ବ୍ୟବସାୟ ପାଇଁ ଓଡ଼ିଶା ଅନୁକୂଳ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୧୧(ଅନିଲ ଦାସ): ଓଡ଼ିଶାରେ ବ୍ୟବସାୟିକ ପରିବେଶ ଅନୁକୂଳ। ଏହାର ସୁଯୋଗ ନେବାକୁ ସିଙ୍ଗାପୁରଠାରେ ନିବେଶକାରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଭଳି ଆହ୍ବାନ ଦେଇଛନ୍ତି। ଆସନ୍ତା ୨୦୨୫ ଜାନୁଆରୀ ମାସରେ ଭୁବନେଶ୍ୱରରେ ଉତ୍କର୍ଷ ଓଡିଶା: ମେକଇନ ଓଡିଶା କନକ୍ଲେଭ-୨୦୨୫ ଅନୁଷ୍ଠିତ ହେବାକୁ ଯାଉଛି। ଏହା ପୂର୍ବରୁ ରାଜ୍ୟ ସରକାର ରାଜ୍ୟରେ ବିଦେଶି ପୁଞ୍ଜିନିବେଶ ବୃଦ୍ଧି ପାଇଁ ଜୋରସୋର ଉଦ୍ୟମ ଜାରି ରଖିଛନ୍ତି। ୪ ଦିନିଆ ସିଙ୍ଗାପୁର ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ଟିମ୍‌ ସୋମବାର ସିଙ୍ଗାପୁରରେ ଅବସ୍ଥାପିତ ବିଭିନ୍ନ ଶିଳ୍ପସଂସ୍ଥାର ମୁଖ୍ୟ ଓ ପ୍ରତିନିଧିଙ୍କୁ ଭେଟିଛନ୍ତି। ସେମାନଙ୍କ ସହ ରାଜ୍ୟରେ ରହିଥିବା ନିବେଶ ଯୋଜନା ସମ୍ପର୍କରେ ଆଲୋଚନା କରିଛନ୍ତି।
ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ୍‌ ଦ୍ୱିତୀୟ ଦିବସରେ ସିଙ୍ଗାପୁର ସହିତ ପେଟ୍ରୋକେମିକାଲ, କେମିକାଲ, ଭିତ୍ତିଭୂମି ଓ ଲଜିଷ୍ଟିକ କ୍ଷେତ୍ର ପାଇଁ ବିଭିନ୍ନ ପ୍ରତିନିଧି ସହିତ ଆଲୋଚନା କରିଛନ୍ତି। ଏଥିସହିତ ଏହି ଟିମ୍‌ ସିଙ୍ଗାପୁରର ଉପପ୍ରଧାନମନ୍ତ୍ରୀ ଗାନ୍‌ କିମ୍‌ ୟଙ୍ଗ ଏବଂ ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀଙ୍କ ସହିତ ସାକ୍ଷାତ କରି ପୁଞ୍ଜିନିବେଶ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ଉଭୟ ମୁଖ୍ୟମନ୍ତ୍ରୀ ଏବଂ ଶିଳ୍ପମନ୍ତ୍ରୀ ସମ୍ପଦ ଚରଣ ସ୍ବାଇଁ ରାଜ୍ୟରେ ଶିଳ୍ପ ରୂପାନ୍ତରୀକରଣ ପାଇଁ ସିଙ୍ଗାପୁରର ବିଶ୍ୱ ପ୍ରସିଦ୍ଧ ଭିତ୍ତିଭୂମି ଓ ଏଷ୍ଟାବ୍ଲିଶମେଣ୍ଟର ଅଂଶୀଦାର ଉପରେ ଆଲୋଚନା କରିଛନ୍ତି। ଟିମ୍‌ର ସଦସ୍ୟମାନେ ସୁର୍ବନା ଜୁରଙ୍ଗ୍‌ ପେଟ୍ରୋକେମିକାଲ କମ୍ପ୍ଲେକ୍ସ ପରିଦର୍ଶନ କରିଥିଲେ। ଏହା ରାଜ୍ୟର ପେଟ୍ରୋକେମିକାଲ ଓ କେମିକାଲ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ପାଇଁ ସୁଯୋଗ ସୃଷ୍ଟି କରିବ। ପାରାଦୀପଠାରେ ଥିବା ପେଟ୍ରୋଲିୟମ, କେମିକାଲ୍ସ ଆଣ୍ଡ ପେଟ୍ରୋ କେମିକାଲ୍ସ ଇନ୍‌ଭେଷ୍ଟମେଣ୍ଟ ରିଜିଅନ (ପିସିପିଆଇଆର)ର ମଧ୍ୟ ଅଭିବୃଦ୍ଧିରେ ଏହା ସହାୟକ ହେବ। ସିଙ୍ଗାପୁର ଉପପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ପାରମ୍ପରିକ ନୌବାଣିଜ୍ୟ, ବୋଇତ ବନ୍ଦାଣ ଇତିହାସ ସମ୍ପର୍କରେ ଅବଗତ କରାଇଥିଲେ। ଏଥିସହିତ ମୁଖ୍ୟମନ୍ତ୍ରୀ ସିଙ୍ଗାପୁରସ୍ଥିତ କମ୍ପାନୀଗୁଡ଼ିକ ଓଡ଼ିଶାରେ ନିବେଶ ପାଇଁ ଥିବା ସୁଯୋଗକୁ ହାତଛଡ଼ା ନ କରିବାକୁ ଆହ୍ବାନ ଦେଇଛନ୍ତି । ଏନେଇ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ସିଙ୍ଗାପୁର ଉପପ୍ରଧାନମନ୍ତ୍ରୀଙ୍କୁ ଆସନ୍ତା ଜାନୁଆରୀରେ ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା: ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ -୨୦୨୫ରେ ଯୋଗ ଦେବାକୁ ମଧ୍ୟ ଆମନ୍ତ୍ରଣ କରିଛନ୍ତି। ଏହାଛଡ଼ା ପ୍ରତିନିଧି ଦଳ ସିଙ୍ଗାପୁରର ବୈଦେଶିକ ବ୍ୟାପାର ମନ୍ତ୍ରୀ ସିମ୍‌ ଆନ୍ନଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି। ଓଡ଼ିଶାରେ ସିଙ୍ଗାପୁର ଓ ଆଇଟିଇଇଏସ୍‌ ଦ୍ୱାରା ସ୍ଥାପନ କରାଯାଇଥିବା ବିଶ୍ୱ ଦକ୍ଷତା କେନ୍ଦ୍ର ଏହାର ଏକ ସଫଳ ଉଦାହରଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହିତ ଓଡ଼ିଶା ଓ ସିଙ୍ଗାପୁର ମଧ୍ୟରେ ଅର୍ବାନ ମୋବିଲିଟି, ଗ୍ରୀନ୍‌ ସିପିଂ କରିଡର, କେମିକାଲ୍ସ ଓ ପେଟ୍ରୋକେମିକାଲ୍ସ କମ୍ପ୍ଲେକ୍ସ ସ୍ଥାପନ ନେଇ ଗୁରୁତ୍ୱାରୋପ କରିଛନ୍ତି। ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭରେ ଯୋଗଦେବାକୁ ସିଙ୍ଗାପୁର ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଆମନ୍ତ୍ରଣ କରିଛନ୍ତି। ଶିଳ୍ପ ମନ୍ତ୍ରୀ ସମ୍ପଦ ଚରଣ ସ୍ବାଇଁ କହିଛନ୍ତି, ଓଡ଼ିଶା ଦକ୍ଷତା ବିକାଶ ସହ ଶିଳ୍ପ ବିକାଶ ଉପରେ ଫୋକସ କରି ଆସୁଛି। ରାଜ୍ୟର ଯୁବଗୋଷ୍ଠୀଙ୍କର କାର୍ଯ୍ୟ ଦକ୍ଷତା ବଢ଼ାଇବା ପାଇଁ ବିଭିନ୍ନ ତାଲିମ କାର୍ଯ୍ୟକ୍ରମ ସହିତ ବିଶ୍ୱସ୍ତରୀୟ ଦକ୍ଷତା ବୃଦ୍ଧି ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ଏଥିସହିତ ମୁଖ୍ୟମନ୍ତ୍ରୀ ମନିଟାରୀ ଅଥରିଟି ଅଫ ସିଙ୍ଗାପୁରର ଚିଫ୍‌ ଫିନଟେକ୍‌ ଅଫିସର ସ୍ବପ୍ନେନ୍ଦୁ ମହାନ୍ତିଙ୍କ ସହ ଓ୍ବାନ୍‌ ଟୁ ଓ୍ବାନ୍‌ ଆଲୋଚନା କରିଛନ୍ତି।
ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ୍‌ ସିଙ୍ଗାପୁରରେ ଆସନ୍ତା ଦୁଇଦିନ ଓଡ଼ିଶା ବିଜ୍‌ନେସ୍‌ ମିଟ୍‌, ନିବେଶ ପ୍ରସାର ରୋଡ୍‌ ଶୋ’ରେ ଭାଗନେବେ। ସେଠାରେ ବାସ କରୁଥିବା ପ୍ରବାସୀ ଓଡ଼ିଆଙ୍କ ସହ ଭାବ ବିନିମୟ କରିବେ। ବିଭିନ୍ନ ଶିଳ୍ପ ସଂସ୍ଥାର ପ୍ରତିନିଧିଙ୍କ ସହ ପ୍ରତ୍ୟକ୍ଷ ସାକ୍ଷାତ୍‌କାର, ସରକାର-ବ୍ୟବସାୟ ବୈଠକ ଆଦି ଆୟୋଜନ କରିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri