ବ୍ୟବସାୟ ପାଇଁ ଓଡ଼ିଶା ଅନୁକୂଳ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୧୧(ଅନିଲ ଦାସ): ଓଡ଼ିଶାରେ ବ୍ୟବସାୟିକ ପରିବେଶ ଅନୁକୂଳ। ଏହାର ସୁଯୋଗ ନେବାକୁ ସିଙ୍ଗାପୁରଠାରେ ନିବେଶକାରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଭଳି ଆହ୍ବାନ ଦେଇଛନ୍ତି। ଆସନ୍ତା ୨୦୨୫ ଜାନୁଆରୀ ମାସରେ ଭୁବନେଶ୍ୱରରେ ଉତ୍କର୍ଷ ଓଡିଶା: ମେକଇନ ଓଡିଶା କନକ୍ଲେଭ-୨୦୨୫ ଅନୁଷ୍ଠିତ ହେବାକୁ ଯାଉଛି। ଏହା ପୂର୍ବରୁ ରାଜ୍ୟ ସରକାର ରାଜ୍ୟରେ ବିଦେଶି ପୁଞ୍ଜିନିବେଶ ବୃଦ୍ଧି ପାଇଁ ଜୋରସୋର ଉଦ୍ୟମ ଜାରି ରଖିଛନ୍ତି। ୪ ଦିନିଆ ସିଙ୍ଗାପୁର ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ଟିମ୍‌ ସୋମବାର ସିଙ୍ଗାପୁରରେ ଅବସ୍ଥାପିତ ବିଭିନ୍ନ ଶିଳ୍ପସଂସ୍ଥାର ମୁଖ୍ୟ ଓ ପ୍ରତିନିଧିଙ୍କୁ ଭେଟିଛନ୍ତି। ସେମାନଙ୍କ ସହ ରାଜ୍ୟରେ ରହିଥିବା ନିବେଶ ଯୋଜନା ସମ୍ପର୍କରେ ଆଲୋଚନା କରିଛନ୍ତି।
ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ୍‌ ଦ୍ୱିତୀୟ ଦିବସରେ ସିଙ୍ଗାପୁର ସହିତ ପେଟ୍ରୋକେମିକାଲ, କେମିକାଲ, ଭିତ୍ତିଭୂମି ଓ ଲଜିଷ୍ଟିକ କ୍ଷେତ୍ର ପାଇଁ ବିଭିନ୍ନ ପ୍ରତିନିଧି ସହିତ ଆଲୋଚନା କରିଛନ୍ତି। ଏଥିସହିତ ଏହି ଟିମ୍‌ ସିଙ୍ଗାପୁରର ଉପପ୍ରଧାନମନ୍ତ୍ରୀ ଗାନ୍‌ କିମ୍‌ ୟଙ୍ଗ ଏବଂ ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀଙ୍କ ସହିତ ସାକ୍ଷାତ କରି ପୁଞ୍ଜିନିବେଶ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ଉଭୟ ମୁଖ୍ୟମନ୍ତ୍ରୀ ଏବଂ ଶିଳ୍ପମନ୍ତ୍ରୀ ସମ୍ପଦ ଚରଣ ସ୍ବାଇଁ ରାଜ୍ୟରେ ଶିଳ୍ପ ରୂପାନ୍ତରୀକରଣ ପାଇଁ ସିଙ୍ଗାପୁରର ବିଶ୍ୱ ପ୍ରସିଦ୍ଧ ଭିତ୍ତିଭୂମି ଓ ଏଷ୍ଟାବ୍ଲିଶମେଣ୍ଟର ଅଂଶୀଦାର ଉପରେ ଆଲୋଚନା କରିଛନ୍ତି। ଟିମ୍‌ର ସଦସ୍ୟମାନେ ସୁର୍ବନା ଜୁରଙ୍ଗ୍‌ ପେଟ୍ରୋକେମିକାଲ କମ୍ପ୍ଲେକ୍ସ ପରିଦର୍ଶନ କରିଥିଲେ। ଏହା ରାଜ୍ୟର ପେଟ୍ରୋକେମିକାଲ ଓ କେମିକାଲ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ପାଇଁ ସୁଯୋଗ ସୃଷ୍ଟି କରିବ। ପାରାଦୀପଠାରେ ଥିବା ପେଟ୍ରୋଲିୟମ, କେମିକାଲ୍ସ ଆଣ୍ଡ ପେଟ୍ରୋ କେମିକାଲ୍ସ ଇନ୍‌ଭେଷ୍ଟମେଣ୍ଟ ରିଜିଅନ (ପିସିପିଆଇଆର)ର ମଧ୍ୟ ଅଭିବୃଦ୍ଧିରେ ଏହା ସହାୟକ ହେବ। ସିଙ୍ଗାପୁର ଉପପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ପାରମ୍ପରିକ ନୌବାଣିଜ୍ୟ, ବୋଇତ ବନ୍ଦାଣ ଇତିହାସ ସମ୍ପର୍କରେ ଅବଗତ କରାଇଥିଲେ। ଏଥିସହିତ ମୁଖ୍ୟମନ୍ତ୍ରୀ ସିଙ୍ଗାପୁରସ୍ଥିତ କମ୍ପାନୀଗୁଡ଼ିକ ଓଡ଼ିଶାରେ ନିବେଶ ପାଇଁ ଥିବା ସୁଯୋଗକୁ ହାତଛଡ଼ା ନ କରିବାକୁ ଆହ୍ବାନ ଦେଇଛନ୍ତି । ଏନେଇ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ସିଙ୍ଗାପୁର ଉପପ୍ରଧାନମନ୍ତ୍ରୀଙ୍କୁ ଆସନ୍ତା ଜାନୁଆରୀରେ ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା: ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ -୨୦୨୫ରେ ଯୋଗ ଦେବାକୁ ମଧ୍ୟ ଆମନ୍ତ୍ରଣ କରିଛନ୍ତି। ଏହାଛଡ଼ା ପ୍ରତିନିଧି ଦଳ ସିଙ୍ଗାପୁରର ବୈଦେଶିକ ବ୍ୟାପାର ମନ୍ତ୍ରୀ ସିମ୍‌ ଆନ୍ନଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି। ଓଡ଼ିଶାରେ ସିଙ୍ଗାପୁର ଓ ଆଇଟିଇଇଏସ୍‌ ଦ୍ୱାରା ସ୍ଥାପନ କରାଯାଇଥିବା ବିଶ୍ୱ ଦକ୍ଷତା କେନ୍ଦ୍ର ଏହାର ଏକ ସଫଳ ଉଦାହରଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହିତ ଓଡ଼ିଶା ଓ ସିଙ୍ଗାପୁର ମଧ୍ୟରେ ଅର୍ବାନ ମୋବିଲିଟି, ଗ୍ରୀନ୍‌ ସିପିଂ କରିଡର, କେମିକାଲ୍ସ ଓ ପେଟ୍ରୋକେମିକାଲ୍ସ କମ୍ପ୍ଲେକ୍ସ ସ୍ଥାପନ ନେଇ ଗୁରୁତ୍ୱାରୋପ କରିଛନ୍ତି। ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭରେ ଯୋଗଦେବାକୁ ସିଙ୍ଗାପୁର ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଆମନ୍ତ୍ରଣ କରିଛନ୍ତି। ଶିଳ୍ପ ମନ୍ତ୍ରୀ ସମ୍ପଦ ଚରଣ ସ୍ବାଇଁ କହିଛନ୍ତି, ଓଡ଼ିଶା ଦକ୍ଷତା ବିକାଶ ସହ ଶିଳ୍ପ ବିକାଶ ଉପରେ ଫୋକସ କରି ଆସୁଛି। ରାଜ୍ୟର ଯୁବଗୋଷ୍ଠୀଙ୍କର କାର୍ଯ୍ୟ ଦକ୍ଷତା ବଢ଼ାଇବା ପାଇଁ ବିଭିନ୍ନ ତାଲିମ କାର୍ଯ୍ୟକ୍ରମ ସହିତ ବିଶ୍ୱସ୍ତରୀୟ ଦକ୍ଷତା ବୃଦ୍ଧି ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ଏଥିସହିତ ମୁଖ୍ୟମନ୍ତ୍ରୀ ମନିଟାରୀ ଅଥରିଟି ଅଫ ସିଙ୍ଗାପୁରର ଚିଫ୍‌ ଫିନଟେକ୍‌ ଅଫିସର ସ୍ବପ୍ନେନ୍ଦୁ ମହାନ୍ତିଙ୍କ ସହ ଓ୍ବାନ୍‌ ଟୁ ଓ୍ବାନ୍‌ ଆଲୋଚନା କରିଛନ୍ତି।
ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ୍‌ ସିଙ୍ଗାପୁରରେ ଆସନ୍ତା ଦୁଇଦିନ ଓଡ଼ିଶା ବିଜ୍‌ନେସ୍‌ ମିଟ୍‌, ନିବେଶ ପ୍ରସାର ରୋଡ୍‌ ଶୋ’ରେ ଭାଗନେବେ। ସେଠାରେ ବାସ କରୁଥିବା ପ୍ରବାସୀ ଓଡ଼ିଆଙ୍କ ସହ ଭାବ ବିନିମୟ କରିବେ। ବିଭିନ୍ନ ଶିଳ୍ପ ସଂସ୍ଥାର ପ୍ରତିନିଧିଙ୍କ ସହ ପ୍ରତ୍ୟକ୍ଷ ସାକ୍ଷାତ୍‌କାର, ସରକାର-ବ୍ୟବସାୟ ବୈଠକ ଆଦି ଆୟୋଜନ କରିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

ପର କରିଦେଲେ ପୁଅ: ଅର୍ଦ୍ଧନିର୍ମିତ ଘରେ ଦୟନୀୟ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତି

ଲୋଇସିଂହା,୨୯ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ହୀରାପୁର ପଞ୍ଚାୟତ ଅଧୀନ ପନେସରା ଗ୍ରାମର ବୃଦ୍ଧ ଦମ୍ପତି ବିଜୁଳି ନାଏକ(୬୫), ସ୍ବାମୀ ସୁରଭି ନାଏକ(୭୦) ବେସାହାରା ହୋଇ...

ଟାଟା-ଏର୍ନାକୁଲମ୍‌ ଏକ୍ସପ୍ରେସ୍‌ରେ ହଠାତ୍‌ ଲାଗିଲା ନିଆଁ: ଜଳିଗଲା ୨ ବଗି

ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍‌ର B1 ଏବଂ M2 ବଗିରେ ହଠାତ୍‌ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ...

ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri