ଓଡ଼ିଶାକୁ ବିଦେଶୀ ପୁଞ୍ଜିର ସୁଅ

ଭୁବନେଶ୍ୱର,୩୦ା୬(ବ୍ୟୁରୋ): ଦୁବାଇ ଓ ଅନ୍ୟ ଦେଶର ଏକାଧିକ ପ୍ରତିଷ୍ଠିତ କମ୍ପାନୀ ଓଡ଼ିଶାରେ ବ୍ୟାପକ ନିବେଶ କରିବାକୁ ଆଗ୍ରହ ଦେଖାଇଛନ୍ତି। ଦୁବାଇରେ ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାର ଅନୁଷ୍ଠିତ ଇନ୍‌ଭେଷ୍ଟର୍ସ ମିଟ୍‌ରେ ବିଭିନ୍ନ ବହୁରାଷ୍ଟ୍ରୀୟ କମ୍ପାନୀ ମୁଖ୍ୟମାନେ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି ଖୁସି ବ୍ୟକ୍ତ କରିବା ସହ ସମସ୍ତ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଦୁବାଇ ନିବେଶକ ସମ୍ମିଳନୀରେ ତାବ୍ରିଡ୍‌ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ୟୁସୁଫ ଅଲ୍‌ ହମ୍ମାଦିଙ୍କୁ ଭେଟିଛନ୍ତି। ତାବ୍ରିଡ୍‌ ଗ୍ରୁପ୍‌ ଓଡ଼ିଶାରେ ପୁଞ୍ଜି ନିବେଶ ଲାଗି ଆଗ୍ରହ ପ୍ରକାଶ କରିଛି। ଭୁବନେଶ୍ବର ଆଇସିଟି କ୍ୟାମ୍ପସରେ ୧ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିବାକୁ ତାବ୍ରିଡ୍‌ ଗ୍ରୁପ୍‌ ପ୍ରସ୍ତାବ ଦେଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ସେହିପରି ଏମ୍‌ବିଟିସି ମଧ୍ୟ ରାଜ୍ୟରେ ପୁଞ୍ଜି ନିବେଶ ପାଇଁ ଘୋଷଣା କରିଛି। କୁଏଟ୍‌ର ଏମ୍‌ବିଟିସି କମ୍ପାନୀର ପାର୍ଟନର ଓ ପରିଚାଳନା ନିର୍ଦ୍ଦେଶକ କେ. ଜି. ଆବ୍ରାହମଙ୍କୁ ମୁଖ୍ୟମନ୍ତ୍ରୀ ଭେଟିବା ଅବସରରେ କମ୍ପାନୀ ଏହି ଘୋଷଣା କରିଛି। ରାଜ୍ୟରେ ୟୁରିଆ ପ୍ଲାଣ୍ଟ ସ୍ଥାପନ ପାଇଁ କମ୍ପାନୀ ୫ ହଜାର କୋଟି ଟଙ୍କା ନିବେଶ କରିବ। ସେହିପରି ଦୁବାଇର ସରାଫ୍‌ ଗ୍ରୁପ୍‌ ଓଡ଼ିଶାରେ ଲଜିଷ୍ଟିକ୍‌ କ୍ଷେତ୍ରରେ ପୁଞ୍ଜି ଲଗାଇବ। ଶୋଭା ଲିମିଟେଡ ରାଜ୍ୟରେ ୫ ହଜାର କୋଟି ଟଙ୍କା ପୁଞ୍ଜିନିବେଶ କରିବ। ମେଟାଲ ଓ ହସ୍ପିଟାଲିଟି କ୍ଷେତ୍ରରେ ପୁଞ୍ଜି ନିବେଶ କରିବାକୁ ଏହି ଗ୍ରୁପ୍‌ ଆଗ୍ରହ ପ୍ରକାଶ କରିଛି। ଏ ନେଇ ଶୋଭା ଲିମିଟେଡର ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଆରବ ଇଣ୍ଡିଆ ସ୍ପାଇସେସ ଏଲ୍‌ଏଲ୍‌ସି ଓଡ଼ିଶାରେ ପୁଞ୍ଜିନିବେଶ କରିବାକୁ ଇଚ୍ଛାପ୍ରକାଶ କରିଛି। କମ୍ପାନୀ ପଲସ ସ୍ପିଟିଂ ୟୁନିଟ ସ୍ଥାପନ କରିବାକୁ ଆଗ୍ରହ ଦେଖାଇଛି। ଏ ବାବଦରେ କମ୍ପାନୀ ୫୦ କୋଟି ଟଙ୍କାର ପୁଞ୍ଜିନିବେଶ କରିବ। ଏଥିରେ ୩୦୦ ଜଣଙ୍କୁ ପ୍ରତ୍ୟକ୍ଷ ଓ ୫୦୦ ଜଣଙ୍କୁ ପରୋକ୍ଷରେ ନିଯୁକ୍ତି ମିଳିପାରିବ। ଲୁଲୁ ଇଣ୍ଟରନ୍ୟାଶନାଲ ଶପିଂମଲ୍ସ ପ୍ରାଇଭେଟ ଲିମିଟେଡ ୧୫୦୦ କୋଟି ଟଙ୍କାର ବିନିଯୋଗରେ ରାଜ୍ୟରେ ଶପିଂମଲ, ହାଇପରମାର୍କେଟ ପ୍ରତିଷ୍ଠା କରିବାକୁ ଆଗ୍ରହ ପ୍ରକାଶ କରିଛି। ଏଥିରେ ପ୍ରାୟ ୫ ହଜାର ଜଣଙ୍କୁ ପ୍ରତ୍ୟକ୍ଷ ଓ ୧୦ ହଜାର ଲୋକଙ୍କୁ ପରୋକ୍ଷ ନିଯୁକ୍ତି ମିଳିପାରିବ। ସେହିପରି ଡିପି ଓ୍ବାର୍ଲଡ ଆଣ୍ଡ ହିନ୍ଦୁସ୍ଥାନ ପୋର୍ଟସ ଲିମିଟେଡ ରାଜ୍ୟରେ ବନ୍ଦର, ଏସ୍‌ଇଜେଡ୍‌ ଏବଂ ଆଇସିଡ୍‌ କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛି। ଏଥିପାଇଁ କମ୍ପାନୀ ୮ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିବ ବୋଲି ନିବେଷକ ସମ୍ମିଳନୀରେ ସୂଚନା ଦେଇଛି।
ଓଡ଼ିଶାରେ ଦୁବାଇସ୍ଥିତ ସୋହା ରିୟଲିଟି ମେଟାଲ ହସ୍ପିଟାଲିଟି କ୍ଷେତ୍ରରେ ୫ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିବାକୁ ପ୍ରସ୍ତାବ ଦେଇଛି। ସେହିପରି ସରଫ ଗ୍ରୁପ ଓ ହିନ୍ଦ ଟର୍ମିିନାଲ ୭୫୦ କୋଟି ଟଙ୍କାରେ ଓଡ଼ିଶାରେ ଲଜିଷ୍ଟିକ୍ସ ପାର୍କ ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଆବୁଧାବିସ୍ଥିତ ଟୋଣ୍ଟି ୧୪ ହୋଲ୍‌ଡିଂସ ଓଡ଼ିଶାରେ ୫୦୦ କୋଟି ଟଙ୍କା ବିନିଯୋଗରେ ପଞ୍ଚତାରକା ହୋଟେଲ ନିର୍ମାଣ କରିବାକୁ ଆଗ୍ରହ ପ୍ରକାଶ କରିଛି।

କୋଭିଡ୍‌ ମହାମାରୀ ସତ୍ତ୍ୱେ ଗତ ୨ ବର୍ଷରେ ଓଡ଼ିଶାରେ ୩ ଲକ୍ଷ ୭୫ ହଜାର କୋଟିର ବିନିଯୋଗ ହୋଇଛି। ଶିଳ୍ପ ଅନୁକୂଳ ବାତାବରଣ ପାଇଁ ଓଡ଼ିଶା ନିବେଶକଙ୍କ ପ୍ରଥମ ପସନ୍ଦ ପାଲଟିଛି। ବିଦେଶୀ ପୁଞ୍ଜି ନିବେଶକାରୀଙ୍କୁ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ମଧ୍ୟରେ ରାଜ୍ୟରେ ମେକ୍‌ ଇନ୍‌ ଓଡ଼ିଶାର ତୃତୀୟ ସଂସ୍କରଣ ଅନୁଷ୍ଠିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଇନ୍‌ଭେଷ୍ଟର୍ସ ମିଟ୍‌ରେ ଘୋଷଣା କରିଛନ୍ତି। ଓଡ଼ିଶା ସରକାର ଏଫ୍‌ଆଇସିସିଆଇ ଏବଂ ୟୁଏଇରେ ଭାରତର ରାଷ୍ଟ୍ରଦୂତ କାର୍ଯ୍ୟାଳୟ ସହଯୋଗରେ ଆୟୋଜିତ କରିଥିବା ଏହି ଇନ୍‌ଭେଷ୍ଟର୍ସ ମିଟ୍‌ରେ ମିନେରାଲ, ମେଟାଲସ, ପେଟ୍ରୋକେମିକାଲ୍ସ, କେମିକାଲସ୍‌, ପ୍ଲାଷ୍ଟିକ, ଖାଦ୍ୟ ପ୍ରକ୍ରିୟାକରଣ, ହେଭି ଇଣ୍ଡଷ୍ଟ୍ରି, ସବୁଜ ଶକ୍ତି, ଇଲେକ୍ଟ୍ରିକାଲ, ଇଲେକ୍ଟ୍ରୋନିକ୍ସ ମାନୁଫାକ୍ଚରିଂ, ଲିଜିଷ୍ଟିକ ଆଣ୍ଡ ଓ୍ବେରହାଉସିଂ, ରିୟଲ ଇଷ୍ଟେଟ ଆଣ୍ଡ ହସ୍ପିଟାଲିଟି ଆଦି କ୍ଷେତ୍ରର ୧୫୦ରୁ ଊର୍ଦ୍ଧ୍ୱ କମ୍ପାନୀ ଯୋଗ ଦେଇଥିବା ସୂଚନା ମିଳିଛି।

ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଓଡ଼ିଶାରେ ଦେଶର ୯୬% କ୍ରୋମାଇଟ, ୯୨% ନିକେଲ, ୫୩% ବକ୍ସାଇଟ, ୪୫% ମାଙ୍ଗାନିଜ୍‌, ୩୫% ଲୁହାପଥର ଏବଂ ୨୩% କୋଇଲା ସଂରକ୍ଷିତ ରହିଛି। ଏଥିଯୋଗୁ ଓଡ଼ିଶା ଷ୍ଟିଲ୍‌, ଷ୍ଟେନଲେସ ଷ୍ଟିଲ୍‌, ଫେରୋ ଆଲଏଜ, ଆଲୁମିନା ଏବଂ ଆଲୁମିନିୟମ ଉତ୍ପାଦନରେ ଦେଶର ଅଗ୍ରଣୀ ରାଜ୍ୟରେ ପରିଣତ ହୋଇଛି। ଏଥିସହିତ ଓଡ଼ିଶାରେ ଦେଶର ୧୧% ଜଳ ସମ୍ପଦ ରହିଥିବା ବେଳେ ୪୮୦ କିଲୋମିଟର ସମୁଦ୍ର ବେଳାଭୂମି ରହିଛି। ଏହା ପ୍ରାକୃତିକ ବନ୍ଦର ସ୍ଥାପନ କରିବା ସହ ଅନ୍ତର୍ଜାତୀୟ ବାଣିଜ୍ୟକୁ ସହଜ କରି ପାରିବ। ରାଜ୍ୟରେ ଉଚ୍ଚକ୍ଷମତା ସମ୍ପନ୍ନ ବିଶ୍ୱସ୍ତରୀୟ ଶ୍ରମ ଶକ୍ତି ରହିଛି। ଆଇଟିଆଇ, ପଲିଟେକ୍ନିକ ଏବଂ ଇଞ୍ଜିନିୟରିଂ ଓ ମ୍ୟାନେଜମେଣ୍ଟ କଲେଜ ସମେତ ୧୧ଟି ଶିଳ୍ପ ତାଲିମ ପ୍ରତିଷ୍ଠାନ ସ୍ଥାପନ କରି ବୈଷୟିକ ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ପର୍ଯ୍ୟାପ୍ତ ପୁଞ୍ଜି ବିନିଯୋଗ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଓଡ଼ିଆ ଶ୍ରମ ଶକ୍ତିକୁ ଆଧୁନିକୀକରଣ ଓ ନୂଆ ଯୁଗର ଶିଳ୍ପ ପାଇଁ ପ୍ରସ୍ତୁତ କରିବା ସକାଶେ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) ଏବଂ ସିଙ୍ଗାପୁରସ୍ଥିତ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନିକାଲ ଏଜୁକେଶନ ସର୍ଭିିସେସ(ଆଇଟିଇଇଏସ୍‌) ସିଙ୍ଗାପୁର ସହାୟତାରେ ନିକଟରେ ଭୁବନେଶ୍ୱରରେ ଏକ ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ କରାଯାଇଛି। ପୁଞ୍ଜ ନିବେଶକାରୀମାନଙ୍କୁ ସହାୟତା ପାଇଁ ଓଡ଼ିଶା ସରକାର ସିଙ୍ଗଲ୍‌ ଓ୍ବିଣ୍ଡୋ ପୋର୍ଟାଲ, ଗୋ ସୁଇଫ୍ଟ, ବି୨ଜି ଇଣ୍ଟରଫେସ୍‌ ଭଳି ବ୍ୟବସ୍ଥା କରିଛନ୍ତି। ଶିଳ୍ପ ଓ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ୫-ଟି ( ଟ୍ରାନ୍ସପରେନ୍ସି, ଟେକ୍ନୋଲେଜି, ଟିମ୍‌ ଓ୍ବାର୍କ, ଟାଇମ ଆଣ୍ଡ ଟ୍ରାନ୍ସଫର୍ମେଶନ) ଭଳି ବହୁ ପଦକ୍ଷେପ ନେଇଛନ୍ତି। ଏହା ରାଜ୍ୟରେ ଶିଳ୍ପ ବାତାବରଣ ସୃଷ୍ଟି କରିପାରିଛି। ଏଥିଯୋଗୁ ରାଜ୍ୟରେ ନିଯୁକ୍ତି ବଢ଼ିବା ସହ ରାଜସ୍ବ ସଂଗ୍ରହରେ ମଧ୍ୟ ଅଭିବୃଦ୍ଧି ଘଟିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଇନ୍‌ଭେଷ୍ଟର୍ସ ମିଟ୍‌ରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ୍‌ କମ୍ପାନୀଗୁଡ଼ିକ ସହ ଓ୍ବାନ ଟୁ ଓ୍ବାନ ଆଲୋଚନା କରିଛନ୍ତି। ସମସ୍ତ ସହଯୋଗ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ କମ୍ପାନୀଗୁଡ଼ିକୁ ଭରସା ଦେଇଛନ୍ତି। ଓଡ଼ିଶା ଟିମ୍‌ ସହିତ ରାଜ୍ୟରୁ ଓ ଦେଶର ବହୁ କମ୍ପାନୀ ମୁଖ୍ୟମାନଙ୍କର ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ମଧ୍ୟ ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri