠନର ୧୫ ବର୍ଷ ପୂରଣ ଅବସରରେ କେନ୍ଦ୍ରମନ୍ତ୍ରୀ ମାଣ୍ଡବ୍ୟ ଉକ୍ତ ରିପୋର୍ଟ ଉନ୍ମୋଚନ କରିଛନ୍ତି। ଦେଶବାସୀଙ୍କ ପାଖରେ ଯେପରି ଅସ୍ବାସ୍ଥ୍ୟକର ଖାଦ୍ୟ ନ ପହଞ୍ଚେ ସେଥିପାଇଁ ଆମକୁ ଉଦ୍ୟମ କରିବାକୁ ହେବ। ନିମ୍ନମାନର ଖାଦ୍ୟ ବିକ୍ରି କରୁଥିବା ବ୍ୟବସାୟୀଙ୍କ ବିରୋଧରେ କେବଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ସମସ୍ୟାର ସମାଧାନ ହୋଇଯିବ ନାହିଁ। ଏଥିପାଇଁ ଅନେକ କିଛି କରିବାକୁ ବାକି ରହିଥିବା ମାଣ୍ଡବ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଣବିକ ଯୁଦ୍ଧ ସଙ୍କେତ: ସାରା ବିଶ୍ୱରେ ଖେଳିଗଲା ଆତଙ୍କ

ତେହରାନ୍‌/ଓ୍ବାଶିଂଟନ୍‌,୧ା୪(ରଏଟର୍ସ/ଏଜେନ୍ସି):ଇରାନ୍‌ ଆଣବିକ ଅସ୍ତ୍ର ତିଆରି କରୁଥିବା ନେଇ ଆମେରିକା ଓ ଇସ୍ରାଏଲ୍‌ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ତେହରାନ୍‌ ଏହାକୁ ଖଣ୍ଡନ କରୁଥିବାବେଳେ ଜାତିସଂଘର ଆଣବିକ ଜଗୁଆଳି ସଂସ୍ଥା…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri